spot_img
Home Blog Page 6367

ଚତୁର୍ଥ ଦିନରେ ପୁଣି ସାରୁଅରେ ହେଲା ଜମି ମାପ ଚୁପ, ସାମିଲ ହେଲେନି ବେଗୁନିଆ ତହସିଲଦାର

ଭୁବନେଶ୍ୱର: ଓଟିଭି ଜମି କେଳେଙ୍କାରୀ ମାମଲାରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚତୁର୍ଥ ଦିନ ଲାଗି ଜମି ମାପ ଚୁପ କରିବାକୁ ସାରୁଅରେ ପହଞ୍ଚିଛି  । ଗ୍ରାଉଣ୍ଡ ଜିରୋରରେ ପହଞ୍ଚି ଜମି ମାପ ଚୁପ କରୁଛି ପ୍ରଶାସନ । ଏଥିରେ ବେଗୁନିଆ ତହସିଲଦାରଙ୍କୁ ସାମିଲ କରାଯାଇନାହିଁ । ଅନ୍ୟ ତହସିଲଦାର, ଆରଆଇ ଓ ଅମିନ ପହଞ୍ଚି ମାପଚୁପ କରୁଛନ୍ତି  ।

ଏକ ୭ ଜଣିଆ ଟିମ ସାରୁଅରେ ପହଞ୍ଚି ଜମି ମାପଚୁପ କରିଛନ୍ତି  । ବେଗୁନିଆ ତହସିଲଦାରଙ୍କ ବିରୋଧରେ ଜମି ମାପ ଚୁପରେ ପକ୍ଷପାତିତା ଅଭିଯୋଗ ପରେ ତାଙ୍କର ବଦଳି ପାଇଁ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଚିଠି ଲେଖିଛନ୍ତି  । ତିନିଦିନ ତଳେ ଏଭଳି କିଛି ଅଭିଯୋଗ କରିଥିଲେ ସେହି ଗାଁର ଜଳଧର ମହାଭୋଇ ଓ ଅନ୍ୟମାନେ  ।

ଏହାପରେ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରି ଅଭିଯୋଗରେ ସତ୍ୟତା ଥିବା ଜାଣିପାରିଥିଲେ । ଏହାପରେ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ବେଗୁନିଆ ତହସିଲଦାରଙ୍କ ବଦଳି ପାଇଁ ଚିଠି ଲେଖିଛନ୍ତି । ଗତ ଏକ ତାରିଖରେ ପ୍ରଶାସନ ସାରୁଅରେ ଓଟିଭିର ତରଙ୍ଗ ଅଫିସକୁ ଯାଇଥିବା ଗୋଚର ରାସ୍ତା ଚିହ୍ନଟ କରି ନାଲି ପତାକା ମାରି ଫେରିଥିଲା  ।

ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ

ହାଥରସ: ହାଥରସରେ ଥମୁନି ଲଜ୍ଜା । ହାଥରସର ଆଉ ଏକ ୬ବର୍ଷ ଝିଅର ଦୁଷ୍କର୍ମ ପରେ ମୃତ୍ୟୁ ହୋଇଛି । ଦୁଷ୍କର୍ମ ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୧୫ ଦିନ ତଳେ ସାଦାବାଦ ଅଞ୍ଚଳର ୬ବର୍ଷର ଶିଶୁଙ୍କ ସହ ଅଲିଗଡ ଜିଲ୍ଲାର ଇଗଲାସ ଗାଁରେ ଦୁଷ୍କର୍ମ ହୋଇଥିଲା । ଏହାପରେ ଦିଲ୍ଲୀର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶିଶୁର ମୃତ ଶରୀରକୁ ରାସ୍ତାରେ ରଖି ସଂପର୍କୀୟମାନେ ରାସ୍ତାରୋକ କରିଛନ୍ତି ।

