spot_img
Home Blog Page 6329

ଭାରତ ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ବିବାଦରେ କାନାଡା ପ୍ରଧାନମନ୍ତ୍ରୀ, ଭାରତ କଲା ତାଗିଦ୍…

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି । ଚାଷୀ ସରକାରଙ୍କର ନୂଆ କୃଷି ଆଇନକୁ କଡା ଭାବେ ବିରୋଧ କରୁଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀ ସିଲ୍ କରିବାକୁ ମୁଡରେ ରହିଛନ୍ତି । ତେବେ ଏଭଳି ସ୍ଥିତିରେ ଭାରତୀୟ ଏହି ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ ଦେଶର ହସ୍ତକ୍ଷେପକୁ ଭାରତ ସରକାର ଓ ବିଭିନ୍ନ ରାଜନୈତିକ ଦଳ କଡ଼ ଭାବେ ସମାଲୋଚନା କରିଛନ୍ତି  ।

ଗୁରୁ ନାନକଙ୍କ ଜନ୍ମଦିବସରେ ଅନଲାଇନ ବାର୍ତ୍ତା ଦେବା ସମୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତରେ ହେଉଥିବା ଚାଷୀ ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ ଭାରତରେ ହେଉଥିବା ଚାଷୀ ବିକ୍ଷୋଭ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଓ କାନାଡ଼ା ସବୁବେଳେ ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବିକ୍ଷୋଭର ନାର୍ଯ୍ୟ ଅଧିକାର ସପକ୍ଷରେ ରହିଛି । ତେବେ ଏଭଳି ମନ୍ତବ୍ୟକୁ ଏବେ ଭାରତ ସରକାର ଓ ଅନେକ ରାଜନୈତିକ ଦଳ ଭାରତୀୟ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ବୋଲି ଭାବି କଡ୍ଡା ଟିପ୍ପଣୀ ଦେଇଛନ୍ତି ।

ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ସମସ୍ୟା ଅନ୍ୟ ଦେଶ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ । ତେଣୁ ଏଭଳି କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ । କାନାଡା ସରକାର ଏଭଳି ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପରୁ ବିରତ ରହିବା ଆବଶ୍ୟକ ।

ତେବେ ରାଜନୈତିକ ଦଳର ପ୍ରତିକ୍ରିୟା ପୂର୍ବରୁ ଭାରତକ ସରକାର ମଧ୍ୟ କାନାଡାକୁ କଡ଼ ଶଦ୍ଦରେ ଦେଶର ଆଭିମୁଖ୍ୟ ଦର୍ଶାଇଛନ୍ତି । ଭାରତୀୟ ବୈଦେଶିକ ବିଭାଗ ପ୍ରକାଶ କରିଛି ଯେ କାନଡାକୁ ଏହା ପରାମର୍ଶ ଯେ ସେ ଭାରତର ଆଭ୍ୟନ୍ତରୀଣ ମାମଲାରୁ ଦୂରରେ ରହୁ ଓ ଅଯଥା ହସ୍ତକ୍ଷେପ ନକରୁ ।

ଯେଉଁଠି ଯେଉଁଠି ଥିଲେ ପାଠକ, ସେଇଠି ସେଇଠି ଚାଲିଛି ଖୋଳତାଡ଼

ଭୁବନେଶ୍ୱର: ଅଭୟଙ୍କ ଅମାପ ସମ୍ପତ୍ତିର ଚାଲିଛି ଖୋଳତାଡ଼ । ଏତେ ଟଙ୍କା, ଦାମୀ ଘର ଓ ଗାଡ଼ି । ଚାକିରି ଜୀବନରେ କେମିତି ହେଲା ସମ୍ଭବ । ପୁନେ, ମୁମ୍ବାଇ, ପାଟଣାରେ ଏକାଧିକ ଘର ଓ ଫ୍ଲାଇଟ୍ କେମିତି କିଣିଲେ ଅଭୟକାନ୍ତ ପାଠକ । ଏପିସିସିଏଫ ଅଭୟକାନ୍ତ ପାଠକଙ୍କ କଳା କାରାନାମାର ଛାନଭିନ୍ ଚାଲିଛି । ୭ଟି ସ୍ଥାନରେ SITର ୧୨ଟି ଟିମ୍ ଖୋଳତାଡ଼ କରୁଛି । ସରକାରୀ ବାସଭବନ ସହ ପିସିସିଏଫ ଅଫିସରେ ରେଡ୍ କରାଯାଇଛି ।

 Vigilance Raid In Abhay Kant Pathak’s Old Office Bolangir Sambalpur

୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକ କେମିତି ୩୩ ବର୍ଷ ଚାକିରି କାଳରେ ହୋଇଗଲେ କୋଟି କୋଟି ଟଙ୍କାର ମାଲିକ । ଚାକିରି କାଳରେ କରିଥିଲେ କି ବଡ଼ ଦୁର୍ନୀତି । ଏବେ ସେସବୁର ଖୋଳତାଡ଼ ଚାଲିଛି । ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସର ୪ ଜଣିଆ ଟିମ୍ ଯାଞ୍ଚ କରୁଛି । ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ ଜାରି ରହିଛି । ୧୯୯୩ରୁ ୯୪ ଯାଏ ପାଠକ ଅନୁଗୁଳ ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

