ତାପଙ୍ଗ ପଥରଖଣି ଯିବାକୁ ଜନସାଧାରଣଙ୍କୁ ବାରଣ କଲା ଜିଲ୍ଲାପ୍ରଶାସନ

ଖୋର୍ଦ୍ଧା: ବନ୍ଦ ହେଲା ଖୋର୍ଦ୍ଧା ନିଜିଗଡ଼ର ତାପଙ୍ଗ ପଥରଖଣି । ତାପଙ୍ଗ ସ୍ଥିତ ପଥର ଖଣିକୁ ଯିବା ପାଇଁ  ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲଫି ପଏଣ୍ଟ ପାଲଟିଥିବା ଉକ୍ତ ପଥର ଖଣି ଯିବା  ଉପରେ ସମ୍ପୂଣ୍ଣ  ନିଶେଧାଦେଶ ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି ।

ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ  କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏଠାକୁ  ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ ।

ସୂଚନା ଅନୁସାରେ, ପାହାଡ଼ ବିପଦ ସଂକୁଳ ଅବସ୍ଥାରେ ରହିଛି। ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ମଧ୍ୟ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରାଯାଉଛି । ଏହି ସବୁ ଦୃଷ୍ଟି ସତ୍ୱେ ସେଠାକୁ ବୁଲିବାକୁ ଯିବା, ଫଟୋ ଉଠାଇବା ଉପରେ ପ୍ରଶାସନ ବାରଣ କରିଛି ।

 

Leave a Reply