spot_img
Home Blog Page 6409

ପତ୍ନୀଙ୍କ ମୃତ୍ୟୁ ପରେ ଫେସବୁକ ଲାଇଭ କରି ଟ୍ରେନକୁ ଡେଇଁପଡ଼ିଲେ ସ୍ୱାମୀ

0

ନାଗପୁର: ପତ୍ନୀଙ୍କଆତ୍ମହତ୍ୟାରେ ମ୍ରିୟମାଣ ହୋଇପଡ଼ି ଜୀବନ ହାରିଲେ ସ୍ୱାମୀ । ତେବେ ମୃତ୍ୟୁ ପୂର୍ବରୁ ନିଜର ଯନ୍ତ୍ରଣାକୁ ଫେସବୁକ ଲାଇଭରେ ବଖାଣିଛନ୍ତି ସ୍ୱାମୀ । ମହାରାଷ୍ଟ୍ରର ଜଲଗାଓଁରୁ ଏଭଳି ଏକ ଯନ୍ତ୍ରଣାଦାୟକ ଖବର ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗି ପଡି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପ୍ରମୋଦ ସେଠ ବୋଲି ଜଣାପଡିଥିବାବେଳେ ଦୀପାବଳି ପୂର୍ବ ଦିନ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ଉଭୟ ପ୍ରେମ ବିବାହ କରିଥିବାବେଳେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ମଙ୍ଗଳବାର ଦିନ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରମୋଦ ଚଳନ୍ତା ଟ୍ରେନର ଦ୍ୱାରରେ ଠିଆ ହୋଇ ଏକ ଫେସବୁକ ଲାଇଭ ଭିଡିଓ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ କିଭଳି ସେ ଭାଙ୍ଗିପଡିଛନ୍ତି ସେ ବାବଦରେ ଏହି ଲାଇଭ ଭିଡିଓରେ କହିଥିଲେ । ମଙ୍ଗଳବାର ଅପରାହ୍ନରେ ପ୍ରମୋଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଟ୍ରେନରୁ ଡେଇଁପଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତଦେହକୁ ଜବତ କରିବା ପରେ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ପତ୍ନୀ କଣ ପାଇଁ ଆତ୍ମହତ୍ୟା କରିଥିଲେ ସେ ବାବଦରେ କିଛି ଜଣାପଡିନାହିଁ ।

ରାଜ୍ୟରେ ଖସୁଛି ପାରଦ, ରାଜଧାନୀ ସମେତ କିଛି ସ୍ଥାନରେ କୁହୁଡ଼ି ପାଇଁ ଅନ୍ଧାରର ଭ୍ରମ

ଭୁବନେଶ୍ୱର: ରାଜ୍ୟରେ ଖସିବାରେ ଲାଗିଛି ପାରଦ ସେଥିପାଇଁ ଦିନକୁ ଦିନ ବଢ଼ୁଛି ଥଣ୍ଡା । ତେବେ ଥଣ୍ଡା ବଢ଼ିବା କାରଣରୁ ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତର ଦେଖାଯାଇଥିଲା ।

କୁହୁଡ଼ିର ଆସ୍ତରଣ ଅଧିକ ବହଳ କାରଣରୁ ଯାତାୟତ କରିବାରେ ଲୋକେ ବହୁ ଅସୁବିଧାର ସାମ୍ନା କରିଥିଲେ । ସମସ୍ତେ ଗାଡ଼ିରେ ଲାଇଟ ଦେବା ସହ ହର୍ଣ୍ଣ ମାରି ରାସ୍ତାରେ ଯାତାୟତ କରୁଥିଲେ ।

ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଆଜି ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ଟ୍ରେନ୍ ଚଳାଚଳ ଠାରୁ ଆରମ୍ଭ କରି ବିମାନ ଚଳାଚଳରେ ମଧ୍ୟ ବିଳମ୍ଭ ହୋଇଛି ।

