ପୋଲିସ୍ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ଗାଁରୁ ବାସନ୍ଦ କଲେ ମାଓବାଦୀ

ଚିତ୍ରକୋଣ୍ଡା: ସ୍ୱାଭିମାନ ଇଲାକାରେ ପୁଣି ମାତିଛନ୍ତି ଲାଲ୍ ବାହିନୀ। ପୋଲିସ୍ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରର ୩ଜଣଙ୍କୁ ଗାଁରୁ ବାହାର କରିଦେଇଛନ୍ତି ମାଓବାଦୀ ।

ଯନ୍ତ୍ରୀ ପଞ୍ଚାୟତ ସନ୍ୟାସିଗୁଡା ଗାଁର ମନୁ ଗୋଲରୀ ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ମାଓବାଦୀ ମାନେ ବାହାର କରି ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ୨୬ ତାରିଖରେ ତୋଟାଗୁଡ଼ା ଏନକାଉଣ୍ଟର ପାଇଁ ମନୁ ଗୋଲରିଙ୍କୁ ମାଓ ସଂଗଠନ ଦାୟୀ କରି ଏଭଳି କରିଛି । ପ୍ରଜା କୋର୍ଟରେ ବିଚାର ପରେ ମନୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ସେ ଏବେ ନିଜ ପରିବାର ସହିତ ନାକାମାମୁଡ଼ି ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ।

ତେବେ ପରିବାରର ପ୍ରତିପୋଷଣ ପାଇଁ ପ୍ରଶାସନର ସହଯୋଗ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମନୁ ଗୋଲରୀ।

Leave a Reply