ଅକ୍ଟୋବର ୧୫ରୁ ଖୋଲୁଛି ବିଦ୍ୟାଳୟ, ଶିକ୍ଷା ମନ୍ତ୍ରାଳୟ ଜାରି କଲା ଗାଇଡଲାଇନ୍

1 min read
Schools Colleges PVT Coaching Classes Closed Pune Corona Case

ନୂଆଦିଲ୍ଲୀ: ସଂକ୍ରମଣ ଭୟ ଭିତରେ ସତର୍କତାର ସହ ଖୋଲିବ ଶିକ୍ଷାନୁଷ୍ଠାନ । ଆସନ୍ତା ୧୫ ତାରିଖରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷା ମାନଦଣ୍ଡ ଅନୁସାରେ ଶାରିରୀକ/ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଭାବକଙ୍କ ଲିଖିତ ଅନୁମତି ପରେ ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଅନୁମତି ମିଳିବ । ଛାତ୍ର ସ୍କୁଲ ଆସିବା ପରିବର୍ତ୍ତେ ଅନଲାଇନ୍ କ୍ଲାସର ବିକଳ୍ପ ନେଇପାରିବେ । ସେହିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ବଣ୍ଟନ ବେଳେ ସୁରକ୍ଷାକୁ ଧ୍ୟାନ ଦେବାକୁ ଏସଓପି ଜାରି ହୋଇଛି ।

Unlock 5 Ministry Of Education Releases Guidelines For Reopening Of Schools

କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୫ ଗାଇଡଲାଇନରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟାୟକ୍ରମେ ଅକ୍ଟୋବର ୧୫ରୁ ସ୍କୁଲ ଓ କୋଚିଂ ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇପାରିବେ । କେନ୍ଦ୍ରର ଅନୁମତି ପରେ କେତକ ରାଜ୍ୟ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦିଲ୍ଲୀରେ ଅକ୍ଟୋବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ । ସେହିଭଳି ଓଡ଼ିଶାରେ ଅକ୍ଟୋବର ଶେଷ ଯାଏଁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ୍ ଖୋଲାଯାଇ ପାରିବ । ବୁଧବାର କେନ୍ଦ୍ର ସରକାର ଅନଲକ୍ ୫ ଗାଇଡଲାଇନ୍ ଜାରି କରିଥିଲେ । ଏଥିରେ ୧୫ ଅକ୍ଟୋବରରୁ ପ୍ରେକ୍ଷାଳୟ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଅନୁମତି ମିଳିଥିଲା । ଏଥିରେ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କ ଲାଗି ବସିବାର ବ୍ୟବସ୍ଥା ରହିବ ।

Unlock 5 Ministry Of Education Releases Guidelines For Reopening Of Schools

ଏଥିସହ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ ଏବେ ବି ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ରହିଛି । ଏହା ପୂର୍ବରୁ ଅନଲକ୍ ୪ରେ କେନ୍ଦ୍ର ସରକାର ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ । ସରକାରଙ୍କ ଆଦେଶ ପ୍ରକାରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବିଦ୍ୟାର୍ଥୀ ଶିକ୍ଷକଙ୍କ ପରାମର୍ଶ ପାଇଁ ସ୍କୁଲ ଯିବାକୁ ଅନୁମତି ମିଳିଥିଲା । ଏଥିପାଇଁ ଅଭିଭାବକଙ୍କ ସହମତି ମଧ୍ୟ ଆବଶ୍ୟକ ଥିଲା ।

Leave a Reply