ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ

ହାଥରସ: ହାଥରସରେ ଥମୁନି ଲଜ୍ଜା । ହାଥରସର ଆଉ ଏକ ୬ବର୍ଷ ଝିଅର ଦୁଷ୍କର୍ମ ପରେ ମୃତ୍ୟୁ ହୋଇଛି । ଦୁଷ୍କର୍ମ ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୧୫ ଦିନ ତଳେ ସାଦାବାଦ ଅଞ୍ଚଳର ୬ବର୍ଷର ଶିଶୁଙ୍କ ସହ ଅଲିଗଡ ଜିଲ୍ଲାର ଇଗଲାସ ଗାଁରେ ଦୁଷ୍କର୍ମ ହୋଇଥିଲା । ଏହାପରେ ଦିଲ୍ଲୀର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶିଶୁର ମୃତ ଶରୀରକୁ ରାସ୍ତାରେ ରଖି ସଂପର୍କୀୟମାନେ ରାସ୍ତାରୋକ କରିଛନ୍ତି ।

Rape Attempt Victim Attacked Stabbed With Knife Kanpur UP

ସମ୍ପର୍କୀୟ ଦାବି କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଇଗଲାସ ଥାନା ଅଧିକାରୀଙ୍କୁ ନିଲମ୍ବନ ନକରାଯାଇଛି ସେ ପର୍ଯ୍ୟନ୍ତ ଶିଶୁର ଅନ୍ତିମ ସଂସ୍କାର ହେବନାହିଁ ।  ଘଟଣାସ୍ଥଳରେ ଅଧିକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ପ୍ରକୃତ ଦୋଷୀକୁ ଗିରଫ କରାଯାଇନଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ନାବାଳିକାର ବାପା କହିଛନ୍ତି ଯେ, ତିନିମାସ ପୂର୍ବରୁ ତାଙ୍କର ଦୁଇ ଝିଅଙ୍କୁ ତାଙ୍କ ମାଉସୀ ନିଜ ଘରକୁ ନେଇଯାଇଥିଲେ ସେଠାରେ ହିଁ ମାଉସୀଙ୍କ ପୁଅ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏବଂ ସେ ଦାବି କରିଛନ୍ତି ଯେ, ତାଙ୍କର ବଡ଼ ଝିଅକୁ ସେଠାରୁ ଫେରାଇ ଅଣାଯାଉ ଏବଂ ପ୍ରକୃତ ଦୋଷୀକୁ ଗିରଫ କରାଯାଉ । ପୋଲିସ ଯାହାକୁ ଗିରଫ କରିଛି ସେ ପ୍ରକୃତ ଦୋଷୀ ନୁହଁନ୍ତି  ।

ଅନ୍ୟପଟେ ଏହି ମାମଲାରେ ସାଦାବାଦର ଡିଏସପି ବ୍ରହ୍ମ ସିଂ କହିଛନ୍ତି ଯେ, ନାବାଳିକର ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ନାବାଳିକା ତାଙ୍କ ମାଉସୀଙ୍କ ଘରେ ରହୁଥିଲେ । ଏବଂ ମାଉସୀ ପୁଅ ହିଁ ଏହି ଦୁଷ୍କର୍ମରେ ସାମିଲ ଅଛି । ଏହାସହ ଇଗଲାସର ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି। ଘଟଣାସ୍ଥଳରେ ଆଲିଗଡ ଏଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।

Leave a Reply