spot_img
Home Blog Page 6369

୨ଟି ବ୍ୟାଙ୍କରୁ ୨ ଦିନରେ ଲୁଟ୍‌ କରିଥିଲା, ପୋଲିସ ଆଗରେ ଡେମୋ ଦେଖାଇଲା ଲୁଟେରା…

ଭୁବନେଶ୍ୱର: ଯେଉଁ ବ୍ୟାଙ୍କରୁ ଲୋନ୍ ନେଇଥିଲା ସେହି ବ୍ୟାଙ୍କରେ ବୁଲାଇଲା କଳାକନାରାଜଧାନୀ ଉପକଣ୍ଠରେ ଘଟିଥିବା ଦୁଇଟି ବ୍ୟାଙ୍କ ଲୁଟ ପର୍ଦ୍ଦାଫାସ ପରେ ଏମିତି କିଛି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ଲୁଟ୍‌ର ମାଷ୍ଟରମାଇଣ୍ଡ ଥିଲା ଟାଙ୍ଗୀ ବନ୍ତ ଗାଁର ସୌମ୍ୟ ରଞ୍ଜନ ଜେନାତା’ ଠାରୁ ୧୦ ଲକ୍ଷ ୭୬ଟଙ୍କା, ସ୍କୁଟି, ପିସ୍ତଲ ଓ ଏୟାର ଗନ ଜବତ କରିଛି ପୋଲିସଶୁଣିଲେ ଆଶ୍ଚର୍ଯ୍ୟ, ହେଲେ ନିଜ ଦୋକାନ ପାଇଁ ଆଣିଥିବା ଋଣ ଟଙ୍କା ସୁଝିବାକୁ ସେ କରିଥିଲା ଡକାୟତି ଯୋଜନା । ଟିପ୍ସ ନେଇଥିଲା ୟୁଟ୍ୟୁବରୁ । ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବା ପରେ ସ୍ପଟକୁ ନେଇ ଡେମୋ ଦେଖାଇଥିଲା ।

ସୌମ୍ୟ ବ୍ୟବସାୟ ପାଇଁ ନନ୍ଦନବିହାର ଓ ବରିମୁଣ୍ଡ ଶାଖାରୁ ୧୯ ଲକ୍ଷ ଟଙ୍କା ଲୋନ୍ ନେଇଥିଲା ସୌମ୍ୟ । ହେଲେ ଲକଡାଉନ୍ ସୌମ୍ୟଙ୍କ ସ୍ୱପ୍ନରେ ପକାଇଥିଲା ତାଲା । ଆଉ ତା’ ପରେ ସୌମ୍ୟ କରିଥିଲା ଖତରନାକ୍ ପ୍ଳାନ୍ । ଲୋନ୍ ନେଇଥିବା ବ୍ୟାଙ୍କରୁ ଲୁଟ୍‌ ପାଇଁ କରିଥିଲା ପ୍ଳାନ୍ ।

ପ୍ରଥମେ ସେପ୍ଟମ୍ବର, ନନ୍ଦନବିହାରଏୟାର ଗନ ଧରି ବ୍ୟାଙ୍କ ଭିତରକୁ ପଶିଥିଲା ସୌମ୍ୟ । ଯାହାକି ସିସିଟଭିରେ ରକର୍ଡ ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ କରିଥିଲାଲୁଟ୍ ଟଙ୍କାରେ ୬୦ ହଜାର ଟଙ୍କା ଇଏମ୍‌ଆଇ ବାବଦକୁ ପୈଠ କରିଥିଲା । ଆଉ ୭୦ ହଜାର ଟଙ୍କା ଦେଇ କିଣିଥିଲା ପିସ୍ତଲ୍ । ଏହା ପରେ ସୌମ୍ୟଙ୍କ ଟାର୍ଗେଟକୁ ଆସିଥିଲା ବରିମୁଣ୍ଡ ବ୍ରାଞ୍ଚ ।

ପୁଣି ସେପ୍ଟମ୍ବର ୨୮ରେ ଫିଲ୍ମି ଷ୍ଟାଇଲରେ ସୌମ୍ୟ ଦୁଇ ହାତରେ ଧରିଲା ଦୁଇଟି ବନ୍ଧୁକ । ଆଉ ପଶିଲା ବ୍ୟାଙ୍କ ଭିତରକୁ ମୃତ୍ୟୁର ଭୟ ଦେଖାଇ ଆତଙ୍କ ଖେଳାଇ ଦେଲା । ଆଉ ତା ପରେ ଲୁଟ୍ ।

ଗୋଟିଏ ମାସରେ ଦୁଇ ଦୁଇଟ୍ ଲୁଟ୍‌ ପରେ ବ୍ୟାକଫୁଟ୍‌କୁ ଆସିଥିଲା କମିଶନରେଟ ପୋଲିସନାଘନା କରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ । ଶେଷରେ ସିସିଟିଭି ଦେଇଥିଲା ସୌମ୍ୟର ସୁରାକ୍‌ । କାରଣ ଦୁଇଟି ଯାକ ଲୁଟ୍ ବେଳେ ସୌମ୍ୟ ପିନ୍ଧିଥିଲା, କଳାରଙ୍ଗର ଡ୍ରେସ୍, ହେଲମେଣ୍ଟ ଓ ସେ ବ୍ୟବହାର କରିଥିବା ବାଇକ୍ । ଆଉ ସୌମ୍ୟଙ୍କ ଦୋକାନରେ ଚଢାଉ ପରେ ପୋଲିସ୍ ପାଇଥିଲା ପ୍ରମାଣ । ଆଉ ସୋମବାର ବରିମୁଣ୍ଡ ଓ ନନ୍ଦନବିହାର ଶାଖାରେ ସୌମ୍ୟ ପୋଲିସ ଆଗରେ ଦେଖାଇଥିଲା ଲୁଟ୍‌ର ଡେମୋ

