ଇଶାନ-ଅନନ୍ୟାଙ୍କ ‘ଖାଲି ପିଲୀ’ ରେ ଚାଲିଚା ସେନ୍ସର ବୋର୍ଡର କଇଁଚୀ, କଟିଲା ଏହି ସବୁ ସିନ୍…

1 min read

ନୂଆଦିଲ୍ଲୀ: ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଖାଲି ପିଲୀ’ ଉପରେ ସେନସର ବୋର୍ଡର କଇଁଚୀ ଚାଲିଛି । ଏହି ଫିଲ୍ମଟି ଆଜି ରିଲିଜ ହୋଇଥିବାବେଳେ ଏହାକୁ ଆପଣ ନିଜ ଲାପଟପ, ମୋବାଇଲ ସହ ଗୁରୁଗ୍ରାମ ଏବଂ ବାଙ୍ଗାଲୁରୁର କିଛି ଡ୍ରାଇଭ-ଇନ ସିନେମା ହଲରେ ମଧ୍ୟ ଦେଖିପାରିବେ । ସିମାନେ ହଲରେ ଫିଲ୍ମଟି ରିଲିଜ ହେଉଥିବାରୁ ଫିଲ୍ମଟିକୁ CBFC ପାଖକୁ ସାର୍ଟିଫିକେଟ ପାଇଁ ପଠାଯାଇଥିଲା ଏବଂ ଯାହା ଆଶଙ୍କା କରାଯାଉଥିଲା ଫିଲ୍ମର ଅନେକ ସିନ କଟାବଛା କରାଯାଇଛି ।

CBFC ଏହି ଫିଲ୍ମରେ କେବଳ ଗାଳିଗୁଲଜ ନୁହେଁ ବରଂ ଭର୍ଜିନିଟିର ଉଲ୍ଲେଖ ଥିବା ସିନ୍, ଅନନ୍ୟା ପାଣ୍ଡେଙ୍କ ଚରିତ୍ରକୁ ଖରାପ ନଜରରେ ଦେଖାଇବା ଏବଂ ଏମିତିକି ‘ଆଇଟମ’ ଶବ୍ଦକୁ ମଧ୍ୟ ହଟାଇ ଦିଆଯାଇଛି । ଏହା ବ୍ୟତୀତ ‘ତେହେସ ନେହେସ’ ଗୀତ ପାଇଁ କିଛି ସେକସ୍ୟୁଆଲ ଏବଂ ଅନ୍ୟ ସିନ୍ ଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି ।

ଡାଇଲଗ ଗୁଡ଼ିକର କଥା ଯଦି କହିବା ତେବେ ‘ନଲ୍ଲା ହୈ ତୁ’, ‘ଦସ ସାଲ ତକ୍ ଭର୍ଜିନ ରହା’, ‘ହୋଲ୍ଡ କରକେ ବେଠାଥା’, ‘ଭର୍ଜିନ ବ୍ରହ୍ମଚାରୀ’, ‘ହରାମୀ’ ଭଳି ଡାଇଲଗକୁ ହଟାଇ ଦିଆଯାଇଛି । ‘ମାଆ କି ଆଖ୍’ କୁ ‘ଭେନସ କି ଆଖ୍’ କରିଦିଆଯାଇଛି । ‘ଆଇଟମ’କୁ ‘ଲଡକୀ’ ଏବଂ ‘ଗାଳି’କୁ ‘ଆଣ୍ଟି’ କରିଦିଆଯାଇଛି ।

ଏହା ବ୍ୟତୀତ ଫିଲ୍ମର ପ୍ରଡ୍ୟୁସରଙ୍କୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏକ ଡିସକ୍ଲାଇମର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି ସେନସର ବୋର୍ଡ  । ଏହି ଡିସକ୍ଲାଇମରରେ, ଫିଲ୍ମଟି ଶିଶୁ କିମ୍ବା ମହିଳା ମାନଙ୍କ ଶୋଷଣ ଏବଂ ବସ୍ତୁକରଣକୁ ସମର୍ଥନ କରେନାହିଁ ବୋଲି ଉଲ୍ଲେଖ କରିବା ପାଇଁ ସେନସର ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହା ସହିତ ତମ୍ବାଖୁର ବ୍ୟବହାରକୁ ନେଇ ଦିଆଯାଇଥିବା ୱାର୍ନିଂର ଫଣ୍ଟ ସାଇଜ ବଢ଼ାଇବା ପାଇଁ କୁହାଯାଇଛି ।

ଖାଲି ପିଲୀ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମକବୁଲ ଖାନ ଏବଂ ଏହା ତାଙ୍କର ଡେବ୍ୟୁ ଫିଲ୍ମ ଅଟେ । ଫିଲ୍ମଟିକୁ ପ୍ରଡ୍ୟୁସ କରିଛନ୍ତି ଅଲ୍ଲୀ ଅବାସ ଜଭର, ହିମାଂଶୁ ମେହରା ଏବଂ ଜୀ ଷ୍ଟୁଜିଓଜ୍ । ଫିଲ୍ମରେ ଇଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ ପାତାଲ ଲୋକର ଅଭିନେତା ଜୟଦୀପ ଅହଲାବତ ମଧ୍ୟ ଅଛନ୍ତି । ଏହି ଫିଲ୍ମର ସୁଟିଂ ସେପ୍ଟେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା । ଏହା ୨୦୨୦ ମସିହା ଜୁନ ୨୨ରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ସିନେମା ହଲ ବନ୍ଦ ହେବା କାରଣରୁ ଏହାକୁ OTT ରେ ରିଲିଜ କରାଗଲା । ଅବଶ୍ୟ ବର୍ତ୍ତମାନ ସିମେନା ହଲ ମଧ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି ।

Leave a Reply