ନୂଆଦିଲ୍ଲୀ: ମହିଳାମାନଙ୍କ ସୁରକ୍ଷା ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଆଡଭାଇଜରୀ ଜାରି କରାଯାଇଛି ।
କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମହିଳା ଓ ଝିଆମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କହିଛନ୍ତି । ଏଥିସହ ମହିଳାଙ୍କୁ ଯୌନ ନିର୍ଯାତନ ଦିଆଯାଇଥିବା ଭଳି ଅଭିଯୋଗରେ ଜିରୋ ଏଫଆଇଆର ଫାଇଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ ଏହାକୁ ଦଣ୍ଡନୀୟ ଅପରାଧଭାବେ ବିବେଚନା କରାଯିବ ।

ଏଥିସହ ମହିଳାଙ୍କ ସହ ଯୌନ ନିର୍ଯାତନା ଭଳି ମାମଲାକୁ ନେଇ ପୋଲିସ ଅଧିକ ଦାୟିତ୍ୱବାନ ଓ ସମ୍ୱେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଇନ୍ଭେଷ୍ଟିଗେସନ୍ ଟ୍ରାକିଂ ସିଷ୍ଟମ୍ ଫର୍ ସେକ୍ସୁଆଲ୍ ଆଫେନ୍ସ (ITSSO), କ୍ରାଇମ୍ ଆଣ୍ଡ କ୍ରାଇମ୍ ଟ୍ରାକିଂ ଆଣ୍ଡ ନେଟଓ୍ୱରକିଂ ସିଷ୍ଟମ୍ (CCTNS)ର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି ।








ଦାଏର ମାମଲାରେ କୁହାଯାଇଛି, ହାଇଦ୍ରାବାଦ ପୋଲିସ ୨୦୧୪ରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିନାହିଁ । ଏନକାଉଣ୍ଟରରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ସହ ଯାଞ୍ଚ ଦାବି ହୋଇଛି । ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟ ସୋମବାର କରିବେ ।






