କେନ୍ଦୁଝର: ଚର୍ଚ୍ଚାରେ କେନ୍ଦୁଝର ପାଟଣା ଥାନା । ପୋଲିସ ମାଡରେ ଆହତ ହେଲେ ଆଦିବାସୀ ନାବାଳକ । ନାବାଳକୁ ପୋଲିସ ମାଡ ମାରି ଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନାବାଳକଙ୍କ ନିଜ ମା’ ସହିତ ଜିଲ୍ଲା ଆରକ୍ଷି ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । କୌଣସି ଏକ ଚୋରି ମାମଲାରେ ପାଟଣା ଥାନା କାମେଶ୍ୱରପୁର ପାଟଣା ଗାଁର ୨ ନାବାଳକଙ୍କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା ।

ତେବେ ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆସିବା ପରେ କିଛି ସମୟ ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା । ମାତ୍ର ଅପରାହ୍ନ ୪ଟା ବେଳକୁ ପୁଅକୁ ମାଡ ମାରି ଗୋଡକୁ କ୍ଷତାକ୍ତ କରି ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ଥାନା ପକ୍ଷରୁ ତାଙ୍କୁ ଛାଡି ଦିଆଯାଇଥିଲା । ମାତ୍ର ନାବାଳକ ଜଣଙ୍କ ଚାଲି ପାରି ନଥିଲା ।

ଫଳରେ ପୁଅର ଅବସ୍ଥା ଦେଖି ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଇଥିଲା । ବର୍ତ୍ତମାନ ଏହି ଥାନାର ଦୁଇ ଜଣ ଅଧିକାରୀ ବାରମ୍ବାର ନାବାଳକଙ୍କ ପରିବାରକୁ ଧମକ ଦେଉଥିବା ନେଇ ନାବାଳକର ମା’ କେନ୍ଦୁଝର ଏସ୍ପିଙ୍କ ପାଖରେ ଅଭିଯୋଗ କରିଛନ୍ତି।



ବର୍ତ୍ତମାନ ସମୟରେ ଗ୍ରାହକମାନେ ଉଭୟ ଗୁଗୁଲ୍ ପେ ଆପ୍ ଏବଂ pay.google.com ପ୍ଲାଟଫର୍ମ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଛନ୍ତି । ତେବେ ଗୁଗୁଲର ବିଜ୍ଞପ୍ତି ଅନୁଯାୟୀ ଉପଭୋକ୍ତାମାନଙ୍କ ପାଇଁ ଏହାର ୱେବ୍ ପେମେଣ୍ଟ ସେବା ଆସନ୍ତା ବର୍ଷ ଜାନୁୟାରୀରୁ କାମ କରିବ ନାହିଁ।
ଗୁଗୁଲର ସୂଚନା ଅନୁଯାୟୀ, ଯେତେବେଳେ ୟୁଜର୍ସମାନେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜାକ୍ସନ କରୁଛନ୍ତି ସେତେବେଳେ ଏକରୁ ତିନି ବିଜନେସ୍ ଡେ ସମୟ ଲାଗିଥାଏ । ଯଦିଓ ଡେବିଟ୍ କାର୍ଡରୁ ଟଙ୍କା ତୁରନ୍ତ ସ୍ଥାନାନ୍ତରିତ ହୋଇଥାଏ । ଯେଉଁଥିପାଇଁ ୧.୫% କିମ୍ବା ୦.୩୧ ଡଲାରର ଚାର୍ଜ ଆଦାୟ କରାଯାଇଥାଏ । ଏଭଳି ସ୍ଥଳେ ପରିସ୍ଥିତିରେ ତୁରନ୍ତ ଟଙ୍କା ଟ୍ରାନ୍ସଫର ଉପରେ ଗୁଗୁଲ ପକ୍ଷରୁ ଚାର୍ଜ ଆଦାୟ କରାଯାଇପାରେ । ତେବେ ବର୍ତ୍ତମାନ ସମୟରେ ଗୁଗୁଲ୍ ସେବାଗୁଡିକ ମାଗଣା ରହିଛି।