ଆଗାମୀ କିଛି ଦିନ ପାଇଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଖରାଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୨୧ ତାରିଖ ବେଳକୁ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆବଶ୍ୟକତା ଠାରୁ ଅଧିକ ଭ୍ୟାକସିନ ବୁକିଂ କଲା ଧନୀ ଦେଶ, WHO କହିଲା ଭ୍ୟାକସିନ ରାଷ୍ଟ୍ରବାଦରୁ କମିବ ନାହିଁ କରୋନା

ନୂଆଦିଲ୍ଲୀ: କରୋନାର ଭ୍ୟାକସିନ ଆସିବା ପୂର୍ବରୁ ବିଶ୍ୱର ସମସ୍ତ ଧନୀ ଧନୀ ଦେଶ ଏହାର ବୁକିଂ କରିବା ଆରମ୍ଭ କରିଦେଇଛନ୍ତି । ଆମେରିକା ଏବଂ ବ୍ରିଟେନ ଭଳି ଦେଶ ପ୍ରତି ବ୍ୟକ୍ତି ପିଛା ପାଞ୍ଚ ପାଞ୍ଚୋଟି ଡୋଜ ପ୍ରି ବୁକିଂ କରି ରଖିଛି । ଏହି ଘଟଣାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କ୍ଷୋଭ ପ୍ରକାଶ କରିଛି । WHOର ନିର୍ଦ୍ଦେଶକ ଡା. ଟେଡ୍ରୋସ ଏଡନେମ ଗେବ୍ରେସସ କହିଛନ୍ତି ଯେ, ଭ୍ୟାକସିନ ଜାତୀୟତା ଏହି ବିଶ୍ୱ ମହାମାରୀକୁ ହ୍ରାସ କରିବ ନାହିଁ ବରଂ ଏହାକୁ ଆହୁରି ବିସ୍ତାର କରିବ।

ସୂଚନା ଅନୁଯାୟୀ ଧନୀ ଦେଶର ଜନସଂଖ୍ୟା ୧୩ ପ୍ରତିଶତ ରହିଛି, କିନ୍ତୁ ଧନୀ ଦେଶ ଗୁଡ଼ିକ ଭ୍ୟାକସିନର ୫୦ ପ୍ରତିଶତ ଅଧିକ ଡୋଜ ପ୍ରି ବୁକିଂ କରିରଖିଛି । ଭ୍ୟାକସିନକୁ ନେଇ ଧନୀ ଦେଶ ମାନଙ୍କର ଏହି ବ୍ୟବହାର ଅନ୍ୟ ଦେଶ ଗୁଡ଼ିକୁ ଭାରୀ ପଡ଼ିପାରେ ।

ବିଜନେସ ଟୁଡେର ଏକ ରିପୋର୍ଟ ମୁତାବକ ଆମେରିକା ୨୪୦୦ ମିଲିୟନ ଡୋଜ, ୟୁରୋପିୟ ସଙ୍ଘ ୨୦୬୫ ମିଲିୟନ ଡୋଜ, ବ୍ରିଟେନ ୩୮୦ ମିଲିୟନ ଡୋଜ, କାନାଡା ୩୩୮ ପ୍ରତିଶତ ଡୋଜ, ଇଣ୍ଡୋନେସିଆ ୩୨୮ ମିଲିୟନ ଡୋଜ, ଚୀନ ୩୦୦ ମିଲିୟନ ଡୋଜ ଏବଂ ଜାପାନ ୨୯୦ ମିଲିୟନ ଡୋଜ ପ୍ରି ବୁକିଂ କରିସାରିଛି । ଅନ୍ୟପଟେ ଦେଶର ଗରୀବ ଦେଶ ଗୁଡ଼ିକ ପାଇଁ ୩୨୦୦ ମିଲିୟନ ଡୋଜ ରହିଛି ।