Rape Attempt Victim Attacked Stabbed With Knife Kanpur UP

ସମ୍ପର୍କୀୟ ଦାବି କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଇଗଲାସ ଥାନା ଅଧିକାରୀଙ୍କୁ ନିଲମ୍ବନ ନକରାଯାଇଛି ସେ ପର୍ଯ୍ୟନ୍ତ ଶିଶୁର ଅନ୍ତିମ ସଂସ୍କାର ହେବନାହିଁ ।  ଘଟଣାସ୍ଥଳରେ ଅଧିକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ପ୍ରକୃତ ଦୋଷୀକୁ ଗିରଫ କରାଯାଇନଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ନାବାଳିକାର ବାପା କହିଛନ୍ତି ଯେ, ତିନିମାସ ପୂର୍ବରୁ ତାଙ୍କର ଦୁଇ ଝିଅଙ୍କୁ ତାଙ୍କ ମାଉସୀ ନିଜ ଘରକୁ ନେଇଯାଇଥିଲେ ସେଠାରେ ହିଁ ମାଉସୀଙ୍କ ପୁଅ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏବଂ ସେ ଦାବି କରିଛନ୍ତି ଯେ, ତାଙ୍କର ବଡ଼ ଝିଅକୁ ସେଠାରୁ ଫେରାଇ ଅଣାଯାଉ ଏବଂ ପ୍ରକୃତ ଦୋଷୀକୁ ଗିରଫ କରାଯାଉ । ପୋଲିସ ଯାହାକୁ ଗିରଫ କରିଛି ସେ ପ୍ରକୃତ ଦୋଷୀ ନୁହଁନ୍ତି  ।

ଅନ୍ୟପଟେ ଏହି ମାମଲାରେ ସାଦାବାଦର ଡିଏସପି ବ୍ରହ୍ମ ସିଂ କହିଛନ୍ତି ଯେ, ନାବାଳିକର ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ନାବାଳିକା ତାଙ୍କ ମାଉସୀଙ୍କ ଘରେ ରହୁଥିଲେ । ଏବଂ ମାଉସୀ ପୁଅ ହିଁ ଏହି ଦୁଷ୍କର୍ମରେ ସାମିଲ ଅଛି । ଏହାସହ ଇଗଲାସର ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି। ଘଟଣାସ୍ଥଳରେ ଆଲିଗଡ ଏଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।

କୋଇଲା ଖଣି ଆବଣ୍ଟନ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୧୯୯୯ ମସିହାର ଏକ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  । ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରବତି ଭରତ ପରାସର ଦିଲ୍ଲୀପଙ୍କୁ ଦୋଶୀ ସାବ୍ୟସ୍ତ କରିଛନ୍ତି । ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ ସେତେବେଳେ କୋଇଲା ମନ୍ତ୍ରୀ ଥିଲେ । ୧୯୯୯ ଝାଡ଼ଖଣ୍ଡ କୋଇଲା ଖଣି ଆବଣ୍ଟନରେ କାଳରେ ଦିଲ୍ଲୀପ ରାୟ ଅନିୟମିତତା କରିଥିବା ନେଇ ମାମଲା ହୋଇଥିଲା । ଝାଡ଼ଖଣ୍ଡର ବ୍ରାହ୍ମଡ଼ିହା କୋଇଲା ଖଣିକୁ କାଷ୍ଟନ ଟେକ୍ନୋଲୋଜି ଲିମିଟେଟକୁ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନରେ ଅପରାଧିକ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା ।

