spot_img
Home Blog Page 6374

ହାର୍ଡୱେର ଦୋକାନର କର୍ମଚାରୀଙ୍କୁ ମାଡ଼ମାରି ଲୁଟିଲେ ୬ ଲକ୍ଷ ଟଙ୍କା

ମାଲକାନାଗିରି: ମାଡ଼ ମାରି ୬ଲକ୍ଷ ଟଙ୍କା ଲୁଟ । ମାଲକାନଗିରି ସାପ୍ତାହିକ ହାଟ ନିକଟରେ ଏହି ଘଟଣା ଘଟିଛି । ଏକ ହାର୍ଡୱେର ଦୋକାନର ଜଣେ କର୍ମଚାରୀ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିଲେ।  ଟଙ୍କା ଲୁଟ ପରେ ଦୁର୍ବୃତ୍ତ ଫେରାର ହେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଯଦି ଦେଖିବା ତେବେ ମାଲକାନାଗିରିରେ ଏଭଳି ଘଟଣା ପ୍ରଥମ । କାରଣ ପୂର୍ବରୁ ମାଲକାନାଗିରିରେ ଏଭଳି ଘଟଣା ଘଟିନଥିଲା । ଏହି ଘଟଣାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । କିନ୍ତୁ ପୋଲିସର ତଦନ୍ତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

ମନ୍ଦିର ଖୋଲିବା ପାଇଁ ବିଧାନସଭାରେ ତାରାଙ୍କ ଗୁହାରି

ଭୁବନେଶ୍ୱର:କରୋନା କାରଣରୁ ରାଜ୍ୟରେ ମନ୍ଦିର ସବୁ ବନ୍ଦ ହୋଇ ରହିଛି । ଯେଉଁଥିପାଇଁ ମନ୍ଦିର ଉପରେ ନିର୍ଭରଶୀଳ ପୂଜକ ଓ ଅନ୍ୟମାନଙ୍କ ଆୟ ପ୍ରଭାବିତ ହେଉଛି ।  ତେଣୁ ମନ୍ଦିର ଖୋଲିବାକୁ ବିଧାନସଭାରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ପୁରୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ତୁରନ୍ତ ଖୋଲିବା ପାଇଁ ସେ ବାଚସ୍ପତିଙ୍କ ନିକଟରେ ଗୁହାରି କରିଛନ୍ତି ।

କଂଗ୍ରେସ ବିଧାୟକ ତାରା ବାହିନୀପତି ଆଜି  ମନ୍ଦିର ଖୋଲିବା ପାଇଁ ମଧ୍ୟ ଗୃହରେ ଦାବି କରିଥିଲେ । ୨୪ଘଣ୍ଟା ଭିତରେ ପୁରୀ ମନ୍ଦିର ସହ ଅନ୍ୟ ମନ୍ଦିର ଖୋଲା ଯାଉ ବୋଲି ସେ କହିଥିଲେ । ତାଙ୍କ କହିବା ହେଉଛି ମନ୍ଦିର ବନ୍ଦ କାରଣରୁ  ସେବାୟତ ଓ ପୂଜକ ହଇରାଣ ହଉଛନ୍ତି । ସେମାନଙ୍କ ଆୟ ପ୍ରଭାବିତ ହେଉଛି । ତେଣୁ ରାଜ୍ୟର ମନ୍ଦିର ଗୁଡିକୁ ତୁରନ୍ତ ଖୋଲାଯାଉ ।  ହାତ ଯୋଡ଼ି ଏ ପ୍ରସଙ୍ଗରେ ରୁଲିଂ ଦେବାକୁ କରିଛନ୍ତି ଦାବି । ତାରା ସ୍ୱରରେ ସ୍ୱର ମିଳାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ ମଧ୍ୟ କହିଛନ୍ତି ୨୪ ଘଣ୍ଟା ଭିତରେ ମନ୍ଦିର ଖୋଲାଯାଉ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଅନଲାଇନ୍ ଶିକ୍ଷା ଉପରେ ମଧ୍ୟ ତାରା ପ୍ରଶ୍ନ ଉଠାଇଥିଲେ । ଏହା ସହ ସେ ମଧ୍ୟ ଶିକ୍ଷା  ସହାୟକ ନିଯୁକ୍ତି ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ । ୬ ବର୍ଷ ପରେ ବି ଯେଉଁ ଶିକ୍ଷା ସହାୟକ ମାନଙ୍କୁ ସରକାର ନିୟମିତ କରିନାହାନ୍ତି ସେମାନଙ୍କୁ ନିୟମିତ କରିବାକୁ ଦାବି କରିଛନ୍ତି । ନହେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ ତାରା ।

ରାଜ୍ୟରେ ଥରାଇଲାଣି ଶୀତ, ଦାରିଙ୍ଗବାଡ଼ିରେ ରହିଛି ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ । ସକାଳୁ ସକାଳୁ ଥଣ୍ଡା ବେଶି ଅନୁଭୂତ ହେଉଛି । ଦିନ ୧୦ ଟା ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହୁଛି । ଗତ ଦୁଇଦିନ ହେବ ରାଜ୍ୟରେ ବଢ଼ିଛି ଥଣ୍ଡା । ଗତ ରାତିରୁ ରାଜଧାନୀରେ ପ୍ରବଳ ଥଣ୍ଡା ପଡ଼ିଥିଲା । କିଛି କିଛି ସ୍ଥାନରେ କୁହୁଡିର ଆସ୍ତରଣ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି । ଥଣ୍ଡା ସାଙ୍ଗକୁ କୋହଲା ପବନ ଶୀତଦିନର ଆଭାସ ଦେଉଛି । ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ିରେ ମଧ୍ୟ ପ୍ରବଳ ଶୀତର ଅନୁଭବ ହେଲାଣି ।

ଲୋକେ ଅଧିକ ଥଣ୍ଡା କାରଣରୁ ଘରୁ ବହୁତ ଡ଼େରିରେ ବାହାରୁଛନ୍ତି । ବୟସ୍କ ଲୋକଙ୍କୁ ଘରୁ ଡ଼େରିରେ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ୧୫ ଡ଼ିଗ୍ରୀ ତଳେ ୧୨ ସହର ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ରାତ୍ରି ତାପମାତ୍ରା  ୯.୦ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀ ୧୧.୦, ସୋନପୁର ୧୧.୪ , ଅନୁଗୁଳ ୧୧.୬, ବାରିପଦା ୧୨.୦,  କେନ୍ଦୁଝର ୧୨.୪, ତାଳଚେର ୧୨.୫ , ଭବାନୀପାଟଣା ୧୩.୬ , ଝାରସୁଗୁଡା ୧୩.୮, କୋରାପୁଟ ୧୪.୦,  କଟକ ୧୪.୫,   ଏବଂ  ଚାନ୍ଦବାଲି ୧୪.୮, ରାଜଧାନୀ ଭୁବନେଶ୍ୱର ରେ  ରାତ୍ରି ତାପମାତ୍ରା ୧୬.୦ ଡ଼ିଗ୍ରୀ ରେକର୍ଡ ହୋଇଛି ।

ଫୁଲବାଣୀ ଏବଂ ସୁନ୍ଦରଗଡ ରେ ଘନ କୁହୁଡି ରହିଛି । ଯାହାଫଳରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରୁ କମ ରହୁଛି । କୋରାପୁଟ ଠାରେ ମଧ୍ୟମ ଧରଣର କୁହୁଡି  ଏବଂ ଦୃଶ୍ୟମାନ ଦୂରତା ୩୦୦ ମିଟର । ତାଳଚେର, ବଲାଙ୍ଗୀର ଏବଂ ଭବାନୀପାଟଣା ଠାରେ ହାଲୁକା କୁହୁଡି ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଛି ।

 

ଦେଶରେ ଗୋଟିଏ ଦିନରେ ୩୭ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ; ୪୮୦ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୭ ହଜାର ୯୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୮୦ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ସମୁଦାୟ କରୋନା ମାମଲା ୯୧ ଲକ୍ଷ ୭୭ ହଜାର ୮୪୧କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏକ ଲକ୍ଷ ୩୪ ହଜାର ୨୧୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୋଟ ସକ୍ରିୟ ମାମଲା ଚାରି ଲକ୍ଷ ୩୮ ହଜାର ୬୬୭କୁ ଖସି ଆସିଛି। ଏପର୍ଯ୍ୟନ୍ତ ୮୬ ଲକ୍ଷ ୦୪ ହଜାର ୯୫୫ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି ।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୩୧୪ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ବଢ଼ିବାରେ ଲାଗିଛି ହାତୀପଲଙ୍କ ଉପଦ୍ରବ

0

ବଲାଙ୍ଗୀର: ବଢ଼ିବାରେ ଲାଗିଛି ହାତୀପଲଙ୍କ ଉପଦ୍ରବ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ୩୦ଜଣିଆ ହାତୀପଲଙ୍କ ଉପଦ୍ରବ । ଗତକାଲି ଠାରୁ ତୁରେକେଲା ଅଂଚଳରେ ପଶିଛନ୍ତି ହାତୀପଲ । ପୂର୍ବରୁ ଗତ ୨୨ ତାରିଖରେ ତୁରେକେଲାର ବାଗବେଲ, ବୁଢିବାହାଲ, ଗଞ୍ଜାଗୁଡାରେ ଧାନଚାଷ ଉଡାଜୁଛନ୍ତି ୨୨ ଜଣିଆ ହାତୀପଲ ପଶିଥିଲେ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।  ହାତୀପଲରେ ୨ଟି ଦନ୍ତା ଓ ୪ଟି ଶାବକ ଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଡ଼ିଏଫଓ ସମୀର ଶତପଥୀ ।

ଆସିଲା ଖୁସି ଖବର, ଜାନୁଆରୀ କିମ୍ବା ଫେବ୍ରୁଆରୀ ପ୍ରଥମ ଭାଗରେ ଦେଶରେ ମିଳିବ କୋଭିଡ୍ ଟିକା

ନୂଆଦିଲ୍ଲୀ: କରୋନା ସଂକଟରେ ଆଶା ବଢାଉଛି ଟିକା । ଜାନୁଆରୀ କିମ୍ବା ଫେବ୍ରୁଆରୀ ପ୍ରଥମ ଭାଗରେ ଦେଶରେ ମିଳିବ କୋଭିଡ୍ ଟିକା। ଜାନୁଆରୀ ସୁଦ୍ଧା ୧୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ସେରମ ଇନଷ୍ଟିଚ୍ୟୁଟ । ସେପଟେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍‌ରେ ଅନୁମତି ମିଳିଛି ।

ଭାରତ ସରକାର ମଧ୍ୟ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଏଭଳି ହେଲେ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଦଫାରେ ଅକ୍ସଫୋର୍ଡ ଟିକା ମିଳିଯିବ । ଲୋକଙ୍କୁ ଏପ୍ରିଲ ସୁଦ୍ଧା ଟିକା ଦିଆଯିବା ପାଇଁ ଯୋଜନା ହୋଇଛି । ସେରମ ଇନଷ୍ଟିଚ୍ୟୁଟ୍ ଆସନ୍ତା ମାସ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିବ ।

ଟିକାର ଧାର୍ଯ୍ୟ ଦରଠାରୁ ୫୦ ପ୍ରତିଶତ ରିହାତିରେ ସେରମଠାରୁ ଏହାକୁ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ୫ଶହରୁ ୬ଶହ ଟଙ୍କା ମଧ୍ୟରେ ଟିକାର ଦୁଇଟି ଡୋଜ୍ କିଣିବାକୁ ଲକ୍ଷ୍ୟ ରହିଛି । ସେପଟେ ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲର ତଥ୍ୟ ଦେବା ପରେ କୋଭାକ୍ସିନ୍‌କୁ ଜରୁରୀ କାଳୀନ ବ୍ୟବହାର ଅନୁମତି ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍‌ସିନ୍ କରୋନାକୁ ମାତ୍ ଦେବାରେ ୬୦ ପ୍ରତିଶତ ସକ୍ଷମ ବୋଲି କମ୍ପାନୀ ଦାବି କରିଛି ।

ଚଳିତମାସ କୋଭାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍‌ ଆରମ୍ଭ ହୋଇଛି । ସେପଟେ  ଡିସେମ୍ବର ୧୧ରେ ଆମେରିକାରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ଏନେଇ ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ ବାୟୋଏନ୍‌ଟେକ୍ ଟିକାର ଜରୁରୀ ବ୍ୟବହାର ଅନୁମତି ପାଇଁ ଆବେଦନ କରିଛନ୍ତି ।

ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ପିଏମ-ସିଏମ୍‌ ବୈଠକ, ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ପରେ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତାରେ ସରକାର । ଅଧିକ କରୋନା ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳ, ପଶ୍ଚିମବଙ୍ଗ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହେବେ ।

ଦୈନିକ ସଂକ୍ରମଣ ବୃଦ୍ଧିର କାରଣ ଓ ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ନେଇ ଆଲୋଚନା ହୋଇପାରେ । ପାର୍ବଣ ଋତୁରେ ଏସବୁ ରାଜ୍ୟରେ କରୋନା ସଂକ୍ରମଣ ବଢିଛି । ସେହିପରି ଦ୍ୱିତୀୟ ବୈଠକରେ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