ଯୁକ୍ତ ୨ରୁ ପାଠ ଛାଡ଼ି ସୌମ୍ୟ ଭାବିଥିଲେ ବ୍ୟବସାୟୀ ହେବେ । ହେଲେ ଅଧାବାଟରୁ ବାଟବଣା ହୋଇଗଲେ । ଗୋଟିଏ ଝଟ୍‌କାରେ ଯୁବ ବ୍ୟବସାୟୀ ପାଲଟିଗଲେ ଡକାୟତ । ଆଶା କରିବା ଜେଲରୁ ଫେରିବା ପରେ ସୌମ୍ୟ ପୁଣିଥରେ ଟ୍ରାକ୍‌କୁ ଫେରିବେ ।

ହୁସିଆର ବୁଲୁଛି 5T ଖଣ୍ଡା ! ଦୁର୍ନୀତି ଖୋରଙ୍କୁ ଦଣ୍ଡ ଦେବାରେ ଓଡ଼ିଶା ଆଗରେ…

ଭୁବନେଶ୍ୱର: ହୁସିଆର ବୁଲୁଛି 5T ଖଣ୍ଡା ! ସରକାରୀ କର୍ମଚାରୀଙ୍କ ସଚ୍ଚୋଟତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଲାଞ୍ଚୁଆଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ବିରୋଧରେ ମାମଲା ରୁଜୁ କ୍ଷେତ୍ରରେ ଓଡ଼ିଶା ଆଗରେ ।

5T ଓ ମୋ ସରକାର ବ୍ୟବସ୍ଥା ଲାଗୁ ପରେ ଦୁର୍ନୀତିଗ୍ରସ୍ତଙ୍କ ପିଠିରେ ସରକାରଙ୍କ ଛାଟ ବାଜିଛି । କାହାକୁ ବାଧ୍ୟତାମୂଳକ ଅବସର ତ ଆଉ କାହାକୁ ସରକାର ସସ୍‌ପେଣ୍ଡ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଦୁର୍ନୀତି ବିରୋଧରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଆଗରେ ରହିଛି । ଏହି ରିପୋର୍ଟ ଦେଇଛି ନ୍ୟାସନ୍ୟାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ । ୨୦୧୮ରେ ଓଡ଼ିଶା ଦୁର୍ନୀତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲା । ୨୦୧୯ରେ ପଞ୍ଚମ ସ୍ଥାନକୁ ଖସିଛି । ୨୦୧୯ରେ ୮୮ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଓ ୧୫୧ଟି ଲାଞ୍ଚ ମାମଲା ରୁଜୁ ହୋଇଛି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଓଡ଼ିଶା ।

ରାଜ୍ୟରେ ବର୍ଷକ ମଧ୍ୟରେ ୯୯ଜଣ ବାବୁ 5T ଜାଲରେ ପଡ଼ିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍‌ସ ନୀତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୨୦୦୦ ମସିହାରେ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୀତି ଗ୍ରହଣ କରିଛନ୍ତି ।

ନୈତିକତା ଓ ସଚ୍ଚୋଟତାର ନିକିତିରେ ଯିଏ ଏପଟ ସେପଟ କରିଛି, ତା’ ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ୨୦୧୯ ଅଗଷ୍ଟରୁ ଚଳିତବର୍ଷ ଅଗଷ୍ଟ ମାସ ମଧ୍ୟରେ ୬୦ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି । ୧୭ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ୨୨ଜଣ ଅଫିସରଙ୍କ ଅବସରକାଳୀନ ପେନସନ ବନ୍ଦ କରାଯାଇଛି । ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରାଯାଇଥିଲା । ସେହିପରି ଚିଲିକା ଡିଏଫ୍‌ଓ ଏବଂ ରାଜସ୍ୱ ବିଭାଗ ଅତିରିକ୍ତ ସଚିବଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ବହିଷ୍କୃତଙ୍କ ମଧ୍ୟରେ ୫ରୁ ଅଧିକ ଇଞ୍ଜିନିୟର, ପ୍ରଧାନଶିକ୍ଷକ, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଛନ୍ତି । କୋମନା ବିଡିଓ ଏବଂ ଲୋଇସିଂହା ତହସିଲଦାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଉତ୍ତମ ଓ ସ୍ଵଚ୍ଛ ଶାସନକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବା ସହ 5T କୁ ଅକ୍ଷରେ ଅକ୍ଷରେ ପାଳନ କରିବାର ନିଷ୍ପତ୍ତି ସଫଳ ହେଉଛି ।

GST Council: ଆଜି ରାତି ସୁଦ୍ଧା ରାଜ୍ୟମାନଙ୍କୁ ଦିଆଯିବ ୨୦ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ପରିଷଦ ବୈଠକ ବସିଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ସୀତାରମଣ କହିଛନ୍ତି- ସେସ୍ କ୍ଷତିପୂରଣରୁ ମିଳିଥିବା ୨୦ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯିବ । ଏଥିସହ ଜିଏସଟି ପରିଷଦ ୨୦୨୨ ଜୁନ୍ ପରେ ସେସ୍ କ୍ଷତିପୂରଣ ଦେବ ବୋଲି ନିଷ୍ପତ୍ତି ନେଇଛି । ୧୨ ଅକ୍ଟୋବରକୁ ପୁଣି ଥରେ ଜିଏସଟି କାଉନସିଲ ବୈଠକରେ ରାଜ୍ୟକୁ କ୍ଷତିପୂରଣ ଦେବା ମାମଲାରେ ଆଲୋଚନା କରାଯିବ ।

