spot_img
Home Blog Page 6373

ଲୋନ୍ ମୋରେଟୋରିୟମ ମାମଲା, ସରକାରଙ୍କ ସତ୍ୟପାଠରେ ସନୁଷ୍ଟ ନୁହଁନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୧୩ ଯାଏଁ ଘୁଞ୍ଚିଲା ଲୋନ୍ ମୋରେଟୋରିୟମ୍ ମାମଲାର ଶୁଣାଣି । ଲୋନ୍ ମୋରେଟୋରିୟମ୍ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ବେଞ୍ଚ କେନ୍ଦ୍ର ସରକାର ଓ ଆରବିଆଇକୁ ପୁଣିଥରେ ସତ୍ୟାପଠ ଦାଖଲ ପାଇଁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି । ‘ସୁଧ ଉପରେ ସୁଧ’ ଛାଡ଼ ନେଇ କେନ୍ଦ୍ର ଦେଇଥିବା ସତ୍ୟପାଠ ସନ୍ତୋଷଜନକ ନୁହେଂ ବୋଲି କୋର୍ଟ କହିଛନ୍ତି । ଏବେ ସଂଶୋଧିତ ସତ୍ୟପାଠ ଦାଖଲ ପାଇଁ ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ସମ ମିଳିଛି । ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ୨ କୋଟି ଟଙ୍କା ଯାଏଁ ଲୋନ୍ ଉପରେ ‘ସୁଧ ଉପରେ ସୁଧ’ ଛାଡ଼ କରିବେ ବୋଲି କହିଥିଲେ । ଏହି ଅର୍ଥ ଖୋଦ୍ କେନ୍ଦ୍ର ଦେବ ବୋଲି କହିଥିଲେ । ଯାହାକି ଆନୁମାନିକ ୫ ହଜାରରୁ ୭ ହଜାର କୋଟି ଟଙ୍କା ହେବ ।

Centre Ready To Waive Interest On Interest During Six Month Moratorium

ରିୟଲ ଇଷ୍ଟେଟ ଓ ବିଦ୍ୟୁତ୍ ଉତ୍ପାଦକଙ୍କ ପାଇଁ ?

ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସରକାର କହିଛନ୍ତି ରିୟଲ ଇଷ୍ଟେଟ ଓ ବିଦ୍ୟୁତ୍ ଉତ୍ପାଦକଙ୍କୁ ମଧ୍ୟ ଏହା ଭିତରେ ଅଣାଯିବ । କୋର୍ଟ ସରକାରଙ୍କୁ କହିଛନ୍ତି- ଘୋଷଣା ପରେ କେନ୍ଦ୍ର ଅଥବା ଆରବିଆଇ ପକ୍ଷରୁ କୌଣସି ବି ଆଦେଶ କିମ୍ବା ସର୍କୁଲାର ଜାରି କରାଯାଇନାହିଁ । ସୂଚନା ଯୋଗ୍ୟ ରିୟଲ ଇଷ୍ଟେଟ ଡେଭଲପର୍ସ କିଛିଦିନ ତଳେ ସୁଧ ଉପରେ ସୁଧ ଛାଡ଼ ପାଇଁ ଦାବି କରିଥିଲେ ।

କାହାକୁ ମିଳିବ ଆଶ୍ୱସ୍ତି ?

ଗତ ଶୁକ୍ରବାର କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ ସରକାରଙ୍କ ପକ୍ଷରୁ ଛୋଟ ଶିଳ୍ପ, ଶିକ୍ଷା, ଗୃହ ଓ କ୍ରେଡିଟ୍ କାର୍ଡ ସମେତ କିଛି ଋଣର ମୋରେଟୋରିୟମ୍ ସମୟରେ ଲଗାଯାଇଥିବା ସୁଧ ଉପରେ ସୁଧକୁ ଛାଡ଼ କରାଯିବ ।