କାଷ୍ଟନ ମାଇନିଂ ଲିମିଟେଡ ଝାରଖଣ୍ଡର ଏକ କୋଇଲା ବ୍ଲକ ଆଲୋକସନ ପାଇଁ ୧୯୯୮ରେ ମିନିଷ୍ଟ୍ରି ଅଫ କୋଲରେ ଆବେଦନ କରିଥିଲା । ଏହି କୋଲ ବ୍ଲକ କାଷ୍ଟନରେ ପ୍ରିୟା ପ୍ରିତି କରାଯାଇଛି ବୋଲି ସିବିଆଇ ଯେଉଁ ରିପୋର୍ଟ ଦେଇଥିଲା । ସେହି ଆଧାରରେ ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଶୁଣାଇଛନ୍ତି ଏବଂ ତାଙ୍କ ଦୋଷୀ ସାବ୍ୟସ୍ତ କରାଇଛନ୍ତି । କେବଳ ଦିଲ୍ଲୀପ ରାୟ ନୁହନ୍ତି ଏହି ମାମଲାରେ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ଦୁଇଜଣ ବରିଷ୍ଠ ଅଧିକାରି ପ୍ରଦିପ କୁମାର ବାନାର୍ଜୀ( ଅତିରିକ୍ତ ସଚିବ ) ଓ ନିତ୍ୟାନନ୍ଦ ଗୋୗତମ,( ପ୍ରକଳ୍ପ ପରାମର୍ଶଦାତା)ଙ୍କୁ  ମଧ୍ୟ ଅଦାଲତ ମାମଲାରେ ଦୋଷୀ ସାବ୍ୟସ କରିଛନ୍ତି । କ୍ୟାଷ୍ଟ୍ରନ ଟେକନୋଲୋଜିର ନିର୍ଦ୍ଦଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

କମୁଛି କରୋନା ସଂକ୍ରମଣ, ଚିହ୍ନଟ ହେଉଛନ୍ତି କମ୍‌ ସଂଖ୍ୟକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଖସୁଛି କରୋନା ପାରା । ଦୁଇଦିନ ହେବ ରେକର୍ଡ ଠାରୁ କମ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଆଜି ୨୬୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୧୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ୨ ଲକ୍ଷ ୩୮ ହଜାର ୩ ଜଣ ମୋଟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୪ ହଜାର ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ରାଜ୍ୟରେ ୩୦ ହଜାର ୬୧୦ ଜଣ ସଂକ୍ରମିତ ରହିଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୬, ବାଲେଶ୍ୱରରୁ ୭୦, ବରଗଡ଼ରୁ ୬୮, ଭଦ୍ରକରୁ ୯୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୩, କଟକରୁ ୨୧୪, ଦେଓଗଡ଼ରୁ ୧୮, ଢ଼େଙ୍କାନାଳରୁ ୩୬, ଗଜପତିରୁ ୧୧, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୬୮, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୧୫୧, କେନ୍ଦୁଝରରୁ ୫୧, କୋରାପୁଟରୁ ୩୯, ମାଲକାନାଗିରିରୁ ୩୨, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୭୨, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୧୫୯, ପୁରୀରୂ ୧୨୪, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୭୩, ସୋନପୁରରୁ ୬୯, ସୁନ୍ଦରଗଡ଼ରୁ ୮୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ୍ ବି ରାମସୁବ୍ରମଣ୍ୟମଙ୍କ ବେଞ୍ଚ ଶୁଣାଣି କରିବେ । ମାମଲାର ତଦନ୍ତ ସିବିଆଇ କିମ୍ବା ଏସଆଇଟି କରିବା ନେଇ ସର୍ବୋଚ୍ଚ କୋର୍ଟରେ ଜନସ୍ୱାର୍ଥ ମାମଲାରେ ଦାବି ହୋଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ଦାବି ହୋଇଛି । ଉତ୍ତରପ୍ରଦେଶରେ ମାମଲାର ନିରପକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି । ତେବେ ପୂରା ଘଟଣାରେ ୟୁପି ପୋଲିସର ଭୂମିକା ନେଇ ପ୍ରଶ୍ନ ଉଠିଛି । ବିରୋଧୀ ନେତାଙ୍କୁ ପୋଲିସର ଲାଠିଚାର୍ଜ ଓ ରାତିଅଧିଆ ପୀଡ଼ିତାଙ୍କ ଅନ୍ତିମସଂସ୍କାର ଘଟଣା ବି ଆବେଦନରେ ଦର୍ଶାଯାଇଛି ।

