spot_img
Home Blog Page 6389

Heritage City Puri: ଶ୍ରୀସେତୁ ପ୍ରକଳ୍ପ ପାଇଁ ମାପଚୁପ ଆରମ୍ଭ, ସରିଲାଣି ଜମି ଅଧିଗ୍ରହଣ…

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ସହର ହେବ ପୁରୀ । ଅବଢା ଯୋଜନାରେ ଶ୍ରୀସେତୁ ନିର୍ମାଣ ହେବ । ଏଥିପାଇଁ ମାଳତିପାଟପୁର ବାଇପାସ ରୋଡ଼ରୁ ଶ୍ରୀଜଗନ୍ନାଥ ବହ୍ଲଭ ପର୍ଯ୍ୟନ୍ତର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଦେଢ କିଲୋମିଟର ଲମ୍ବର ଏହି ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ଯଥା- ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର  ଜମି ଅଧିଗ୍ରହଣ ହେଉଛି ।

ପ୍ରାୟ ୩୭.୯୮୪ ଏକର ଜମି ଅଧିଗ୍ରହଣ ହେବା ନେଇ ଯୋଜନା ରହିଛି । ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ଟ୍ରମ୍ପଏଡ଼ ବ୍ରିଜ ପାଇଁ ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି ।  ଏଣୁ ଖୁବଶୀଘ୍ର ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିଭଳି ଶ୍ରୀସେତୁ ସହ ପୁରୀ ମାର୍କେଟ ଛକ ଠାରେ ବହୁତଳ ବିଶିଷ୍ଟ ମାର୍କେଟ ବିଲଡିଂ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏଠାରେ ପ୍ରାୟ ୩୦୦ରୁ ଉର୍ଦ୍ଧ ଦୋକାନ ଘର ରହିବ । ପ୍ରଶାସନର ଏହି ଯୋଜନାକୁ ସାଧାରଣରେ ସ୍ବାଗତ କରାଯାଇଥିବା ବେଳେ ଶ୍ରୀସେତୁ ନିର୍ମାଣ ହେଲ ଗମନାଗମନର ସୁବିଧା ହୋଇ ପାରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା

ଜାଣନ୍ତୁ ଚୀନର ମିଶନ ୧୯୫୯ କଣ ? CIAର ଏକ ମ୍ୟାପ ଖୋଲିଦେଲା ରହସ୍ୟ

ନୂଆଦିଲ୍ଲୀ: ବାରମ୍ବାର ଚୀନ୍ କାହିଁକି ଏଲଏସିରେ ଅସ୍ଥିରତା ସୃଷ୍ଟି କରୁଛି ? ଲଦାଖ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ ପଛରେ କଣ ରହିଛି ଡ୍ରାଗନର ଚାଲ୍ ? କାହିଁକି ଅରୁଣାଚଳ ପ୍ରଦେଶକୁ ବିବାଦୀୟ କ୍ଷେତ୍ର ରୂପେ ଚିତ୍ରଣ କରୁଛି ପିଏଲଏ ? ଏହା ପଛରେ ଚତୁର ଚୀନର ରହିଛି ସାଂଘାତିକ ଷଡ଼ଯନ୍ତ୍ର । ଆମେରିକା ଗୁଇନ୍ଦା ଏଜେନ୍ସି (CIA)ର ଏକ ପୁରୁଣା ଫଟୋରୁ ଚୀନର ଏହି ପୁରୁଣା ପ୍ଲାନ ବିଷୟରେ ଜଣାପଡ଼ିଛି । ଚୀନ ଏହି ପ୍ଲାନ ୧୯୫୯ ମସିହାରେ କରିଥିଲା । ସେବେଠାରୁ ଯୋଜନାକୁ ସଫଳ କରିବା ପାଇଁ ଭାରତୀୟ ସୀମାକୁ ବିବାଦୀୟ କ୍ଷେତ୍ର ଭାବେ ଚିତ୍ରଣ କରୁଛି ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

