ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା, ଦେଢ ମାସ ପରେ ବାହାରିଲା ମୃତଦେହ

ମୋହନା: ସମାଜରେ ଏବେ ବି ବଞ୍ଚିଛି ଗୁଣି ଗାରେଡି ଉପରେ ବିଶ୍ୱାସ । ଆଉ ଏହି ଅନ୍ଧବିଶ୍ୱାସରେ ଅନ୍ଧ ହେଉଛନ୍ତି ଲୋକେ । ଏମିତି ବିଶ୍ୱାସ କରୁଛନ୍ତି ଯେ, ମଣିଷକୁ ମାରିବାକୁ ବି ପଛଉନାହାଁନ୍ତି । ଏମିତି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କାଣ୍ଡୁଲୁ ଗାଁରେ ।   ଗୁଣି ଗାରେଡି ସନ୍ଦେହରେ ଚାଲିଯାଇଛି ଜଣଙ୍କ ଜୀବନ । ଆଉ ଦେଢ ମାସ ପରେ ବାହାରିଲା ମୃତଦେହ ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୯ ତାରିଖରେ ଗାଁର ଡାଳିମ୍ବ ଗମାଙ୍ଗଙ୍କୁ ଗୁଣିଗାରେଡି ସନ୍ଦେହରେ କାଠରେ ପିଟି ପିଟି ଓ ପରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପରେ ମୃତଦେହକୁ ଗାଁ ନିକଟସ୍ଥ ଏକ ବୁଦାରେ ପୋତି ଦେଇଥିଲେ ହତ୍ୟାକାରୀ।

ଏସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗାଁକୁ ଯାଇ ତଦନ୍ତ କରିଛି। । ଘଟଣାରେ ୪ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ଦେଢ଼ ମାସ ପରେ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହାର ହୋଇ ଥିବା କାଠ, ବନ୍ଧୁକ ଏବଂ ହାଡ କଙ୍କାଳ ଜବତ କରିଛି ପୋଲିସ ।

Leave a Reply