Loan Moratorium Case Supreme Court Ask Center And RBI To File Fresh Affidavits

କ୍ରେଡାଇ ପକ୍ଷରୁ କପିଲ ସିବଲ କହିଥିଲେ- ସରକାରଙ୍କ ସତ୍ୟପାଠରେ ତଥ୍ୟ ଏବଂ ସଂଖ୍ୟାର ଆଧାର ନାହିଁ । ମୋତେ ପକ୍ଷର ରଖିବାକୁ କିଛି ସମୟ ଦିଆଯାଉ । ମୁଁ ବିସ୍ତୃତ ସୂଚନା ଦେବି । କ୍ରେଡାଇ ପକ୍ଷରୁ ଆର୍ଯ୍ୟମା ସୁନ୍ଦରମ କହିଥିଲେ- ରିୟଲ ଇଷ୍ଟେଟ କ୍ଷେତ୍ରକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଏହି କ୍ଷେତ୍ରକୁ ଲୋନ୍ ଷ୍ଟ୍ରକ୍ଚରିଂର ସୁବିଧା ମଧ୍ୟ ମିଳିନାହିଁ । ୨୦୨୦ ସେପ୍ଟେମ୍ବର ୧ରୁ ସମସ୍ତ ସୁଧ ଦେବାକୁ ପଡ଼ୁଛି ।

ଋଣର ସୁଧ ଉପରେ ଦେବାକୁ ପଡ଼ିବନି ସୁଧ, ସରକାରଙ୍କ ସତ୍ୟପାଠ

ଜେଜେମା’କୁ ସାକ୍ଷାତ କରିବା ପାଇଁ ୨୮୦୦ କି.ମି ଚାଲିଚାଲି ଗଲା ନାତି

ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୀର୍ଘ ଦିନ ହେବ ଏହା ପ୍ରଭାବରେ ଲକଡାଉନ ଜାରି ରହିଥିଲା ।  ଯାନ ବାହନ ଚଳାଚଳ ବନ୍ଦ ରହିଥିଲା । ଯାହାଦ୍ୱାରା ଦୀର୍ଘ ସମୟ ଧରି କେହି ମଧ୍ୟ ନିଜ ପ୍ରିୟ ପରିଜନଙ୍କୁ ସାକ୍ଷାତ କରିପାରୁନଥିଲେ । ଏଭଳି ପରିସ୍ଥିତିରେ ଆଖପାଖରେ ରହୁଥିବା ଲୋକ ଚାଲିଚାଲି ନିଜ ଲୋକଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ । ନିକଟରେ ସୋସିଅଲ ମିଡିଆରେ ଏଭଳି ଏକ ଛୋଟପିଲାର କାହାଣୀ ଭାଇରାଲ ହେଉଛି ଯିଏ ୨୮୦୦ କିଲୋମିଟର ଚାଲି ଚାଲି ତା ଜେଜେମାକୁ ସାକ୍ଷାତ କରିବାକୁ ପହଞ୍ଚିଛି ।

୧୦ ବର୍ଷର ରୋମିଓ କକ୍ସ ୨୦ ଜୁନକୁ ବାପା ଫିଲଙ୍କ ସହିତ ଇଟାଲୀର ସିସିଲି ସ୍ଥିତ ପଲର୍ମୋରୁ ଲଣ୍ଡନ ବାହାରିଲେ । ଏହି ଯାତ୍ରା ମଧ୍ୟରେ ଦୁଇଜଣ ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ବ୍ରିଟେନ ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ । ୨୦ ଜୁନକୁ ଇଟାଲୀରୁ ବାହାରିଥିବା ରୋମିଓ କକ୍ସ ଏବଂ ହିଲ ୨୧ ସେପ୍ଟେମ୍ବରକୁ ୟୁକେରେ ପହଞ୍ଚିଲେ । ଅବଶ୍ୟ ଏବେ ଦୁଇଜଣ ଆଇସୋଲେସନରେ ଅଛନ୍ତି । ଏହି ସମୟ ଶେଷ ହେବାପରେ ରୋମିଓଙ୍କର ସାକ୍ଷାତ ହେବ ତାଙ୍କ ଜେଜେମାଙ୍କ ସହିତ ।

ଏହି ସମୟର କିଛି ମୁହୂର୍ତ୍ତକୁ ଭିଡ଼ିଓରେ କଏଦ କରିଥିଲେ ରୋମିଓ । ଯେଉଁ ଭିଡ଼ିଓକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ତେବେ ଜେଜେମାଙ୍କୁ ସାକ୍ଷାତ କରିବା ପରେ ତିନି ମାସର କଷ୍ଟ ଦୂର ହୋଇଯିବ ବୋଲି କହିଛନ୍ତି ରୋମିଓ ।