୧୯୫୯ରେ ପ୍ରିମିୟର ଝୋଉ ଏନଲାଇଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରକୃତ ନିୟନ୍ତ୍ରଣ ରେଖା(LAC)କୁ ଚୀନ ମାନୁଥିବା ବେଳେ ଭାରତ ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସୁଛି । ଚୀନ ବୈଦେଶିଖ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ ମଧ୍ୟ ଏହି ଦାବି କରିବା ସହ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଲଦାଖକୁ ମାନ୍ୟତା ଦେଉନାହିଁ । ଚୀନର କହିବା ତଥା ଭାରତ ଲଦାଖକୁ ଅବୈଧ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଛି ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଖୋଲା ଗୁଇନ୍ଦା ସଂସ୍ଥା ଡେଟ୍ରେସ୍ଫା ସିଆଇଏର ଆର୍କାଇଭର ପୁରୁଣା ମ୍ୟାପ ସହିତ LACରେ ପିପୁଲ୍ସ ଲିବରେସନ୍ ଆର୍ମିର ଏବେର ମୁତୟନକୁ ତୁଳନା କରିଛି । ଏଥିରୁ ଜଣାପଡ଼ିଛି ଚୀନ ପୁଣିଥରେ ତାର ୧୯୫୯ ପ୍ଲାନରେ କାମ କରୁଛି । ଏହି ନକ୍ସାରେ ପିଏଲଏ ସେନା ଅକ୍ସାଇ ଚୀନରେ ମୁତୟନ ଅଛନ୍ତି । ଲଦାଖର ବିବାଦୀୟ କ୍ଷେତ୍ର ନିକଟରେ ପିଏଲଏ ସେନା ମୁତୟନ ତାର ଉଦ୍ଦେଶ୍ୟକୁ ଦର୍ଶାଉଛି ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ସିଆଇଏର ପୁରୁଣା ମ୍ୟାପରୁ ଚୀନର ବର୍ତ୍ତମାନ ସୈନ୍ୟ ମୁତୟନକୁ ଦେଖିଲେ ଜଣାପଡ଼ୁଛି ଚୀନ୍ ନିଜର ବୋଲି ଦାବି କରୁଥିବା ଅଞ୍ଚଳ ଆଡ଼କୁ ବଢ଼ୁଛି । ସୂଚନାଯୋଗ୍ୟ ୧୯୬୨ ଯୁଦ୍ଧ ପରେ ଲଦାଖ ଓ ହିମାଚଳ ପ୍ରଦେଶର ଯେଉଁ ଅଞ୍ଚଳରେ ଦୁଇ ଦେଶର ସେନା ଯେଉଁଠି ଯେଉଁଠି ଥିଲେ । ଉକ୍ତ ଅଞ୍ଚଳକୁ ୧୯୯୩ରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ (LAC) ନାମ ଦିଆଯାଇଥିଲା ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଏତିକି ନୁହେଁ, ୧୯୫୯ ମସିହା ୭ ନଭେମ୍ବରରେ ବର୍ଣ୍ଣନା କରାଯାଇଥିବା ସୀମାକୁ ଚୀନ୍ ଏଲଏସି ମାନୁଥିବା କହିଛି । ତେବେ, ଚୀନ କାହିଁକି ବାରମ୍ବାର ୧୯୫୯ କଥା ଉଲ୍ଲେଖ କରିବା ସହ ମ୍ୟାକମୋହନ ଲାଇନକୁ ମାନୁ ନାହିଁ ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଲଦାଖ ଓ ହିମାଚଳର କେତକ ସ୍ଥାନରେ ଦୁଇ ଦେଶର ସେନା ଯେଉଁଠି ଯେଉଁଠି ଥିଲେ । ତା’ ଭିତରୁ ଅଧିକାଂଶ ଅଞ୍ଚଳ ଭାରତୀୟ ସୀମା ଭିତରେ । ଯେତେବେଳେ କି ପୂର୍ବ ଭାରତରେ ଚୀନ ସହ ଲାଗିଥିବା ସୀମା ମ୍ୟାକମୋହନ ଲାଇନରେ ବଣ୍ଟା ଯାଇଛି । ଯାହାକୁ ବରମ୍ବାର ମାନିବାକୁ ମନା କରୁଛି ଚୀନ ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି- ଭାରତ ମଧ୍ୟ କେବେ ବି ଚୀନର ୧୯୫୯ ଏକତରଫା ଦାବିକୁ ଏଲଏସି ମାନେ ନାହିଁ । ୧୯୯୩ ପରେ ଅନେକ ବୁଝାମଣା ହୋଇଇଛି । ଯାହା ଶେଷ ଚୁକ୍ତି ଭାବେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ କରାଯାଇଛି ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ସୂଚନାଯୋଗ୍ୟ ଯେ ଭାରତ ଓ ଚୀନ ସୀମାରେ ୧୯୫୯ରେ ମୁହାଁମୁହିଁ ହୋଇଥିଲେ । ସେତେବେଳେ ଚୀନର ପ୍ରିମୟର ଝାଉ ଏନ୍ ଲାଇ ଯାହାକୁ ଚୀନରେ ରାଷ୍ଟ୍ରପତି କହୁଥିଲେ । ସେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ୧୯୫୯ ଅକ୍ଟୋବର ୨୪ରେ ଏକ ଚିଠି ଲେଖିଥିଲେ । ଯେଉଁଥିରେ ଚୀନର କୌଣସି ସରକାର ମ୍ୟାକମୋହନ ରେଖାକୁ ବୈଧ ବୋଲି ମାନୁନଥିବା ଉଲ୍ଲେଖ କରିଛିଲେ । ଚୀନ ଓ ଭାରତ ମଧ୍ୟରେ କେବେ ଔପଚାରିକ ଭାବେ ସୀମା ନିର୍ଦ୍ଧାରଣ କରାଯାଇନାହିଁ ବୋଲି ଲେଖିଥିଲେ ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଚୀନ ଏବେ ପୁଣିଥରେ ସେହି ସ୍ଥିତିକୁ ଆଣିବାକୁ ଚେଷ୍ଟା କରୁଛି । ଝାଉ ଏନ୍ ଲାଇନ୍ ତାପରେ ୧୯୫୯ ନଭେମ୍ବର ୭ରେ ଆଉ ଏକ ଚିଠି ନେହରୁଙ୍କୁ ଲେଖିଥିଲେ । ଯେଉଁଥିରେ ସେ ଦୁଇ ଦେଶର ସେନା ଯେଉଁଠି ଅଛନ୍ତି ତାକୁ ଏଲଏସି ମାନି ନେବା ସହ କହିଥିଲେ ଦୁଇ ଦେଶର ଯବାନ ନିର୍ଦ୍ଧାରିତ ଏଲଏସି ଠାରୁ ୨୦ କିଲୋମିଟର ଲେଖାଏଁ ପଛକୁ ଯିବା ପାଇଁ କହିଥିଲେ । ତେବେ, ଚୀନର ଏହି ଅନୁରୋଧକୁ ମାନିନଥିଲେ ନେହରୁ ।