 Vigilance Raid In Abhay Kant Pathak’s Old Office Bolangir Sambalpur

ସେହିଭଳି ସମ୍ଵଲପୁରରେ ଅଭୟ ପାଠକ ଲିଙ୍କରେ ରେଡ୍ ହୋଇଛି । ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପୂର୍ବରୁ ପାଠକ ଚାକରି କରୁଥିବା ଆରସିସିଏଫ ଅଫିସରେ ଚଢ଼ାଉ କରାଯାଇଛି । ପାଠକଙ୍କ ସମ୍ପତ୍ତିକୁ ନେଇ ବିଭିନ୍ନ ବ୍ୟାଙ୍କକୁ ନୋଟିସ୍ ଜାରି କରିଛି ସମ୍ବଲପୁର ଭିଜିଲାନ୍ସ ।

 Vigilance Raid In Abhay Kant Pathak’s Old Office Bolangir Sambalpur

ବଲାଙ୍ଗିରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । IFS ଅଭୟକାନ୍ତ ପାଠକ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଚାରି ବର୍ଷ ଧରି ବଲାଙ୍ଗିର କେନ୍ଦୁପତ୍ର ଡିଭିଜନର ମୁଖ୍ୟ ବନ ସଂରକ୍ଷକ ଥିଲେ ପାଠକ । ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ, ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମେତ ବଲାଙ୍ଗିରର ୨୦ଟି ବ୍ୟାଙ୍କରେ ଭିଜିଲାନ୍ସ ଖୋଳତାଡ଼ କରୁଛି ।

ପ୍ରଦୀପଙ୍କ ଆକାଉଣ୍ଟରେ ୧୪ରୁ ୧୫ କୋଟି ଟଙ୍କା ନେଣଦେଣ, ଅଭିଯୋଗ କଲେ ପ୍ରତାପ ଦେବ

ଭୁବନେଶ୍ୱର: ମହାମାରୀ କୋଭିଡ୍ କାୟାରେ ଛଟପଟ ହେଉଥିଲା ଗଞ୍ଜାମ ଜିଲ୍ଲା । ପ୍ରଦୀପ ପାଣିଗ୍ରାହୀ ଉଡ଼ୁଥିଲେ ଚାର୍ଟର ଫ୍ଲାଇଟରେ । ଜିଲ୍ଲାରୁ ଦୈନିକ ହଜାରେ ହଜାରେ ପାଖାପାଖି ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ମଉଜରେ ମାତିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏମିତି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ । ସେତିକି ନୁହେଁ ପ୍ରଦୀପଙ୍କ ସ୍ଥାନରେ ମୁଁ ଥିଲେ ମୋ ଝିଅକୁ ବାହା ଦେଇନଥାନ୍ତି ବୋଲି ପ୍ରତାପ ଦେବ କହିଛନ୍ତି ।

BJD SpokesPerson Pratap Dev Reacts On Pradeep Panigrahi

ବିଜେଡିର ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଜବାବରେ ପ୍ରତାପ ଦେବ କହିଛନ୍ତି- ତାଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । ଯାହା ତଦନ୍ତରେ ଆସିଲା, ସେହି ହିସାବରେ  ପଦକ୍ଷେପ ନିଆଯାଇଛି । ବାପା ହୋଇ ଭାବି ଜ୍ୱାଇଁର ଦୋଷ ଘୋଡ଼ାଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ପ୍ରମାଣରେ ପଦକ୍ଷେପ ନେବେ ନାହିଁ । ଓଡ଼ିଶା ଜନ ସାଧାରଣ ମୂର୍ଖ ନୁହଁନ୍ତି । ଏଥିରେ କୌଣସି ଷଡ଼ଯନ୍ତ୍ର ହୋଇଛି ବୋଲି ମୋତେ ଲାଗୁନାହିଁ ।

BJD SpokesPerson Pratap Dev Reacts On Pradeep Panigrahi

କୋଭିଡ୍ ସମୟରେ ଫ୍ଲାଇଟ୍ ବନ୍ଦ ଥିଲା । ସମସ୍ତଙ୍କ ପାଇଁ ନିୟମ ଥିଲା, ଗସ୍ତ ନ କରିବାକୁ । ଏହି ସମୟରେ  ଲୋକଙ୍କ ପଇସାରେ ଟାର୍ଟର ଫ୍ଲାଇଟରେ ବୁଲିବା, କଣ ଜନ ବିରୋଧୀ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି  ପ୍ରତାପ ଦେବ । କାହା ଅନୁମତିରେ ୧୭ରୁ ୧୮ ଥର ଗସ୍ତ କରିଥିଲେ । ଗଞ୍ଜାମରେ କୋଭିଡ୍ ସ୍ଥିତି ଅଣାୟତ୍ତ ଥିବା ଥିବାବେଳେ ପ୍ରଦୀପ ଫ୍ଲାଇଟରେ ବୁଲୁଥିଲେ । ପ୍ରଦୀପ କୋଭିଡ୍ ପ୍ରବଣ ଗଞ୍ଜାମ ପାଇଁ କ’ଣ କରିଛନ୍ତି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ?

