ଆକାଶଙ୍କ ପରେ ବିଧାୟକ ପ୍ରଦୀପଙ୍କ ରିମାଣ୍ଡ ଡେ-ଟୁ, ଖୋଲୁଛି ପି-ସିଣ୍ଡିକେଟ ଗୁମର କଥା

1 min read
Pathak’s Disproportionate Assets Case, Pradeep Panigrahi Boarded In Charter Flight

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡର ଡେ- ଟୁ । ଗତକାଲି ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍ । ପ୍ରଥମ ଦିନରେ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମୁହାଁମୁହିଁ ଜେରା କରିଛି ତଦନ୍ତକାରୀ ଟିମ୍ । ଦୁଇଦିନିଆ ଜେରାରେ ସତ ଓଗାଳିବ କ୍ରାଇମବ୍ରାଞ୍ଚ । ଜେରା ବେଳେ ସାମ୍ନାକୁ ଆସିପାରେ ପ୍ରଦୀପଙ୍କ ସହଯୋଗୀଙ୍କ ଭୂମିକା । ଖୋଲିପାରେ ବେଆଇନ ଆର୍ଥିକ କାରବାର ଲିଙ୍କ । ଜୁନିୟର ପାଠକଙ୍କୁ କିପରି ଠକେଇର ପାଠ ପଢାଉଥିଲେ ପ୍ରଦୀପ ? ପଦାକୁ ଆସିବ ପାଠକ-ପ୍ରଦୀପ ଠକେଇ ସ୍କିମର ଅସଲ ମୁଖା ।

ଫେକ୍ ଜବ୍ ରାକେଟରେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓ ପରି କେତେ ଜଣ ଅଛନ୍ତି ମିଡିଲ ମ୍ୟାନ ? ପ୍ରଦୀପଙ୍କ ଭାଇ, ଶଳା, ଭଣଜା ଓ ସହଯୋଗୀଙ୍କ ଭୂମିକା କଣ ଥିଲା ? ଲକଡାଉନ ସମୟରେ ଆକାଉଣ୍ଟକୁ ପ୍ରାୟ ୨ କୋଟି ୪୦ ଲକ୍ଷ କେଉଁଠୁ ଆସିଲା ? ଏହି ଟଙ୍କା ଆୟର ଉତ୍ସ କଣ ? ଆକାଶଙ୍କ ଆକାଉଣ୍ଟକୁ ପ୍ରଦୀପ କାହିଁକି ୫୦ ଲକ୍ଷ ଟଙ୍କା ଦେଇଥିଲେ? ଠକେଇ ସ୍କିମରେ କେତେ ଜଣ ବୋର୍ଡ ମେମ୍ବର ଥିଲେ ? ୬୮ ଜଣ ବାଦ ଆଉ କେତେ ଜଣଙ୍କୁ ଠକିଛି ? କ୍ରାଇମବ୍ରାଞ୍ଚ ତିଆରି କରି ରଖିଛି ଏପରି ପୁଳା ପୁଳା ପ୍ରଶ୍ନ । ଏବେ ଏସବୁର ଡିଟେଲ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ।

Leave a Reply