spot_img
Home Blog Page 6407

୬ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ବିଜେପି-ଟିଏମସି ଆରମ୍ଭ କଲେଣି ପ୍ରସ୍ତୁତି

କୋଲକତା : ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ । ଆଉ ୬ ମାସ ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦୀର୍ଘ ୧୦ ବର୍ଷ ହେବ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ(ଟିଏମସି) ଏଠାରେ ଶାସନ କରୁଛି । ଏହା ପୂର୍ବରୁ ୩୪ ବର୍ଷ ବାମ ମେଣ୍ଟ ସେଠାରେ ଶାସନ କରିଥିଲା । ହେଲେ ଏହି ସମୟରେ ଗଙ୍ଗା ନଦୀରେ ଅନେକ ପାଣି ବୋହିଗଲାଣି । ଦଶନ୍ଧି ପୂର୍ବରୁ ଯେଉଁ ରାଜନୈତିକ ସ୍ଥିତି ରହିଥିଲା । ତାହା ଆଉ ନାହିଁ । ସେଠାରେ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ।

ଏକଦା ସେଠାରେ ଆସ୍ଥାନ ଜମାଇବା ପାଇଁ ବାଟ ଖୋଜୁଥିବା ବିଜେପି ଗତ ଲୋକସଭାରେ ୧୮ଟି ଆସନ ଜିତି ପତିଆରା ଜାହିର କରିଛି । ବାମ ମେଣ୍ଟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ କୌଣସି ମତେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । କହିବାକୁ ଗଲେ ଟିଏମସି ହାତରୁ ପଶ୍ଚିମବଙ୍ଗ କୌଣସିମତେ ଛଡାଇବାକୁ ବିଜେପି ପ୍ରାଣପ୍ରଣେ ଉଦ୍ୟମ କରୁଛି । ଟିଏମସି ମଧ୍ୟ କୌଣସି ମତେ ନିଜ ବିଜୟର ଧାରା ବଞ୍ଚାଇବାକୁ ଚାହୁଁଛି । ତେଣୁ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ରାଜନୈତିକ ବର୍ଗର ନଜର ରହିବ ।

ଆଜି ବିଜେପି ନିର୍ବାଚନ ରଣନୀତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ସାରା ରାଜ୍ୟକୁ ୫ଟି ସାଙ୍ଗଠନିକ ଭାଗ ଭାବେ ବିଭକ୍ତ କରାଯାଇଛି । ଏହାର ଅଧ୍ୟକ୍ଷ ଭାବେ ଜଣେ ଜଣେ ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ତ୍ରିପୁରାରେ ବିଜେପି ବିଜୟ ପାଇଁ ମୁଖ୍ୟ ଭୂମିକା ସୁନୀଲ ଦେଓଧର ସଙ୍ଗଠନ କାର୍ଯ୍ୟ କରୁଛନ୍ତି । ସେହିଭଳି କୈଳାସ ବିଜୟବର୍ଗୀୟ, ଅରବିନ୍ଦ ମେନନ ପ୍ରମୁଖ ସାଙ୍ଗଠନିକ କାର୍ଯ୍ୟ କରୁଛନ୍ତି ।