‘କୋର୍ଟରେ ଆବେଦନ ସତ୍ତ୍ୱେ ପୋଲିସ କରିଥିଲା ଶବ ସତ୍କାର’: ଜବାବ ମାଗିଲେ ମହିଳା କମିଶନ

ଲକ୍ଷ୍ମୌ: ହାଥରସ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜାତୀୟ ମହିଳା କମିଶନଙ୍କ ରିପୋର୍ଟ ତଲବ । ହାଥରସ୍ ପୀଡ଼ିତାଙ୍କ ମୃତଦେହକୁ ଜୋରଜବରଦସ୍ତି ଭାବେ ଅନ୍ତିମ ସଂସ୍କାର କରାଯାଇଥିବା ଅଭିଯୋଗକୁ ନେଇ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଳ୍ୟୁ) ।  ଗୁରୁବାର ଉତ୍ତରପ୍ରଦେଶରର ପୋଲିସ ମହାନିର୍ଦ୍ଦେଶକ ହିତେଶ ଚନ୍ଦ୍ର ଅବସ୍ତିଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ମହିଳା କମିଶନ । କେଉଁ ପରିସ୍ଥିତିରେ ଓ କାହିଁକି ମଧ୍ୟ ରାତ୍ରରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ପୀଡ଼ିତାଙ୍କ ଶେଷ କୃତ୍ୟ କରାଗଲା ?  ଏଥିସହିତ ଯଥାଶୀଘ୍ର ଏହାର ଜବାବ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମହିଳା କମିଶନ ।

ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !

ଅପରପକ୍ଷରେ ପୀଡ଼ିତାଙ୍କ ମୃତଦେହର ଶେଷକୃତ୍ୟ ନେଇ ଅନୁମତି ଦେବାକୁ ଜିଲ୍ଲା ଦୈରାଜଜ୍ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ପୀଡ଼ିତାଙ୍କ ପରିବାର । ଏଥିସହିତ ପୋଲିସ ଅଧିକାଂଶ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶେଷକୃତ୍ୟ କରିଥିବା ସୂଚନା ରହିଛି ।

ତେବେ ଏନ୍‌ସିଡବ୍ଳ୍ୟୁ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଅପରାଧ ଏବଂ ଏହା ପରବର୍ତ୍ତୀ ଆକ୍ସନ ଟେକେନ୍ ରିପୋର୍ଟ ସମ୍ପର୍କରେ ଉତ୍ତରପ୍ରଦେଶ ପୋଲିସକୁ ମଗାଯାଇଥିଲା । ଏବଂ ୟୁପି ପୋଲିସ ପକ୍ଷରୁ ଏ ସମ୍ପର୍କରେ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି ।