BJD SpokesPerson Pratap Dev Reacts On Pradeep Panigrahi

ପ୍ରଦୀପଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦୂରେଇ ରଖାଯିବା ଅଭିଯୋଗରେ ପ୍ରତାପ ଦେବ କହିଛନ୍ତି- ତାଙ୍କୁ କେହିବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦୁରେଇ ରଖି ନାହାଁନ୍ତି । ସେମିତି ହୋଇଥିଲେ ସେ କେମିତି ବିଧାୟକ ହୋଇଥାନ୍ତେ । ପ୍ରଦୀପଙ୍କ ଆକାଉଣ୍ଟରେ ପାଖାପାଖି ୧୪ରୁ ୧୫ କୋଟି ଟଙ୍କା ନେଣଦେଣ ହୋଇଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି ବୋଲି ପ୍ରତାପ ଦେବ ସୂଚନା ଦେଇଛନ୍ତି ।

‘ଭାରତରେ ଟି-୨୦ ବିଶ୍ୱକପ୍ ଆଶା କ୍ଷୀଣ’

ନୂଆଦିଲ୍ଲୀ: କରୋନା ଯୋଗୁଁ ଏଥରର ଆଇପିଏଲ ଭାରତ ବଦଳରେ ୟୁଏଇରେ ହେଲା । ସେହିଭଳି ଭାରତରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ମଧ୍ୟ ଭାରତରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ହୋଇପାରେ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡର ସିଇଓ ୱାସିମ୍ ଖାଁ । ସେ କହିଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଭାରତରୁ ବିଶ୍ୱକପ୍ ସ୍ଥାନାନନ୍ତରିତ ହୋଇ ୟୁଏଇରେ ହୋଇପାରେ ।

କ୍ରିକେଟ୍ ବାଜ୍ ନାମକ ୟୁଟ୍ୟୁବ୍ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଭାରତରେ କରୋନା ସ୍ଥିତି ଭଲ ନାହିଁ । ସଂକ୍ରମଣ ନିୟନ୍ତ୍ରଣରେ ନାହିଁ ତେଣୁ ବିଶ୍ୱକପ୍ ଭାରତରେ ନହେବା ନେଇ ମଧ୍ୟ ସମ୍ଭାବନା ରହିଛି । ଏହି ବର୍ଷ  ଭାରତ ଇଂଲଣ୍ଡ ସିରିଜ୍ ଓ ଆଇପିଏଲ ପାଇଁ ପ୍ରସ୍ତୁତି କରିଥଲା । ତେଣୁ ବିଶ୍ୱକପ୍ ହେବା ନେଇ ଆଶା କ୍ଷୀଣ । ତେବେ ଏପ୍ରିଲ ମାସ ଆରମ୍ଭ ହେବା ପରେ ହିଁ ଟି-୨୦ ବିଶ୍ୱକପ୍ ହେବା ନେଇ ସ୍ପଷ୍ଟ ଚିତ୍ର ମିଳିପାରିବ ।

 

Covaxin Human Trial: ଟିକା ନେବା ପରେ ଏମ୍ସ ଡାକ୍ତର କହିଲେ ନାହିଁ ପାର୍ଶ୍ୱ ପ୍ରତିକ୍ରିୟା…

ନୂଆଦିଲ୍ଲୀ: କୋଭାକ୍ସିନ୍ ଟ୍ରାଏଲ ୩ୟ ପର୍ଯ୍ୟାୟରେ ରହିଛି । ଏହି ପର୍ଯ୍ୟାୟରେ ଅତିକମରେ ହଜାରେ ଲୋକଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ଏଯାବତ୍ ୪୦-୫୦ ଜଣଙ୍କୁ ସ୍ୱଚ୍ଛାକୃତ ଭାବେ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରେ ଏମ୍ସିର ସ୍ନାୟୁବିଜ୍ଞାନୀ ପ୍ରଜ୍ଞା ଶ୍ରୀବାସ୍ତବଙ୍କ କହିବା କଥା ଯେ, ଆଇସିଏମଆର କରୋନା ଉପରେ ବିଜୟ ଲାଳ କରିବାର ଦ୍ୱାର ଦେଶରେ ପହଞ୍ଚିଛି । କୋଭାକ୍ସିନ ସଫଳତା ପୂର୍ବକ ମାନବ ପରୀକ୍ଷଣ ସ୍ତରକୁ ଅତିକ୍ରମ କରିବ । ସେହିଭଳି ଭ୍ୟାକ୍ସିନକୁ ଶସ୍ତା ଦରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଭାରତ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ତାଙ୍କୁ ଗତ ଗୁରୁବାର କୋଭାକ୍ସିନ୍ ଦିଆଯାଇଛି । ତାଙ୍କର ୨ୟ ଡୋଜ୍ ୨୮ ଦିନ ପରେ ନେବାର ରହିଛି । ତେବେ ପ୍ରଥମ ଡୋଜ୍ ପରେ ସେ ଦୃଢୋକ୍ତି ବାଢିଛନ୍ତି ଯେ  ଭ୍ୟାକ୍ସିନ ନେବା ପରେ ତାଙ୍କ ପାଖରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ତେବେ ଶ୍ରୀବାସ୍ତବଙ୍କ ବୟସକୁ ମଧ୍ୟ ଧ୍ୟାନ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ତାଙ୍କୁ ୫୫ ବର୍ଷ ବୟସ । ତାଙ୍କ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାନଯିବା, ନିହାତି ପକ୍ଷେ ଏକ ବଡ଼ ସଫଳତାର ଆଭାସ ବୋଲି କହିହେବ ।

