AIIMS ଡାକ୍ତରଙ୍କ ପୁରୁଣା ଅଡ଼ିଓ ଲିକ୍- ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା

1 min read

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପରଦା ଉଠିନାହିଁ । ତେବେ ଏଭଳି ସମୟରେ (AIIMS) ଡାକ୍ତର ସୁଧୀର ଗୁପ୍ତାଙ୍କର ଏକ ପୁରୁଣା ଅଡିଓ ଟେପ୍ ଲିକ୍ ହୋଇଛି ଯେଉଁଥିରେ ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି ବୋଲି ସେ ନିଜେ କହିଛନ୍ତି । ଯେତେବେଳେ ସେ ସୁଶାନ୍ତଙ୍କ ମୃତ୍ୟୁ ଫଟୋ ଦେଖିଥିଲେ ସେତେବେଳେ ସେ ଏଭଳି ବୟାନ ଦେଇଥିଲେ । କିନ୍ତୁ ଯେତେବେଳେ ମାମଲାର ତଦନ୍ତ ଚାଲିଥିଲା, ସେତେବେଳେ ସେ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। ସୁଧୀର ଗୁପ୍ତା ହେଉଛନ୍ତି ଟିମ୍ ର ମୁଖ୍ୟ, ଯିଏ ସୁଶାନ୍ତଙ୍କ ମାମଲାର ଫରେନସିକ୍ ରିପୋର୍ଟ ଦାଖଲ କରିଥିଲେ।

ସୂଚନାଯୋଗ୍ୟ ଯେ, ଲିକ୍ ହୋଇଥିବା ଅଡ଼ିଓ ଟେପ୍ ରେ ଡାକ୍ତର ଗୁପ୍ତା ଅନେକ କଥା ଉଲ୍ଲେଖ କରିଛନ୍ତି । ଯେତେବେଳେ ସୁଶାନ୍ତଙ୍କ ପ୍ରଥମ ଫଟୋ ଡାକ୍ତରଙ୍କ ପାଖକୁ ଆସିଥିଲା ସେ ଏହାକୁ ହତ୍ୟା ବୋଲି କହିଥିଲେ । ହେଲେ ପରେ AIIMS ର ଫରେନସିକ୍ ପ୍ୟାନେଲର ରିପୋର୍ଟରେ ଦର୍ଶାଯାଇଛି, ଯେ ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଡାକ୍ତରଙ୍କ ପୁରୁଣା ବୟାନ ଶୁଣିବା ପରେ ଏବେ ପ୍ରତିବାଦର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ୟାନେଲର ରିପୋର୍ଟ ପରେ ସୁଶାନ୍ତଙ୍କ ପରିବାର ସଦସ୍ୟ ଖୁସି ନାହାଁନ୍ତି । ସେଥିପାଇଁ ପରିବାର ଲୋକେ ସିବିଆଇକୁ ଡାକ୍ତରଙ୍କ ନୂଆ ପ୍ୟାନେଲ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ଏ । ତେବେ ସିବିଆଇ ଏନେଇ କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଛି ।

ସୁଶାନ୍ତଙ୍କ ପରିବାର ଲୋକଙ୍କ ଅନୁସାରେ, ସେମାନେ AIIMS ପ୍ୟାନେଲର ଯାଞ୍ଚ ଉପରେ ବିଶ୍ୱାସ କରନ୍ତି ନାହିଁ । ଏଥି ସହିତ ମୁମ୍ବାଇ ପୋଲିସ କହିଛି ଯେ, ସିବିଆଇ ମଧ୍ୟ ସମାନ କାମ କରୁଛନନ୍ତି ଯାହା ସେମାନଙ୍କ ତଦନ୍ତରୁ ଜଣାପଡ଼ିଥିଲା । ଏହାପୂର୍ବରୁ ସୁଶାନ୍ତଙ୍କ ପରିବାର ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସର ତଦନ୍ତ ନେଇ ବିଶ୍ୱାସ କରିନଥିଲେ । ଏବଂ ସିବିଆଇ ଏହି ମାମଲାର ଅନୁସନ୍ଧାନ କରୁ ବୋଲି କହିଥିଲେ।

ତେବେ ଏହାକୁ  ନେଇ ସିବିଆଇ  କୌଣସି ଅଧିକାରିକ ବୟାନ ଜାରି କରିନାହିଁ । ସିବିଆଇ ଅନୁସାରେ ମାମଲାର ତଦନ୍ତ ଏବେ ବି ଜାରି ରହିଛି । ସିବିଆଇର ଏସଆଇଟି ଟିମ୍ ଲଗାତାର ମାମଲାର ଅନୁସନ୍ଧାନ କରୁଛି । AIIMS ରିପୋର୍ଟ ବ୍ୟତୀତ, ସିବିଆଇ ଟିମ୍ ସାଇଣ୍ଟିଫିକ୍ ରିପୋର୍ଟ ବ୍ୟତୀତ ଅନ୍ୟ ତିନୋଟି ରିପୋର୍ଟ ଆଧାରରେ ଯାଞ୍ଚ କରୁଛି । ଯେଉଁଥିରେ AIIMS, CFSL ରିପୋର୍ଟ ଏବଂ FSL ରିପୋର୍ଟ ସାମିଲ ଅଛି । ଏହି ତିନୋଟି ରିପୋର୍ଟ ଆତ୍ମହତ୍ୟା ଆଡ଼କୁ ଇଙ୍ଗିତ କରୁଛି ।

 

Leave a Reply