ବର୍ତ୍ତମାନ କରୋନା ଭ୍ୟାକସିନ ଆସିବାର କୌଣସି ସଠିକ ତାରିଖ ସାମ୍ନାକୁ ଆସିନାହିଁ । କିନ୍ତୁ ଏହାପାଇଁ ବଡ଼ ବଡ଼ ଦେଶ ମାନେ କରୁଥିବା ପ୍ରସ୍ତୁତି ଗରୀବ ଦେଶ ଗୁଡ଼ିକୁ ଭାରି ପଡ଼ିପାରେ । ବିଶ୍ୱର ଯେଉଁ ବଡ଼ ବଡ଼ କମ୍ପାନୀ ଗୁଡ଼ିକ ଭ୍ୟାକସିନ ପ୍ରସ୍ତୁତ କରୁଛନ୍ତି ସେମାନେ ଏହି ଭ୍ୟାକସିନର ପ୍ରାୟ ମୂଲ୍ୟ ସ୍ଥିର କରିସାରିଛନ୍ତି ।

ମର୍ଡନାର ଭ୍ୟାକସିନ ପ୍ରତି ଡୋଜ ୨୮୦୦ ଟଙ୍କା ରହିଛି । ସେହିପରି ଫାଇଜରର ମୂଲ୍ୟ ରହିଛି ୩୦୦୦ ଟଙ୍କା, ଅକ୍ସଫୋର୍ଡର ୨୨୫ ଟଙ୍କା ଏବଂ ସିରମ ଇନଷ୍ଟିଟ୍ୟୁଟର ଭ୍ୟାକସିନ ପ୍ରାୟ ୨୪୦ ଟଙ୍କା ରହିଛି ।

ରାଜ୍ୟରେ ବଢ଼ୁଛି ଗଞ୍ଜେଇ ଚାଲାଣ, ନାଇଟ ପାଟ୍ରୋଲିଂ ସମୟରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ

ଲମତାପୁଟ: ମାଛକୁଣ୍ଡ ପୋଲିସକୁ ମିଳିଛି ପୁଣି ବଡ଼ ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରିଛନ୍ତି ପୋଲିସ । କୋରାପୁଟ SP ମୁକେଶ ଭାମୋ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଏନୁଗୁ  ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ । ଏନେଇ ନନ୍ଦପୁର SDPOଙ୍କୁ ସୂଚନା ଦେଇଥିଲେ । SP ଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗୁନେଇପଡ଼ା ଅଞ୍ଚଳରରେ ରାତ୍ରି ପାଟ୍ରୋଲିଂ କରିଥିଲେ ।

ତେବେ ରାତ୍ରି ପାଟ୍ରୋଲିଂ ସମୟରେ ଏନୁଗୁ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଗୁନେଇ ପଡ଼ା ନିକଟସ୍ଥ ଶିବ ମନ୍ଦିର ଛକରେ ଅଟକାଇଥିଲା ପୋଲିସ । ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ୍‌ । ଟ୍ରକରେ ଗଞ୍ଜେଇ ଭର୍ତି ରହିଥିବା ନେଇ ପୋଲିସ ୨ଜଣକୁ ଅଟକ ରଖି ମାଛକୁଣ୍ଡ ଥାନାକୁ ଆଣିଥିଲେ । ପରେ ଜବତ ଟ୍ରକରୁ ୧୬ଟି ବ୍ୟାଗରୁ ପ୍ରାୟ ୩୨୧କେଜି ୮ଶହ ଗ୍ରାମ  ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।

ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ ନାମକ ୨ଜଣ ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଥିଲା । ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଏନୁଗୁ ଅଞ୍ଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶ  ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିମ ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ଶୀତ ଦିନେ ନିଅନ୍ତୁ ପାଦର ଯତ୍ନ