ସିଂହ ଛୁଆଙ୍କ ପାଇଁ ମା’ ପାଲଟିଲା କୁକୁର

ମା’ର ମମତା ଓ  ସ୍ନେହରେ ବାଛ ବିଚାର ନଥାଏ । ମା’ କେବଳ ମା’ ।  ଯାହା କେବେ ମାନିନି ପଶୁ କି ମଣିଷର ଭେଦଭାବ । ମାତୃତ୍ୱ ନିଜ ଓ ପର ଭିତରେ ଫରକ ମାନେନା । ବେଳେ ବେଳେ ପର ଛୁଆକୁ ବି କୋଳେଇ ନିଏ ମା’ । ଏମିତି ଅନେକ ଉଦାହରଣ ରହିିଛି ଯେଉଁଠି ଗୋଟିଏ ପ୍ରଜାତିର ମା’ ଆଉ ଗୋଟିଏ ପ୍ରଜାତିର ପିଲାକୁ ବି ଦିଏ ମାତୃତ୍ୱର ସ୍ନେହ ।  ବାସ ଏଥିପାଇଁ ଆବଶ୍ୟକ ମା ଭଳି ଏକ ସୁନ୍ଦର ହୃଦୟ । ଏମିତି ଏକ ଘଟଣା ଘଟିଛି ଋଷର ଭ୍ଲାଡିଭୋଷ୍ଟୋକରେ । ଦୁଇଟି ସିଂହ ଛୁଆଙ୍କ ପାଇଁ ମା ପାଲଟିଛି ଏକ କୁକୁର । ମାକୁ ହରେଇ କ୍ଷୀର ପାଇଁ ଡହଳବିକଳ ଶିଶୁକୁ ସାହା ହୋଇଛି ଏକ କୁକୁର ।

ଘଟଣା କିଛି ଏମିତି, ଋଷ୍ ବେଲି ଲେଭ ପଶୁ ଉଦ୍ୟାନରେ ଦୁଇଟି ସିଂହ ଛୁଆ ଜନ୍ମ ହୋଇଥିଲେ । ଦୁର୍ବଳତା କାରଣରୁ ସିଂହ ଛୁଆର ମା’କୁ ଚିକିତ୍ସା ପାଇଁ ନେବାକୁ ପଡିଲା । ପରେ ବାଧ୍ୟ ହୋଇ ଦୁଇ ଛୁଆଙ୍କୁ ମା’ଙ୍କଠାରୁ ଅଲଗା କରିବାକୁ ପଡ଼ିଥିଲା । ଏତେ ଛୋଟ ଛୁଆଙ୍କୁ ମାଠାରୁ ଭିନ୍ନ କରିବା ପରେ ପିଲାଙ୍କ ଲାଳନ ପାଳନର ଚିନ୍ତା ଘାରିଥିଲା ଉଦ୍ୟାନର ମୁଖ୍ୟ ବିକାଶ ଆଗାଫୋନୋବଙ୍କୁ । ଅନେକ ଖୋଜାଖୋଜି ବି କରିଥିଲେ । ତେବେ ଶେଷରେ ବିକାଶଙ୍କୁ ମିଳିଲା, ଏକ କୁକୁର । ସାନ୍ଦ୍ରା ନାମକ ଏହି କୁକୁରର ମାଲିକ ହେଉଛନ୍ତି, ଆର୍ଟିଓମ୍ ସହରର ଏକ ଦମ୍ପତି । ୮ ବର୍ଷର କୁକୁର ସାନ୍ଦ୍ରା ହିଁ ଶେଷରେ ସାହା ପାଲଟିଥିଲା ଦୁଇ ନାଚାର ସିଂହ ଛୁଆଙ୍କ ପାଇଁ । ସବୁଠୁ ଆଶ୍ଚର୍ଯ୍ୟର କଥା ସାନ୍ଦ୍ରା କେବେ ନିଜ ଛୁଆ ଆଉ ସିଂହ ଛୁଆଙ୍କ ଭିତରେ ପ୍ରଭେଦ କରିନି । ସେଦୁହିଁଙ୍କୁ ଏମିତି କୋଳେଇ ନେଇଛି ଏକଦମ ମା ଓ ଛୁଆ ସମ୍ପର୍କ ଆପେ ଆପେ ଫୁଟି ଉଠିଛି ।