ଅପରପକ୍ଷରେ ଟିଏମସି ନିଜର ସାଙ୍ଗଠନିକ କାର୍ଯ୍ୟ ସହ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇଛି । କେତେକ ନେତା ତୃଣମୂଳ କଂଗ୍ରେସ ମଧ୍ୟରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରହିଛି । ଏମିତି କି କେତେକ ନେତା ପ୍ରଶାନ୍ତ କିଶୋରଙ୍କ ଭୂମିକା ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଟିଏମସିର ଶୀର୍ଷ ନେତୃତ୍ୱର ନିକଟତମ ବ୍ୟକ୍ତିବିଶେଷ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏଥିରେ ସାମିଲ ବୋଲି ଶୁଣିବାକୁ ମିଳିଛି । ନିକଟ ଅତୀତରେ ତାଙ୍କୁ ମନାଇବା ପାଇଁ ପ୍ରଶାନ୍ତ କିଶୋର ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ମନ୍ତ୍ରୀଙ୍କ ସହଯୋଗରେ ପି.କେ ଭେଟିଥିବା କୁହାଯାଇଛି । ଟିଏମସି ବିଧାୟକ ନିୟାମତ ଶେଖଙ୍କ କହିବାନୁଯାୟୀ, ପିକେ କଣ ଆମକୁ ରାଜନୀତି ଶିଖାଇବେ । ଆଇ ପ୍ୟାକ୍ ନାମକ ଜଣେ ସଂସ୍ଥା ଆମକୁ ନିର୍ଦ୍ଦେଶ ଦେବ । ଏହା ତାଙ୍କୁ ବ୍ୟଥିତ କରିଛି ବୋଲି ଶେଖ କହିଛନ୍ତି । ସେହିପରି ମିହିର ଗୋସ୍ୱାମୀ ଅସନ୍ତୋଷ ବ୍ୟକ୍ତି କରିବା ସବ ବିଭିନ୍ନ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସିର ଏହି ଆଭିମୁଖ୍ୟକୁ ନେଇ ଭାଜପା ଦିଲ୍ଲୀପ ଘୋଷ କହିଛନ୍ତି ଯେ, ଦଳ ଚଳାଇବା ପାଇଁ ଭାଜପା କାର୍ଯ୍ୟକର୍ତ୍ତା ଅଛନ୍ତି । କାହାକୁ ଭଡା ଆଣିବାକୁ ପଡେ ନାହିଁ ।

 

 

ସର୍ବଦଳୀୟ ବୈଠକ ଶେଷ, ଶୀତ ଅଧିବେଶନରେ ପ୍ରଶ୍ନକାଳ ବାତିଲ

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ଶେଷ । ବୈଠକରେ ପ୍ରଶ୍ନକାଳକୁ ବାତିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଯାହାକୁ ବିରୋଧୀ ଦଳ ନାପସନ୍ଦ କରିଛନ୍ତି ।  ବୈଠକ ପରେ ବାଚସ୍ପତି ତାଙ୍କ ପ୍ରତିକ୍ରିୟାରେ ଶୀତ ଅଧିବେଶନକୁ ନେଇ ସବିଶେଷ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ,  କୋଭିଡ ଗାଇଡ଼ଲାଇନ ଅନୁସାରେ ଏଥର ବିଧାନସଭା ଚାଲିବ । ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା । କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ । ୨୦ ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି । ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରହିପାରିବେ ।

ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷପେ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ ମଧ୍ୟ ପ୍ରଶ୍ନକାଳ ବାତିଲ କୁ ଆମେ ବିରୋଧ କରିଛନ୍ତି । ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର, ଧାନ କିନାରେ ଅବ୍ୟବସ୍ଥା ପ୍ରସଙ୍ଗ ବିଜେପି ଉଠାଇବ ବୋଲି ସେ କହିଛନ୍ତି ।

BMC କର୍ମଚାରୀ ବିକୁଥିଲେ ବ୍ରାଉନସୁଗାର, ଛଦ୍ମବେଶରେ ମାଡ଼ିବସିଲା ପୋଲିସ

ଭୁବନେଶ୍ୱର: ବ୍ରାଉନସୁଗାର କାରବାର ରେ BMC କର୍ମଚାରୀ । ୭ ଗ୍ରାମ ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ । ୪୦ ଗ୍ରାମ ସୁନା ଗହଣା  ଓ ନଗଦ ୪୨ ହଜାର ଟଙ୍କା ଜବତ ହୋଇଛି । ବ୍ୟକ୍ତି ଜଣକ ବିଏମ୍‌ସିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲିପ ବେହେରା ।