ଶୀତ ଋତୁର ଆରମ୍ଭରୁ ହିଁ ଅଧିକାଂଶଙ୍କ ପାଦ ଫଟା ସମସ୍ୟା ଦେଖାଦିଏ। ଏଣୁ ଏଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ନିୟମିତ ଭାବେ ପାଦରେ ସକାଳ ଓ ସଞ୍ଜରେ ମଏଶ୍ଚରାଇଜର୍ ଲଗାନ୍ତୁ। ଏହା ପାଦକୁ କୋମଳ ରଖିବା ସହ ପାଦ ଫଟାକୁ କମ୍ କରିଥାଏ ।

  •  ଘରେ ମୋଜା ପିନ୍ଧି ଚଳପ୍ରଚଳ କରନ୍ତୁ। ଏପରି କରିବା ଦ୍ୱାରା ପାଦରେ ଧୂଳିମଳି ନ ଲାଗିବା ସହ ଫଟା ମଧ୍ୟ ହୁଏନାହିଁ।
  • ସପ୍ତାହରେ ଥରୁଟିଏ ଉଷୁମ ପାଣିରେ ପାଦ ବୁଡ଼ାଇ ରଖିବା ଉଚିତ। ,ଏହା ଦ୍ୱାରା ପାଦକୁ ଆରାମ ମିଳିଥାଏ।
  •  ୮ ରୁ ୧୦ ଗିଲାସ ପାଣି ପିଇବା ଦ୍ୱାରା ଶରୀରକୁ ଉତ୍ତମ ପୋଷଣ ମିଳେ, ଯାହା ଦ୍ୱାରା ତ୍ୱଚା ଶୁଷ୍କ ହୁଏନାହିଁ । ପାଣି ଅଭାବରେ ହିଁ ଓଠ, ପାପୁଲି ଓ ପାଦରୁ ଚମ ଛାଡ଼େ ।
  •  ଶୀତଦିନେ ପାଦ ନିମନ୍ତେ ଉଷୁମ ପାଣି ଚିକିତ୍ସା ଖୁବ୍ ଉପକାରୀ । ବିଶେଷଜ୍ଞଙ୍କ ମତରେ ପାଦ ଫାଟି ରକ୍ତ ବାହାରୁଥିଲେ ମଧ୍ୟ ଏଇ ଉପାୟ ଅବଲମ୍ବନ କରିବା ଉଚିତ।

ଭିଜିଲାନ୍ସ ଜାଲରେ ଫସିଲେ ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ, ଏକାଥରକେ ଭୁବନେଶ୍ୱର ସମେତ ୫ଟି ଜାଗାରେ ଚଢ଼ାଉ

ଢ଼େଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଢେଙ୍କାନାଳ ଟାଉନ ପ୍ଲାନିଂ ଅନର୍ଗତ ନିଜ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ହୋଇଚିଏହି ଚଢ଼ାଉ । ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ମିଳିତ ଭାବରେ ଚଢ଼ାଉ କରିଛି । ସକାଳୁ ସକାଳୁ ପୂର୍ବ ପ୍ଲାନ ମୁତାବକ ହୋଇଛି ଚଢ଼ାଉ ।

ପୂର୍ବରୁ ଚନ୍ଦ୍ରମଣି ସାହୁ ଙ୍କ ନାଁ ରେ ଭିଜିଲାନ୍ସ ପାଖରେ ହୋଇଥିଲା ଅଭିଯୋଗ । ତାଙ୍କ ବାସଭବନକୁ ଛାଡ଼ିଦେଲେ ଏକା ସାଙ୍ଗରେ ୫ ଟି ଜାଗାରେ ଟିମ ଚଢ଼ାଉ କରିଥିବା ଜଣାପଡ଼ିଛି । ଢେଙ୍କାନାଳ ଟାଉନ ପ୍ଲାନିଂ ଅନ୍ନର୍ଗତ ନିଜ ବାସ ଭବନ ହାଟ ରୋଡ ଅନ୍ତର୍ଗତ ଶ୍ୱଶୁର ଘର  ତାଳଚେର ଖମାର କାର୍ଯ୍ୟାଳୟ ଓ ନିଜ ପୈତୃକ ଗାଁରେ ଚଢ଼ାଉ ଚାଲିଛି । ସେପଟେ ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରେ ଚାଲିଛି ଚଢ଼ାଉ । ତେବେ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ଆଜି