Bhubaneswar Corona Updates: ୨୪ ଘଣ୍ଟାରେ ୩୧୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ଓ ସୁସ୍ଥତା ଉଭୟ ଦ୍ରୁତ ଗତିରେ ମାଡ଼ି ଚାଲିଛନ୍ତି । ସରକାରଙ୍କ ସ୍ପେଶାଲ ଫୋକସ୍ ପରେ ଯଦିଓ ସଂକ୍ରମଣ ସାମାନ୍ୟତମ ଭାବେ କମିଛି, ତଥାପି ଏହାକୁ ସଂକ୍ରମଣର ପ୍ରଭାବ କମିଥିବା ବୋଲି ବିଚାର କରାଯାଇପାରିବ ନାହିଁ ।

ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ରାଜଧାନୀରେ ୩୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୯ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ସଂକ୍ରମିତଙ୍କ ମଧ୍ୟରୁ ୨୫୪ ଜଣ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଥିବା ବେଳେ ୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ରାଜଧାନୀ କୋଭିଡ୍ ସଂକ୍ରମଣ ଏବେ ୨୨ ହଜାର ୫୪୭ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮ ହଜାର ୯୧୪ ଜଣ ସୁସ୍ଥ ହୋଇ ସାରିଛନ୍ତି ।  ସେହିଭଲି ୩୫୧୪ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ରାଜଧାନୀ କୋଭିଡଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି ।

ଆକର୍ଷଣୀୟ ଡିସପ୍ଲେ ସହ ଆସୁଛି ଏହି ଫୋନ୍: ଭାଙ୍ଗିଲେ ମନକୁ ମନ ଯୋଡ଼ି ହୋଇଯିବ ସ୍କ୍ରିନ୍

ନୂଆଦିଲ୍ଲୀ: Smart Phones କମ୍ପାନୀ ଗୁଡ଼ିକ ପ୍ରତିଯୋଗିତାମୂଳକ ଭାବେ ନୂଆ ଏବଂ ଆଡଭାନ୍ସ ଟେକ୍ନୋଲୋଜିର ହାଣ୍ଡସେଟ ଲଞ୍ଚ୍ କରୁଛନ୍ତି । ଏହି ଆଧାରରେ Apple ଏବେ ଏକ ଖାସ୍ ଫୋନ ଆଣିବାକୁ ପ୍ରସ୍ତୁତ ହେଉଛି, ଯେଉଁଥିରେ ସ୍କିନ ଉପରେ ଛୋଟ ମୋଟ ସ୍କାର୍ଚ ହେଲେ ତାହା ସ୍ୱତଃପ୍ରବୃତ ରିପାୟର ହୋଇଯିବ । Apple insiderର ଏକ ରିପୋର୍ଟ ଅନୁସାରେ ଆପଲ ନିକଟରେ ଏହି ଖାସ Automatic Display Repair Technology ଥିବା Foldable Iphoneର ପେଟେଣ୍ଟ ଫାଇଲ କରିଛି ।

ଲାଗିବ ସିଙ୍ଗଲ ଡିସପ୍ଲେ ହ୍ୟାଣ୍ଡସେଟ

ରିପୋର୍ଟରେ କୁହାଯାଇଛି ଯେ, ଏହି ଟେକ୍ନୋଲୋଜି ସାହାଯ୍ୟରେ ଆପଲର ଏହି ଫୋଲ୍ଡେବଲ ଆଇଫୋନର ଡିସପ୍ଲେ Normal Wear and Tear ସହିତ ସ୍କାର୍ଚ ଏବଂ ଡେଣ୍ଡକୁ ସ୍ୱତଃପ୍ରବୃତ ଭାବେ ରିପାୟର କରିଦେବ । ପୂର୍ବ ରିପୋର୍ଟକୁ ଯଦି ଦେଖିବା ତେବେ କମ୍ପାନୀ ଏହି ଫୋଲ୍ଡେବଲ ଫୋନକୁ ଖାସ ପ୍ରକ୍ରିୟାରେ ଡିଜାଇନ କରିଛି । ଏହା ଦୁଇଟି ଡିସପ୍ଲେ ଯୁକ୍ତ ଫୋନ ହୋଇଥିବା ସତ୍ତ୍ୱେ ଏହାକୁ ଖୋଲିଲେ ସିଙ୍ଗଲ ସ୍କ୍ରିନ ଫୋନ ଭଳି ଲାଗିବ ।