GST Council Meet 20000 Crores Disbursed To States Late Night

ବୈଠକରେ ରାଜ୍ୟମାନଙ୍କକୁ କ୍ଷତିପୂରଣ ଦେବା ଉପରେ କୌଣସି ସହମତି ହୋଇପାରି ନାହିଁ । ସୀତାରମଣ କହିଛନ୍ତି ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିଆଯାଇଥିବା ବିକଳ୍ପକୁ ବାଛିଛନ୍ତି । କିନ୍ତୁ ଏବେ ବି କିଛି ରାଜ୍ୟ କୌଣସି ବିକଳ୍ପକୁ ବାଛି ନାହାଁନ୍ତି । ଏଥିପାଇଁ ଏହି ପ୍ରସଙ୍ଗରେ ଆହୁରି ଚର୍ଚ୍ଚା ଆବଶ୍ୟକ ରହିଛି । ଜିଏସଟି ପରିଷଦର ଆଗାମୀ ବୈଠକ ୧୨ ଅକ୍ଟୋବରକୁ ବସିବ । ସୀତାରମଣ କହିଛନ୍ତି ୨୪ ହଜାର କୋଟି ଟଙ୍କାର ଆଇଜିଏସଟି ସେହି ରାଜ୍ୟକୁ ଦିଆଯିବ ଯାହାକୁ ପୂର୍ବରୁ କମ୍ ମିଳିଥିଲା । ଏହାକୁ ଆଗାମୀ ସପ୍ତାହରେ ଦିଆଯିବ ।

GST Council Meet 20000 Crores Disbursed To States Late Night

ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଥିଲେ- ଯେଉଁ ଟିକସଦାତାଙ୍କ ବାର୍ଷିକ ଆୟ ୫ କୋଟିରୁ କମ୍ ଅଛି । ସେମାନେ ଜାନୁଆରୀରୁ ମାସିକ ରିଟର୍ଣ୍ଣ ଅର୍ଥାତ୍ ଜିଏସଟିଆର୍ ତୃତୀୟଥର ଓ ଜିଏସଟିଆର୍ ୱାନ୍ ଦେବାର ଆବଶ୍ୟକ ନାହିଁ । ସେମାନଙ୍କୁ କେବଳ ତ୍ରୈମାସିକ ରିଟର୍ଣ୍ଣ ଭରିବାକୁ ପଡ଼ିବ ।

ଅକ୍ଟୋବର ୧୫ରୁ ଖୋଲୁଛି ବିଦ୍ୟାଳୟ, ଶିକ୍ଷା ମନ୍ତ୍ରାଳୟ ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସଂକ୍ରମଣ ଭୟ ଭିତରେ ସତର୍କତାର ସହ ଖୋଲିବ ଶିକ୍ଷାନୁଷ୍ଠାନ । ଆସନ୍ତା ୧୫ ତାରିଖରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷା ମାନଦଣ୍ଡ ଅନୁସାରେ ଶାରିରୀକ/ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଭାବକଙ୍କ ଲିଖିତ ଅନୁମତି ପରେ ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଅନୁମତି ମିଳିବ । ଛାତ୍ର ସ୍କୁଲ ଆସିବା ପରିବର୍ତ୍ତେ ଅନଲାଇନ୍ କ୍ଲାସର ବିକଳ୍ପ ନେଇପାରିବେ । ସେହିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ବଣ୍ଟନ ବେଳେ ସୁରକ୍ଷାକୁ ଧ୍ୟାନ ଦେବାକୁ ଏସଓପି ଜାରି ହୋଇଛି ।

Unlock 5 Ministry Of Education Releases Guidelines For Reopening Of Schools

କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୫ ଗାଇଡଲାଇନରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟାୟକ୍ରମେ ଅକ୍ଟୋବର ୧୫ରୁ ସ୍କୁଲ ଓ କୋଚିଂ ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇପାରିବେ । କେନ୍ଦ୍ରର ଅନୁମତି ପରେ କେତକ ରାଜ୍ୟ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦିଲ୍ଲୀରେ ଅକ୍ଟୋବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ । ସେହିଭଳି ଓଡ଼ିଶାରେ ଅକ୍ଟୋବର ଶେଷ ଯାଏଁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ୍ ଖୋଲାଯାଇ ପାରିବ । ବୁଧବାର କେନ୍ଦ୍ର ସରକାର ଅନଲକ୍ ୫ ଗାଇଡଲାଇନ୍ ଜାରି କରିଥିଲେ । ଏଥିରେ ୧୫ ଅକ୍ଟୋବରରୁ ପ୍ରେକ୍ଷାଳୟ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଅନୁମତି ମିଳିଥିଲା । ଏଥିରେ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କ ଲାଗି ବସିବାର ବ୍ୟବସ୍ଥା ରହିବ ।

Unlock 5 Ministry Of Education Releases Guidelines For Reopening Of Schools

ଏଥିସହ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ ଏବେ ବି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ରହିଛି । ଏହା ପୂର୍ବରୁ ଅନଲକ୍ ୪ରେ କେନ୍ଦ୍ର ସରକାର ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ । ସରକାରଙ୍କ ଆଦେଶ ପ୍ରକାରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବିଦ୍ୟାର୍ଥୀ ଶିକ୍ଷକଙ୍କ ପରାମର୍ଶ ପାଇଁ ସ୍କୁଲ ଯିବାକୁ ଅନୁମତି ମିଳିଥିଲା । ଏଥିପାଇଁ ଅଭିଭାବକଙ୍କ ସହମତି ମଧ୍ୟ ଆବଶ୍ୟକ ଥିଲା ।

କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା : ମନ୍ତ୍ରୀ ଅରୁଣ ସାହୁ

0

ଭୁବନେଶ୍ୱର:  ଓଡ଼ିଶା ଏକଦା ଭୋକର ଭୂଗୋଳ ଥିଲା । ମାତ୍ର ଦୁଇ ଦଶନ୍ଧି ହେଲା ସେ ପରିଚୟ ଆଉ ନାହିଁ । ଏକଦା ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ପାଇଁ ଶସ୍ୟ ଉତ୍ପାଦନ ହୋଇ ପାରୁ ନ ଥିଲା । ହେଲେ ସମୟ ବଦଳିଛି , ଖାଦ୍ୟଶସ୍ୟ ଉତ୍ପାଦନରେ ସାରା ଦେଶରେ ଆମେ ଅଗ୍ରଣୀ ରାଜ୍ୟ ହୋଇପାରିଛେ । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର । ଏହା ସତ୍ତ୍ୱେ ଓଡ଼ିଶା ୬ ଥର କୃଷି କର୍ମଣ ପୁରସ୍କାର ଜିତିପାରିଛି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସୋମବାର ବିଧାନସଭାରେ କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ବ୍ୟାପକ ଚାଷୀ ଅସନ୍ତୋଷ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ମନ୍ତ୍ରୀ ଏହା କହିଛନ୍ତି । ଅରୁଣ କହିଥିଲେ ଯେ, ଚଳିତ ଖରିଫ ଋତୁରେ ୬୦.୩୭ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି । ଯାହା ପୂର୍ବବର୍ଷ ତୁଳନାରେ ୪୦ ହଜାର ହେକ୍ଟର ଅଧିକ । କେବଳ ଧାନ ନୁହେଁ, ଡାଲିଜାତୀୟ ଫସଲ ଏବଂ ପରିବା ଉତ୍ପାଦନର ପରିମାଣ ମଧ୍ୟ ବଢିଛି ।  ଗତବର୍ଷ ତୁଳନାରେ ୧୫ ହଜାର ହେକ୍ଟର ଚାଷ ଜମି ଏବଂ ୪୮ ହେକ୍ଟର ଜମିରେ ପନିପରିବା ଚାଷ ହୋଇଛି । କରୋନା ମଧ୍ୟ କୃଷି କାର୍ଯ୍ୟକୁ ପ୍ରଭାବିତ କରିପାରିନାହିଁ । କୃଷିକାର୍ଯ୍ୟକୁ କଟକଣାମୁକ୍ତ ରଖାଯାଇଛି । କୃଷିର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମୃଦ୍ଧି ଯୋଜନା ପ୍ରସ୍ତୁତି କରାଯାଇଛି । ସେହିପରି ସ୍ୱତନ୍ତ୍ର ପ୍ୟାକେଜ ସହ ରବି ଋତୁ ଫସଲ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଥିଲେ ।

Odisha Health Department Issued SOP For Assembly Monsoon Session

ଉଭୟ କଂଗ୍ରେସ ଓ ବିଜେଡି କେନ୍ଦ୍ର ସରକାର ନିକଟରେ ସଂସଦରେ ଗୃହୀତ କରାଇଥିବା କୃଷି ଆଇନକୁ ବିରୋଧ କରିଥିଲେ । ବିଶେଷ କରି ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବ୍ୟବସ୍ଥାକୁ ପରୋକ୍ଷରେ ଉଚ୍ଛେଦ କରିବା ପାଇଁ ଯୋଜନା ଚାଲିଥିବା ଅଭିଯୋଗ କରିଥିଲା । ମାତ୍ର ବିଜେପି ଏହି ପ୍ରସଙ୍ଗରେ ନୀରବ ରହିଥିଲା । ଏପରିକି ଆଲୋଚନାରେ ଭାଗ ନ ନେଇ କକ୍ଷତ୍ୟାଗ କରିଥିଲା । ସେହିପରି କଂଗ୍ରେସ ନେତା କେତେକ ପ୍ରସଙ୍ଗରେ ଶାସକ ଦଳକୁ ସମାଲୋଚନା କରିଥିଲେ ।

ପୀଡ଼ିତାଙ୍କ ପାଇଁ OTV MD ଜଗିଙ୍କ କୁମ୍ଭୀର କାନ୍ଦଣା, ନିଜେ ନଆସି ପିଆର୍‌ଙ୍କୁ ପଠାଇଲେ

ଭୁବନେଶ୍ୱର: ହାଥ୍‌ରସ୍‌ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ତାତି, କୁହୁଳୁଛି ଅସନ୍ତୋଷର ନିଆଁ । ହେଲେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ଚୁପ୍‌ ବସିବା ଏବଂ ଓଟିଭି ଏମ୍‌ଡିଙ୍କ ତଦନ୍ତରେ ଅସହଯୋଗ, ଘଟଣାକୁ ଗୋଳିଆ କରିଦେଇଛି । ମହିଳା କମିଶନଙ୍କ ସମନ ସତ୍ତ୍ୱେ ନିଜେ ନଆସି ବାରମ୍ବାର ପ୍ରତିନିଧିଙ୍କୁ ପଠାଇବା ତାଙ୍କର ଦାୟିତ୍ୱହୀନତାର ପରିଚୟ ଦେଉଛି । ଏହି ମାମଲାରେ ଆଜି ମଧ୍ୟ ପରିଚାଳନା ନିର୍ଦ୍ଦେଶିକା କମିଶନଙ୍କ ନିକଟରେ ହାଜର ନହୋଇ ପ୍ରତିନିଧିଙ୍କୁ ପଠାଇଥିଲେ । ଆସନ୍ତାକାଲି ଆବଶ୍ୟକ ନଥିପତ୍ର ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଗଣଦୁଷ୍କର୍ମ ପୀଡିତାଙ୍କ ପାଇଁ ସେ ଦୁଃଖୀ । ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ମଧ୍ୟ ଇଛା । ହେଲେ କାମ କିନ୍ତୁ ପୂରା ଓଲଟା । ପୀଡ଼ିତାଙ୍କୁ ନ୍ୟାୟ ଦେବେ କଣ ମ୍ୟାଡାମ ଆଦୌ ଦର୍ଶନ ମଧ୍ୟ ଦେଉ ନାହାଁନ୍ତି । ଯାହା ଜଣାପଡୁଛି ରାଜଧାନୀ ନାବାଳିକା ଗଣଦୁର୍ଷ୍କମ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ଆଗ୍ରହୀ ନୁହଁନ୍ତି ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା । କେବଳ ଲୋକ ଦେଖାଣିଆ ଲୁହ ଝରାଉଛନ୍ତି । ପ୍ରଥମ ଥର ପରି ଆଜି ବି ମହିଳା କମିଶନଙ୍କ ସମନରେ ନିଜେ ହାଜର ନହୋଇ ପ୍ରତିନିଧିଙ୍କୁ ପଠାଇ ଦେଇଥିଲେ । ଜଗୀଙ୍କ ପାଇଁ ଶୁଣାଣିରେ ଅଧିକାରିକ ଭାବେ ଉପସ୍ଥିତ ହୋଇଥିଲେ ଲୋକସମ୍ପର୍କ ଅଧିକାରୀ । ଆଉ ସାଙ୍ଗରେ ଥିଲେ ଓକିଲ ।