ପ୍ରଦୀପଙ୍କ ଦାବିରେ ଦମ୍ ନାହିଁ, ସତ କଣ କହିଲା Tata Motors

ଭୁବନେଶ୍ୱର: ଖୋଲୁଛି ପାଠକ ପରିବାରର ଠକେଇର ଗୁମର । ଗିରଫ IFS ଅଧିକାରୀ ଅଭୟକାନ୍ତଙ୍କ ପୁଅ ଆକାଶ ବି ବାପାଙ୍କ ଭଲି ଲୋକଙ୍କୁ ଠକିବାରେ ମାହିର୍ ଥିଲେ । ଠକେଇ କାରନାମା ଜଣାପଡ଼ିବା ପରେ ବି ବିଳିବିଳାଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ସହ ପାଠକ ପରିବାର ଠକେଇ କରିଥିବା ନେଇ ଜଣାପଡ଼ିଲେ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି କହିଥିଲେ ପ୍ରଦୀପ । ଭାବି ଜ୍ୱାଇଁ ଆକାଶ ପାଠକ ଟାଟା ମୋଟର୍ସରେ କାର୍ଯ୍ୟରତ, ମାସିକ ୧ କୋଟି ଟଙ୍କାର ବେତନା ପାଉଥିବା ପ୍ରଦୀପ ଚିଲାଇ ଚିଲାଇ କହିଥିଲେ । ଗଣମାଧ୍ୟମକୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଦମ୍ ଅଛି ତ ପ୍ରମାଣ କର ।

ଏଥିସହ ପଢ଼ନ୍ତୁ- ଚାକିରି ଲୋଭ ଦେଇ ଲୁଟୁଥିଲେ ଆକାଶ ପାଠକ

 Tata Motors Reply To NandighoshaTV On Akash Pathak Case

ଆକାଶ ପାଠକ ପ୍ରକୃତରେ ଟାଟା ମୋଟର୍ସରେ କାମ କରନ୍ତି କି ? ଯଦି କରନ୍ତି ତେବେ ତାଙ୍କ ପଦବୀ କଣ ? ମାସିକ କେତେଟଙ୍କା ଦରମା ପାଆନ୍ତି ? ଏମିତି କିଛି ପ୍ରଶ୍ନ ନନ୍ଦିଘୋଷ ଟିଭି ଟାଟା ମୋଟର୍ସକୁ ପଚାରିଥିଲା ।
ଟାଟା ମୋଟର୍ସକୁ ନନ୍ଦିଘୋଷ ଟିଭିର ପ୍ରଶ୍ନ

୧) ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସରେ ଭାରପ୍ରାପ୍ତ ଏମଡି ଭାବରେ କାର୍ଯ୍ୟ କରୁଥିଲେ କି ?

Tata Motors Reply To NandighoshaTV On Akash Pathak

୨) ଟାଟା ମୋଟର୍ସର କୌଣସି ବି ପଦବୀରେ ରହି କାର୍ଯ୍ୟ କରୁଥିଲେ କି ଆକାଶ ପାଠକ ?

Tata Motors Reply To NandighoshaTV On Akash Pathak

୩) ଆକାଶ ପାଠକ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନରେ ଏମଡି ଭାବେ କାର୍ଯ୍ୟ କରୁଥିବା ନେଇ ମିଛ ପ୍ରଚାର ଉପରେ ଟାଟା ମୋଟର୍ସ ପୋଲିସରେ ଏତଲା ଦେଇଛି କି ?

Tata Motors Reply To NandighoshaTV On Akash Pathak

୪) ଟାଟା ମୋଟର୍ସରେ ଏମଡି ପାସେଞ୍ଜର ଡିଭିଜନର ଭଳି ପଦବୀ ରହିଛି କି ? ଯଦି ଅଛି ଏବେ କିଏ ଅଛନ୍ତି ତାର ଏମଡି ?

Tata Motors Reply To NandighoshaTV On Akash Pathak

୫) ଟାଟା ମୋଟର୍ସର ଏମଡି କିମ୍ବା ସିଏମଡି କିଏ ?