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି । ବ୍ୟକ୍ତିଗତ ହାଜର ହେବା ପାଇଁ ଓଟିଭି ଏମଡି ଜଗି ପଣ୍ଡାଙ୍କ ସମେତ ପୀଡିତାଙ୍କ ମାଆ, ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି କରିବେ ଆୟୋଗ ଅଧ୍ୟକ୍ଷା । ପୂର୍ବରୁ ବି ଘଟଣାରେ ଓଟିଭି ଏମଡିଙ୍କୁ ପକ୍ଷ ରଖିବାକୁ ନୋଟିସ ପଠାଇଥିଲେ ଆୟୋଗ ଅଧ୍ୟକ୍ଷା । ହେଲେ ନିଜ ପ୍ରତିନିଧିଙ୍କ ମାଧ୍ୟମରେ ପକ୍ଷ ରଖି ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ଜଗି । କିନ୍ତୁ ଏଥିରେ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ତୁଷ୍ଟ ହୋଇନଥିଲେ ।

ମାମଲା ରଦ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସ୍ପଷ୍ଟ କରିଥିଲେ । ମାମଲା ଚାଲିବ କି ରଦ୍ଦ ହେବ, ସେନେଇ କମିଶନଙ୍କୁ ପ୍ରାର୍ଥନା କରାଯାଇପାରିବ । କେହି ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସଫା ସଫା ଶୁଣାଇଥିଲେ କମିଶନ ଅଧ୍ୟକ୍ଷା । ଏନେଇ  ଘଟଣାର ଶୁଣାଣି ପାଇଁ ପୁଣି ଥରେ ଗତ ୧୦ ତାରିଖରେ ଜଗିଙ୍କୁ ନୋଟିସ ଜାରି କରିଥିଲେ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

ସାରୁଅ ଠିକା କର୍ମଚାରୀଙ୍କୁ ମିଳବ କି ନ୍ୟାୟ ? ନା ପୂର୍ବଥର ପରି ଜେରାକୁ ସାମ୍ନା କରିବେ ନାହିଁ ଓଟିଭି କର୍ତ୍ତୃପକ୍ଷ

ଖୋର୍ଦ୍ଧା:୧୮ ଦିନରେ ପହଞ୍ଚିଲା ସାରୁଅ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ୫ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ତୁରନ୍ତ ସେମାନଙ୍କୁ ଉପଯୁକ୍ତ ଦରମାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ସେମାନେ ଦାବି ରଖିଛନ୍ତି । ସେପଟେ ଆଜି ଦିନ ୧୧ଟାରେ ଭୁବନେଶ୍ୱର ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀଙ୍କ ମଧ୍ୟସ୍ଥତାରେ ଓଟିଭି କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ମଧ୍ୟରେ ଆଲୋଚନା ହେବ ।

ଏହି ମାମଲାରେ ଉଭୟ ପକ୍ଷଙ୍କୁ ମିଳିତ ଆଲୋଚନା ପାଇଁ ସାନି ନୋଟିସ ଜାରି କରିଥିଲେ ଡିଭିଜିନାଲ ଲେବର କମିଶନର । ପୂର୍ବରୁ ଗତ ୧୩ ତାରିଖରେ ଉଭୟ ପକ୍ଷଙ୍କୁ ନୋଟିସ ହୋଇଥିଲେ ହେଁ ଆଲୋଚନା ପାଇଁ ନଆସି ଓଟିଭି କର୍ତ୍ତୃପକ୍ଷ ଟାଇମ ପିଟିସନ ଜରିଆରେ ୧୦ ଦିନ ମହଲତ ମାଗିଥିଲେ । ତେବେ ଡିଭିଜିନାଲ ଶ୍ରମ କମିଶନର ଓଟିଭିର ଆବେଦନକୁ ଖାରଜ କରି ସାନି ନୋଟିସ ଜାରି କରିଛନ୍ତି ।

