‘କୋର୍ଟରେ ଆବେଦନ ସତ୍ତ୍ୱେ ପୋଲିସ କରିଥିଲା ଶବ ସତ୍କାର’: ଜବାବ ମାଗିଲେ ମହିଳା କମିଶନ

1 min read

ଲକ୍ଷ୍ମୌ: ହାଥରସ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜାତୀୟ ମହିଳା କମିଶନଙ୍କ ରିପୋର୍ଟ ତଲବ । ହାଥରସ୍ ପୀଡ଼ିତାଙ୍କ ମୃତଦେହକୁ ଜୋରଜବରଦସ୍ତି ଭାବେ ଅନ୍ତିମ ସଂସ୍କାର କରାଯାଇଥିବା ଅଭିଯୋଗକୁ ନେଇ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଳ୍ୟୁ) ।  ଗୁରୁବାର ଉତ୍ତରପ୍ରଦେଶରର ପୋଲିସ ମହାନିର୍ଦ୍ଦେଶକ ହିତେଶ ଚନ୍ଦ୍ର ଅବସ୍ତିଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ମହିଳା କମିଶନ । କେଉଁ ପରିସ୍ଥିତିରେ ଓ କାହିଁକି ମଧ୍ୟ ରାତ୍ରରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ପୀଡ଼ିତାଙ୍କ ଶେଷ କୃତ୍ୟ କରାଗଲା ?  ଏଥିସହିତ ଯଥାଶୀଘ୍ର ଏହାର ଜବାବ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମହିଳା କମିଶନ ।

NCRB ରିପୋର୍ଟ: ଜବତ ନକଲି ନୋଟ୍ ମଧ୍ୟରେ ସର୍ବାଧିକ ୨୦୦୦ ଟଙ୍କିଆ

ଅପରପକ୍ଷରେ ପୀଡ଼ିତାଙ୍କ ମୃତଦେହର ଶେଷକୃତ୍ୟ ନେଇ ଅନୁମତି ଦେବାକୁ ଜିଲ୍ଲା ଦୈରାଜଜ୍ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ପୀଡ଼ିତାଙ୍କ ପରିବାର । ଏଥିସହିତ ପୋଲିସ ଅଧିକାଂଶ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶେଷକୃତ୍ୟ କରିଥିବା ସୂଚନା ରହିଛି ।

ତେବେ ଏନ୍‌ସିଡବ୍ଳ୍ୟୁ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଅପରାଧ ଏବଂ ଏହା ପରବର୍ତ୍ତୀ ଆକ୍ସନ ଟେକେନ୍ ରିପୋର୍ଟ ସମ୍ପର୍କରେ ଉତ୍ତରପ୍ରଦେଶ ପୋଲିସକୁ ମଗାଯାଇଥିଲା । ଏବଂ ୟୁପି ପୋଲିସ ପକ୍ଷରୁ ଏ ସମ୍ପର୍କରେ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି ।

Leave a Reply