ସେଲଫି ନେବା ହେଲା କାଳ, ଗୋଡ଼ ଖସିଯିବାରୁ ଡୁଡୁମା ଜଳ ପ୍ରପାତରେ ଭାସିଗଲେ

କୋରାପୁଟ: ଡୁଡୁମା ଜଳ ପ୍ରପାତ ନିକଟରେ ସେଲଫି ନେଉଥିବା ବେଳେ ଗୋଡ ଖସି ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜୟପୁର କଳିଆଗାଁର ସତ୍ୟ ପରଜା ଗତକାଲି ସେଲଫି ନେଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଗତ କାଲି ମାଛକୁଣ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ମାଛକୁଣ୍ଡ ଥାନା କର୍ମଚାରୀ, ଲମତାପୁଟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ନିଖୋଜ ଯୁବକଙ୍କୁ  ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଆଜି ପୁଣି  କୋରାପୁଟ ଓଡ୍ରାଫ ଓ ଲମତାପୁଟ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ନିଖୋଜ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଗତକାଲି ନୂଆବର୍ଷ ପାଳନ କରିବା ପାଇଁ ଜୟପୁର ନିକଟସ୍ଥ କଳିଆଗାଁର ୫ଜଣ ଯୁବକ ଡୁଡୁମା ଜଳ ପ୍ରପାତ ଦେଖିବା ପାଇଁ ଯାଇଥିଲେ ।

Leave a Reply