ସେନା କାର୍ଯ୍ୟକଳାପ ନେଇ ନିର୍ମାଣ ହୋଇଛି ଅଟଳ ଟନେଲ, ଯୁଦ୍ଧ ହେଲେ ଧ୍ୱଂସ କରିଦେବୁ: ଚୀନ

ଲଦାଖ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହିମାଚଳ ପ୍ରଦେଶର ରୋହତଙ୍ଗରେ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟଳ ଟନଲ ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୁରଙ୍ଗ ଉଦ୍‌ଘାଟନ ବେଳେ କହିଛନ୍ତି ଯେ, ଏହି ସୁରଙ୍ଗ ଦେଶର ସୀମା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ । ସବୁଥର ଭଳି ଚୀନ ସରକାରଙ୍କ ମୁଖପାତ୍ର ଗ୍ଳୋବାଲ୍ ଟାଇମ୍ସ ଅଟଳ ଟନଲକୁ ନେଇ ନିଜ ଆଭିମୁଖ୍ୟ ଛାପିବା ସହ ଭାରତକୁ ଧମକାଇବାକୁ ଚେଷ୍ଟା କରିଛି ।

            ଗ୍ଳୋବାଲ ଟାଇମ୍ସରେ ଏକ ଆର୍ଟିକାଲ ପ୍ରକାଶିତ ହୋଇଛି, ଯେଉଁଥିରେ ଅଟଳ ଟନଲ ନିର୍ମାଣ କରିବା ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । ଏବଂ ଏହା ଏକ ପାହାଡ଼ିଆ ଅଞ୍ଚଳ ଓ ଏଠାରେ ଧନୀକ ଶ୍ରେଣୀର ଲୋକମାନେ ରହୁଥିବାରୁ ଏହାକୁ କେବଳ ସେନା କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ବୋଲି ଉଲ୍ଲେଖ ରହିଛି ।

            ଚୀନ ଖବର କାଗଜରେ ଆହୁରୀ ଲେଖା ଯାଇଛି ଯେ, ଅଟଳ ଟନଲ ହେବା ଫଳରେ କମ୍‌ରୁ କମ୍ ସମୟ ମଧ୍ୟରେ ସୀମାରେ ସେନା ନିୟୋଜିତ ହୋଇପାରିବେ । ତେବେ ଏହା ସତ୍ୟ ଯେ, ଏହି ଟନଲ ନିର୍ମିତ ହେବା ପରେ ଅନ୍ୟ ରାସ୍ତାଗୁଡ଼ିକ ଅପେକ୍ଷା କମରୁ କମ୍‌ ସମୟ ମଧ୍ୟରେ ଲେହରେ ପହଞ୍ଚି ହେବ । ସେନା ନିୟୋଜନ ଏବଂ ରଣନୀତି ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ । ଗ୍ଳୋବାଲ ଟାଇମ୍ସ ଆଗକୁ ଆହୁରୀ ଲେଖିଛନ୍ତି ଯେ, ଶାନ୍ତି ସମୟରେ ଏହି ସୁରଙ୍ଗ ଦେଇ ସେନା ନିଯୁକ୍ତ କରିବାକୁ ସୁବିଧା ହେବ କିନ୍ତୁ ଯୁଦ୍ଧ ସମୟରେ ଏହା ଦ୍ୱାରା କୌଣସି ଫାଇଦା ମିଳିବନାହିଁ । ଚାଇନା ପିପଲ୍ସ ଆର୍ମି ନିକଟରେ ଏହି ସୁରଙ୍ଗକୁ ବେକାର କରିବାକୁ ବହୁ ଉପାୟ ରହିଛି । ଉଭୟ ଭାରତ ଓ ଚୀନ ପାଇଁ ଏହା ହିଁ ଭଲ ଯେ, ଉଭୟ ଶାନ୍ତପୂର୍ଣ୍ଣ ଭାବେ ରହିବେ । ଖବରକାଗଜରେ ଆହୁରୀ ଲେଖାଯାଇଛି ଭାରତ ଧୌର୍ଯ୍ୟ ଧରିବା ଉଚିତ୍ । ଚୀନକୁ ଉସକାଇଲା ଭଳି କୌଣସି କାର୍ଯ୍ୟ କରିବା ଅନୁଚିତ । ସୁରଙ୍ଗ ଦ୍ୱାରା ଭାରତ ଲଢ଼େଇ କ୍ଷମତାରେ ବୃଦ୍ଧି ହେବନାହିଁ । ଏବେ ମଧ୍ୟ ଚୀନ ଏବଂ ଭାରତର ଯୁଦ୍ଧ କ୍ଷମତା ମଧ୍ୟରେ ଢେର ଅନ୍ତର ରହିଛି । ଚୀନଠାରୁ ଭାରତର ଯୁଦ୍ଧ କ୍ଷମତା ବହୁତ୍ କମ୍ ରହିଛି ।

Leave a Reply