AIIMS ଡାକ୍ତରଙ୍କ ପୁରୁଣା ଅଡ଼ିଓ ଲିକ୍- ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପରଦା ଉଠିନାହିଁ । ତେବେ ଏଭଳି ସମୟରେ (AIIMS) ଡାକ୍ତର ସୁଧୀର ଗୁପ୍ତାଙ୍କର ଏକ ପୁରୁଣା ଅଡିଓ ଟେପ୍ ଲିକ୍ ହୋଇଛି ଯେଉଁଥିରେ ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି ବୋଲି ସେ ନିଜେ କହିଛନ୍ତି । ଯେତେବେଳେ ସେ ସୁଶାନ୍ତଙ୍କ ମୃତ୍ୟୁ ଫଟୋ ଦେଖିଥିଲେ ସେତେବେଳେ ସେ ଏଭଳି ବୟାନ ଦେଇଥିଲେ । କିନ୍ତୁ ଯେତେବେଳେ ମାମଲାର ତଦନ୍ତ ଚାଲିଥିଲା, ସେତେବେଳେ ସେ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। ସୁଧୀର ଗୁପ୍ତା ହେଉଛନ୍ତି ଟିମ୍ ର ମୁଖ୍ୟ, ଯିଏ ସୁଶାନ୍ତଙ୍କ ମାମଲାର ଫରେନସିକ୍ ରିପୋର୍ଟ ଦାଖଲ କରିଥିଲେ।

ସୂଚନାଯୋଗ୍ୟ ଯେ, ଲିକ୍ ହୋଇଥିବା ଅଡ଼ିଓ ଟେପ୍ ରେ ଡାକ୍ତର ଗୁପ୍ତା ଅନେକ କଥା ଉଲ୍ଲେଖ କରିଛନ୍ତି । ଯେତେବେଳେ ସୁଶାନ୍ତଙ୍କ ପ୍ରଥମ ଫଟୋ ଡାକ୍ତରଙ୍କ ପାଖକୁ ଆସିଥିଲା ସେ ଏହାକୁ ହତ୍ୟା ବୋଲି କହିଥିଲେ । ହେଲେ ପରେ AIIMS ର ଫରେନସିକ୍ ପ୍ୟାନେଲର ରିପୋର୍ଟରେ ଦର୍ଶାଯାଇଛି, ଯେ ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଡାକ୍ତରଙ୍କ ପୁରୁଣା ବୟାନ ଶୁଣିବା ପରେ ଏବେ ପ୍ରତିବାଦର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ୟାନେଲର ରିପୋର୍ଟ ପରେ ସୁଶାନ୍ତଙ୍କ ପରିବାର ସଦସ୍ୟ ଖୁସି ନାହାଁନ୍ତି । ସେଥିପାଇଁ ପରିବାର ଲୋକେ ସିବିଆଇକୁ ଡାକ୍ତରଙ୍କ ନୂଆ ପ୍ୟାନେଲ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ଏ । ତେବେ ସିବିଆଇ ଏନେଇ କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଛି ।

ସୁଶାନ୍ତଙ୍କ ପରିବାର ଲୋକଙ୍କ ଅନୁସାରେ, ସେମାନେ AIIMS ପ୍ୟାନେଲର ଯାଞ୍ଚ ଉପରେ ବିଶ୍ୱାସ କରନ୍ତି ନାହିଁ । ଏଥି ସହିତ ମୁମ୍ବାଇ ପୋଲିସ କହିଛି ଯେ, ସିବିଆଇ ମଧ୍ୟ ସମାନ କାମ କରୁଛନନ୍ତି ଯାହା ସେମାନଙ୍କ ତଦନ୍ତରୁ ଜଣାପଡ଼ିଥିଲା । ଏହାପୂର୍ବରୁ ସୁଶାନ୍ତଙ୍କ ପରିବାର ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସର ତଦନ୍ତ ନେଇ ବିଶ୍ୱାସ କରିନଥିଲେ । ଏବଂ ସିବିଆଇ ଏହି ମାମଲାର ଅନୁସନ୍ଧାନ କରୁ ବୋଲି କହିଥିଲେ।

