ଖୋର୍ଦ୍ଧା ସାରୁଅରେ ଓଟିଭିର ବେଆଇନ୍ ଜମି ଜବରଦଖଲ ଅଭିଯୋଗର ତଦନ୍ତ ଆରମ୍ଭ
ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଗିରଫ ଦାବିରେ ଅନଶନ କରିବେ ପାଏଲ
ମୁମ୍ୱାଇ: ସୋମବାର ଧାରଣାରେ ବସିବେ ଅଭିନେତ୍ରୀ ପାଏଲ ଘୋଷ । ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗରେ ପୋଲିସ ଷ୍ଟେସନ୍ ଆଗରେ ଧାରଣାରେ ବସିବେ । ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ପୂରା ବଲିଉଡରେ ଚହଳ ପକାଇଥିଲା ଅଭିନେତ୍ରୀ ପାଏଲ ଘୋଷ ।

ସୂଚନା ମୁତାବକ ପାଏଲ ସୋମବାର ବର୍ସିବା ପୋଲିସ ଷ୍ଟେସନ୍ ଯାଇ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିବେ । ତେବେ ପୂର୍ବରୁ ଅଭିନେତ୍ରୀ ପାଏଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରି ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଏ ନେଇ ମୁମ୍ୱାଇ ପୋଲିସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ପାଏଲ ।

ଅଭିନେତ୍ରୀ ପାଏଲ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଜଣେ ଅପରାଧୀଙ୍କ ବିରୋଧରେ ମାମଲା ଦାୟର କରିଛି । କିନ୍ତୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମୋତେ ହିଁ ପ୍ରଶ୍ନ ପଚରାଯାଉଛି ଆଉ ଅଭିଯୁକ୍ତ ଘରେ ଆରାମ କରୁଛନ୍ତି । ପାଏଲ ଘୋଷ ସୋସିଆଲ୍ ମିଡିଆରେ ଅନୁରାଗ କଶ୍ୟପଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଟ୍ୱିଟ୍ କରି ଅନୁରାଗଙ୍କ ବିରୋଧରେ ଜବରଦସ୍ତି କରିଥିବା ଅଭିଯୋଗ ଆଣିଥିଲେ । ପାଏଲ ଘୋଷ ଏହି ଅଭିଯୋଗ ଉପରେ ଅନୁରାଗ ସଫେଇ ମଧ୍ୟ ରଖିଥିଲେ । ଆଉ ଅଭିନେତ୍ରୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ।
୮୨ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ: ୧୦୩୯ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କହର ଜାରି ରହିଛି । ଏଯାବତ୍ ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିଲାଣି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨ ହଜାର ୧୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ ମୋଟ ୬୦ ଲକ୍ଷ ୭୪ ହଜାର ୭୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତି କଥା ଏହା ଯେ, ଏମାନଙ୍କ ମଧ୍ୟରୁ ୫୦ ଲକ୍ଷ ୧୬ ହଜାର ୫୨୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ଅପରପକ୍ଷରେ ୯୫ ହଜାର ୫୪୨ ଜଣ ଆକ୍ରାନ୍ତ ବ୍ୟାକ୍ତିଙ୍କ ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୨ ହଜାର ୧୭୦ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ଟିଭ ମାମଲା ୯ ଲକ୍ଷ ୬୨ ହଜାର ୬୪୦ରେ ପହଞ୍ଚିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୯ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି ।
ଅପରପକ୍ଷରେ ବିଶ୍ୱ ମାନଚିତ୍ରରେ କରୋନାର ସ୍ଥିତି ଦେଖିବାକୁ ଗଲେ ଏଯାବତ୍ ସାରା ବିଶ୍ୱରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେବି ଉଭୟ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସବୁଠାରୁ ଆଗରେ ରହିଥିବା ବେଳେ ତା’ ପଛକୁ ରହିଛିି ଭାରତ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।