ବିକ୍ରି ବେଳେ ରେଡ୍‌ ହ୍ୟାଣ୍ଡରେ ଧରିଲା ଲିଙ୍ଗରାଜ ଥାନା ପୋଲିସ । କ୍ୟାପିଟାଲ ହସ୍ପିଟାଲ ପାଖରେ ଔଷଧ ବିକ୍ରି କରୁଥିବା ବେଳେ ଧରିଲା ପୋଲିସ । ରେଡ୍‌ ହ୍ୟାଣ୍ଡରେ ଧରିଛି ପୋଲିସ । ୭ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଗୋଟିଏ ସୁନା ଚେନ, ୫ଟି ମୁଦି, ୫ଟି ମୋବାଇଲ ଏବଂ ଗୋଟିଏ ସ୍କୁଟିକୁ ଜବତ କରିଛି ପୋଲିସ । ତେବେ ବ୍ୟକ୍ତି ଜଣକ ବିଏମ୍‌ସି ହସ୍ପିଟାଲର ଆଖପାଖ ଅଞ୍ଚଳରେ କୋଡଓ୍ୱାଡରେ ବିକୁଥିଲେ । ତେବେ ପୋଲିସ ଛଦ୍ମ ବେଶରେ ଯାଇ ବ୍ରାଉନସୁଗାର କିଣିବା ବେଳେ ଧରିଥିଲା ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା : ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସେମ୍ବର ୧୬ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ ସତ୍ୟପାଠ ଦାଖଲ କର । ଏନେଇ ହାଇକୋର୍ଟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ଭିଡିଓ କନଫରେନ୍‌ସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜି ଅଭୟ। ଡିଜିପିଙ୍କ ପକ୍ଷରୁ ଘଟଣା ନେଇ ଅପଡେଟ୍ ରିପୋର୍ଟ ଦାଖଲ କରାଯାଇଛି । ଡିସେମ୍ୱର ୧୬ ସୁଦ୍ଧା ଘଟଣାର ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ୱର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଦୁଷ୍କର୍ମ ଘଟଣା ଘଟିଥିଲା । ୪ଜଣ ଓଟିଭି କର୍ମଚାରୀଙ୍କ ସହ ପୋଲିସ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମା । ଘଟଣା ଗଣମାଧ୍ୟମକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଥିଲେ । ପୋଲିସ ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠନ କରିଥିଲା ।  ଏବେ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ହାତରେ ରହିଛି । ସେପଟେ ଶିଶୁ ସୁରକ୍ଷା ଆୟୋଗ ଓ ମହିଳା କମିଶନ ମଧ୍ୟ ଘଟଣାର ବିଭିନ୍ନ ଦିଗ ନେଇ ପକ୍ଷଭୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।

ଚୀନର ଅନଲାଇନ ରିପୋର୍ଟକୁ ଭାରତର ଖଣ୍ଡନ… ପୂର୍ବ ଲଦାଖରେ ପିଏଲଏର ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା ଦାବି

ନୂଆଦିଲ୍ଲୀ: ଚୀନର ଅନଲାଇନ ମିଡିଆର ରିପୋର୍ଟକୁ ଖଣ୍ଡନ କଲା ଭାରତୀୟ ସେନା । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହେଉଥିବା ସଂଘର୍ଷରେ ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଭାରତୀୟ ସେନା ଖଣ୍ଡନ କରିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମି ଭାରତୀୟ ଜବାନଙ୍କୁ ଟାର୍ଗେଟ କରିବା ପାଇଁ ମାଇକ୍ରୋ ୱେଭ ଅସ୍ତ୍ର ବା ଲେଜର ଗନ୍ ବ୍ୟବହାର କରୁନାହିଁ ବୋଲି ଜଣାପଡିଛି ।

ଚୀନ ପକ୍ଷରୁ ଏହି ଫେକ ନ୍ୟୁଜକୁ ପ୍ରସାରଣ କରାଯାଉଥିଲା । ବେଜିଂର ଜଣେ ପ୍ରଫେସର ଏନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ । ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ରରେ ଆକ୍ରମଣ କରିବା ପରେ ଭାରତୀୟ ସେନା ପଛଘୁଂଚା ଦେଇଛନ୍ତି ବୋଲି ଖବର ପ୍ରସାରଣ କରାଯାଇଥିଲା । ସେପଟେ ଏବେ ବି ଉଭୟ ସେନା ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ଅଛନ୍ତି ।