ଅନ୍ୟପଟେ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ୧୯ଟି ମାମଲା ରୁଜୁ ହୋଇଛି  । ଘଟଣାକୁ ନେଇ ରାଜ୍ୟରେ ଅପପ୍ରଚାର କରାଯାଉଛି, ହିସାଂକୁ ବଢାଯାଉଛି  । ୟୁପି ମାହୋଲକୁ ବିଗାଡି ବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି  । ଏନେଇ ପୋଲିସ ୧୯ଟି ମାମଲା ରୁଜୁ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଡିଜି ପ୍ରଶାନ୍ତ କୁମାର  । ହାଥରସ୍ ପୀଡିତାଙ୍କ ଭାଇଙ୍କ ବୟାନ ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି  ।

ରାଜ୍ୟ ସରକାର ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଛନ୍ତି  । କିନ୍ତୁ କିଛି ଲୋକେ ରାଜନୈତିକ ଉଦ୍ଦେଶ୍ୟ ରଖି ଖବରକୁ ଅପପ୍ରଚାର କରୁଥିବା କହିଛନ୍ତି ଏଡିଜି । ସେପଟେ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ହାଥରସ ଗସ୍ତ କରିଥିଲେ । ଏହି ଟିମ୍‌ର ନେତୃତ୍ୱ ଆପ୍‌ ସାଂସଦ ସଞ୍ଜୟ ସିଂହ ନେଇଥିଲେ। ହେଲେ ସାଂସଦ ସଞ୍ଜୟ ସିଂହଙ୍କୁ ସାମ୍ବାଦିକ ସମ୍ମିଳନୀ ବେଳେ ଗାଳି ମାଡ଼ ହୋଇଥିବା ସୂଚନା ମିଳିଛି  ।

ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି । ଅନ୍ୟପଟେ ପୀଡିତାଙ୍କ ପରିବାର ପକ୍ଷରୁ ହାଥରସ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ଦାବି କରାଯାଇଛି । ପରିବାର ଲୋକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଦେଶରେ ୨୪ ଘଣ୍ଟାରେ ୬୧ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ୨୪ ଘଣ୍ଟାରେ ୬୧ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୬୬ଲକ୍ଷ ୮୫ହଜାର ୮୩କୁ ବୃଦ୍ଧି ହୋଇଥିବା ବେଳେ ଆକ୍ଟିଭ୍ କେସ୍ ୯ଲକ୍ଷ ୧୯ହଜାର ୨୩ ଓ ସୁସ୍ଥ ହେଲେଣି ୫୬ଲକ୍ଷ ୬୨ହଜାର ୪୯୧ । ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୩ହଜାର ୫୬୯କୁ ବୃଦ୍ଧି ହୋଇଛି ।

ସେହିଭଳି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ରେକର୍ଡ ହୋଇଛି । ମହାରାଷ୍ଟ୍ରରେ ମୋଟ୍ ୧୪ଲକ୍ଷ ୫୩ହଜାର ୬୫୩ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩୮ହଜାର ୩୪୭ରେ ପହଞ୍ଚିଛି । ଏବଂ ଦେଶରେ ଦ୍ୱିତୀୟ ଅଧିକ ସଂକ୍ରମିତ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି  । ଆନ୍ଧ୍ରପ୍ରଦେଶରେ ୭ଲକ୍ଷ ୨୩ହଜାର ୫୧୨କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬ହଜାର ୧୯ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କର୍ଣ୍ଣାଟକ ଓ ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେଲାଛନ୍ତି ।

