Heritage City Puri: ଶ୍ରୀସେତୁ ପ୍ରକଳ୍ପ ପାଇଁ ମାପଚୁପ ଆରମ୍ଭ, ସରିଲାଣି ଜମି ଅଧିଗ୍ରହଣ…

1 min read

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ସହର ହେବ ପୁରୀ । ଅବଢା ଯୋଜନାରେ ଶ୍ରୀସେତୁ ନିର୍ମାଣ ହେବ । ଏଥିପାଇଁ ମାଳତିପାଟପୁର ବାଇପାସ ରୋଡ଼ରୁ ଶ୍ରୀଜଗନ୍ନାଥ ବହ୍ଲଭ ପର୍ଯ୍ୟନ୍ତର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଦେଢ କିଲୋମିଟର ଲମ୍ବର ଏହି ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ଯଥା- ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର  ଜମି ଅଧିଗ୍ରହଣ ହେଉଛି ।

ପ୍ରାୟ ୩୭.୯୮୪ ଏକର ଜମି ଅଧିଗ୍ରହଣ ହେବା ନେଇ ଯୋଜନା ରହିଛି । ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ଟ୍ରମ୍ପଏଡ଼ ବ୍ରିଜ ପାଇଁ ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି ।  ଏଣୁ ଖୁବଶୀଘ୍ର ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିଭଳି ଶ୍ରୀସେତୁ ସହ ପୁରୀ ମାର୍କେଟ ଛକ ଠାରେ ବହୁତଳ ବିଶିଷ୍ଟ ମାର୍କେଟ ବିଲଡିଂ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏଠାରେ ପ୍ରାୟ ୩୦୦ରୁ ଉର୍ଦ୍ଧ ଦୋକାନ ଘର ରହିବ । ପ୍ରଶାସନର ଏହି ଯୋଜନାକୁ ସାଧାରଣରେ ସ୍ବାଗତ କରାଯାଇଥିବା ବେଳେ ଶ୍ରୀସେତୁ ନିର୍ମାଣ ହେଲ ଗମନାଗମନର ସୁବିଧା ହୋଇ ପାରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା

Leave a Reply