spot_img
Home Blog Page 7722

ହାଇଦ୍ରାବାଦ ପୋଲିସର ସାମ୍ବାଦିକ ସମ୍ମିଳନୀ, କମିସନର କହିଲେ…

ହାଇଦ୍ରାବାଦ : ସାଇବରାବାଦ ପୋଲିସ କମିଶନର ଭି.ସି ସଜନାର୍ କିଛି ସମୟ ତଳେ ହାଇଦ୍ରାବାଦରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ସେ ବହୁ ପ୍ରସଙ୍ଗରେ ଖୁଲାସା କରିଛନ୍ତି । କହିଛନ୍ତି, ଡିସେମ୍ବର ୪ ଓ ୫ ତାରିଖ ୨ ଦିନ ଧରି ୪ ଅଭିଯୁକ୍ତଙ୍କୁ ପୋଲିସ ପଚରା ଉଚୁରା କରିଥିଲା । ଏହି ସମୟରେ ହତ୍ୟାରେ ବ୍ୟବହୃତ ୨ଟି ମାରଣାସ୍ତ୍ର ମଧ୍ୟ ଜବତ୍ କରାଯାଇଥିଲା । ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଆଜି ତଦନ୍ତର ଏକ ଦିଗ ଭାବରେ ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ପ୍ରଥମେ ବାଡି ସାହାଯ୍ୟରେ ପୋଲିସକୁ ଆକ୍ରମଣ କରିଥିଲେ । ଏହାପରେ ପୋଲିସର ବନ୍ଧୁକ ଛଡ଼ାଇ ନେଇ ଗୁଳିମାଡ଼ ଆରମ୍ଭ କରିଥିଲେ ।

https://nandighoshatv.comknow-the-encounter-specialist-vc-sajjanar/

ପ୍ରଥମେ ପୋଲିସ ସେମାନଙ୍କୁ ଚେତାବନୀ ଦେଇଥିଲା ଏବଂ ସରେଣ୍ଡର କରିବାକୁ କହିଥିଲା । ମାତ୍ର ସେମାନେ କଥା ନଶୁଣି, ଖସି ପଳାଇଯିବାକୁ ଉଦ୍ୟମ କରୁଥିବା କମିଶନର କହିଛନ୍ତି । ଏହି ସମୟରେ ପୋଲିସ ନିଜର ଆତ୍ମରକ୍ଷା କରିବାକୁ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ଏହି ଏନକାଉଣ୍ଟରରେ ୨ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

https://nandighoshatv.comstory-behind-hyderabad-4-rapist-encounter/

ତେଲେଙ୍ଗାନା ଏନକାଉଣ୍ଟର ପରେ ବିଜେପି ସାଂସଦ କହିଲେ ଏମିତି କଥା

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର । ସମସ୍ତେ ବୟାନ୍ ବାଜି କରୁଛନ୍ତି । କିଏ ସ୍ୱାଗତ କରୁଛି ତ ଆଉ କିଏ ଏହାକୁ ସମାଲୋଚନା କରୁଛି । କେହି କେହି ପ୍ରଶ୍ନ ଉଠାଇଲେଣି ଏନକାଉଣ୍ଟରକୁ ନେଇ । ହାଇଦ୍ରାବାଦରେ ପୋଲିସ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି ଲୋକେ । ଏବେ ବିଜେପିର ସାଂସଦ ମାନେକା ଗାନ୍ଧି ତାଙ୍କ ବୟାନ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

https://nandighoshatv.comcyberabad-cp-vc-sajjanar-press-conference/

ମାନେକା କହିଛନ୍ତି ଯେ, ଯାହାବି ହୋଇଛି ବହୁତ ଭୟାନକ ହୋଇଛି । ତୁମେ ଆଇନକୁ କେବେ ନିଜ ହାତକୁ ନେଇପାରିବ ନାହିଁ । ସେମାନେ ଯାହାବି ହେଲେ ଫାଶୀ ପାଇଥାନ୍ତେ । ଉପଯୁକ୍ତ ବିଚାର ପୂର୍ବରୁ ଯଦି ସେମାନଙ୍କୁ ମାରିଦିଆଯିବ ତେବେ କୋର୍ଟ, ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା ରହିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି ମାନେକା ।