ତେବେ ଏହାକୁ  ନେଇ ସିବିଆଇ  କୌଣସି ଅଧିକାରିକ ବୟାନ ଜାରି କରିନାହିଁ । ସିବିଆଇ ଅନୁସାରେ ମାମଲାର ତଦନ୍ତ ଏବେ ବି ଜାରି ରହିଛି । ସିବିଆଇର ଏସଆଇଟି ଟିମ୍ ଲଗାତାର ମାମଲାର ଅନୁସନ୍ଧାନ କରୁଛି । AIIMS ରିପୋର୍ଟ ବ୍ୟତୀତ, ସିବିଆଇ ଟିମ୍ ସାଇଣ୍ଟିଫିକ୍ ରିପୋର୍ଟ ବ୍ୟତୀତ ଅନ୍ୟ ତିନୋଟି ରିପୋର୍ଟ ଆଧାରରେ ଯାଞ୍ଚ କରୁଛି । ଯେଉଁଥିରେ AIIMS, CFSL ରିପୋର୍ଟ ଏବଂ FSL ରିପୋର୍ଟ ସାମିଲ ଅଛି । ଏହି ତିନୋଟି ରିପୋର୍ଟ ଆତ୍ମହତ୍ୟା ଆଡ଼କୁ ଇଙ୍ଗିତ କରୁଛି ।

 

DRDO ଏସଏମଆରଟି ମିଶାଇଲର କଲା ସଫଳ ପରୀକ୍ଷଣ

ବାଲେଶ୍ୱର: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ DRDO ସୋମବାର ଦିନ ଟୋରପେଡୋ ଏସଏମଏଆରଟି (Supersonic Missile Assisted Release of Torpedo) ମିଶାଇଲକୁ ସଫଳତାର ସହ ଉତକ୍ଷପଣ କରାଯାଇଛି । ଏହାକୁ ସମୁଦ୍ରକୂଳରୁ ୧୧.୪୫ ମିନିଟ୍‌ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବଦୁଲ କାଲାମ ଦ୍ୱୀପର କୂଳରୁ ଉତ୍‌କ୍ଷେପଣ କରାଯାଇଛି । ସବ୍‌-ମେରିନ୍‌ରୁ ମିସାଇଲ ଉତ୍‌କ୍ଷେପଣରେ ଏହା ହେବ ଗେମ୍‌ ଚେଞ୍ଜର ।

DRDOର ଏହି ସଫଳ ପରିକ୍ଷଣ ପାଇଁ ନେଇ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ । ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି ଯେ, ଟୋରପେଡୋ ସୁପରସୋନିକ ମିଶାଇଲ ଆସିଷ୍ଚେଡ଼ ରିଲିଜକୁ ଓଡ଼ିଶା ସମୁଦ୍ର କୂଳରୁ ଅବଦୁଲ କାଲାମ ଦ୍ୱୀପରୁ ସଫଳପୂର୍ବକ ପରୀକ୍ଷଣ କରାଯାଇଛି । ଏହି ମିଶାଇଲ ଯୁଦ୍ଧ ସମୟରେ ଗେମ୍‌ ଚେଞ୍ଜର ହେବାର କ୍ଷମତା ରଖୁଛି ।

ସୂଚନାଯୋଗ୍ୟ ଯେ, ଏଭଳି ମିଶାଇଲ କ୍ଷମତା ଖୁବ କମ ରାଷ୍ଟ୍ରଙ୍କ ପାଖରେ ରହିଛି ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ଏକାଥରେ ଦଳ ଛାଡ଼ିଲେ…