ତେବେ ପ୍ରଥମେ ଉଭୟ ପକ୍ଷଙ୍କ ଓକିଲଙ୍କୁ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ଅନୁମତି ଦେଇନଥିଲେ ମହିଳା କମିଶନ । କିନ୍ତୁ ନିଜର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇ ଲୋକସଂପର୍କ ଅଧିକାରୀ ଓକିଲଙ୍କ ସହଯୋଗ ଲୋଡିଥିଲେ । ଯାହାକୁ କମିଶନ ଗ୍ରହଣ କରି ଉଭୟ ପକ୍ଷ ଓକିଲଙ୍କୁ ଅନୁମତି ଦେଇଥିଲେ ।

ଦୀର୍ଘ ଅଢେଇ ଘଣ୍ଟା ଚାଲିଥିଲା ଶୁଣାଣି । ଶୁଣାଣିବେଳେ ଉପସ୍ଥିତ ପୀଡ଼ିତାଙ୍କ ମା’ ତଥା ଅଭିଯୋଗକାରିଣୀ କମିଶନଙ୍କ ସମ୍ମୁଖରେ କାନ୍ଦି ନ୍ୟାୟ ପାଇଁ କାକୁତି ମିନତି ହୋଇଥିଲେ । ତେବେ ଏହି ସମୟରେ ଆଜି ମଧ୍ୟ ଓଟିଭି ପକ୍ଷରୁ ଆବଶ୍ୟକ ନଥିପତ୍ର କମିଶନଙ୍କ ନିକଟରେ ଦାଖଲ କରାଯାଇନଥିଲା । ଏଥିପାଇଁ ମଙ୍ଗଳବାର ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ନଥିପତ୍ର ଦାଖଲ କରିବାକୁ ସମୟ ଦେଇଛନ୍ତି ମହିଳା କମିଶନ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାଟି ଗ୍ରହଣୀୟ କି ନୁହେଁ ସେ ନେଇ ଶୁଣାଣି ଚାଲିଥିବା କହିଛନ୍ତି କମିଶନ ।

ନଥିପତ୍ର ଦାଖଲ ପରେ କମିଶନ ଶୁଣାଇବେ ଚୂଡାନ୍ତ ରାୟ । ତେବେ ଆଜି କାହିଁକି କର୍ତ୍ତୃପକ୍ଷ ପ୍ରଥମ ଦିନ ଭଳି ସାଙ୍ଗରେ ଆଣିନଥିଲେ ଦାଖଲ ହେବାକୁ ଥିବା ଆବଶ୍ୟକ ନଥିପାତ୍ର ? ନା ବିଭିନ୍ନ ଆଳରେ ବିଳମ୍ବ କରି ମାମଲା ଉପରୁ ନଜର ହଟାଇବା ପାଇଁ ଏମଡି ଚାହୁଁଛନ୍ତି କି ?

୪୦୦ କରୋନା ସଂକ୍ରମିତଙ୍କ ଶବ ସଂସ୍କାର କଲେଣି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ମହାମାରୀ କୋଭିଡକୁ ନେଇ ଅନେକ ଖବର ଆସୁଛି । କେଉଁଠି କରୋନା ସନ୍ଦେହରେ ସମ୍ପର୍କୀୟ ଶବକୁ ଛୁଉଁନାହାନ୍ତି ତ ଆଉ କେଉଁଠି ମେଡିକାଲ ବାରଣ୍ଡାରେ ଜୀବନ ଝଡ଼ି ପଡ଼ୁଛି । ସାହାଯ୍ୟ ଖୋଜୁଥିବା ମଣିଷର ଜୀବନର ଚାଲି ଯାଉଛି ସଂକ୍ରମଣ ଭୟରେ । ଏମିତି ଅନେକ ଘଟଣା ଆପଣଙ୍କ ଚାରିପାଖେ ଘଟୁଥିବ । ହୁଏତ ଆପଣ ନିଜେ ଅଙ୍ଗେ ନିଭାଇଥିବେ । ମହାମାରୀ କରୋନା ଆମକୁ ଅନେକ କିଛି ଶିଖାଇଥିବା ବେଳେ ନୂଆ ଦୁନିଆ ଦେଖାଇଛି । ସ୍ୱାର୍ଥପର ଦୁନିଆରେ ଏମିତି କିଛି ଭଲ ମଣିଷ ଅଛନ୍ତି ଯାହାଙ୍କ ବିଷୟରେ କହିଲେ ବି କମ୍ ହେବ । ସେହିଭଳି ଜଣେ ଭଲ ନିଆରା ମଣିଷ ହେଉଛନ୍ତି ରାମାନନ୍ଦ ସରକାର ।

Meet Ramananda Sarkar Who Gave Last Rites Near About 400 Covid-19 Infected

ଆସାମର ରାମାନନ୍ଦ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନିଜ ଜୀବନକୁ ବାଜି ଲଗାଇ କରୋନା ମୃତଙ୍କ ଶବ ସତ୍କାର କରୁଛନ୍ତି ରାମାନନ୍ଦ । କରୋନା ସମୟରେ ସେ ଏଯାଏଁ ୪୦୦ରୁ ଅଧିକ ମୃତଦେହ ସତ୍କାର କରି ସାରିଲେଣି । ବିନା ପିପିଇ କିଟରେ କୋଭିଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମୃତଦେହକୁ ନିଃସଂକୋଚରେ ଦାହ କରୁଛନ୍ତି ସେ ।