ପାରାଦୀପ ବନ୍ଦରରେ ଥିବା ଜାହାଜରେ ରଶି ଲଗାଇ ଯବାନଙ୍କ ଆତ୍ମହତ୍ୟା

ପାରାଦ୍ୱୀପ: କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଆତ୍ମହତ୍ୟା କଲେ ଯବାନ । କୋଷ୍ଟଗାର୍ଡର ରେଜିଆ ଶୁଲତାନା ନାମକ ଜାହାଜରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ନାମ ଏ. କେ. ଗୌତମନ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା । ତାଙ୍କ ଘର କେରଳ ବୋଲି ସୂଚନା ମିଳିଛି । ସୋମବାର କୋଷ୍ଟଗାର୍ଡର ଉପରିସ୍ଥ ଅଧିକାରୀ ଅଭିଜିତ୍ ସିଂହ ପ୍ରଥମେ ଜାହାଜର ମେସିନ ରୁମରେ ଗୌତମନ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ନେହେରୁବଙ୍ଗଳା ମେରାଇନ୍ ଥାନାକୁ ଖବର ଦିଆଯାଇଥିଲା ।

ନେହେରୁବଙ୍ଗଳା ମେରାଇନ୍ ଥାନା ପକ୍ଷରୁ କେସ୍ ନମ୍ବର ୬/୨୦ ଅନୁଯାୟୀ ଏକ ଆତ୍ମହତ୍ୟା ମାମଲା ରୁଜୁକରାଯାଇଛି । ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ କଣ ପାଇଁ ମୃତ୍ୟୁ ହୋଇଛି ? ତାଙ୍କ ସହ କଣ ହୋଇଥିଲା ଜାହାଜ ମଧ୍ୟରେ ? ଏନେଇ କୌଣସି ପ୍ରକାରର ସୂଚନା ମିଳିପାରିନାହିଁ ।

ହ୍ୱାଇଟ ହାଉସରେ ପହଞ୍ଚି ମାସ୍କ କାଢି ଏମିତି ବ୍ୟବହାର କଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ହ୍ୱାଇଟହାଉସକୁ ଫେରିଛନ୍ତି। ମଙ୍ଗଳବାର ଦିନ ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଯଦିଓ, ସେ ଏବେ ସୁଦ୍ଧା କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ଏବେବି କରୋନାରେ ପୀଡ଼ିତ ଅଛନ୍ତି । କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ନେଇ ହ୍ୱାଇଟ ହାଉସରେ ପହଞ୍ଚି ସେ ପ୍ରଥମେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।

ଏହି ସମୟ ମଧ୍ୟରେ, ଏପରି କିଛି ହୋଇଥିଲା ​​ଯାହାକୁ ନେଇ ବିବାଦ ଦେଖାଦେଇଛି । ଡୋନାଲ୍ଡ ଟ୍ରମ୍ପ ଡିସଚାର୍ଜ ନେଇ ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ ହ୍ୱାଇଟ ହାଉସରେ ପହଞ୍ଚିବା ପରେ ଛାତକୁ ପଳାଇଥିଲେ ଯେଉଁଠାରୁ ସେ ଗଣମାଧ୍ୟମକୁ ଠିକରେ ଦେଖିପାରିବେ । ତେବେ ସେଠାରେ ଟ୍ରମ୍ପ ତୁରନ୍ତ ନିଜର ମାସ୍କ କାଢି ସମସ୍ତଙ୍କ ପାଇଁ ପୋଜ୍ ଦେବା ଆରମ୍ଭ କରିଥିଲେ । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, କାରଣ ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ କରୋନାରେ ପୀଡ଼ିତ ଏଭଳି ପରିସ୍ଥିତିରେ ଏପରି ଅସାବଧାନତା ଅବଲମ୍ବନ କିରବାକୁ ନେଇ ପ୍ରଶ୍ନ ଉଠିଛି ।

ଆପଣଙ୍କୁ କହି ରଖୁଛୁ ଯେ, କିଛିଦିନ ତଳେ ହିଁ ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ଜ୍ୱର ବୃଦ୍ଧି ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସୋମବାର ହସ୍ପିଟାଲର ଡାକ୍ତର କହିଥିଲେ ଯେ, ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ନେଇପାରିବେ । ଏଭଳି ପରିସ୍ଥିତିରେ ତାଙ୍କୁ ହ୍ୱାଇଟ ହାଉସରେ ଆଇସୋଲେସନରେ ରହିବାକୁ ପଡ଼ିବ ।

