ଆଇନ୍ ହେବା ପରେ ବି କୃଷି ବିଲକୁ ନେଇ ବିରୋଧ ଜାରି: ଟ୍ରାକ୍ଟରରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

1 min read

ନୂଆଦିଲ୍ଲୀ: ଆଇନ୍ ହେଲାଣି କୃଷି ବିଲ୍, ହେଲେ ଥମିନି ବିରୋଧ । ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରିରହିଛି । କର୍ଣ୍ଣାଟକରେ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ସେପଟେ ଦିଲ୍ଲୀ ରାଜପଥରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଇଣ୍ଡିଆ ଗେଟ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଆଁ ଲଗାଇଥିଲେ । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେପଟେ ଆଇନକୁ ନେଇ ଏନଡିଏର ହାତ ଛାଡୁଛନ୍ତି ସହଯୋଗୀ ଆଉ ବିରୋଧ କରୁଛନ୍ତି ବିରୋଧୀ ଦଳ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ଧାରଣାରେ ବସିବେ । ହରିୟାଣାର ସହଯୋଗୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଆଜି ଅମିତ ଶାହାଙ୍କୁ ଭେଟୁଛନ୍ତି । ସାକ୍ଷାତକାର ବେଳେ ଏନେଇ ଆଲୋଚନା ହୋଇପାରେ । ଦେଶବ୍ୟାପୀ ବିରୋଧ ସତ୍ତ୍ୱେ ଗତକାଲି କେନ୍ଦ୍ର ସରକାରଙ୍କ ତିନୋଟି ଯାକ କୃଷି ବିଲ୍‌ ଉପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ଫଳରେ ତିନିଟି ଯାକ ବିଲ୍‌ ଆଇନରେ ପରିଣତ ହୋଇଛି  । କୃଷି ଉତ୍ପାଦନ ଓ ବାଣିଜ୍ୟ ବିଲ୍, ଚାଷୀଙ୍କ ସୁରକ୍ଷା ଓ ମୂଲ୍ୟ ଆଶ୍ୱାସନା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍‌- ୨୦୨୦କୁ ସଂସଦର ଉଭୟ ଗୃହରେ ବିରୋଧ ସତ୍ତ୍ୱେ ପାରିତ ହୋଇଥିଲା । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ ଜାରି ରହିଛି।

ରାଜ୍ୟ ସଭା ପୂର୍ବରୁ ଲୋକ ସଭାରେ କୃଷି ବିଧେୟକକୁ ବିରୋଧ କରିଥିଲା ବିଜେଡି, ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପେକ୍ଷିତ ହେବେ ବୋଲି କହିଥିଲେ ଅନୁଭବ ମହାନ୍ତି

Leave a Reply