Tata Motors Reply To NandighoshaTV On Akash Pathak

୬) ଟାଟା ମୋଟର୍ସର ପାସେଞ୍ଜର ଡିଭିଜନରେ କାର୍ଯ୍ୟ କରୁଥିବା ବେଳେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ମାସକୁ ୧ କୋଟି ଟଙ୍କା ପାଉଥିଲେ କି ?

Tata Motors Reply To NandighoshaTV On Akash Pathak

୭) ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମଡି ଭାବେ ଆକାଶ ପାଠକଙ୍କ ଚାକିରି ସମୟରେ ସେ ଭ୍ରମଣ ପାଇଁ ମାଗଣା ଟାର୍ଟର ଫ୍ଲାଇଟ୍ ସେବା ପାଉଥିଲେ କି ?

Tata Motors Reply To NandighoshaTV On Akash Pathak

ନନ୍ଦିଘୋଷ ଟିଭିକୁ ଟାଟା ମୋଟର୍ସର ଉତ୍ତର

ଶ୍ରୀଯୁକ୍ତ ଆକାଶ ପାଠକ ଟାଟା ମୋଟର୍ସ ଲିମିଟେଡରେ କୌଣସି କର୍ମଚାରୀ ନଥିଲେ । ଏହା ଆମ ନଜରକୁ ଆସିଛି ଯେ, ସେ ନିଜକୁ ଟାଟା ମୋଟର୍ସ ଲିମିଡେଟ୍ ପାସେଞ୍ଜର ଡିଭିଜନର ଏମଡି ବୋଲି ଦର୍ଶାଇ ବହୁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ସେପ୍ଟେମ୍ବର ୨୩ ତାରିଖରେ କଟକ କ୍ରାଇମବ୍ରାଞ୍ଚରେ ମାମଲା ଦାଖଲ କରାଯାଇଛି ।

Tata Motors Reply To NandighoshaTV On Akash Pathak

ଆକାଶଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସତ ପ୍ରମାଣିତ ହୋଇଥିବା ବେଳେ ଭାବି ଜ୍ୱାଇଁଙ୍କ ପାଇଁ ଓକିଲାତି କରୁଥିବା ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା କେବେ ଛାଡ଼ିବେ ?

ଏଥିସହ ପଢ଼ନ୍ତୁ- ପାଠକ ବାପ-ପୁଅ ଗିରଫ ପରେ ଧମକ ଦେଉଛନ୍ତି ପ୍ରଦୀପ, ପୋଲିସରେ ଫେରାଦ ହେଲା ବିଜେପି

ନିଲାମ ହେଲା ଦାଉଦର ଆଉ ଏକ ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ସମ୍ପତ୍ତି ନିଲାମ ପ୍ରକ୍ରିୟା ଜାରି ରହିଛି । ଏଭଳି ପରିସ୍ଥିତିରେ ଖେଡରେ ଥିବା ଦାଉଦର ଏକ ସମ୍ପତ୍ତିକୁ ରତ୍ନଗିରିର ରବିନ୍ଦ୍ର କାଟେ୍ ନାମକ  ଜଣେ ସ୍ଥାନୀୟ ଗ୍ରାମବାସୀ କିଣିଛନ୍ତି । SAFEMA ପକ୍ଷରୁ ଅନଲାଇନ୍ ନିଲାମ ଡକାଯାଇଥିବା ବେଳେ ରବିନ୍ଦ୍ର କାଟେ୍ ସବୁଠୁ ଅଧିକ ବୋଲି ଲଗାଇ ଏହି ନିଲାମ ଜିତିଥିଲେ ।

ସୂଚନା ଅନୁଯାୟୀ ଦାଉଦ ଇବ୍ରାହିମର ସମ୍ପତ୍ତିକୁ ରବିନ୍ଦ୍ର କାଟେ୍ ପାଖାପାଖି ଏକ କୋଟି ୧୦ ଲକ୍ଷରୁ ଅଧିକ ବୋଲି ଲଗାଇ ନିଲାମ ହାତେଇଥିଲେ ।ଏହି ସମ୍ପତ୍ତିର ବେସ୍ ପ୍ରାଇଜ୍ ଏକ କୋଟି ୯ ଲକ୍ଷ ୧୫ ହଜାର ୫୦୦ ଟଙ୍କା ଥିଲା । ଏହି ସମ୍ପତ୍ତିରେ ୮୦ ଗୁଣ୍ଠ ଜମି ଅନ୍ତର୍ଭୁକ୍ତ ରହିଥିଲା । ଯାହା ନଭେମ୍ବରରେ ନିଲାମ ହେବାର ଥିଲା ହେଲେ କୗେଣସି କାରଣବଶତଃ ଏହାର ନିଲାମକୁ ଅଟକାଇ ଦିଆଯାଇଥିଲା ।