ମାନେକା ଗାନ୍ଧି, ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

https://nandighoshatv.comstory-behind-hyderabad-4-rapist-encounter/

ସଂସଦ ପରିସରରେ ସାମ୍ୱାଦିକଙ୍କ ପ୍ରଶ୍ନରେ କିଛି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ।

https://nandighoshatv.comknow-the-encounter-specialist-vc-sajjanar/

୨୦୧୯-୨୦ ବର୍ଷ ପାଇଁ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ବର୍ଷ ପାଇଁ ଲୋକସେବା ଭବନରେ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ଯୁକ୍ତ ଦୁଇର ୧୦ ଜଣ ମେଧିବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଥିଲେ ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ସଚିବ ଶାସ୍ୱତ ମିଶ୍ର । ଏଥିରୁ ଅନୂସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ୫ ହଜାର ୫୦୯ ଜଣ, ସାଧାରଣ ବର୍ଗର ୯,୪୯୧ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ବିଜୁ ଶସକ୍ତିକରଣ ଯୋଜନାରେ ଯୁକ୍ତ-୨ର ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୧୩ ମସିହାରୁ ମାଗଣାରେ ଲାପଟପ୍ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୦ ହଜାର ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯାଇଛି । ଚଳିତବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇ ରାଜ୍ୟସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲ୍ଲାସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଏହା ଫଳରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିଛନ୍ତି ।

ଚଳିତବର୍ଷ ଓସିଏସି ମାଧ୍ୟମରେ ଲାପଟପ୍ ସଂଗ୍ରହ କରାଯାଇ ୩୦ଟି ନୋଡାଲ୍ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ  ଶାସନ ସଚିବ ଅସୀତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ଦୁଇଟି ଫିଲ୍ମ ‘ପାନିପଥ’ ଏବଂ ‘ପତି ପତ୍ନୀ ଓର ୱୋ’

ମୁମ୍ବାଇ: ଡିସେମ୍ବର ୬ ତାରିଖ ଫ୍ରାଇଡେ ରିଲିଜରେ ବକ୍ସ ଅଫିସରେ ଦୁଇଟି ଦମଦାର୍ ମୁଭି ରିଲିଜ ହୋଇଛି । ଗୋଟିଏ ପଟେ ଆସ ତୋଷ ଗ୍ୱାରିକରଙ୍କ ନିର୍ଦ୍ଦେଶିତ ଆଶୁତୋଷ ଗ୍ୱାରିକର ପ୍ରଡକସନ ହାଉସର ଐତିହାସିକ ମୁଭି ‘ପାନିପଥ’ ।

ଅନ୍ୟପଟେ ଟି. ସିରିଜର  ମୁଦ୍ଦାଶର୍ ଅଜିଜ୍ ଙ୍କ ନିର୍ଦ୍ଦେଶିତ ପାରିବାରିକ ଡ୍ରାମା ଓ କମେଡିରେ ଭରପୁର ମୁଭି ‘ପତି ପତ୍ନି ଓର ୱୋ’ ର ଏଣ୍ଟ୍ରି ହୋଇଛି । ଏହି ଦୁଇଟି ମୁଭି ଭିତରେ ଏବେ ଜୋରଦାର ଟକ୍କର ଦେଖାଯିବାର ପୁର୍ବାନୁମାନ କରାଯାଇଛି ।

ତେବେ ଉଲ୍ଲେଖଯୋଗ୍ୟ ଯେ ‘ପାନିପଥ’ ମୁଭିରେ ସଂଜୟ ଦତ୍ତ, ଅର୍ଜୁନ କପୁର, କିର୍ତ୍ତି ସାନନ ପ୍ରମୁଖ କଳାକାର ଅଭିନୟ କରିଥିବା ବେଳେ ‘ପତି ପତ୍ନି ଅର ୱୋ’  ମୁଭିରେ ୟଙ୍ଗ୍ ଷ୍ଟାର କାର୍ତ୍ତୀକ ଆରୟାନ, ଭୂମି ପେଡନେକର, ଅନନ୍ୟା ପାଣ୍ଡେ ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।

ତେବେ କେଉଁ ମୁଭି କେତେ ଟଙ୍କା କମାଇ କାହାକୁ ଟକ୍କର ଦେଉଛନ୍ତି ଓ କେଉଁ ମୁଭି ନିଜକୁ ହିଟ୍ ସାବ୍ୟସ୍ତ କରୁଛି ତାହା ଦେଖିବା ବାକି ରହିଲା ।

ଦାରିଙ୍ଗବାଡ଼ିରେ ୭ ଡିଗ୍ରୀକୁ ଖସିଲା ପାରଦ

ବାଲିଗୁଡ଼ା: ବିଳମ୍ବରେ ଶୀତ ଆସିଛି, ଖୁବ୍ ଆଣିଛି । ନଭେମ୍ବରରେ ହାଡ଼ ଭାଙ୍ଗୁଥିବା ଜାଡ଼ ଏଥର ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଭୂତ ହୋଇଛି । ଏକାଥରକେ ମାଡ଼ି ଆସିଛି । ହାଡ଼ଭଙ୍ଗା ଜାଡ଼ରେ ଥରୁଛି ପୂରା କନ୍ଧମାଳ ଜିଲ୍ଲା । ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼, ଫିରଙ୍ଗିଆରେ ବି ଶୀତ ହାଡ଼ ଥରାଉଛି । ଶୀତରୁ ରକ୍ଷା ପାଇବା ପାଇଁ ସହରବାସୀ ମର୍ଣ୍ଣିଂ ୱାକ୍ କରିବା ସହ ଚା’ର ମଜା ନେଉଛନ୍ତି । ଗାଁରେ ନଡ଼ା ନିଆଁ ଆଗରେ ଜମୁଛି ଲୋକଙ୍କ ଭିଡ଼ ।