ବାରମ୍ବାର ଆଲୋଚନା ପରେ ମଧ୍ୟ ସୀମାରୁ ହଟିବା ନେଇ କୌଣସି ପର୍ଯ୍ୟାୟ ଆରମ୍ଭ ହୋଇନାହିଁ । ଚୀନ ସେନା ପକ୍ଷରୁ ବାରମ୍ବାର ଫେକ ନ୍ୟୁଜ ପ୍ରସାରଣ କରାଯାଇ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଜଣାପଡିଛି ।

ସନ୍ତାନର ପିତୃତ୍ୱକୁ ନେଇ ସନ୍ଦେହ ଥିଲେ ହୋଇପାରିବ ଡିଏନଏ ଟେଷ୍ଟ୍: ଆଲାହାବାଦ ହାଇକୋର୍ଟ

ଆହ୍ଲାବାଦ: ସ୍ତ୍ରୀ ଧୋକା ଦେଉଥିଲେ ସ୍ୱାମୀ ନିଜ ସ୍ତ୍ରୀଙ୍କର କରିପାରିବ ଡିଏନଏ ଟେଷ୍ଟ । ଛୁଆର ବାପା କିଏ ତାକୁ ନେଇ ସନ୍ଦେହ ହେଉଥିଲେ ଡିଏନଏ ଟେଷ୍ଟ ସବୁଠୁ ସୁରକ୍ଷିତ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଶୁଣାଇଛନ୍ତି । ପ୍ରୟାଗରାଜରେ ଛାଡପତ୍ର ଦେଇସାରିଥିବା ଏକ ଦମ୍ପତ୍ତିଙ୍କର ମାମଲା ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି ।

ଏଥିସହ ଛାଡପତ୍ର ଦେବା ପାଇଁ ଆବେଦନକାରୀ ପତ୍ନୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ଯେଉଁ ଆବେଦନ କରିଥିଲେ ତାକୁ ନେଇ କୋର୍ଟ ନିଷ୍ପତ୍ତି ଶୁଣାଇପାରିବେ ନା ନାହିଁ ତାକୁ ନେଇ ମଧ୍ୟ ଶୁଣାଣି ହୋଇଛି । ୨୦୧୩ ଜାନୁଆରୀରୁ ଆବେଦନକାରୀ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ୨୦୧୬ରେ ତାଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ ।

ପରେ ମହିଳା ଜଣକଙ୍କ ଶିଶୁର ବାପା ଆବେଦନକାରୀଙ୍କୁ ଦର୍ଶାଇଥିଲେ । କିନ୍ତୁ ଆବେଦନକାରୀ ଏହାକୁ ମନା କରିବା ସହ ଡିଏନଏ ଟେଷ୍ଟ କରିବା ପାଇଁ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ପ୍ରଥମେ ଫ୍ୟାମିଲି କୋର୍ଟରେ ଡିଏନଏ ଟେଷ୍ଟ କରିବା ପାଇଁ ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ । ପରେ ଆହ୍ଲାବାଦ ହାଇକୋର୍ଟରେ ଏନେଇ ମାମଲା ରୁଜୁ ହୋଇଥିଲା ।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ଖୁସବୁ….

ଚାନ୍ନାଇ:  ଦୁର୍ଘଟଣାର ଶୀକାର ହୋଇଛନ୍ତି ଅଭିନେତ୍ରୀ ଏବଂ ରାଜନେତା ଖୁସବୁ । ନିକଟରେ ଚେନ୍ନାଇରୁ କୁଡାଲୋର ଯିବା ରସ୍ତାରେ ଏକ ମାଲବାହୀ ଟ୍ରକ୍‌ପଛରୁ ଧକ୍କା ଦେବା ଫଳରେ ଖୁସୁବଙ୍କ କାରର କୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଆଘାତ ପହଞ୍ଚିନାହିଁ । ତେବେ ତାଙ୍କ ଦଳ ଦ୍ୱାରା ଆୟୋଜିତ ହୋଇଥିବା ସଭାରେ ପହଞ୍ଚିବାରେ ତାଙ୍କର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ଦୁର୍ଘଟଣାକୁ ନେଇ ଉଚିତ୍‌ତଦନ୍ତ ହେବ ବୋଲି ସେ ବିଶ୍ୱାସ ରଖିଛନ୍ତି ।