Mumbai Dawood Ibrahim Property Auction Delhi Two Lawyers

ଏଥର ଦାଉଦ୍ ଇବ୍ରାହିମର ୪ଟି ସମ୍ପତ୍ତି ସହିତ ଏହି ସମ୍ପତ୍ତିକୁ ମଧ୍ୟ ନିଲାମ କରାଯାଇଛି । ଆଜି ନିଲାମ ହୋଇଥିବା ସମ୍ପତ୍ତି ମଧ୍ୟରେ ଇକବାଲ ମିର୍ଚିର ସମ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ତେବେ ଏହା ପୂର୍ବରୁ ଦାଉଦର ୬ ସମ୍ପତ୍ତିକୁ ମଧ୍ୟ ନିଲାମ କରାଯାଇଥିଲା ।

ଫେମିନା ମିସ୍ ଇଣ୍ଡିଆ ଓଡିଶା କ୍ରାଉନ୍ ହାତେଇଲେ ବଲାଙ୍ଗିର ଝିଅ

ଭୁବନେଶ୍ବର: ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଓଡିଶା-୨୦୨୦ କ୍ରାଉନ୍ ହାତେଇଛନ୍ତି ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ । ଏଥିସହିତ ସେ ଭିଏଲସିସି ଫେମିନା ମିସ୍ ଇଣ୍ଡିଆର ଟନ୍-୩୧ରେ ପ୍ରବେଶ କରିପାରିଛନ୍ତି ।

ଏବେ ସେ ବିଭିନ୍ନ ଦେଶରୁ ବଛାବଛା ୩୦ ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତା କରିବାକୁ ଯାଉଛନ୍ତି । ଯାହା ଫଳରେ ସେ ଟପ୍-୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରିବେ ।

ଓଡିଶାର ଟପ୍-୫ ଫାଇନାଲିଷ୍ଟ ମଧ୍ୟରୁ ଶୁଭଶ୍ରୀ ଏହି ସୁନ୍ଦରୀ ପ୍ରତିଯୋଗୀତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପାଠ ପଢା ସମୟରୁ ଅଭିନୟ ଓ ମଡେଲିଂ ପ୍ରତି ତାଙ୍କର ରୁଚି ରହିଥିଲା । ଯାହାକୁ ସେ ପାଠପଢ ସହ ପାସନ୍ କରିଥିଲେ ।  ତେବେ ଆଗାମୀ ଭବିଷ୍ୟତରେ ସେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।

ଶନିବାର ଓ ରବିବାର ଛାଡି ଡିସେମ୍ୱର ମାସରେ ୧୧ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ଡିସେମ୍ୱର ମାସରେ ବ୍ୟାଙ୍କ ଛୁଟି ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ରହିଛି । ଦେଶର ଭିନ୍ନ ଭିନ୍ନ ବ୍ୟାଙ୍କ ଶାଖାରେ ଶନିବାର ଓ ରବିବାରକୁ ଛାଡି  ୧୧ଦିନର ଛୁଟି ରହିଛି । ଦେଶର ଭିନ୍ନ ଭିନ୍ନ ବ୍ୟାଙ୍କ ଶାଖାରେ ଏହି ଛୁଟି ଘୋଷଣା ହୋଇଛି । ଡିସେମ୍ୱର ୧ରେ ଗ୍ରେଟର ହାଇଦ୍ରାବାଦ ମୁନିସିପାଲିଟି କର୍ପୋରେସନ ନିର୍ବାଚନ ଅନୁଷ୍ଠିତ ହେଉଛି, ତେଣୁ ଏହି ଦିନ ହାଇଦ୍ରାବାଦ ସହରର ସମସ୍ତ ବ୍ୟାଙ୍କ ଶାଖା ବନ୍ଦ ରହିବ ।

ଡିସେମ୍ୱର ୩ରେ କନକଦାସ ଜୟନ୍ତୀ ଏବଂ ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ଫେଷ୍ଟ ଅବସରରେ ବେଙ୍ଗାଲୁରୁ ଏବଂ ପାନଜୀ ଜୋନ୍ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଡିସେମ୍ୱର ୬ରେ ରବିବାର ହୋଇଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଡିସେମ୍ୱର ୧୨ ମାସର ୨ୟ ରବିବାର ତେଣୁ ଦେଶବ୍ୟାପୀ ବ୍ୟାଙ୍କ ଏହି ଦିନ ବନ୍ଦ ରହିବ । ଡିସେମ୍ୱର ୧୩ ରବିବାର ପାଇଁ ଓ ଡିସେମ୍ୱର ୧୭ରେ ଲସକଙ୍ଗ କିମ୍ୱା ନାମସୁଙ୍ଗ ଅବସରରେ ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରେ ଥିବା ବ୍ୟାଙ୍କ ଶାଖା ବନ୍ଦ ରହିବ। ସେହିଭଳି ଡିସେମ୍ୱର ୨୪ରେ ଖ୍ରୀଷ୍ଟମାସ ମହୋତ୍ସବ ଅବସରରେ ବ୍ୟାଙ୍କଗୁଡିକ ଆଇଜୱାଲ୍ ଏବଂ ଶୀଲୋଙ୍ଗରେ ଛୁଟିଦିନ କରିବେ |

