ମିନିବସ୍ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୭ ଆହତ

ରାଉରକେଲା: ବାଲୁଘାଟ ନିକଟରେ ମିନିବସ ଦୁର୍ଘଟଣାଗ୍ରସ୍ତ  । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି  । ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ହେଉଛି ମା’ ତାରିଣୀ ବସ  । ବସଟି  ଲାଠିକଟାରୁ ରାଉରକେଲା ଆସୁଥିବାବେଲେ ବାଲୁଘାଟ ନିକଟରେ ଦୁର୍ଘଟଣା ହୋଇଛି।  ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ବସ୍‌ଟି ଦ୍ରୁତଗତିରେ ଆସୁଥିଲା । ଡିଭାଡର ଉପରକୁ ବସଟି ମାଡ଼ିଯିବାରୁ ଓଲଟି ପଡ଼ିଥିଲା ଏଣୁ ଦୁର୍ଘଟଣା ଘଟିଥିବା ଆହତ ଯାତ୍ରୀ ଜଣଙ୍କ କହିଛନ୍ତି ।  ଡାକ୍ତରୀ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଯେଉଁମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଦ୍ୟ ସୂଚନା ମୁତାବକ ଘଟଣାସ୍ଥଳରୁ ଡ୍ରାଇଭର  ଜଣଙ୍କ ଫେରାର ଅଛନ୍ତି ।

Leave a Reply