ମେଲବରବଥୁରଠାରେ ହୋଇଥିବାଦୁର୍ଘଟଣା ବିଷୟରେ ଖୁସବୁ ନିଜେ ସୋସିଅଲ ମିଡିଆରେ ସୂଚନା ଦେଇଛନ୍ତି । ତେବେ ଉକ୍ତ ମାଲବାହୀ ଗାଡ଼ି ରାସ୍ତାର ନିୟମକୁ ଭାଙ୍ଗି ଦୁର୍ଘଟଣା ଘଟାଇ ଥିବାରୁ ଏହାକୁ ନେଇ ଡ୍ରାଇଭରକୁ ପଚରାଉଚରା କରୁଛି ପୋଲିସ ।

ସୂଚନାଯୋଗ୍ୟ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ଅନାଥେରେ ଖୁସବୁ ଅଭିନୟ କରିଛନ୍ତି । କିନ୍ତୁ କରୋନା ମହାମାରୀ ଯୋଗୁଁ ପରିସ୍ଥିତିକୁ ନଜରରେ ରଖି ସିନେମାର ରିଲିଜ ତାରିଖ ଧାର୍ଯ୍ୟ ହୋଇପାରିନାହିଁ ।

ମାଛ ରାନ୍ଧି ନପାରିବାରୁ ବଧୂହତ୍ୟା, ମାର୍ଚ୍ଚ ମାସରେ ହୋଇଥିବା ବାହାଘର

ବିହାର: ସାମାନ୍ୟ ମାଛ ରାନ୍ଧିନଜାଣିବାରୁ ବୋହୂକୁ ହତ୍ୟା କରି ପୋଖରିରେ ଭିଙ୍ଗିଦେଲେ ଶାଶୁଘର ଲୋକ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ସୁପୌଲ ଅଞ୍ଚଳରେ । ବୋହୂକୁ ହତ୍ୟା କରିବା ପରେ ମହିଳାଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଗାଁ ପାଖରେ ଥିବା ଏକ କେନାଲରେ ଫିଙ୍ଗିଦେଇଥିଲେ । ବାପଘର ଲୋକଙ୍କୁ ଯେତେବେଳେ ଝିଅ ବିଷୟରେ କିଛି ସୂଚନା ମିଳିଲା ନାହିଁ, ସେତେବେଳେ ସେମାନେ ଥାନାରେ ଏତଲା ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମତେ ପୋଲିସ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ଅଭିଯୁକ୍ତ ସ୍ୱାମୀ ଏବଂ ଅନ୍ୟ ଶାଶୁଘର ଲୋକଙ୍କ ବିରୋଧରେ ଏତଲା ଦାଖଲ କରିଛି ।

କୋଶୀ ନଦୀରେ ମିଳିଥିଲା ମୃତଦେହ

ରତନପୁରା ଥାନା ଢାଣ୍ଡା ଗାଁରରୁ କୋଶୀ ନଦୀର ପୂର୍ବତଟ୍ଟରୁ ଦୁଇ ଦିନ ପୂର୍ବେ ବସ୍ତାରେ ଭର୍ତ୍ତି ଏକ ମହିଲାଙ୍କ ମୃତ ଦେହ ମିଳିଥିଲା । ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ମହିଳାଙ୍କ ପରିଚୟ ମିଳିପାରିଥିଲା । ଏବଂ ମହିଳାଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦା ଉଠିଥିଲା ।