Meet Ramananda Sarkar Who Gave Last Rites Near About 400 Covid-19 Infected

୪୩ ବର୍ଷିଅ ରାମାନନ୍ଦ ସରକାର ଆସାମର ଦରାଜ ଗାଁରେ ରୁହନ୍ତି । ସେ ଋଣ ନେଇଥିଲେ । ସେହି ଋଣ ପରିଶୋଧ ପାଇଁ ସେ ଅନେକ କାମ କରୁଥିଲେ । ଏପରିକି ସେ ଆଖୁ ପେଡ଼ି ସରବତ ବିକିଥିଲେ ।

Meet Ramananda Sarkar Who Gave Last Rites Near About 400 Covid-19 Infected

ଶ୍ମଶାନରେ ମିଳିଲା ଚାକିରି

Meet Ramananda Sarkar Who Gave Last Rites Near About 400 Covid-19 Infected

ଦୁଇ ବର୍ଷ ତଳର କଥା । ଆସାମାର ରାଜଧାନୀ ଗୁଆହାଟି ଶ୍ମଶାନ ଘାଟରେ ତାଙ୍କୁ ଚାକିରି ମିଳିଥିଲା । ସେଠାରେ ତାଙ୍କ କାମ ଥିଲା ମୃତଦେହ ସତ୍କାର କରିବା । ରାମାନନ୍ଦ ଏବେ ଯାଏଁ ପ୍ରାୟ ୪୦୦ କୋଭିଡ୍ ସଂକ୍ରମିତଙ୍କ ଦାହ କରି ସାରିଲେଣି । ସେ କୁହନ୍ତି- ମୁଁ ଜାଣିପାରୁନି ଲୋକ କାହିଁକି ମୋତେ ଘୃଣା କରନ୍ତି । ମୁଁ ଲୋକଙ୍କ ଶବ ଜାଳୁଥିବାରୁ ଘୃଣା କରୁଛନ୍ତି । ଯଦି, ମୁଁ ଏ କାମ କରିବି ନାହିଁ ତେବେ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

କିଏ ଏହି କଳା ଛାତ୍ର ଅଲ୍ଟର, ଯିଏ ମେଡିସିନ ପାଇଁ ପାଇଲେ ନୋବେଲ !

ନୂଆଦିଲ୍ଲୀ: ଚଳିତ ବର୍ଷ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାରର ଘୋଷଣା ହୋଇସାରିଛି । ଏହି ପୁରସ୍କାର ହାର୍ଭେ ଏ ଆଲ୍ଟର, ମାଇକଲ ହ୍ୟୁଟନ ଏବଂ ଚାର୍ଲସ ଏମ ରାଇସଙ୍କୁ ହେପାଟାଇଟିସ ସି’ର ଆବିଷ୍କାର ପାଇଁ ଦିଆଯାଇଛି । ଏହି ତିନି ଜଣ ବୈଜ୍ଞାନିକଙ୍କ ମଧ୍ୟରେ ହାର୍ଭେ ଜେ ଅଲଟରଙ୍କ ଅନୁସନ୍ଧାନରେ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହି ଆମେରିକୀୟ ବୈଜ୍ଞାନିକ ଜଣଙ୍କ ସିପାଞ୍ଜୀ ମାଧ୍ୟମରେ ଜାଣିବାକୁ ପାଇଥିଲେ ଯେ, ହେପାଟାଇଟିସ ଏ’ ଏବଂ ହେପାଟାଇଟିସ ବି’ ବ୍ୟତୀତ ହେପାଟାଇଟିସ ସି’ ମଧ୍ୟ ରହିଛି ଯାହା ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

କିଏ ଏହି ବୈଜ୍ଞାନିକ

୮୫ ବର୍ଷିୟ ଅଲ୍ଟରଙ୍କ ଜନ୍ମ ନ୍ୟୁୟର୍କରେ ଏକ ୟହୁଦୀ ପରିବାରରେ ହୋଇଥିଲା । ତାଙ୍କ କ୍ୟାରିୟର ଖୁବ ରୋମାଞ୍ଚକ ଦିଗରେ ଗତି କରିଥିଲା । ପ୍ରଥମେ ଅଲ୍ଟରଙ୍କର କଳା ପ୍ରତି ଖୁବ ରୁଚି ଥିଲା ଏବଂ ସେ ନ୍ୟୁୟର୍କରୁ ହିଁ କଳାରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ କଳା ଛଡ଼ି ମେଡିକାଲ ପଢ଼ାରେ ମନ ବଳାଇ ଥିଲେ । କଳାରେ ଏତେ ପ୍ରତିଭା ଥାଇ ମଧ୍ୟ ସେ କାହିଁକି ଚିକିତ୍ସାରେ ଆଗ୍ରହ ପ୍ରକାଶ କଲେ ଏହାର ଉତ୍ତର ଖୋଦ ଅଲ୍ଟର ମଧ୍ୟ ଜାଣିନାହାନ୍ତି ।

ତେବେ କଳାରୁ ଚିକିତ୍ସାକୁ ଆସିଥିବା ଅଲ୍ଟର ଏଥିରେ ମଧ୍ୟ ନିଜ ପ୍ରତିଭାକୁ ପ୍ରମାଣ କରି ଦେଖାଇଥିଲେ । ଏହା ପରେ ସେ ଆଉ ପଛକୁ ଅନାଇନଥିଲେ । ମେରୀଲ୍ୟାଣ୍ଡର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍ଥରେ ସବୁଠୁ ଶୀର୍ଷ ସ୍ଥାନରେ ରହି କାମ କଲେ । ଜଣେ ରିସର୍ଜ ଫେଲୋ ହିସାବରେ ଅଲ୍ଟର ଆରମ୍ଭରୁ ହିଁ ଅନୁସନ୍ଧାନରେ ଲିପ୍ତ ରହୁଥିଲେ । ୧୯୬୪ରେ ସେ ଆମେରିକା ବୈଜ୍ଞାନିକ ଏବଂ ଜେନେଟିକ ବିଶେଷଜ୍ଞ ବରୁଚ ସାମୁଏଲ ବ୍ଲୁମବର୍ଗଙ୍କ ସହିତ ମିଶି ଏକ ଆଣ୍ଟିଜେନ ଆବିଷ୍କାର କରିଥିଲେ । ସୂଚନା ଅନୁଯାୟୀ ଯେଉଁ ବୈଜ୍ଞାନିକଙ୍କ ସହ ମିଶି ଆଲ୍ଟର ଆଣ୍ଟିଜେନ ଆବିଷ୍କାର କରିଥିଲେ, ସେ ମଧ୍ୟ ମେଡିସିନ୍ ପାଇଁ ନୋବେଲ ପୁରସ୍କାର ପାଇସାରିଛନ୍ତି ।