ଏଥିରେ କରୋନା ଭ୍ୟାକସିନ୍‌ ଓ ଏହାର ବିତରଣ ନେଇ ଆଲୋଚନା କରାଯିବ । ଦେଶରେ ପ୍ରାୟ ୫ଟି ଟିକାର କ୍ଲିନିକାଲ୍ ଟ୍ରାଏଲ ଚାଲିଛି । ଆସନ୍ତାବର୍ଷ ମଧ୍ୟ ଭାଗ ଆଡକୁ ଦେଶବାସୀଙ୍କୁ ସ୍ବଦେଶୀ କିମ୍ବା ବିଦେଶୀ ଟିକା ମିଳିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଭ୍ୟାକ୍‌ସିନ୍ ବିତରଣ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଟିକା ଆସିଲେ କିଭଳି ଦେଶର ସମସ୍ତ ନାଗରିକଙ୍କୁ ସୁରୁଖୁରରେ ମିଳିବ ଏହା ସରକାରଙ୍କ ପାଇଁ ପ୍ରଥମ ପ୍ରାଥମିକତା ରହିଛି। ସେପଟେ ଭ୍ୟାକସିନ୍ ପ୍ରସ୍ତୁତ ହେବା ପରେ ଭାରତକୁ ପ୍ରାଥମିକତା ଦିଆଯିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାଓ୍ୱାଲା କହିଛନ୍ତି ।

ମାସ୍କ ନପିନ୍ଧିବାରୁ ବର ହଟହଟ୍ଟା; ଚାଲାଣ କାଟିଲା ପୋଲିସ

0

ଜୟପୁର: ରାଜସ୍ଥାନର ଜୟପୁରରେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଉଛି। ଏପରିକି  ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରଖିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଏହାବ୍ୟତୀତ ମାସ୍କ ନପିନ୍ଧି ବିବାହ କାର୍ଯ୍ୟକ୍ରମରେ ଯୋଗଦେଲେ ପୋଲିସ ପକ୍ଷରୁ ଚାଲାଣ ମଧ୍ୟ କଟାଯାଉଥିବା ନଜର ଆସୁଛି ।

ଏମିତି ଏକ ଘଟଣା ଘଟିଛି ଜୟପୁରରେ। ଗତ ସୋମବାର ଦିନ ଜଣେ ବର ବିନା ମାସ୍କରେ ଘୋଡି ଚଢିଥିବା ବେଳେ ତାଙ୍କ ସହ ଗୋଟିଏ ଛୋଟ ପିଲା ମଧ୍ୟ ରହିଥିଲା । ବରଯାତ୍ରୀ ମାନେ ବିବାହ ସ୍ଥଳକୁ ଯାଉଥିବା ବେଳେ ଏହି ଘଟଣା ପୋଲିସ ନଜରକୁ ଆସିଥିଲା । ଯାହାପରେ ପୋଲିସ ତାଙ୍କୁ ୫୦୦ ଟଙ୍କାର ଚାଲାଣ କରିଥିଲା ।

ତେବେ ବିବାହ ଉତ୍ସବରେ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ପୋଲିସ ପକ୍ଷରୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା।

 

ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର, ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ୱେଲମାର୍କ ଲୋ ପ୍ରେସର । ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସ କହିଛନ୍ତି ।

ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍‌’ । ଓଡିଶା ଉପରେ କୌଣସି ପ୍ରଭାବ ରହିବନାହିଁ ।

ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍‌ଣ ସୁଦ୍ଧା କରାଇକାଲ୍‌ ଓ ମାଲ୍ଲାପୁରମ୍‌ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ।  ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକରେ ବର୍ଷା ହେବ ।

ଆସନ୍ତାକାଲି କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବ । ୨୬ ତାରିଖରେ ମଧ୍ୟ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେପଟେ ଆଭ୍ୟନ୍ତରୀଣ ଓଡିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ସହ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

ଅକ୍ସିଜେନ ପାଇପ୍‌ ଲିକ୍‌ ହେବା କାରଣରୁ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲ ର ଓପନ ହାର୍ଟ ସର୍ଜରୀ ବନ୍ଦ । କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପରୁ ଲିକ୍ ହେବାରୁ  ଆଇସିୟୁ ଓ ଓଟି କାର୍ଯ୍ୟ ବନ୍ଦ ରଖାଯାଇଛି । ଘଟଣା ଘଟିବା ପୂର୍ବରୁ  ଅକ୍ସିଜେନ ପାଇପରୁ ସାମାନ୍ୟ ପରିମାଣରେ ଅକ୍ସିଜେନ ଲିକ ହେଉଥିଲା ।

କିନ୍ତୁ ଏହି ସମୟରେ ଲିକ୍‌ ଥିବା ସତ୍ୱେ ମଧ୍ୟ କାମ ଚାଲୁଥିଲା । ପରେ ଏହା ବୃଦ୍ଧି ପାଇବାରୁ ଆଇସିୟୁ ଓ ଓଟି କାମକୁ ବନ୍ଦ ରଖାଯାଇଛି । ଘଟଣା ପରେ ଅକ୍ସିଜେନ ପ୍ଲାଣ୍ଟ ବନ୍ଦ ରହିଛି ।

ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେବେ ଗୁରୁତର ରୋଗୀଙ୍କୁ ତଳ ମହଲାକୁ ସିଫ୍ଟ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।