ତେବେ ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ହ୍ୱାଇଟ ହାଉସରୁ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ୨୦ ବର୍ଷ ପୂର୍ବରୁ ସେ ଯେମିତି ଥିଲେ ତାଠାରୁ ବି ସେ ବେଶୀ ଫିଟ୍ ଅନୁଭବ କରୁଛନ୍ତି । ଏହାସହ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ‘କରୋନାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ବର୍ତ୍ତମାନ ଏହା ବିଷୟରେ ବହୁତ କିଛି ଶିଖିଛି ।’

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇ ନିର୍ବାଚନ ପାଇଁ କ୍ୟାମ୍ପେନ କରିବେ  । ତେବେ ଏଥିପାଇଁ ସେ ଡାକ୍ତର ଏବଂ ଆମେରିକୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ପାଇଛନ୍ତି, ଯଦିଓ ସେ ନିଜେ ହ୍ୱାଇଟ ହାଉସରେ ଆଇସୋଲେସନରେ ଅଛନ୍ତି ।

ସାବଧାନ, ହଳଦିଆ ବତୀ ଭ୍ୟାନ୍‌ ଧରି ବୁଲୁଛନ୍ତି ନକଲି STF ଅଧିକାରୀ

ବୋଲେଶ୍ୱର: ବାଲେଶ୍ୱରରେ ବୁଲୁଛନ୍ତି ନକଲି ଏସଟିଏଫ୍ ଅଧିକାରୀ । ନିଜକୁ ଏସ୍‌ଟିଏଫ୍‌ କହି ଲୁଟୁଛନ୍ତି ଟଙ୍କା । ସେରଗଡ଼ ଟୋଲ୍‌ ଗେଟ୍‌ ନିକଟରୁ ୨ଜଣ ନକଲି STF ଅଧିକରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ନାଲିବତୀ ସ୍କର୍ପିଓ ଓ ରିଭଲଭର ଜବତ ହୋଇଛି । ଗିରଫ ୨ଜଣଙ୍କ ଘର ଗଞ୍ଜାମ ଜିଲାରେ ବୋଲି ସୂଚନା ମିଳିଛି । ନିଜକୁ STF ଅଧିକାରୀ ପରିଚୟ ଦେଇ ଫି ଛାଡ଼ କରିବାକୁ ନେଇ ଗଣ୍ଡଗୋଳ କରିଥିଲେ । ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହେବାକୁ ଉଦ୍ୟମ କରୁଥିବାବେଳେ ଖନ୍ତାପଡ଼ା ପୋଲିସ ଏମାନଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହଳଦିଆ ବତି ଥିବା ଗାଡ଼ିରେ ଆସିଥିଲେ ନକଲି ଏସ୍‌ଟିଏଫ୍‌ । ଆସିବା ସମୟରେ ସେମାନଙ୍କୁ ଟୋଲଗେଟରେ ଅଟକାଯାଇଥିଲା । ଯେତେବେଳେ ତାଙ୍କୁ ଟୁଲ ଆଦାୟ ପାଇଁ ଅଧିକାରୀ ଟଙ୍କା ମାଗିଥିଲେ । ସେମାନେ ଟୋଲ ଦେବା ପାଇଁ ମନା କରିଥିଲେ । ଏସ୍‌ଟିଏଫ୍‌ ଅଧିକାରୀ ବୋଲି କହି ଟୋଲ ଦେବାପାଇଁ ମନାକରିଥିଲେ । ଏନେଇ ଟୋଲଗେଟରେ ରହୁଥିବା ଅଧିକାରୀ ମାନେ ସେମାନଙ୍କ ଉପରେ ସନ୍ଦେହ କରିଥିଲେ । ଏହାପରେ ଅଧିକ ଯୁକ୍ତିତର୍କ ହେବା କାରଣରୁ ନକଲି ଏସ୍‌ଟିଏଫ୍‌ ଅଧିକାରୀ ମାନେ ବନ୍ଧୁକ ଦେଖାଇ ଡ଼ରାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