ଅନିଲ ଅମ୍ୱାନୀଙ୍କ ବିଦେଶରେ ଥିବା ସମ୍ପତ୍ତିକୁ ବାଜ୍ୟାପ୍ତ କରିବ ଚୀନ ବ୍ୟାଙ୍କ
ଲଣ୍ଡନ: ଅନିଲ ଅମ୍ୱାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଚୀନ ବ୍ୟାଙ୍କ । ବିଦେଶରେ ଥିବା ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବ ଚୀନ । ଅନିଲ ଅମ୍ୱାନି ଋଣ ଟଙ୍କା ପରିଶୋଧ କରିପାରିନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଚୀନ ବ୍ୟାଙ୍କ । ପ୍ରାୟ ୩ଟି ଚୀନ ବ୍ୟାଙ୍କକୁ ୫ ହଜାର ୨୭୬ କୋଟି ଟଙ୍କା ଋଣ ବାବଦକୁ ପଇଠ କରିବାର ଅଛି । ଏଥିସହିତ ଆଇନଗତ ପ୍ରକ୍ରିୟା ନେଇ ବ୍ୟାଙ୍କମାନଙ୍କ ଦ୍ୱାରା ହୋଇଥିବା ଖର୍ଚ୍ଚ ମଧ୍ୟ ପଇଠ କରିବାର ଅଛି ।
ଏକଦା ବିଶ୍ୱ ଷଷ୍ଠ ଧନୀ ବ୍ୟକ୍ତି ଥିବା ଅନିଲ ଅମ୍ୱାନିଙ୍କୁ ମଇ ୨୨ ତାରିଖରେ ୭୧୬ ମିଲିୟନ୍ ଡଲାର ଅର୍ଥାତ ୫ ହଜାର ୨୭୬ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ସୁଧ ମଧ୍ୟ ସାମିଲ ରହିଛି । ଏତଦ୍ବ୍ୟତୀତ ୭୫୦ ହଜାର ଡଲାର (୭୦୪ କୋଟି) ଟଙ୍କା ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ଆଇନଗତ ପ୍ରକ୍ରିୟା ନେଇ ହୋଇଥିବା ଖର୍ଚ୍ଚ ବାଦବକୁ ପଇଠ କରାଯିବ । ତେବେ ବ୍ୟାଙ୍କ ଅଫ୍ ଚାଇନା ଏବଂ ଚାଇନା ଡେଫଲେପମେଣ୍ଟ ବ୍ୟାଙ୍କଠାରୁ ନେଇ ଥିବା ଋଣ ରାତି ସୁଧ ସହିତ ମିଶି ଜୁନ୍ ୨୯ ସୁଦ୍ଧା ଏହା ୭୧୭.୬୭ ମିଲିୟନ୍ ଡଲାରରେ ପହଞ୍ଚିଛି ।
ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’
ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’
କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସର ପୂର୍ବତନ ନେତା ତଥା ବିଜେପି ମହାସଚିବଙ୍କ ବିବାଦୀୟ ମନ୍ତବ୍ୟ । ମହାସଚିବ ଅନୁପମ ହାଜ୍ରା କହିଛନ୍ତି ଯେ, ଯଦି କରୋନା ଆକ୍ରାନ୍ତ ହେବେ ତା’ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଛନ୍ତି । ପୂର୍ବରୁ ଟିଏମ୍ସି ସାଂସଦ ରହିସାରିଥିବା ହାଜ୍ରା ଦକ୍ଷିଣା ୨୪ ପ୍ରଗଣା ଜିଲ୍ଲାର ବାରୁପୁରରେ ସେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗଦେବାକୁ ଯାଇଥିଲେ । ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଥିଲେ । ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତା ତଥା ଓ କର୍ମୀ କେହି ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ।
ଶ୍ରୀ ହାଜ୍ରା କରୋନା ଅପେକ୍ଷା ମମତାଙ୍କୁ ବଡ଼ ଶତ୍ରୁଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଆମ ଦଳୀୟ କର୍ମୀଙ୍କ କରୋନା ଅପେକ୍ଷା ବଡ଼ ଶତ୍ରୁ ହେଉଛି ମମତା ବାନାର୍ଜୀ । ଯଦି ମୁଁ କରୋନା ସଂକ୍ରମିତ ହୁଏ ତେବେ ମୁଁ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବି । ଉଲ୍ଲେଖ ଥାଉ କି, ବିଜେପି ସଭାପତି ଜେପି ନାଡ୍ଡା ଗତ ଶନିବାର ଦଳର ସାଂଗଠନିକ ପରିବର୍ତ୍ତନ କରିଥିଲେ । ଏହି ନୂଆ ତାଲିକାରେ ଟିଏମ୍ସିର ଦୁଇ ପୂର୍ବତନ ନେତା ମୁକୁଲ ରୟ ଏବଂ ଅନୁପମ ହଜ୍ରାଙ୍କୁ ପଦୋନ୍ନତୀ ମିଳିଛି । ମୁକୁଲ ରୟ ଦଳର ଜାତୀୟ ଉପାଧ୍ୟକ୍ଷ ପଦବୀରେ ଅବସ୍ଥାପତି ହୋଇଥିବା ବେଳେ ଅନୁପମ ହାଜ୍ରା ମହାସଚିବ ପଦବୀରେ ନିଯୁକ୍ତ ରହିଛନ୍ତି ।