ଆପଲର ଏହି ‘Self Healing’ Fold-able iPhone କଥା ଯଦି କହିବା ତେବେ କମ୍ପାନୀ ଏହାକୁ ନିଜ Fold-able ଫୋନ୍ସର ପ୍ରଥମ ଜେନେରେସନ ସହିତ ଲଞ୍ଚ କରିବ ନାହିଁ । ଏହା ଏଥିପାଇଁ କୁହାଯାଉଛି କାରଣ କମ୍ପାନୀ ପୂର୍ବରୁ ସାମସଙ୍ଗ ଡିସପ୍ଲେ ପାଇଁ ବଡ଼ ଅର୍ଡର ଦେଇଛି ଏବଂ ଏହାର ସାମ୍ପଲ କମ୍ପାନୀକୁ ଅତି କମରେ ଏକ ବର୍ଷ ଯାଏଁ ମିଳିବ ।

ଆଗାମୀ ବର୍ଷ ହୋଇପାରେ ଲଞ୍ଚ

ପୂର୍ବ କିଛି ବର୍ଷ ହେବ ଆପଲକୁ OLED ଡିସପ୍ଲେ ସପ୍ଲାଇ କରୁଛି ସାମସଙ୍ଗ । ଅନ୍ୟପଟେ, ସାମସଙ୍ଗ Fold-able Display Marketର ବଡ଼ ଲିଡର ହେବା ସହିତ ଏବେ ଏହି ଡିସପ୍ଲେର ପ୍ରଡକ୍ସନକୁ ବଢ଼ାଇ ପ୍ରତିବର୍ଷ ଏକ କୋଟି ୟୁନିଟ କରିବାକୁ ଯାଉଛି । ତେବେ ଆମେ ଯଦି ଆପଲ Fold-able iPhone କଥା କହିବା ତେବେ ଆଗାମୀ ବର୍ଷ ଏହା ଲଞ୍ଚ କରାଯାଇପାରେ ବୋଲି ସୂଚନା ରହିଛି ।

କୋଭିଡ୍ କଟକଣା ଭାଙ୍ଗିଲେ ଛାତ୍ର ଓ ଯୁବ କଂଗ୍ରେସ ନେତା, କ୍ୟାପିଟାଲ୍ ଥାନାରେ ମାମଲା…

ଭୁବନେଶ୍ୱର : ହଥରସ ନିର୍ମମ ଘଟଣା ସାମ୍ନାକୁ ଆସିବା ପରେ ଭୁବନେଶ୍ୱର ଛାତ୍ର ଓ ଯୁବ କଂଗ୍ରେସ ବିକ୍ଷୋଭ କରିଥିଲା ।  ତେବେ ବିକ୍ଷୋଭ ସମୟରେ କୋଭିଡ୍ କଟକଣା ଉଲଂଘନ ହୋଇଥିବା ଦେଖା ଯାଇଥିଲା ।

କୋଭିଡ କଟକଣାକୁ ଉଲଂଘନ ଅଭିଯୋଗରେ ୨୨ ଜଣଙ୍କ ବିରୋଧରେ କ୍ୟାପିଟାଲ ଥାନା ମାମଲା ରୁଜୁ ହୋଇଛି । କୋର୍ଟରେ ହାଜର ହେବାକୁ ଏମାନଙ୍କ ପୋଲିସର ନିର୍ଦ୍ଦେଶ ମିଳିଛି । ଛାତ୍ର କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ଓ ଆଜି ମଧ୍ୟ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ କୋଭିଡ କଟକଣାକୁ  ଉଲଘଂନ କରି ହୋଇଥିଲା ବିକ୍ଷୋଭରେ ୩୦ରୁ ଅଧିକ ଛାତ୍ର ଓ ଯୁବ ନେତା ସାମିଲ ଥିଲେ । ଏମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Covid-19: ଆଣ୍ଟିଜେନ୍ ଟେଷ୍ଟ ବେଳେ ମହିଳାଙ୍କ ମସ୍ତିଷ୍କରେ ହୋଇଗଲା ଛିଦ୍ର, ନାକ ଦେଇ ବାହାରିଲା ତରଳ ପଦାର୍ଥ

ୱାଶିଂଟନ୍: ମହାମାରୀ କରୋନାକୁ ନେଇ ଚିନ୍ତାରେ ଦୁନିଆ । ସଂକ୍ରମଣ ରୋକିବାକୁ ଟେଷ୍ଟିଂ, ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ଆମେ କହିବାକୁ ଯାଉଥିବା ଏ ଘଟଣା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । କାରଣ କୋଭିଡ୍ ଟେଷ୍ଟିଂ ପାଇଁ ଯାଇଥିବା ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଆପଣଙ୍କୁ ଚମକାଇ ଦେବ । ଏଭଳି ଏକ ଘଟଣା ବିଷୟରେ ମେଡିକାଲ ଜର୍ଣ୍ଣାଲରେ ସୂଚନା ଦେଇଛନ୍ତି ଡାକ୍ତର ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open
FILE

