ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା: ୭ ମୃତ ୨୫ ଆହତ

1 min read

ଲକ୍ଷ୍ନୌ: ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶରେ ଘଟଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମ୍ଭଲର ଧନାରୀ ଥାନା ନିକଟସ୍ଥ ଏନଏଚ୍-୫୦୯ରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଗ୍ୟାସ ଟ୍ୟାଙ୍କର। ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳେ ଘନ କୁହୁଡ଼ି ଯୋଗୁ ରାସ୍ତା ସ୍ପଷ୍ଠ ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସମ୍ଭଲର ଧନାରୀ ଥାନା ନିକଟସ୍ଥ ମୁରାଦାବାଦ-ଆଗ୍ରା ଏନଏଚରେ ଏକ ରୋଡୱେଜ୍ ବସ୍ ଓ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତମାନଙକୁ ଡାକ୍ତରଖାନା ପଠାଇଥିବାବେଳେ ମୃତକମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି। କୁହାଯାଉଛି ଯେ କିଛି ଆହତଙ୍କ ଅବସ୍ଥା ଗୁରତର ରହିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply