ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପାଇଁ ବିଜ୍ଞପ୍ତି, ୩୯୨ ପଦବୀ ପାଇଁ ଆବେଦନ ଆହ୍ୱାନ

OPSC Advertisement For Odisha Civil Services Examination

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରୀ ୧୨ ତାରିଖରୁ ୧୮ ତାରିଖ ଭିତରେ ଏଥିଲାଗି ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ସମୁଦାୟ ୩୯୨ଟି ପଦବୀ ପାଇଁ ଏବର୍ଷ ପ୍ରାର୍ଥୀ ଚୟନ କରାଯିବ । ସେଥିରୁ ପ୍ରଶାସନିକ ସେବା ପାଇଁ ୧୩୭ଟି ପଦବୀ ଉଦ୍ଦିଷ୍ଟ ଥିବାବେଳେ ଅର୍ଥନୀତିକ ସେବା (ଓଏଫ୍ଏସ୍) ପାଇଁ ୧୦୪, ପୋଲିସ ସେବା (ଓପିଏସ୍) ପାଇଁ ୦୬, ଓସିଏସ୍ ୮, ଓଆରଏସ୍ ୭୪ ଏବଂ ଓଟି ଏବଂ ଏଏସ୍ ପାଇଁ ୬୩ଟି ପଦବୀ ଉଦ୍ଦିଷ୍ଟ । ସମୁଦାୟ ପଦବୀରୁ ୧୨୮ଟି ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ।

OPSC Advertisement For Odisha Civil Services Examination

ରାଜ୍ୟରେ ୫ଟି ଜୋନରେ ଏହି ପରୀକ୍ଷା ହେବ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁରରେ ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି । ଆାବେଦନ ଆଗ୍ରହୀ ପ୍ରାର୍ଥୀମାନେ ୨୧ରୁ ୩୨ ବର୍ଷ ବୟସ ଭିତରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ଯେ କୗଣସି ବିଷୟରେ ସ୍ନାତକ ହାସଲ କରିଥିବା ଜରୁରୀ । ଏହି ପରୀକ୍ଷା ପାଇଁ ଆବେଦନ ଦେୟ ୫୦୦ ଟଙ୍କା ରହିଛି । କିନ୍ତୁ ରାଜ୍ୟର ଅନୁସୂଚିତ ଜାତି, ଜନଜାତି ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଲାଗି ଆବେଦନ ଦେୟମୁକ୍ତ ରହିଥିବା ଓପିଏସସି ବିଜ୍ଞପ୍ତିରେ କୁହାଯାଇଛି ।

OPSC Advertisement For Odisha Civil Services Examination

ଜଣେ ପ୍ରାର୍ଥୀ ସର୍ବାଧିକ ୪ଥର ଏହି ପରି ପରୀକ୍ଷା ଦେବାକୁ ଯୋଗ୍ୟ ହେଇପାରିବେ । ହେଲେ ଅନୁସୂଚିତ ଜାତି ବା ଜନଜାତିର ପ୍ରାର୍ଥୀଙ୍କ ଲାଗି ଏହି କଟକଣା ନାହିଁ । ସେମାନେ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ । ପ୍ରାର୍ଥୀମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ହେବ । ଯଦି ଆବେଦନ ଫର୍ମ ପୂରଣ କରିବା ପାଇଁ ସହାୟତା ଜରୁରୀ ହୁଏ ତେବେ ପ୍ରାର୍ଥୀମାନେ ହେଲ୍ପ ଲାଇନ୍ ସହାୟତା ନେଇପାରିବେ ।

Leave a Reply