ଆମେରିକାର ଜଣେ ମହିଳା କୋଭିଡ୍ ଟେଷ୍ଟ ପାଇଁ ଯାଇଥିଲେ । ତାଙ୍କର ନାକରୁ ନମୁନା ସଂଗ୍ରହ କରୁଥିଲେ ସ୍ୱାସ୍ଥ୍ୟକର୍ମୀ । ଆଣ୍ଟିଜେନ୍ ଟେଷ୍ଟ ବେଳେ ମହିଳାଙ୍କ ମସ୍ତିଷ୍କରେ ଛିଦ୍ର ସୃଷ୍ଟି ହୋଇଥିଲା । ତା’ପରେ ମସ୍ତିଷ୍କରୁ ନାକ ଦେଇ ତରଳ ପଦାର୍ଥ ନିର୍ଗତ ହୋଇଥିଲା । ଯାହା ଫଳରେ ମହିଳାଙ୍କ ଜୀବନ ସଂକଟରେ ପଡ଼ି ଯାଇଥିଲା । ଏଥିସହ ତାଙ୍କ ପାଇଁ ସଂକ୍ରମଣ ବିପଦ ବଢ଼ି ଯାଇଥିଲା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଟେଷ୍ଟିଂ ବେଳେ ପ୍ରୋଟକଲ ମାନିବା ଜରୁରୀ । ମୁଣ୍ଡ କିମ୍ବା ନାକରେ ସର୍ଜରୀ ହୋଇଥିଲେ ଓରାଲ ଟେଷ୍ଟିଂ କରିବା ଉଚିତ୍ । ଆଣ୍ଟିଜେନ୍ ଟେଷ୍ଟ ବେଳେ ନାକର ଗୋଟିଏ ପାର୍ଶ୍ୱରେ ତରଳ ପଦାର୍ଥ ନିର୍ଗତ ହୋଇଥିଲା । ତା ସହିତ ମୁଣ୍ଡବିନ୍ଧା, ବାନ୍ତି, ତଣ୍ଟିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Covid-19  Nasal Swab Test Punctured Womans Brain Lining And Leaked Brain Fluid From Her Nose

ପୂର୍ବରୁ ମଧ୍ୟ ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ସେତେବେଳେ କିଛି ସମସ୍ୟା ହୋଇ ନଥିଲା । ଦ୍ୱିତୀୟ ଥର ଆଣ୍ଟିଜେନ ଟେଷ୍ଟ ବେଳେ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା ଉପକରଣକୁ ନାକର ବେଶୀ ଭିତରକୁ ନେଇ ଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଡାକ୍ତର ନିର୍ଗତ ତରଳ ପଦାର୍ଥକୁ ସଂରକ୍ଷିତ ପୁଣି ଡ୍ରେନେଜ୍ କରିଥିଲେ । ଫଳରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିଥିଲା ।

NCRB ରିପୋର୍ଟ: ଜବତ ନକଲି ନୋଟ୍ ମଧ୍ୟରେ ସର୍ବାଧିକ ୨୦୦୦ ଟଙ୍କିଆ

ନୂଆଦିଲ୍ଲୀ: ଦେଶରେ ନୋଟବନ୍ଦୀକୁ ଚାରି ବର୍ଷ ବିତିଲାଣି  । କିନ୍ତୁ ମୋଦି ସରକାର ଯେଉଁ ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନେଇଥିଲେ ତାହା ଫଳପ୍ରଦ ହୋଇପାରିଲା ନାହିଁ । ସରକାରଙ୍କ ସବୁଠୁ ବଡ଼ ଲକ୍ଷ୍ୟ ଥିଲା ନକଲି ନୋଟରୁ ତ୍ରାହି ମିଳିବ  । କିନ୍ତୁ ତାହା ସମ୍ଭବ ହୋଇନି  । ବିଗତ ବର୍ଷ ମାନଙ୍କରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଯେତିକି ନକଲି ନୋଟ ଜବତ ହୋଇଛି ସେ ମଧ୍ୟରୁ ସର୍ବାଧିକ ୨୦୦୦ ହଜାର ଟଙ୍କିଆ ରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ରହିଛି ।

୨୦୧୮ ତୁଳନାରେ ୨୦୧୯ରେ ଅଧିକ ନକଲି ନୋଟ ଜବତ କରାଯାଇଛି  । ସେହି ବର୍ଷ ୨୫ କୋଟି ୩୯ ଲକ୍ଷ ନକଲି ଟଙ୍କା ଜବତ କରାଯାଇଛି  । କର୍ଣ୍ଣାଟକରୁ ସର୍ବାଧିକ ନକଲି ୨୦୦୦ ଟଙ୍କିଆ ନୋଟ ଜବତ କରାଯାଇଛି  । ଆରବିଆଇର ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ ଛପାଯାଇନାହିଁ  ।

ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !

କୃଷି ଆଇନ ବିରୋଧରେ କଂଗ୍ରେସର କସରତ: ୨ କୋଟି ଦସ୍ତଖତ ପାଇଁ ଦେଶବ୍ୟାପୀ ଅଭିଯାନ….

ଭୁବନେଶ୍ୱର : ନୂଆ କୃଷି ଆଇନକୁ ନେଇ ବିରୋଧ ସାରା ଦେଶରେ ତୀବ୍ର ରୂପ ନେଇଛି । ଆଇନ ଆସିବା ଦ୍ୱାରା ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବ ବୋଲି କହୁଛି । ସଂସଦରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ସମାନ ଆରୋପ ଲଗାଇଥିଲା  । ମାତ୍ର ସଂଖ୍ୟାବଳର ବାହାଦୂରୀରେ ସରକାର ଆଇନ ପାସ କଲେ । ବିଲ୍ ସିନା ଆଇନରେ ପରିଣତ ହେଲା ହେଲେ ଚାଷୀ ନଛୋଡବନ୍ଧ ।

ସ୍ପଷ୍ଟ ଶଦ୍ଦରେ ଗୋଟିଏ ଦାବି ଉଠୁଛି । ସରକାରୀ ମଣ୍ଡି ହେଉ କିମ୍ୱା ବେସରକାରୀ ଯୋଗାଡ଼, ଚାଷୀକୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତୁ । ଏହିକ୍ରମରେ ରାଜ୍ୟ କଂଗ୍ରେସ ମଧ୍ୟ ରାଜ୍ୟବ୍ୟାପୀ ବିରୋଧ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ କଂଗ୍ରେସର ପ୍ରତି ଜୋନସ୍ତରରେ ବିକ୍ଷୋଭ ହେବା ସହ ବ୍ଲକ୍ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏସମ୍ୱନ୍ଧୀୟ ସୂଚନା ଦେଇ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଆଇନ ଚାଷୀ ସ୍ୱାର୍ଥବିରୋଧୀ ଅଟେ ।

ଏହାର ପ୍ରତିବାଦରେ ଆମେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିବୁ । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ କଂଗ୍ରେସ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛି । ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ମତ ନେବୁ । ବିଲ ସମ୍ପର୍କରେ ସାଧାରଣର ମତ କଣ ତାହା ଜାଣିବାକୁ ଚେଷ୍ଟା କରିବୁ । ବିଲ୍ ଚାଷୀ ବିରୋଧୀ ହୋଇଥିବା ହେତୁ ଅଧିକ ସଂଖ୍ୟକ ଚାଷୀ ପରିବାର ପାଖରେ ପହଞ୍ଚିବୁ । ସାରା ଦେଶରେ ୨ କୋଟି ମତ ନେବା ପାଇଁ ଲକ୍ଷ୍ୟ ରଖିଛୁ ।  ଏହା ପରେ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ ପାଖରେ ଦାବି ଉପସ୍ଥାପନ କରିବାର ଲକ୍ଷ୍ୟ ରହିଛି ବୋଲି ପ୍ରଦୀପ କହିଛନ୍ତି ।

ଇଶାନ-ଅନନ୍ୟାଙ୍କ ‘ଖାଲି ପିଲୀ’ ରେ ଚାଲିଚା ସେନ୍ସର ବୋର୍ଡର କଇଁଚୀ, କଟିଲା ଏହି ସବୁ ସିନ୍…

ନୂଆଦିଲ୍ଲୀ: ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଖାଲି ପିଲୀ’ ଉପରେ ସେନସର ବୋର୍ଡର କଇଁଚୀ ଚାଲିଛି । ଏହି ଫିଲ୍ମଟି ଆଜି ରିଲିଜ ହୋଇଥିବାବେଳେ ଏହାକୁ ଆପଣ ନିଜ ଲାପଟପ, ମୋବାଇଲ ସହ ଗୁରୁଗ୍ରାମ ଏବଂ ବାଙ୍ଗାଲୁରୁର କିଛି ଡ୍ରାଇଭ-ଇନ ସିନେମା ହଲରେ ମଧ୍ୟ ଦେଖିପାରିବେ । ସିମାନେ ହଲରେ ଫିଲ୍ମଟି ରିଲିଜ ହେଉଥିବାରୁ ଫିଲ୍ମଟିକୁ CBFC ପାଖକୁ ସାର୍ଟିଫିକେଟ ପାଇଁ ପଠାଯାଇଥିଲା ଏବଂ ଯାହା ଆଶଙ୍କା କରାଯାଉଥିଲା ଫିଲ୍ମର ଅନେକ ସିନ କଟାବଛା କରାଯାଇଛି ।