ଦୁବାଇର ଏହି ହୋଟେଲରେ ହନିମୁନ ମନାଉଛନ୍ତି ନେହୁପ୍ରୀତ… ଦିନକ ଲାଗି ଦେଉଛନ୍ତି ଲକ୍ଷେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ବିବାହ ପରେ ହନିମୁନ ପାଇଁ ଦୁବାଇରେ ପହଞ୍ଚିଛନ୍ତି । ନେହା ସୋସିଆଲ ମିଡିଆରେ ହନିମୁନ୍ ଫଟୋ ସେୟାର କରୁଛନ୍ତି। ଆଉ ତାଙ୍କ ଫଟୋରେ ଟ୍ୟାଗ୍ ହୋଇଥିବା ସ୍ଥାନ ହେଉଛି ଦୁବାଇର ଆଟଲାଣ୍ଟିସ୍ ଦି ପାମ । ଯେଉଁଠାରେ ଦିନକ ପିଛା ରହିବା ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଖବର ଅନୁଯାୟୀ, ଦି ପାମରେ ଦୁଇ ଜଣ ଦିନେ ରହିବା ପାଇଁ ସର୍ବନିମ୍ନ ମୂଲ୍ୟ ହେଉଛି ୨୬ ହଜାର ୮୩୪ ଟଙ୍କା ।

ଆଉ ସର୍ବାଧିକ ସୁଟର ମୂଲ୍ୟ ୩ ଲକ୍ଷ ୨୧ ହଜାର ୪ ଶହ ୧୪ ଟଙ୍କା ରହିଛି | ଅବଶିଷ୍ଟ ସୁଟ୍ ଗୁଡିକର ମୂଲ୍ୟ ଦିନ ପିଛା ୬୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ନେହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଏହା ଜଣାପଡିଛି ଯେ ସେମାନେ ଦୁହେଁ ରେଗାଲ୍ ସୁଟ୍ କ୍ଲବରେ ରହିଛନ୍ତି। ଆଟଲାଣ୍ଟିସର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ରେଗାଲ୍ ସୁଟ୍ ରୁମରେ ଗୋଟିଏ ରାତି ରହିବାର ମୂଲ୍ୟ ୭୨ ହଜାର ୪୦୩ ଟଙ୍କା ରହିଛି |

ଯଦି ଆପଣ ଏଠାରେ ଖାଦ୍ୟ ଖାଇବେ ତେବେ ମୂଲ୍ୟ ୧ ଲକ୍ଷ ୧ ହଜାର ୮୧୩ ଟଙ୍କା ହୋଇଥାଏ | ଆଉ ଏହି ପୋଷ୍ଟ ମୁତାବକ ନେହା ଦିନକ ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି | ସୂଚନା ଥାଉ କି ନେହା ବିଳାସପୂର୍ଣ୍ଣ ହୋଟେଲ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟବସ୍ଥାର ଫଟୋ ମଧ୍ୟ ସେୟାର କରିଥିଲେ | ନେହା କକ୍କର ଏବଂ ରୋହନପ୍ରୀତ ସିଂ ୨୪ ଅକ୍ଟୋବରରେ ବିବାହ କରିଥିଲେ।

#LekhashreeShutUp ଭରି ଉଠିଲା ଟୁଇଟର, ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ପାଇଁ ଲେଖାଶ୍ରୀଙ୍କୁ ଚାରିଆଡେ ନିନ୍ଦା