ଡିସେମ୍ୱର ୨୫ରେ ସାରା ଦେଶର ସବୁ ବ୍ୟାଙ୍କ ଶାଖା ବନ୍ଦ ରହିବ । ଡିସେମ୍ୱର ୨୬ ୪ର୍ଥ ରବିବାର ହୋଇଥିବା ହେତୁ ସବୁ ବ୍ୟାଙ୍କ ବନ୍ଦ ରହିବ ସେହିଭଳି ସେହିଦିନ ଖ୍ରୀଷ୍ଟମାସ ଫେଷ୍ଟ ଅବସରରେ ଶୀଲୋଙ୍ଗ ଜୋନ୍ରେ ବ୍ୟାଙ୍କଗୁଡିକ କାର୍ଯ୍ୟ କରିବ ନାହିଁ।  ଏହାର ପରଦିନ ୨୭ ଡିସେମ୍ୱର ରବିବାର ପଡୁଛି ତେଣୁ ଏହି ଦିନ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ସେହିଭଳି ୟୁ କିଆଙ୍ଗ ନାଙ୍ଗବା ଅବସରରେ, ଶିଲଙ୍ଗ ଜୋନ୍ ବ୍ୟାଙ୍କଗୁଡିକ ଡିସେମ୍ୱର ୩୦ରେ ବନ୍ଦ ରହିବ । ସେହିଭଳି ନୂଆବର୍ଷର ପୂର୍ବ ଦିନ ଅର୍ଥାତ୍ ଡିସେମ୍ୱର ୩୧ରେ ଆଇଜଲ୍ ଜୋନରେ ବ୍ୟାଙ୍କ ବନ୍ଦ ରହିବ ।

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ପରେ ପ୍ରଳାପ କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ । ଇତିହାସରେ ପ୍ରଥମ ଥର ପାଇଁ ଜନ ବିରୋଧୀ କାର୍ଯ୍ୟ କଲା ପରେ ପ୍ରଦୀପ ପାଣିଗ୍ରାହୀ ପ୍ରଳାପ କରୁଛନ୍ତି । ନିଜେ ଜାଣିଛନ୍ତି ସେ କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି । ହେଲେ ଛାଟ ପିଟି ହୋଇ ୟା ତା ନାଁ ନେଇ ସେ ଆତ୍ମ ସନ୍ତୋଷ ନେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ ଆହୁରି କହିଛନ୍ତି- ଆମକୁ ଖରାପ ଲାଗୁଛି ଜଣେ ଲୋକ ଜନ ବିରୋଧୀ କାର୍ଯ୍ୟ କରି ପୁଣି ପଚାରୁଛି ଯେ- ଜନ ବିରୋଧୀ କାର୍ଯ୍ୟ କଣ କରିଛନ୍ତି ।

BJD Accounted Pradeep's Anti-People Activities

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟ କଣ ? ସେସବୁ ବଖାଣିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି- ଯେବେ ସାରା ରାଜ୍ୟ ଓ ଗଞ୍ଜାମ କୋଭିଡ୍ ବିରୋଧରେ ଲଢ଼େଇ କରୁଥିଲା । ସେତେବେଳେ ଚାର୍ଟର ପ୍ଲେନରେ ପ୍ରଦୀପ, ପାଠକ ପରିବାର ସହ ବୁଲୁଥିଲେ । ରହଣି, ବୁଲାବୁଲି ଓ ତମସା କରିବାରେ ୮୪ ଲକ୍ଷ ଟଙ୍କା ଖର୍ଚ୍ଚି କରିଛନ୍ତି, ହେଲେ ପଚାରୁଛନ୍ତି କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି । ଯେତେବେଳେ କୋଭିଡ୍ ଯୋଦ୍ଧା ଲଢେଇ କରି ଜୀବନ ଦେଉଥିଲେ, ଆପଣ ଠକ ଆକାଶ ପାଠକଙ୍କ ଟଙ୍କାରେ ଚାର୍ଟର ପ୍ଲେନରେ କାହିଁକି ବୁଲୁଥିଲେ, ତାହାର କୈଫତ୍ ଦେବାର ସମୟ ଆସିଛି ବୋଲି କହିଛନ୍ତି ଲେନିନ୍ ।