ସୂଚନା ଅନୁଯାୟୀ ପୋଲିସର ଛାନବିନ ପରେ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ମୋଟିୟାରୀ ନିବାସୀ ବିଷ୍ଣୁଦେବ ପାସୱାନଙ୍କ ଝିଅ ସୁନିଲା ଦେବୀ ଅଚନ୍ତି । ୨୦୨୦ ରେ ଝିଅର ବାହଘର ସାତନପଟ୍ଟୀ ପଞ୍ଚାୟତର ଢ଼ାଣ୍ଡା ଗାଁ ନିବାସୀ ଅମଲେଶ ପାସୱାନଙ୍କ ପୁଅ ଶେୱେଶ ପାସୱାନଙ୍କ ସହ ହୋଇଥିଲା ।

ଦିପାବଳୀ ପରେ ଯେତେବେଳେ ବାପଘର ଲୋକ ଝିଅକୁ ଦେଖା କରିବା ପାଇଁ ଆସିଥିଲେ, ସେତେବେଳେ ଝିଅକୁ ଧରେ ନପାଇଁ ଅନେକ ପ୍ରଶ୍ନ କରିଥିଲେ । କିନ୍ତୁ ଶାଶୂଘର ଲୋକ ତାଙ୍କୁ ବୁଲେଇ ବଙ୍କେଇ ମିଛ କଥା କହିଥିଲେ । ଏହାପରେ ବାପଘର ଲୋକ ରତନପୁର ଥାନାରେ ସୁନିଲା ଦେବୀଙ୍କ ନିଖୋଜ ହେବାର ଏତଲା ଦେଇଥିଲେ ।

ସ୍ୱାମୀ ଏବଂ ଶ୍ୱଶୂର ଗିରଫ

Person in handcuffs

ମୃତ ମହିଳାଙ୍କ ସ୍ୱାମୀ ଶେୱେଶ କୁମାର ଏବଂ ଶ୍ୱଶୂର ଅମରେଶ ପାସୱାନଙ୍କୁ ଅନେକ ଖୋଜାଖୋଜି ପରେ ରତନପୁରା କ୍ଷେତ୍ରରୁ ଗିରଫ କରାଗଲା । ପଚରାଉଚରା ପରେ ସ୍ତ୍ରୀକୁ ହତ୍ୟା କରିଥିବା କଥାକୁ ସ୍ୱୀକାର କରିଥିଲା ସ୍ୱା ଶେୱେଶ । ତେବେ ହତ୍ୟାର କାରଣ ପଚରାଯିବାରୁ, ଶେୱେଶ କହିଥିଲେ ଯେ, ସୁନୀତା ମାଛ ରାନ୍ଧିନପାରିବାକୁ କଳହ ଆରମ୍ଭ ହୋଇଥିଲା । ବିବାଦ ବଢ଼ିଲା ଏବଂ ସ୍ୱାମୀ ସହ ସୁନୀଲା ଯୁକ୍ତି କରିବାରୁ ଉତ୍ୟକ୍ତ ହୋଇ ତାକୁ ହତ୍ୟା କରିଥିଲା । ଏହି ଘଟଣଆରେ ଶେୱେଶଙ୍କ ମାଆ ଏବଂ ବାପା ମଧ୍ୟ ସହଯୋଗ କରିଥିବା ସେ କହିଥିଲେ । ରତନପୁରା ଥାନା ଅଧିକାରୀ ରଣବୀର ରାଉତଙ୍କ ସୂଚନା ଅନୁଯାୟୀ ତିନି ଅଭିଯୁକ୍ତଙ୍କ ସହ ପଚରାଫଚରା ପରେ ତାଙ୍କୁ ଜେଲ ପଠାଯିବ ।

ଦୋଷ କରି ଚୌକିଟାଣ ଦେଖାଇଲେ ଲେଖାଶ୍ରୀ, କହିଲେ ମୁଁ କୌଣସି ଭୁଲ କରିନାହିଁ ମହାପ୍ରଭୁଙ୍କୁ ଅପମାନିତ କରିନାହିଁ