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ । ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ତିର୍ତ୍ତୋଲ ଉପନିର୍ବାଚନର କିଛିଦିନ ପୂର୍ବରୁ ଦଳ ଛାଡିଲେ କଂଗ୍ରେସ ନେତା । କଂଗ୍ରେସ ୧୦ରୁ ଉର୍ଦ୍ଧ୍ୱ ନେତା ନିଜ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି କଂଗ୍ରେସ ବହୁ କର୍ମୀ । ବିଜୁ ଜନତା ଦଳରେ ଯୋଗ ଦେବାସହ ସେଠାକାର ନିର୍ବାଚନରେ ଦଳକୁ ବିପୁଳ ବିଜୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବତନ ପିସିସି ସେକ୍ରେଟାରୀ ତଥା ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ପୂର୍ବତନ ଚେୟାରମ୍ୟାନ ଏସ କେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି, କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଂଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ , ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ପୂର୍ବତନ ପିସିସି ସେକ୍ରେଟାରୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଅନ୍ୟ ନେତା ମାନେ ବିଜେଡିରେ ଯୋଗ ଦେବା ସହ ତିର୍ତ୍ତୋଲ ଉପନିର୍ବାଚନରେ ଦଳର ବିପୁଳ ବିଜୟ ହେବ ବୋଲି ପ୍ରକାଶ କରିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅତନୁ ସବ୍ୟସାଚୀ ନାୟକ , ଦେବାଶିଷ ସାମନ୍ତରାୟ , ପ୍ରଶାନ୍ତ ମୁଦୁଲି, ଜନ୍ମେଜୟ ଲେଙ୍କା ଓ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି ।

ସେନା କାର୍ଯ୍ୟକଳାପ ନେଇ ନିର୍ମାଣ ହୋଇଛି ଅଟଳ ଟନେଲ, ଯୁଦ୍ଧ ହେଲେ ଧ୍ୱଂସ କରିଦେବୁ: ଚୀନ

ଲଦାଖ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହିମାଚଳ ପ୍ରଦେଶର ରୋହତଙ୍ଗରେ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟଳ ଟନଲ ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୁରଙ୍ଗ ଉଦ୍‌ଘାଟନ ବେଳେ କହିଛନ୍ତି ଯେ, ଏହି ସୁରଙ୍ଗ ଦେଶର ସୀମା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ । ସବୁଥର ଭଳି ଚୀନ ସରକାରଙ୍କ ମୁଖପାତ୍ର ଗ୍ଳୋବାଲ୍ ଟାଇମ୍ସ ଅଟଳ ଟନଲକୁ ନେଇ ନିଜ ଆଭିମୁଖ୍ୟ ଛାପିବା ସହ ଭାରତକୁ ଧମକାଇବାକୁ ଚେଷ୍ଟା କରିଛି ।

            ଗ୍ଳୋବାଲ ଟାଇମ୍ସରେ ଏକ ଆର୍ଟିକାଲ ପ୍ରକାଶିତ ହୋଇଛି, ଯେଉଁଥିରେ ଅଟଳ ଟନଲ ନିର୍ମାଣ କରିବା ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । ଏବଂ ଏହା ଏକ ପାହାଡ଼ିଆ ଅଞ୍ଚଳ ଓ ଏଠାରେ ଧନୀକ ଶ୍ରେଣୀର ଲୋକମାନେ ରହୁଥିବାରୁ ଏହାକୁ କେବଳ ସେନା କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ବୋଲି ଉଲ୍ଲେଖ ରହିଛି ।