BJD Accounted Pradeep's Anti-People Activities

ପ୍ରଦୀପ ଏ ଯାଏ ସ୍ପଷ୍ଟ କହି ନାହାନ୍ତି- ଗୋପାଳପୁର ବିଧାୟକଙ୍କ ବଳରେ ୬୮ ଲୋକଙ୍କ ଠାରୁ ଆକାଶ ଲୁଟ୍ କରିଛନ୍ତି । ଲୁଟର ଉତ୍ତରଦାୟୀ ବିଧାୟକ କହିବା ଦରକାର କେବେ ସେ ଲୁଟ୍ ଟଙ୍କା ଫେରସ୍ତ କରିବେ ? କଣ ପାଇଁ ବିଧାୟକ ପ୍ରଭାବ ଦେଖାଇ ଟଙ୍କା ନେଉଥିଲେ ? ଆଶ୍ଚର୍ଯ୍ୟ ହେବେ ଯେ- କିଛି ଦିନ ହେଲା ପ୍ରଳାପ କରି ବ୍ୟକ୍ତିଗତ ନାଁ ନେଉଛନ୍ତି, ଆମ ଭାବି ନଥିଲୁ ସେ ଏତେ ତଳକୁ ଖସିଯିବେ । କାରଣ ସେ ଭଲ ଭାବେ ଜାଣିଛନ୍ତି ଦୋଷୀ କିଏ । ସେ ନିର୍ଲଜ ଭାବେ ଠକ ପାଠକ ବାପ ପୁଅଙ୍କୁ ସମର୍ଥନ କରୁଛନ୍ତି । ଏହା ସ୍ପଷ୍ଟ କରୁଛି ଯେ- ସେ ଏହି ଦୁର୍ନୀତିରେ ଭାଗିଦାରୀ ଅଛନ୍ତି ।

BJD Accounted Pradeep's Anti-People Activities

କୋଭିଡ୍ ଯୋଦ୍ଧା ମାନେ ସାଧାରଣ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ବେଳେ ବିଧାୟକ ବୁଲିବାକୁ ଯାଇ ତାଜ ପାଲେସରେ ମଉଜ କରୁଥିଲେ । ସେ ହିସାବ କେବେ ଦେବେ ? ବହୁତ ନାଟକ ହୋଇଗଲା, ଆପଣଙ୍କ ପ୍ରଶ୍ନ ପଚାରିବାର ଅଧିକାର କେଉଁଠୁ ଆସିଲା । ଯେଉଁଥିପାଇଁ ଆପଣ ନିର୍ବାଚିତ ହୋଇଛନ୍ତି, ସେ କାମ କରିବାକୁ ପଛଘୁଞ୍ଚା ଦେଲେ । ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଲୋକ ବାଧ୍ୟ ନୁହନ୍ତି ।

BJD Accounted Pradeep's Anti-People Activities

ଜନ ବିରୋଧୀ କାର୍ଯ୍ୟ ହେଲା- ୬୮ ଲୋକଙ୍କ ଠାରୁ ନିଜ ଭାବି ଜାମାତା ଠକ ଆକାଶ ପାଠକ ଜରିଆରେ ଟଙ୍କା ଖାଇଲେ, କଣ ପାଇଁ ଖାଇଲେ ? ଫେରାଇବେ ନା ନାହିଁ। କୋର୍ଟପେଟାରେ ୨୦ କୋଟିର ସମ୍ପତ୍ତି କବଜାର ସ୍ପଷ୍ଟୀକରଣ କିଏ ଦେବେ ? ୧୫୦ କୋଟିର ବେନାମୀ ସମ୍ପତ୍ତିର ହିସାବ ଓ ସ୍ପଷ୍ଟୀକରଣ କିଏ ଦେବ ? ଯେଉଁ ବଡ଼ ବଡ଼ କଥା କହୁଛନ୍ତି ଆଉ ବିଳିବିଳାଉଛନ୍ତି ଗଣମାଧ୍ୟମକୁ ତା କାମ କରିବାକୁ କହୁଛନ୍ତି । ହେଲେ ଚାର୍ଟର ପ୍ଲେନ୍ ଟଙ୍କା ଯେଉଁ ମାଧ୍ୟମରେ ଗଲା । ଆପଣ କହିଲେ ଆକାଶଙ୍କ ପାଠପଢ଼ାରେ ଟପ୍ପର ଥିଲେ, ସେ ସାର୍ଟିଫିକେଟ୍ କୁଆଡ଼େ ଗଲା ? ନିର୍ଲଜ ପରି ପ୍ରଦୀପ ବାବୁ କହୁଛନ୍ତି ସେ ଚାକିରି କରୁଥିଲେ ଟାଟାର ସବସିଡିଆରୀ କମ୍ପାନୀରେ, ସେ କାଗଜ କାହିଁ ? ଫର୍ଦ୍ଦ ଲମ୍ବି ଲମ୍ବି ଯିବ । ପ୍ରାଥମିକ ତଦନ୍ତ ଖସଡ଼ା ଆପଣଙ୍କ ପାଖରେ ପହଞ୍ଚିଲାଣି । ଆମର ବିଶ୍ୱାସ ଆପଣ ଜନ ବିରୋଧୀ କାମ ଦ୍ୱାରା ଯେଉଁ ଟଙ୍କା କମାଇଛନ୍ତି ଓ ଠକମାନଙ୍କୁ ଲଗେଇ ଲୋକଙ୍କୁ ଲୁଟିଛନ୍ତି । ଆପଣ ଧରାପଡ଼ିଛନ୍ତି । ଆପଣଙ୍କ କଳା ଚେହେରା ଧରାପଡ଼ି ଯାଇଛି ।