ଭିଜିଲାନ୍ସ ଜାଲରେ ପୁଣି କୋଟିପତି ଶିକ୍ଷକ, ଏକା ସାଙ୍ଗରେ ୪ଟି ସ୍ଥାନରେ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ସରକାରୀ କର୍ମଚାରୀ । କୋଟି କୋଟି ଟଙ୍କାର କଳା ଧନକୁ ଅକ୍ତିଆର କରୁଛି ଭିଜିଲାନ୍ସ । ଗତକାଲି ଦୁଇଜଣ ଶିକ୍ଷକ ଭିଜିଲାନ୍ସର ପଞ୍ଝାରେ ପଡ଼ିଥିଲେ । ଆଉ ଆଜି ଆଉଜଣେ ଶିକ୍ଷକ ମହାସୟ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍‌ । ବରଗଡ଼ ଗଣ୍ଠିଆପାଲି ଉଚ୍ଚ ବିଦ୍ୟାଳୟରେ ଇଂଚାର୍ଜ ପ୍ରଧାନ ଶିକ୍ଷକଙ୍କ ଘରେ ହୋଇଛି ରେଡ଼ । ଇଂଚାର୍ଜରେ ଥିବା ପ୍ରଧାନ ଶିକ୍ଷକଙ୍କର ନାମ ହେଉଛି ପ୍ରମୋଦ ପାଣିଗ୍ରାହୀ ।

ତେବେ ତିଳେଇମାଲ, ଆଗଲପୁର, ଓ ସୋନପୁର ଜିଲ୍ଲା ଡୁଙ୍ଗୁରିପାଳି ଇତ୍ୟାଦି ସ୍ଥାନରେ ଥିବା ଘରେ ସୋନପୁର ଭିଜିଲାନ୍ସ ୟୁନିଟ ସମେତ ୪ ଟି  ଟିମ ମିଳିତର ଭାବରେ ଚଢ଼ାଉ ଜାରି ରହିଛି । ମାସିକ ବେତନ ୩୦ରୁ ୪୦ ହଜାର ପାଉଥିବା ଶିକ୍ଷକ ପୁଳା ପୁଳା ଟଙ୍କା କେମିତି ରୋଜଗାର କରୁଛନ୍ତି ସେ ନେଇ ତନାଘନା ଜାରି ରହିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଟିମ । ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢାଉ । ବରଗଡ ଜିଲ୍ଲା ବରପାଲି ସମେତ ବଲାଙ୍ଗିର ଜିଲ୍ଲା ଆଗଲପୁର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ତିଲେଇମାଲରେ ଚଢାଉ । ନଗଦ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଠାବ ହୋଇଥିବା ସୂଚନା ।

Leave a Reply