ଭୁବନେଶ୍ୱର : #LekhashreeShutUp(ଲେଖାଶ୍ରୀ ସର୍ଟଅପ),  (#BoycottLekhaବୟକଟ୍ ଲେଖା)ଶ୍ରୀ ଏମିତି ହ୍ୟାସ ଟ୍ୟାଗଥିବା କେତେ ଶବ୍ଦ । ଟ୍ରେଣ୍ଡ କରୁଥିଲା ଟୁଇଟରରେ । ରାଜନେତା, ଅଭିନେତା,ବୁଦ୍ଧିଜୀବୀ, ସଚେତନ ଯୁବବର୍ଗ ସମସ୍ତେ ଏହି ହାସଟ୍ୟାଗ୍ ଦେଇ କରୁଥାଆନ୍ତି ପୋଷ୍ଟ । କରିବେନି ବା କେମିତି । ଏ ଜାତିର ପରିଚୟ ଶ୍ରୀଜଗନ୍ନାଥ, ତାହାରି ପୁଣ୍ୟଧାମ ନୀଳାଚଳ । ଆମ ସମସ୍ତଙ୍କ ପ୍ରିୟ ପୁରୀ । କେତେ କିଏ ଛୁଟି ଆସନ୍ତି କାଳିଆବଦନ ଦର୍ଶନ କରିବାକୁ । ମହୋଦଧିରେ ସ୍ନାନ କରି ପୁଣ୍ୟ ଟିକେ ସାଉଁଟିବାକୁ  । ପୁରୀକୁ ବାଦ୍ ଦିଅ ସାକ୍ଷୀଗୋପାଳ ସାକ୍ଷୀଗୋପିନାଥ, ସ୍ଥାନୀୟ ଜିଲାରେ ଥିବା ସାଲବେଗ ଭୂମି, ମାଣିକ ପାଟଣା ଇତ୍ୟାଦି ଅଞ୍ଚଳ ପାଇଁ ଆମର ପ୍ରସିଦ୍ଧି  ରହିଛି । ଏହା ପାଇଁ କେତେ ପୋଥି କେତେ ପୁରାଣ ଲେଖା ସରିଛି ।

https://twitter.com/anjalipanigrhi/status/1328591281434537989?s=20

କେତେ ଡିଗ୍ରୀଧାରୀ, କେତେ ଗବେଷଣା ସରିଛି । ହେଲେ ଆମ ପୁରୀକୁ କୁଆଡେ କେହି ଚିହ୍ନି ନ ଥିଲେ ।

https://twitter.com/nirajmishra100/status/1328624161875378177?s=20

ଟିଭିରେ ବିତଣ୍ଡା ଯୁକ୍ତି କରି ରାଉରାଉ ହେଉଥିବା ଜଣେ ରାଜନେତା କୁଆଡେ ଶ୍ରୀକ୍ଷେତ୍ରରେ ଭୋଟ ଲଢି ନ ଥିଲେ । କେହି କୁଆଡେ ଆମକୁ ଚିହ୍ନି ନ ଥାନ୍ତେ । ଏକଥା କୌଣସି ମଦ୍ୟପ,ଅପାଠୁଆ ବ୍ୟକ୍ତି କହିନାହାନ୍ତି । କହିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ନେତ୍ରୀ ।

https://twitter.com/prachijain30/status/1328608227626524674?s=20

ହଁ ବିଜେପିର ମୁଖପାତ୍ର ଏବଂ ଦଳୀୟ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ଲେଖାଶ୍ରୀ ସାମନ୍ତସିଂହାର । ଯାହାଙ୍କ ବକ୍ତବ୍ୟକୁ ନେଇ ଟୁଇଟର ହୋଇଥିଲା ଟ୍ରେଣ୍ଡ । ଏମିତି କିଛି ଚର୍ଚ୍ଚିତ ଟୁଇଟ୍ ନିମ୍ନରେ ପ୍ରଦାନ କରାଗଲା ।

https://twitter.com/BasudevParaman4/status/1328609019204935682?s=20