CBFC ଏହି ଫିଲ୍ମରେ କେବଳ ଗାଳିଗୁଲଜ ନୁହେଁ ବରଂ ଭର୍ଜିନିଟିର ଉଲ୍ଲେଖ ଥିବା ସିନ୍, ଅନନ୍ୟା ପାଣ୍ଡେଙ୍କ ଚରିତ୍ରକୁ ଖରାପ ନଜରରେ ଦେଖାଇବା ଏବଂ ଏମିତିକି ‘ଆଇଟମ’ ଶବ୍ଦକୁ ମଧ୍ୟ ହଟାଇ ଦିଆଯାଇଛି । ଏହା ବ୍ୟତୀତ ‘ତେହେସ ନେହେସ’ ଗୀତ ପାଇଁ କିଛି ସେକସ୍ୟୁଆଲ ଏବଂ ଅନ୍ୟ ସିନ୍ ଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି ।

ଡାଇଲଗ ଗୁଡ଼ିକର କଥା ଯଦି କହିବା ତେବେ ‘ନଲ୍ଲା ହୈ ତୁ’, ‘ଦସ ସାଲ ତକ୍ ଭର୍ଜିନ ରହା’, ‘ହୋଲ୍ଡ କରକେ ବେଠାଥା’, ‘ଭର୍ଜିନ ବ୍ରହ୍ମଚାରୀ’, ‘ହରାମୀ’ ଭଳି ଡାଇଲଗକୁ ହଟାଇ ଦିଆଯାଇଛି । ‘ମାଆ କି ଆଖ୍’ କୁ ‘ଭେନସ କି ଆଖ୍’ କରିଦିଆଯାଇଛି । ‘ଆଇଟମ’କୁ ‘ଲଡକୀ’ ଏବଂ ‘ଗାଳି’କୁ ‘ଆଣ୍ଟି’ କରିଦିଆଯାଇଛି ।

ଏହା ବ୍ୟତୀତ ଫିଲ୍ମର ପ୍ରଡ୍ୟୁସରଙ୍କୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏକ ଡିସକ୍ଲାଇମର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି ସେନସର ବୋର୍ଡ  । ଏହି ଡିସକ୍ଲାଇମରରେ, ଫିଲ୍ମଟି ଶିଶୁ କିମ୍ବା ମହିଳା ମାନଙ୍କ ଶୋଷଣ ଏବଂ ବସ୍ତୁକରଣକୁ ସମର୍ଥନ କରେନାହିଁ ବୋଲି ଉଲ୍ଲେଖ କରିବା ପାଇଁ ସେନସର ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହା ସହିତ ତମ୍ବାଖୁର ବ୍ୟବହାରକୁ ନେଇ ଦିଆଯାଇଥିବା ୱାର୍ନିଂର ଫଣ୍ଟ ସାଇଜ ବଢ଼ାଇବା ପାଇଁ କୁହାଯାଇଛି ।

ଖାଲି ପିଲୀ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମକବୁଲ ଖାନ ଏବଂ ଏହା ତାଙ୍କର ଡେବ୍ୟୁ ଫିଲ୍ମ ଅଟେ । ଫିଲ୍ମଟିକୁ ପ୍ରଡ୍ୟୁସ କରିଛନ୍ତି ଅଲ୍ଲୀ ଅବାସ ଜଭର, ହିମାଂଶୁ ମେହରା ଏବଂ ଜୀ ଷ୍ଟୁଜିଓଜ୍ । ଫିଲ୍ମରେ ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ ପାତାଲ ଲୋକର ଅଭିନେତା ଜୟଦୀପ ଅହଲାବତ ମଧ୍ୟ ଅଛନ୍ତି । ଏହି ଫିଲ୍ମର ସୁଟିଂ ସେପ୍ଟେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା । ଏହା ୨୦୨୦ ମସିହା ଜୁନ ୨୨ରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ସିନେମା ହଲ ବନ୍ଦ ହେବା କାରଣରୁ ଏହାକୁ OTT ରେ ରିଲିଜ କରାଗଲା । ଅବଶ୍ୟ ବର୍ତ୍ତମାନ ସିମେନା ହଲ ମଧ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି ।