ବଙ୍ଗୋମୁଣ୍ଡାରୁ ୨୯ ଦାଦନ ଉଦ୍ଧାର

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଅଞ୍ଚଳରୁ ପୋଲିସ ପକ୍ଷରୁ ପାଖାପାଖି ୨୯ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି। ଦାଦନ ଲାଗି ହାଇଦ୍ରାବାଦ ଯାଉଥିବା ବେଳେ ଛତରଙ୍ଗ ଗାଁରୁ ସମସ୍ତଙ୍କୁ ଉଦ୍ଧାର କରିଛି ପୋଲିସ ।

ସେମାନଙ୍କ ମଧ୍ୟରେ ୧୧ ମହିଳା, ୧୮ ପରୁଷ ଓ ୮ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ସମସ୍ତ ଦାଦନ ମାନେ ଛତରଙ୍ଗ ଗାଁର ହୋଇଥିବା ନେଇ ସୂଚନା ମିଳିଛି । ଆହୁରି ମଧ୍ୟ ସେମାନେ ମୁଣ୍ଡପିଛା ୩୦ରୁ ୩୬ ହଜାର ଟଙ୍କା ଅଗ୍ରୀମ ନେଇ ହାଇଦ୍ରାବାଦ ଯାଉଥିଲେ ବୋଲି ଜଣାପଡିଛି।

ଅପରପକ୍ଷେ ୩ଟି ବୋଲେରୋ  ଓ ୨ଟି ଅଟୋରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିବା ବେଳେ ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହାପରେ ସମ୍ପୃକ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହ ସମସ୍ତଙ୍କୁ ଘରେ ଛାଡିଛି ପୋଲିସ ।

ଉଲ୍ଲେଖଯୋଗ୍ୟ, ଏହି ଶ୍ରମିକମାନେ ସେଠାରୁ ଟ୍ରେନ ଯୋଗେ ହାଇଦ୍ରାବାଦ ଏକ ଇଟା ଭାଟିକୁ ଯିବାର ଥିଲା । ତେବେ ପୋଲିସ ସେମାନଙ୍କୁ ଅଟକ ରଖୀ ପଚରାଉଚରା କଲା ପରେ ସେମାନଙ୍କ ପାଖରେ କୋୖଣସି କାଗଜପତ୍ର ନଥିବା ଜାଣିବାକୁ ପାଇଛି । ବିନା ରେଜିଷ୍ଟ୍ରେସନରେ ଶ୍ରମିକମାନେ ରାଜ୍ୟବାହାରକୁ ଯାଉଥିଲେ ।

Leave a Reply