            ଚୀନ ଖବର କାଗଜରେ ଆହୁରୀ ଲେଖା ଯାଇଛି ଯେ, ଅଟଳ ଟନଲ ହେବା ଫଳରେ କମ୍‌ରୁ କମ୍ ସମୟ ମଧ୍ୟରେ ସୀମାରେ ସେନା ନିୟୋଜିତ ହୋଇପାରିବେ । ତେବେ ଏହା ସତ୍ୟ ଯେ, ଏହି ଟନଲ ନିର୍ମିତ ହେବା ପରେ ଅନ୍ୟ ରାସ୍ତାଗୁଡ଼ିକ ଅପେକ୍ଷା କମରୁ କମ୍‌ ସମୟ ମଧ୍ୟରେ ଲେହରେ ପହଞ୍ଚି ହେବ । ସେନା ନିୟୋଜନ ଏବଂ ରଣନୀତି ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ । ଗ୍ଳୋବାଲ ଟାଇମ୍ସ ଆଗକୁ ଆହୁରୀ ଲେଖିଛନ୍ତି ଯେ, ଶାନ୍ତି ସମୟରେ ଏହି ସୁରଙ୍ଗ ଦେଇ ସେନା ନିଯୁକ୍ତ କରିବାକୁ ସୁବିଧା ହେବ କିନ୍ତୁ ଯୁଦ୍ଧ ସମୟରେ ଏହା ଦ୍ୱାରା କୌଣସି ଫାଇଦା ମିଳିବନାହିଁ । ଚାଇନା ପିପଲ୍ସ ଆର୍ମି ନିକଟରେ ଏହି ସୁରଙ୍ଗକୁ ବେକାର କରିବାକୁ ବହୁ ଉପାୟ ରହିଛି । ଉଭୟ ଭାରତ ଓ ଚୀନ ପାଇଁ ଏହା ହିଁ ଭଲ ଯେ, ଉଭୟ ଶାନ୍ତପୂର୍ଣ୍ଣ ଭାବେ ରହିବେ । ଖବରକାଗଜରେ ଆହୁରୀ ଲେଖାଯାଇଛି ଭାରତ ଧୌର୍ଯ୍ୟ ଧରିବା ଉଚିତ୍ । ଚୀନକୁ ଉସକାଇଲା ଭଳି କୌଣସି କାର୍ଯ୍ୟ କରିବା ଅନୁଚିତ । ସୁରଙ୍ଗ ଦ୍ୱାରା ଭାରତ ଲଢ଼େଇ କ୍ଷମତାରେ ବୃଦ୍ଧି ହେବନାହିଁ । ଏବେ ମଧ୍ୟ ଚୀନ ଏବଂ ଭାରତର ଯୁଦ୍ଧ କ୍ଷମତା ମଧ୍ୟରେ ଢେର ଅନ୍ତର ରହିଛି । ଚୀନଠାରୁ ଭାରତର ଯୁଦ୍ଧ କ୍ଷମତା ବହୁତ୍ କମ୍ ରହିଛି ।

ଆତଙ୍କୀ ଆକ୍ରମଣ: ୨ ସିଆରପିଏଫ୍ ଯବାନ ଶହୀଦ

ଜମ୍ମୁ କଶ୍ମୀର: ପୁଣି ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପାମପୋର ବାଇପାସ୍ ନିକଟରେ ରୋଡ୍ ଓପେନିଂ ପାର୍ଟିଂ ବେଳେ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୫ ସିଆରପିଏଫ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଶହୀଦ ହୋଇଛନ୍ତି । ଅନ୍ୟ ଗୁରୁତର ଯବାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବମ୍ପର ଗଞ୍ଜେଇ ଅମଳ : ଦିନକରେ ୯୦ଲକ୍ଷ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ

ମାଲକାନଗିରି/କୋରାପୁଟ/ଚାନ୍ଦପୁର: ମାଲକାନଗିରି ଆବକାରୀ ବିଭାଗକୁ ମିଳିଛି ବଡ ସଫଳତା । ୭ କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ପିକଅପ ଗାଡି ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ମାଲକାନଗିରି ଥାନା ପଦ୍ମଗିରି ପଂଚାୟତର ସର୍ଗିଗୁଡା ଠାରେ ଚୋରାଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ବୋଲି କୁହାଯାଇଛି । କୁଡୁମୁଲୁଗୁମା ଅଂଚଳରୁ ଗଞ୍ଜେଇ ଅଣାଯାଇ ଛତିଶଗଡ଼ ଅଭିମୁଖେ ଚୋରାଚାଲାଣ ହେଉଥିଲା। ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଥିବା ଅବକାରୀ ଅଧିକ୍ଷକ ଅଶୋକ ସେଠ ସୂଚନା ଦେଇଛନ୍ତି।

ସେହିଭଳି କୋରାପୁଟ ଲମତାପୁଟରୁ ୫ଶହ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ଟ୍ରକ୍ ସହ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି । ଚଙ୍ଗଡିପଡା ନିକଟରେ ଆଜି ଭୋର ସମୟରେ ପୋଲିସ ପାଟ୍ରୋଲିଂ ବେଳେ ବିହାର ଅଭିମୁଖେ ଯାଉଥିବା ଟ୍ରକକୁ ଯାଞ୍ଚ ବେଳେ ୫ଶହ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ । ଗିରଫ ୨ଜଣ ହେଲେ ବିହାରର ଶିବଜି କୁମାର ଓ ପୁତୁଲ କୁମାର ।