ଭୁବନେଶ୍ୱର: ଭୁଲ ମାନିଲେନି ଲେଖାଶ୍ରୀ । ନିଜେ ଭୁଲକରି ଚୌକିଟାଣ ଦେଖାଉଛନ୍ତି ବିଜେପି ନେତ୍ରୀ । ନିଜେ ଭୁଲ କଲେ ଏବେ ଅନ୍ୟମୁଣ୍ଡରେ ଅଠା ବୋଳି ଖସିବା ଉଦ୍ୟମ କରୁଛନ୍ତି । ବିବାଦୀୟ  ମନ୍ତବ୍ୟ ଦେଇ ଏବେ ହରଡ଼ଘଣାରେ ପଡ଼ିଛନ୍ତି ଲେଖାଶ୍ରୀ ମାଡାମ । ଆଉ ବିଚଳିତ ହୋଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ଟାର୍ଗେଟ କରି କହିଛନ୍ତି ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ କେବଳ ଲେଖାଶ୍ରୀ ହିଁ ଏକମାତ୍ର ପ୍ରସଙ୍ଗ  ।

ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି, ମୋତେ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି ସେମାନେ ପ୍ରକୃତରେ କଳାପାହାଡ଼ । ବିଜେଡି ସାରକାର ପୁରୀକୁ କାହିଁକି ବିଶ୍ୱପ୍ରସିଦ୍ଧ କରିପାରିନାହଁ ବୋଲି ମୁଁ ପ୍ରସଙ୍ଗ ଉଠାଇଥିଲି, ଯାହା ଶାସକଦଳଙ୍କୁ କଷ୍ଟ ଦେଉଛି । ମୁଁ କୌଣସି ଭୁଲ କରିନାହିଁ ମହାପ୍ରଭୁଙ୍କୁ ଅପମାନିତ କରିନାହିଁ ବୋଲି କହିଛନ୍ତି ଲେଖାଶ୍ରୀ  । ଏବେ ପ୍ରଶ୍ନ ହେଲା ସମ୍ବିତ ପାତ୍ରଙ୍କ ପାଇଁ ବାହାର ଲୋକ ପୁରୀକୁ ଚିହ୍ନିବା ବୟାନର ବିକାଶ ସହ କ’ଣ ସଂପର୍କ ରହିଛି ? ପୁରୀ ବିଶ୍ୱ ପ୍ରସିଦ୍ଧ ହେବାର ସମ୍ବିତ ପାତ୍ର ନିର୍ବାଚନ ଲଢିବା ସହ ସଂପର୍କ କଣ ? ଏହାର ଉତ୍ତର କିନ୍ତୁ ଲେଖାଶ୍ରୀ ଦେଇ ନାହାନ୍ତି । ସେ ବୁଝାଇ ପାରିନାହାନ୍ତି ଯେ, କେମିତି ସମ୍ବିତ ନିର୍ବାଚନ ଲଢିବାରୁ ପୁରୀ ରାତାରାତି ବିଶ୍ୱ ପ୍ରସିଦ୍ଧ ହୋଇଗଲା । ପୁରୀ କୋଲକତାରେ ଅଛି ବୋଲି ଯେଉଁମାନେ ଭାବୁଥିଲେ,ସେହି ବିଜ୍ଞ ଲୋକମାନଙ୍କ ବାବଦରେ ମଧ୍ୟ ସେ କିଛି କହିନାହାନ୍ତି । ତେବେ ଲେଖାଶ୍ରୀଙ୍କ ବୟାନ ଗୋଟିଏ କଥା ପ୍ରମାଣ କରୁଛି ଆଉ ତା’ ହେଲା ସେ ବିବାଦକୁ ନେଇ ଘାବରାଇ ଯାଇଛନ୍ତି । ଯେଉଁଥିପାଇଁ ଅଦଭୁତ ଯୁକ୍ତି ସବୁ ରଖୁଛନ୍ତି ।

