ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଆଉ ହେବନି ପାଠ ପଢ଼ା..!

Nabakrushna Choudhry BED College

ଅନୁଗୁଳ: ବନ୍ଦ ହେବାକୁ ଯାଉଛି ଅନୁଗୁଳର ସର୍ବ ପୁରାତନ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ଦିନଥିଲା ଏଠାରୁ ହଜାର ହଜାର ଶିକ୍ଷକ ସୃଷ୍ଟି ହେଉଥିଲେ । ହେଲେ ଏବେ ପ୍ରଶାସନିକ ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ତାହା ଇତିହାସ ପାଲଟିବାକୁ ଯାଉଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ବନ୍ଦ ହେବାକୁ ବସିଛି ଅନୁଗୁଳର ସର୍ବପୂରାତନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ଆସୁନି ଆଫିଲିଏସନ, ଚଳିତ ବର୍ଷରୁ ପଡ଼ିବ ତାଲା । ଶିକ୍ଷକ ଅଭାବ ସାଙ୍ଗକୁ ନିଜ ନାଁରେ ନାହିଁ ଜାଗା । ୧୯୫୫ରେ ପ୍ରତିଷ୍ଠା ହୋଇଥିଲା ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ଦୀର୍ଘ ୬୫ ବର୍ଷ ହେବ ଏଠାରୁ ଅନେକ ଶିକ୍ଷକ ସୃଷ୍ଟି ହୋଇଛନ୍ତି । ଏବେ ଏହି ମହାବିଦ୍ୟାଳୟରେ ବିଇଡିରେ ୪୦୦ ଓ ଏମଇଡ଼ିରେ ୧୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରିବାର ବ୍ୟବସ୍ଥା ରହିଛି ।

ମହାବିଦ୍ୟାଳୟରେ ଏବେ ଅଛନ୍ତି ମାତ୍ର ୨ ଜଣ ନିୟମିତ ଅଧ୍ୟାପକ । ଏହାସହ ୨ ଜଣ ଗେଷ୍ଟ ଫ୍ୟାକଲ୍ଟି ଓ ୨ ଜଣ ଚୁକ୍ତିଭିତ୍ତିକ ଅଧ୍ୟକ୍ଷ ପାଠ ପଢ଼ାଉଛନ୍ତି । ୧୯୫୫ ମସିହାରୁ ଆଜି ଯାଏ ଅନୁଷ୍ଠାନଟି ନିର୍ଦିଷ୍ଟ ଜାଗାରେ ଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଜାଗାର ମାଲିକାନା ପାଇପାରି ନାହିଁ । ଯାହାକୁ ନେଇ ଆପତ୍ତି ଉଠାଇଛି ଏନ୍‌ସିଆର୍‌ଟି । ଆଉ ଚଳିତ ବର୍ଷଠାରୁ ନାମ ଲେଖା ହେବ ନାହିଁ ବୋଲି ଜଣାପଡ଼ିଛି । ତେବେ ଆଫିଲେସନ ବନ୍ଦ ଯୋଗୁଁ ଦେଖାଦେଇଛି ଅସନ୍ତୋଷ । ଏଭଳି ଏକ ପୁରୁଣା ଅନୁଷ୍ଠାନକୁ ବନ୍ଦ ନ କରିବାକୁ ଅନୁରୋଧ କରାଯାଇଛି । ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave a Reply