ଅନ୍ୟପଟେ, ଚାନ୍ଦପୁରରେ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ୨କେଜି ଚୋରା ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ । ଗିରଫ ଅଭିଯୁକ୍ତ ହେଲା ନୟାଗଡ଼ ରଘୁନାଥପ୍ରସାଦ ଅଞ୍ଚଳର ପିତବାସ ନାୟକ । ଚାନ୍ଦପୁରର ଏକ ମଦ ଦୋକାନରେ ରହି କାମ କରିବା ସହ ଚୋରା ଗଞ୍ଜେଇ ଓ ଧଳାଜହର କାରବାରରେ ଲିପ୍ତ ଥିଲା । ସୂଚନା ମିଳିବା ପରେ ଚାନ୍ଦପୁର ବାଇପାସ୍ ନିକଟରେ ଛକି ରହି ସ୍କୁଟିରେ ଆସିଥିବା ଗଞ୍ଜେଇ ବେପାରୀ ପିତବାସକୁ କାବୁ କରିଥିଲା ପୋଲିସ । ଏହି କାରବାରରେ ଚାନ୍ଦପୁରର ଏକ ମଦ ଦୋକାନୀର ସମ୍ପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି ।

ବାୟୁ ସେନା ମୁଖ୍ୟଙ୍କ ବଡ଼ ବୟାନ: ଉଭୟ ପକ୍ଷରୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଭାରତ

ଲଦାଖ୍‌ : ବାସ୍ତବିକ ସୀମା ରେଖା ବା ଲାଇନ୍ ଅଫ୍ ଆକ୍ୟୁଆଲ୍ କଣ୍ଟ୍ରୋଲ (ଏଲ୍‌ଏସି)ରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ବାୟୁ ସେନା ପ୍ରମୁଖଙ୍କ ବଡ଼ ବୟାନ । ବାୟୁସେନା ଚିଫ୍ କହିଛନ୍ତି, ଭାରତ ଉତ୍ତର ଭାରତରେ ଉଭୟ ପକ୍ଷରୁ ଲଢ଼ିବା ପାଇଁ ପ୍ରସ୍ତୁତ ରହିଛି । ଅର୍ଥାତ ଚୀନ ଏବଂ ପାକିସ୍ତାନ ମଧ୍ୟରୁ ଯେଉଁପଟୁ ଉତ୍ତେଜନା ସୃଷ୍ଟି ହେବ ସେହି ପଟେ ମୁକାବିଲା ନେଇ ପ୍ରସ୍ତୁତ ରହିଛି ଭାରତ । ବାୟୁସେନା ଚିଫ୍‌ କହିଛନ୍ତି ଯେ, ରାଫେଲ୍ ଆସିବା ପରେ ବାୟୁସେନାର ଶକ୍ତି ବଢ଼ିଯାଇଛି । ଏହା ଦ୍ୱାରା ଖୁବଶୀଘ୍ର ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇପାରିବ । କମ୍ୱେଟ୍ ହେଲିକେପ୍ଟର, ଟ୍ରେନର ଏୟାରକ୍ରାଫ୍ ସମେତ ଅନ୍ୟ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବାୟୁସେନାର ଶକ୍ତି ବୃଦ୍ଧି କରିବ ।

            ଆରକେଏସ୍ ଭଦୋରିଆ କହିଛନ୍ତି ଯେ, ବାୟୁସେନା ଭାରତ ଏବଂ ଚୀନ ସହିତ ଉଭୟ ପକ୍ଷରେ ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ରହିଛି । ସେ କହିଛନ୍ତି ଯେ, ଚୀନର ହରକତ ନେଇ ମଇ ମାସରେ ଜଣାପଡ଼ିଥିଲା । ସେବେଠାରୁ ଭାରତୀୟ ସେନା ଏବଂ ବାୟୁସେନା ପକ୍ଷରୁ ଆକ୍ସନ ନିଆଯାଇଛି ।