ଅନ୍ୟପକ୍ଷରେ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳ ପକ୍ଷରୁ ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ ଗିରଫଦାରୀ ଦାବି କରାଯାଇଛି । ଉଭୟ ବିଜେପି ନେତା ଜଗନ୍ନାଥଙ୍କ ପାଖରେ କ୍ଷମା ନ ମାଗିଲା ଯାଏଁ ଓଡ଼ିଶା ମାଟିରେ ପୁରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା । ପ୍ରତିବାଦ ସ୍ୱରୂପ ନରେନ୍ଦ୍ର ମୋଦି, ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ କୁଶପୁତ୍ତଳିକା ଜଳା ଯାଇଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଶ୍ରୀକ୍ଷେତ୍ର ପୁରୀକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସବୁଆଡେ ସୃଷ୍ଟି ହୋଇଛି ଝଡ।

ସେପଟେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ଦିନରେ ଲେଖାଶ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯିବ ବୋଲି କହିଛନ୍ତି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ।

ଅମାନିଆ ପର୍ଯ୍ୟଟକଙ୍କୁ ପାନେ ଦେବାକୁ ୧୪୪ ଧାରାର ନିଷ୍ପତ୍ତି, ସମୁଦ୍ର କୂଳରେ ଲାଗିଲା ନାଲି ପତାକା

ପଟ୍ଟାମୁଣ୍ଡାଇ: କରୋନା କାଳରେ ଧିରେ ଧିରେ ସୁଧୁରିବାକୁ ଲାଗିଛ ପର୍ଯ୍ୟଟନସ୍ଥଳୀ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀରେ କରୋନା କଟକଣାକୁ ଦୃଢ଼ ଭାବରେ ପାଳନ କରାଯାଉଛି । ଯେଉଁମାନେ କଟକଣାକୁ ଅବଲମ୍ବନ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଛି । ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ସମୁଦ୍ର ବେଳାଭୂମିରେ ନାହିଁ ନିୟମ କାନୁନ୍ । ପ୍ରତିଦିନ ଏହି ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଛୁଟିଦିନ ଆଉ ଆମିଶ ବାରରେ ପର୍ଯ୍ୟଟକଙ୍କ ଭିଡ ନକହିଲେ ଭଲ । ସମୁଦ୍ର ବାଲିରେ ବୁଲିବା ସହ ଗଛ ଛାଇରେ ଭୋଜି ଜମୁଛି । କୋଭିଡ କଟକଣାକୁ ତିଳେ ମାତ୍ର ବି ଖାତିର କରୁନାହାନ୍ତି ଏମାନେ । ମଦ ପିଇ ସମୁଦ୍ରରେ ଗାଧୋଇବା ଆଦି ଘଟଣା ମଧ୍ୟ ନଜରକୁ ଆସିଛି । ଯଦି ଦେଖିବା ତେବେ ଗତ ୧୫ ଦିନ ମଧ୍ୟରେ ଏହି ସମୁଦ୍ରରେ ଗାଧୋଇ ଦୁଇଜଣ ଇଞ୍ଜିନିୟର ଛାତ୍ରଙ୍କର ମୃତ୍ୟୁ ହୋଇଛି ।

ତେବେ ଅମାନିଆ ପର୍ଯ୍ୟଟକଙ୍କୁ ପାନେ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଜିଲ୍ଲାପାଳ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରିବାକୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏଠାରେ ପ୍ରଶାସନର ଅନ୍ୟାଦେଶ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । କେବଳ ସେତିକି ନୁହେଁ ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ସମୁଦ୍ର କୂଳରେ ନାଲି ପତାକା ଲଗାଇଛନ୍ତି ।

ଚିତ୍ତକୋଲା ଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ ୧୪୪ ଧାରା ବଳବତ୍ତର ରହିବ । ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ସମୁଦ୍ର କୂଳରେ ନାଲି ପତାକା ଲଗାଇ ଚିତ୍ତକୋଲା ଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ ୧୪୪ ଧାରା ପ୍ରଣୟନ ହେଲା ବୋଲି ସ୍ଥାନୀୟ ଲୋକ ମାନଙ୍କୁ ସମୁଦ୍ର ଦେଇଛନ୍ତି ।