କେବଳ କନ୍ଧମାଳ କାହିଁକି କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ସୋନପୁରରେ ପାରଦ ୮ ଡିଗ୍ରୀ, ଟିଟିଲାଗଡ଼ରେ ୯.୫ ଡିଗ୍ରୀ, ଅନୁଗୁଳ ୮.୬ ଡିଗ୍ରୀ ରହିଛି । ରାତିରେ ତାପମାତ୍ରା ଧିରେ ଧିରେ କମିବାରେ ଲାଗିଛି ।

ଦୁଇ ହାତୀଙ୍କ ମଧ୍ୟରେ ଲଢ଼େଇ, ଜଣଙ୍କର ମୃତ୍ୟୁ !

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁଷର ବନଖଣ୍ଡର ତାରାସିଗିଂ ବନାଞ୍ଚଳର କଳିଙ୍ଗପଦର ଜଗଂଲ ରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି  । ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଦୁଇ ହାତୀ ଲଢେଇରୁ ଜଣେ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି  ।

ତେବେ ବନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି  ।

ପାରାଦୀପରୁ ମିଳିଲା ବିରଳ ପ୍ରଜାତିର ମାଛ, ୨ଟି ମାଛର ଓଜନ ୪ କ୍ୱିଣ୍ଟାଲ୍

ପାରାଦ୍ୱୀପ : ପାରାଦୀପରେ ଧରାହୋଇଛି ବିରଳ ପ୍ରଜାତିର ମାଛ। ୨ଟି ମାଛର ଦାମ୍ ୪ କ୍ୱିଣ୍ଟାଲ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି । ତେବେ ଏହି ବିରଳ ପ୍ରଜାତିର ମାଛର କିଲୋ ପ୍ରତି ଦାମ୍ ୧୬ ଶହ ଟଙ୍କାରେ ବିକ୍ରୀ ହୋଇଥିବା ଜଣାପଡିଛି।

ଗତକାଲି ସଂଧ୍ୟାରେ ଅଠରବାଙ୍କି ବାଲିପ୍ଲଟରର ମତ୍ସ୍ୟଜୀବୀ ମାନେ ଟଲର (ମେସିନ୍ ଚାଳିତ ଡଙ୍ଗା ) ଯୋଗେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ରାତିରେ ସମୁଦ୍ରରେ ଜାଲ ବିଛାଇବା ସହିତ ମାଛ ମାରୁଥିବା ସମୟରେ ଜାଲରେ ପଡିଥିଲେ ଏହି ବିରଳ ମାଛ। ଯାହାର ଓଜନ ୪ କ୍ୱିଣ୍ଟାଲ ୭ କେଜି ହୋଇଛି । ଆଜି ଭୋରରୁ ସେହି ମତ୍ସ୍ୟଜୀବୀମାନେ ବାଲିପ୍ଲଟରେ ପହଞ୍ଚିବା ପରେ ଲୋକଙ୍କର ଭିଡ ଜମିଥିଲା ।

ତେବେ ଏହି ମାଛର ସଠିକ୍ ନାଁ ଜଣାପଡିନାହିଁ। ଏହାଛଡା ଏତେବଡ଼ ମାଛ କୁ ଏଠାରେ କିଣିବାପାଇଁ ମଧ୍ୟ ବାହାର ବ୍ୟବସାୟୀ ମିଳିଯାଇଥିଲେ। ବମ୍ବେର ଜଣେ ବ୍ୟବସାୟୀ ନିଲାମରେ ଏହାକୁ କିଲୋ ପ୍ରତି ୧୬୦୦ ଟଙ୍କାରେ କିଣିଥିବା ଦେଖିବାକୁ ମିଳିଥିଲା । ଏହି ମାଛର ଚାହିଦା ବିଦେଶରେ ରହୁଥିବା ଜଣାପଡିଛି। ଏପରିକି ବିଦେଶରେ ଏହା କିଲୋପ୍ରତି ୩ ହଜାରରୁ ୩୨ ଶହ ଟଙ୍କା ବୋଲି ଜଣାପଡିଛି। ବ୍ୟବସାୟୀ ଜଣଙ୍କ ଏହି ମାଛକୁ କାଟି ବରଫ ପ୍ୟାକିଂ କରି ନେଇଛନ୍ତି । ମାଛଗୁଡିକୁ ଦେଖିବାକୁ ଲୋକଙ୍କର ବେଶ୍ ଭିଡ଼ ଜମିଥିଲା ।