ଲୋକେ ସେଠାରେ ଜମିବାରୁ ସେମାନେ ଉପରୁକୁ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ । ତେବେ ସେହି ସମୟରେ ଭୟରେ ଘଟଣା ସ୍ଥଳରୁ ଟୋଲ ଗେଟର ଅଧିକାରୀ ମାନେ ଫେରାର ହେବା ସହ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଇଆଇସି ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେହି ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏମାନେ ଅନେକ ସମୟରେ ଲୋକଙ୍କ ଠାରୁ ଏସ୍‌ଟିଏଫ୍‌ ଅଧିକାରୀ କହି ଲୁଟ କରିଥାନ୍ତି । ଏହା ପୂର୍ବରୁ କେଉଁ କେଉଁ ସ୍ଥାନକୁ ସାମାନେ ଯାଇଛନ୍ତି ଏ ନେଇ ତଦନ୍ତ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସଂକ୍ରମଣକୁ ନେଇ ଦେଲା ଏମିତି ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: କରୋନାକ ପାଇଁ ହନ୍ତସନ୍ତ ହେଲାଣି ସାରା ବିଶ୍ୱ । କିଭଳି କରୋନା କବଳରୁ ମୁକ୍ତି ମିଳି ସେନେଇ ଚାଲିଛି ଅହରହ ପ୍ରୟାସ । ସବୁ ପ୍ରକାର ପ୍ରୟାସ ଫେଲ୍ ମାରିବାରେ ଲାଗିଛି । କରୋନାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଉଥିବା WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଏହାକୁ ନେଇ ଆଉ ଏକ ବଡ଼ ଖୁଲାସା କରିଛି । ସଂକ୍ରମଣ ବିଷୟରେ ଅବଗତ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କରୋନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ ଘୋଷଣା। ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ହୋଇ ଥାଇପାରନ୍ତି କରୋନା ସଂକ୍ରମିତ । ଡବ୍ଲୁଏଚଓର ବେଷ୍ଟ ଏଷ୍ଟିମେଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଉପରୋକ୍ତ ଆକଳନ ସଂଖ୍ୟା ମେଳ ଖାଇ ନପାରେ, ମାତ୍ର ପୃଥିବୀର ଅଧିକାଂଶ ଲୋକଙ୍କ ପ୍ରତି ବିପଦ ରହିଥିବା ହୁ’ର ଜରୁରୀକାଳୀନ ମୁଖ୍ୟ ଡାକ୍ତର ମାଇକେଲ ରିଆନ କହିଛନ୍ତି ।

୭୬୦ ନିୟୁତରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ବୋଲି କରାଯାଇଥିବା ଏହି ଆକଳନ ବିଶ୍ୱ ଜନସଂଖ୍ୟା ୭.୬ ଶହ କୋଟି ଉପରେ ଆଧାରିତ। ଏହି ଆକଳନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ଏବଂ ‘ଜନ୍ସ୍ ହପ୍‌କିନ୍ସ୍‌ ୟୁନିଭର୍ସିଟି’ ରଖିଥିବା ‘କନ୍‌ଫର୍ମଡ୍‌ କେସେସ୍’ ହିସାବଠାରୁ ଯଥେଷ୍ଟ ଅଧିକ । ଏବେ ସାରା ବିଶ୍ୱରେ ୩୫ ନିୟୁତରୁ ଅଧିକ ‘କନ୍‌ଫର୍ମଡ୍‌ କେସେସ୍’ ଥିବା ‘ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନ’ଏବଂ ‘ଜନ୍ସ୍ ହପ୍‌କିନ୍ସ୍‌ ୟୁନିଭର୍ସିଟି’ ହିସାବରୁ ଜଣାପଡ଼ିଛି।