ବରୁଚଙ୍କ ସହ ମିଶି କରାଯାଇଥିବା ଅନୁସନ୍ଧାନ ହେପାଟାଇଟିସ ବି ଭାଇରସକୁ ଅଲଗା କରିବାରେ ଅନେକ ସାହାଯ୍ୟ କରିଥିଲା । ଏହାପରଠାରୁ ଆମେରିକାରେ ରକ୍ତଦାନ ସମୟରେ ରକ୍ତଦାତାଙ୍କର ରକ୍ତ ପରୀକ୍ଷା ହେବା ଆରମ୍ଭ ହୋଇଥିଲା, ଯାହା କାରଣରୁ ୭୦ ଦଶକରେ ରକ୍ତଦାନ କାରଣରୁ ହେଉଥିବା ହେପାଟାଇଟିସ ମାମଲାର ସଂଖ୍ୟା ୩୦ ପ୍ରତିଶତରୁ ହ୍ରାସ ପାଇଁ ଶୂନ ହୋଇଯାଇଥିଲା ।

୭୦ ଦଶକରେ ଅଲ୍ଟର ଏବଂ ତାଙ୍କ ଟିମ ସଂପୂର୍ଣ୍ଣ ଭାବରେ ହେପାଟାଇଟିସ ସମ୍ବନ୍ଧିତ ସମସ୍ତ ପ୍ରକାର ଅନୁସନ୍ଧାନ କରିବା ଆରମ୍ଭ କରିଦେଲେ । ସେ ଜାଣିବାକୁ ପାଇଲେ ଯେ, ହେପାଟାଇଟିସର ସଂକ୍ରମଣ କେବଳ ଏ’ ବା ବି’ରୁ ହେଉନାହିଁ, ବରଂ ଏହାର ଅନ୍ୟ ପ୍ରକାର ମଧ୍ୟ ରହିଛି ଯାହା ସଂକ୍ରମଣ ହୋଇପାରେ । ସିପାଞ୍ଜୀ ଉପରେ ସେ ଏହି ପ୍ରୟୋଗ କଲେ ଏବଂ ନୂତନ ଟାଇପକୁ NANBH ( Non A, Non B Hepatitis) ନାମ ଦେଲେ । ୧୯୮୯ ମସିହାରେ ଏହି NANBH ଭାଇରସକୁ ନୂଆ ନାମ ଦିଆଗଲା- ହେପାଟାଇଟିସ ସି’ ଭାଇରସ । ଏହି ଆବିଷ୍କାର ବୈଜ୍ଞାନିକ ଜର୍ନଲ ସାଇନ୍ସରେ ପବଲିସ ହୋଇଥିଲା । ଯାହାପରେ ଚିକିତ୍ସା ଜଗତରେ ଏକ ପ୍ରକାର ଚହଳ ସୃଷ୍ଟି ହୋଇଥିଲା । ଏହି ଆବିଷ୍କାର ପାଇଁ ଅଲ୍ଟରଙ୍କୁ ଲଗାତାର ଭାବେ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି ।

ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଆଉ ହେବନି ପାଠ ପଢ଼ା..!

ଅନୁଗୁଳ: ବନ୍ଦ ହେବାକୁ ଯାଉଛି ଅନୁଗୁଳର ସର୍ବ ପୁରାତନ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ଦିନଥିଲା ଏଠାରୁ ହଜାର ହଜାର ଶିକ୍ଷକ ସୃଷ୍ଟି ହେଉଥିଲେ । ହେଲେ ଏବେ ପ୍ରଶାସନିକ ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ତାହା ଇତିହାସ ପାଲଟିବାକୁ ଯାଉଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ବନ୍ଦ ହେବାକୁ ବସିଛି ଅନୁଗୁଳର ସର୍ବପୂରାତନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ଆସୁନି ଆଫିଲିଏସନ, ଚଳିତ ବର୍ଷରୁ ପଡ଼ିବ ତାଲା । ଶିକ୍ଷକ ଅଭାବ ସାଙ୍ଗକୁ ନିଜ ନାଁରେ ନାହିଁ ଜାଗା । ୧୯୫୫ରେ ପ୍ରତିଷ୍ଠା ହୋଇଥିଲା ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ଦୀର୍ଘ ୬୫ ବର୍ଷ ହେବ ଏଠାରୁ ଅନେକ ଶିକ୍ଷକ ସୃଷ୍ଟି ହୋଇଛନ୍ତି । ଏବେ ଏହି ମହାବିଦ୍ୟାଳୟରେ ବିଇଡିରେ ୪୦୦ ଓ ଏମଇଡ଼ିରେ ୧୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରିବାର ବ୍ୟବସ୍ଥା ରହିଛି ।

ମହାବିଦ୍ୟାଳୟରେ ଏବେ ଅଛନ୍ତି ମାତ୍ର ୨ ଜଣ ନିୟମିତ ଅଧ୍ୟାପକ । ଏହାସହ ୨ ଜଣ ଗେଷ୍ଟ ଫ୍ୟାକଲ୍ଟି ଓ ୨ ଜଣ ଚୁକ୍ତିଭିତ୍ତିକ ଅଧ୍ୟକ୍ଷ ପାଠ ପଢ଼ାଉଛନ୍ତି । ୧୯୫୫ ମସିହାରୁ ଆଜି ଯାଏ ଅନୁଷ୍ଠାନଟି ନିର୍ଦିଷ୍ଟ ଜାଗାରେ ଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଜାଗାର ମାଲିକାନା ପାଇପାରି ନାହିଁ । ଯାହାକୁ ନେଇ ଆପତ୍ତି ଉଠାଇଛି ଏନ୍‌ସିଆର୍‌ଟି । ଆଉ ଚଳିତ ବର୍ଷଠାରୁ ନାମ ଲେଖା ହେବ ନାହିଁ ବୋଲି ଜଣାପଡ଼ିଛି । ତେବେ ଆଫିଲେସନ ବନ୍ଦ ଯୋଗୁଁ ଦେଖାଦେଇଛି ଅସନ୍ତୋଷ । ଏଭଳି ଏକ ପୁରୁଣା ଅନୁଷ୍ଠାନକୁ ବନ୍ଦ ନ କରିବାକୁ ଅନୁରୋଧ କରାଯାଇଛି । ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସୀମାରେ ଉତ୍ତେଜନା ଭିତରେ ୧୭ ନଭେମ୍ବରକୁ ସାମ୍ନାସାମ୍ନି ହେବେ ମୋଦି ଓ ଜିନପିଙ୍ଗ

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ୧୨ତମ ବ୍ରିକ୍ସ ଶିଖର ସମ୍ମିଳନୀ ଚଳିତଥର ଭିଡିଓ କନଫରେନ୍ସିଂରେ ଆୟୋଜିତ ହେବ । ଆସନ୍ତା ନଭେମ୍ବର ୧୭ରେ ଭର୍ଚୁଆଲ୍ ଭାବେ ଆୟୋଜିତ ହେବ ବ୍ରିକ୍ସ ସମ୍ମିଳନୀ । ମିଳିଥିବା ସୂଚନା ମୁତାବକ ସମ୍ମିଳନୀରେ ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଦୁଇଦେଶର ମୁଖିଆ ଆଲୋଚନା କରିବେ ।

Amid Of LAC Tensions India Pm Modi And Chinese President Xi Jinping Face To face In Virtually

କୁହାଯାଉଛି ଏଲଏସିରେ ଉତ୍ତେଜନା ଭିତରେ ନଭେମ୍ବର ୧୭ରେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ପିଏମ୍ ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମୁହାଁମୁହିଁ ହେବେ । ତେବେ, ଦୁହିଁଙ୍କ ମଧ୍ୟରେ ଏହି ଆଲୋଚନା ଭିଡିଓ କନଫରେନ୍ସିଂ ଜରିଆରେ ଭର୍ଚୁଆଲ୍ ହେବ ।

Amid Of LAC Tensions India Pm Modi And Chinese President Xi Jinping Face To face In Virtually

ଚଳିତବର୍ଷ ଶିଖର ସମ୍ମିଳନୀରେ ବ୍ରିକ୍ସ ଦେଶର ନେତାଙ୍କ ବୈଠକର ବିଷୟ ବସ୍ତୁ ହେଉଛି- ‘ବୈଷୟିକ ସ୍ଥିରତା, ଅଂଶୀଦାର ସୁରକ୍ଷା ଓ ଅଭିନବ ବିକାଶରେ ବ୍ରିକ୍ସର ଭାଗିଦାରୀ ।’ ୨୦୨୦ ବ୍ରିକ୍ସ ଋଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ବ୍ରିକ୍ସ ଦେଶ ମଧ୍ୟରେ ବହୁପକ୍ଷୀୟ ସହଯୋଗ ପାଇଁ ଲୋକଙ୍କ ଜୀବନ ଧାରଣର ମାନକୁ ବୃଦ୍ଧି କରିବା । ଚଳିତଥର ପାଞ୍ଚୋଟି ପ୍ରମୁଖ ସ୍ତମ୍ଭ- ଶାନ୍ତି ଓ ସୁରକ୍ଷା, ଅର୍ଥବ୍ୟବସ୍ଥା ଓ ରୋଜଗାର, ସାଂସ୍କୃତିକ ଓ ଲୋକଙ୍କ ମଧ୍ୟରେ ନେଣଦେଣ ଉପରେ ରଣନୀତିକ ଭାଗିଦାରୀ ଜାରି ରଖିବା ।

LAC ଉତ୍ତେଜନା ନେଇ ଚାପରେ ବାୟୁସେନା

ଭାରତ ଓ ଚୀନ ସୀମାରେ ଉତ୍ତେଜନା କମ୍ କରିବାକୁ ଦୁଇ ଦେଶ ପକ୍ଷରୁ ଚେଷ୍ଟା କରାଯାଉଛି । ଚୀନର ପ୍ରତିଟି ଚାଲକୁ ମୁକାବିଲା ପାଇଁ ଭାରତୀୟ ବାୟୁସେନା ସତର୍କ ରହିଛି । ଏମିତି ସ୍ଥିତିରେ ଯଦି ଚୀନ ସେନାକୁ ପଛକୁ ହଟାଇବା, ସୀମାରେ ସୈନ୍ୟ ଶକ୍ତି ବଢ଼ାଇବା ବୁଝାମଣାରେ ପଛକୁ ହଟିବା ଆଦି ସ୍ଥିତିକୁ ନେଇ ଭାରତ ପ୍ରସ୍ତୁତ ରହିଛି । ସୂଚନା ଅନୁସାରେ, ବାୟୁସେନା ସୀମାରେ ଆଲର୍ଟ ରହିଛି । ଲଦାଖ ନିକଟର ଚୁମାର ହେଲୀ ଅଞ୍ଚଳରେ ବାୟୁସେନା ବଡ଼ ଧରଣର ପ୍ରସ୍ତୁତି ଚଳାଇଛି । ଏଥିରେ ବର୍ତ୍ତମାନର ପରିସ୍ଥିତି ସହ ଶୀତ ଦିନ ପାଇଁ ପ୍ରସ୍ତୁତି ଚାଲିଛି ।