ରାଜ୍ୟର ଏସବୁ ଜିଲ୍ଲାରେ ଅନୁଭୂତ ହେବ ଘନ କୁହୁଡି

Fog

ଭୁବନେଶ୍ୱର: ରାଜ୍ୟରେ ଶୀତ କମୁଥିବା ବେଳେ ଧିରେଧିରେ ତାପମାତ୍ରା ବଢିବାରେ ଲାଗିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପାମାତ୍ରା ସ୍ଥିର ରହିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁଚାପ ବଳୟ ପାଇଁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ଘନ କୁହୁଡି ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେବ । ଏହି ଜିଲ୍ଲା ଗୁଡିକରେ ଦୃଶ୍ୟମାନ କ୍ଷମତା ୨ଶହ ମିଟରରୁ କମ୍ ରହିବ ।

ସେହିପରି ଉପକୂଳ ଜିଲ୍ଲା ଗୁଡିକରେ ୨୦ ମିଟର ଦୃଶ୍ୟମାନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁର୍ଘଟଣା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରିବା ସହ ସତର୍କ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେବେ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply