spot_img
Home Blog Page 6319

ଡିପ୍ ଡିପ୍ରେସନର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ବୁରେଭି’

କୋଲୋମ୍ବୋ: ଡିପ୍ ଡିପ୍ରେସନର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁରେଭି । ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ ବୁରେଭି । ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ବୁରେଭିକୁ ନଜରରେ ରଖି ଆଇଏମଡି କେରଳର ୪ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଛି ।

କେରଳର ଥିରୁଅନନ୍ତପୁରମ୍‌, କୋଲ୍ଲାମ, ପାଥନମଥିଟା ଓ ଆଲାପୁଝା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ଆଇଏମଡି । ଗତକାଲି ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ ବୁରେଭି ଶ୍ରୀଲଙ୍କାର ପୂର୍ବ ଉତ୍ତରପୂର୍ବରୁ ୧୧୦ କିମି ଦୂରରେ ଥିବା ବେଳେ ତାମିଲନାଡୁ ପାନବାନରୁ ୩୩୦ କିମି ଦୂରରେ ରହିଥିଲା । ଏହା ସହ କନ୍ୟାକୁମାରୀର ପୂର୍ବ ଉତ୍ତରପୂର୍ବରୁ ୫୨୦ କିମି ଦୂରରେ ଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଥିଲା ।

ପାକିସ୍ତାନ ପିଞ୍ଜରାରୁ ମୁକ୍ତ ହୋଇ କାମ୍ବୋଡିଆ ଗଲା କାବନ

ଇସଲମାବାଦ: ବର୍ଷେ ନୁହେଁ କିମ୍ବା ଦୁଇ ବର୍ଷ । ଦୀର୍ଘ ୩୫ ବର୍ଷ ପରେ ପାକିସ୍ତାନର ପିଞ୍ଜରାରୁ ମୁକ୍ତ ହୋଇଛି ଏକ ହାତୀ । କାବନ ନାମକ ଏହି ହାତୀଟି ପୁଣି ଆଜି ଫେରିପାଇଛି ଖୁସି । ପାକିସ୍ତାନର କ୍ରୁରତା କବଳରୁ ଉଦ୍ଧାର ପାଇ କାମ୍ବୋଡିଆ ଗସ୍ତ କରିଛି ଏହି ହାତୀ । ଆମେରିକାର ‘ପାମ୍ପ ଷ୍ଟାର ଚେର’ ନାମକ ଏକ ସଂସ୍ଥା ଆଇନଗତ ମାମଲା ଲଢି ଶେଷରେ କାବନକୁ ମୁକ୍ତ କରିବାରେ ସଫଳ ହୋଇଛି ।

ପାକିସ୍ତାନର ରାଜଧାନୀ ଇସଲମାବାଦରେ ଦାର୍ଘ ୩୫ ବର୍ଷ ଧରି ବନ୍ଦୀ ଜୀବନ ଅତିବାହିତ କରୁଥିଲା ଏହି ହାତୀ । ଯଦି କୁହାଯାଏ ବିଶ୍ୱର କାବନ ଏକମାତ୍ର ହାତୀ, ଯିଏ ଏକାକୀ ୩୫ ବର୍ଷ ଏକୁଟିଆ ରହିଆସିଛି । ହାତୀଟି ଏକ ଛୋଟ ସ୍ଥାନରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଆସୁଥିବା ବେଳେ ସହୃଦୟତାର ସହକାରେ ସାହାଯ୍ୟର ହାତ ବଢାଇଥିଲା ଆମେରିକାର ଏହି ସଂସ୍ଥା ।

କାବନକୁ ପାକିସ୍ତାନର ଏପରି ନିର୍ଯାତନାକୁ ସହ୍ୟ କରିନଥିଲା ‘ପାମ୍ପ ଷ୍ଟାର ଚେର’ । ପରେ ଆଇନଗତ ଲଢେଇରେ ବିଜୟ ହେବା ପରେ ହାତୀକୁ ମୁକ୍ତ କରିଥିଲା । ରଏଟର୍ସର ସୂଚନା ମୁତାବକ, ୨୦୧୨ ମସିହାରେ କାବନର ସାଥି ମୃତ୍ୟୁ ବରଣ କରିଥିଲା । ପରେ କାବନ ଏକାକୀ ଜାବନ ଅତିବାହିତ କରିଆସୁଥିଲା । ସେପଟେ ବର୍ତ୍ତମାନ କାବନ କାମ୍ବୋଡିଆରେ ଅଭିମୁଖେ ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ଜରିଆରେ ଯାତ୍ରା ଜାରି ରଖିଛି । ପାକିସ୍ତାନ ରାଜଧାନୀ ଇସଲମାବାଦରେ ରହୁଥିବା କାବନକୁ କାମ୍ବୋଡିଆର ଏକ ଅଭୟ୍ୟାରଣରେ ଛଡାଯିବ । ସେଠାରେ ହାତୀର ସମସ୍ତ ପ୍ରକାର ସୁବିଧା ସେଠାକର ସରକାର କରିଥିବା ମଧ୍ୟ ଜଣାପଡିଛି ।

କାବନକୁ ବରଦାନ ସଦୃଶ୍ୟ ସାଜିଥିବା ‘ପାମ୍ପ ଷ୍ଟାର ଚେର’ ସଂସ୍ଥାର କହିବା ଅନୁଯାୟୀ, ଆମର ଦୀର୍ଘ ଦିନର ପରିଶ୍ରମ ବାସ୍ତବରେ ସଫଳ ହୋଇଛି । ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ । କମ୍ବୋଡିଆରେ କାବନକୁ ନୂଆ ଜୀବନ ସାଥି ଯୋଗାଇଦିଆଯିବର ବ୍ୟବସ୍ଥା କରାଯାଉଛି । ସେହିପରି କମ୍ବୋଡିଆ ପର୍ଯ୍ୟାବରଣ ମନ୍ତ୍ରୀ କହିଛନ୍ତି, ଆମେ କାବନକୁ ସ୍ୱାଗତ କରିବାକୁ ଆତୁରତାର ସହ ଅନାଇ ବସିଛୁ । କାବନ ଏଠାରେ ଯେପରି ନିର୍ଭୟରେ ବିଚରଣ କରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ସରକାର କରିଥିବା ସେ କହିଛନ୍ତି ।

ହରିଆଣା କୃଷିମନ୍ତ୍ରୀଙ୍କ ବିସ୍ଫୋରକ ବୟାନ; ଚଳିବନି ଆନ୍ଦୋଳନ, ଏହା ନୁହେଁ ଲାହୋର

ନୂଆଦିଲ୍ଲୀ: ସାତ ଦିନ ପରେ ମଧ୍ୟ ସରୁନାହିଁ ଆନ୍ଦୋଳନ । ଦିଲ୍ଲୀ ବର୍ଡରରେ ଜାରି ରହିଛି ଆନ୍ଦୋଳନ । ଗୋଟେପଟେ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି । ସ୍ଥିତି ଏମିତି ହେଲାଣି ଯେ, କୃଷକଙ୍କ ଦାବି ଏକପ୍ରକାର ଶୁଣିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ସେପଟେ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କ ବୟାନ ଚାଷୀଙ୍କ ନିଆଁରେ ଢାଳିଛି ଘିଅ । ଏପରି ଏକ ଉତ୍ତେଜନା ପୂର୍ଣ୍ଣ ବୟାନ ଦେଇଛନ୍ତି ହରିଆଣା କୃଷି ମନ୍ତ୍ରୀ ଜେପି ଦଲାଲ ।

ବିସ୍ଫୋରକ ବୟାନ ଦେଇ ଜେପି ଦଲାଲ କହିଛନ୍ତି, ମୁଁ ସମସ୍ତ କୃଷକ ଭାଇମାନଙ୍କୁ ନିବେଦନ କରୁଛି ସହୃଦୟର ସହକାରେ ସରକାର ସହ ଆଲୋଚନା କରନ୍ତୁ । ବିନମ୍ରତାର ସହ କଥା ହୁଅନ୍ତୁ । ଏହା କରାଚୀ କିମ୍ବା ଲୋହୋର ନୁହେଁ ଯେ, ଏଠାରେ ଏପରି ଆନ୍ଦୋଳନକୁ ସହ୍ୟ କରାଯିବ  ।  ତେଣୁ ଆନ୍ଦୋଳନ ନୁହେଁ ଆଲୋଚନା କର ବୋଲି କୃଷକଙ୍କୁ କହିଛନ୍ତି ହରିଆଣା କୃଷିମନ୍ତ୍ରୀ  ।

ସେହିପରି ପୂର୍ବରୁ ମଧ୍ୟ ଏପରି ବୟାନ ଦେଇ ଆନ୍ଦୋଳନରତ କୃଷକଙ୍କୁ ଆକ୍ଷେପ କରିଛନ୍ତି ଜେପି ଦଲାଲ । ସେ କହିଛନ୍ତି ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକ ହେଉଛନ୍ତି କଂଗ୍ରେସର କର୍ମୀ । ଏମାନଙ୍କର ଚାଷୀ କିମ୍ବା ଚାଷ ସହ କୌଣସି ସମ୍ପର୍କ ନାହିଁ । କେନ୍ଦ୍ର ସରକାର ପାରିତ କରିଥିବା କୃଷି ବିଲ ଚାଷୀଙ୍କ ହିତ ପାଇଁ କରାଯାଇଛି । କିନ୍ତୁ କଂଗ୍ରେସ ଚାଷୀ ଅଯଥା ରାଜନୀତି କରୁଥିବା କହିଥଲେ ହରିଆଣା କୃଷିମନ୍ତ୍ରୀ ଜେପି ଦଲାଲ ।

ମାନବାଧିକାରକୁ ଗୁରୁତ୍ୱ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଥାନାଠୁ ଆରମ୍ଭ କରି CBI-NIA ପର୍ଯ୍ୟନ୍ତ ସବୁଠି ସିସି କ୍ୟାମେରା…

ନୂଆଦିଲ୍ଲୀ: ସବୁ ରାଜ୍ୟର ସବୁ ସିବିଆଇ, ଇଡି ଓ ଏନଆଇଏ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆର୍ ଏଫ୍ ନରିମନଙ୍କ ଖଣ୍ଡପୀଠ ଆଜି ଏଭଳି ଶୁଣାଣି କରିଛି । ଏହି ନିର୍ଦ୍ଦେଶ କେବଳ ରାଜ୍ୟଗୁଡିକଙ୍କ କ୍ଷେତ୍ରରେ ସୀମିତ ନୁହେଁ । କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ ହେବ । ଦେଶର ପ୍ରତିଟି ପୋଲିସ ଷ୍ଟେସନରେ ଏହି ସୁବିଧା ରହିଥିବା ଆବଶ୍ୟକ । କରିଡରଠାରୁ ଆରମ୍ଭ କରି ପୋଲିସ ଷ୍ଟେସନ ଭିତରେ ଥିବା କୋଠରୀରେ ମଧ୍ୟ ସିସିଟିଭି ସୁବିଧା ରହିବା ଆବଶ୍ୟକ ।

ସେହିଭଳି ମୁଖ୍ୟ ଫାଟକ ଓ ଫେରନ୍ତା ରାସ୍ତାରେ ମଧ୍ୟ ସିସିଟିଭି ରହିବ । ସୁପ୍ରିମକୋର୍ଟର ଏହିଭଳି ନିଷ୍ପତ୍ତି ଆସିବା ପଛରେ ଏକ ବଡ ମହତ ଉଦ୍ଦେଶ୍ୟ ରହିଛି । ସୁରକ୍ଷା ଯାଞ୍ଚକାରୀ ସଂସ୍ଥାମାନେ ଦେଶରେ ଯେପରି ମନମୁଖୀ ଭାବେ କାର୍ଯ୍ୟ ନକରିବେ ସେଥି ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଜେରା ବେଳେ ମାନବାଧିକାର ଉଲଙ୍ଘନ ହେବା ନେଇ ବାରମ୍ୱାର ଅଭିଯୋଗ ହେଉଛି ।

ଏସବୁ ଅଭିଯୋଗ, ସତ୍ୟାସତ୍ୟ ନେଇ ପ୍ରମାଣ ନାହିଁ । ମାତ୍ର ଯଦି ଏହା ସତ ହୁଏ ତେବେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ମୂଲ୍ୟବୋଧ କମିବ । ଏଣୁ ସବୁ ସୁରକ୍ଷା ଯୋଗାଉଥିବା ସଂସ୍ଥା ଉପରେ ସିସିଟିଭି ନଜର ରହିବା ଉଚିତ୍ । ସେହିଭଳି ସିସିଟିଭି ଫୁଟେଜରେ ସାଉଣ୍ଡ ଫିଚର ଓ ନାଇଟ୍ ଫିଚର ମଧ୍ୟ ରହିବା ନେଇ କେନ୍ଦ୍ର ସରକାର ନିଶ୍ଚିତ କରିବା ଦରକାର ।

ଏସବୁ ତଥ୍ୟ ସର୍ବାଧିକ ସମୟ ସୀମା ପର୍ଯ୍ୟନ୍ତ ସଂରକ୍ଷିତ ହୋଇ କିଭଳି ରହିବ ତାହା ଉପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ।  ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ, ଜାତୀୟ ଅନୁସନ୍ଧାନ ଏଜେନ୍ସି, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ରାଜସ୍ୱ ଗୁପ୍ତଚର ବିଭାଗ, ଗୁରୁତର ଜାଲିଆତି କାର୍ଯ୍ୟାଳୟ (SFIO) ଇତ୍ୟାଦି ସଂସ୍ଥା ପାଖରେ ତୁରନ୍ତ ଜେରା ଓ ଗିରଫର କ୍ଷମତା ରହିଛି  । ତେଣୁ ଏମାନଙ୍କ କ୍ଷେତ୍ରରେ ଏହି ପ୍ରାବଧାନ କଡ଼ାକଡି ଭାବେ ପାଳନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପ୍ରତି ଜେରାର ରେକଡିଂ ଏହି ସଂସ୍ଥା ପାଖରେ ରହିବା ଅନିର୍ବାଯ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଗିରଫ ହେଲେ ପୂର୍ବତନ ବିଚାରପତି କର୍ଣନ

ଚେନ୍ନାଇ: ମାଦ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି  ଗିରଫ । ଜଷ୍ଟିସ କର୍ଣନ କୋର୍ଟ ଷ୍ଟାଫ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏବେ ହରଡଘଣାରେ । ଖୋଦ କର୍ଣନ କୋର୍ଟ ଷ୍ଟାଫ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏକ ଭିଡିଓ ଜରିଆରେ ଦେଇଥିଲେ କିଛି ଆପତ୍ତିଜନକ ମନ୍ତବ୍ୟ । ଯେଉଁଥିପାଇଁ ମାଦ୍ରାସା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କର୍ଣନଙ୍କୁ ବୁଧବାର ଚେନ୍ନାଇରୁ ଗିରଫ କରାଯାଇଛି ।

ଜର୍ଜ କର୍ଣନ ପୂର୍ବରୁ ମାଦ୍ରାସା ହାଇକୋର୍ଟ ଏବଂ କୋଲକାତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ମାଦ୍ରାସା ହାଇକୋର୍ଟରୁ କାର୍ଯ୍ୟ ସରିବା ପରେ କର୍ଣନ ବର୍ତ୍ତମାନର ବିଚାରପତି, କୋର୍ଟ ସଦସ୍ୟ ଏବଂ ତାଙ୍କ ପରିବାର ବିରୋଧରେ ଅଶାଳୀନ ମନ୍ତବ୍ୟ ଜାରି କରିଥିଲେ । ତାହା ପୁଣି ଭିଡିଓ ମାଧ୍ୟମରେ । ଯେଉଁଥିପାଇଁ ଖୋଦ କୋର୍ଟ ଷ୍ଟାଫ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ପ୍ରଥମେ ପୁଡୁଚେରୀ ବାର କାଉନ୍ସିଲରେ ଜର୍ଜ କର୍ଣନଙ୍କ ବିରୋଧରେ ଅଭିଯୋଗ ଦାୟର ହୋଇଥିଲା । ୪ଟି ଦଫା ଲାଗିଥିବାବେଳେ କିନ୍ତୁ ଗିରଫ କରାଯାଇନଥିଲା । ଏହାପରେ ପୁଣି ମାଦ୍ରାସା ହୋଇକୋର୍ଟରେ ଦାଖଲ ହୋଇଥିଲା ଅଭିଯୋଗ । ପୁରୁଣା ଅଭିଯୋଗକୁ ଆଧାରକରି ବୁଧବାର କୋର୍ଟ ନେଇଛି ଆକ୍ସନ  ।  ପୂର୍ବତନ ଜର୍ଜ କର୍ଣନଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି ପୋଲିସ  ।

ଚାଷୀ ଆନ୍ଦୋଳନକୁ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସରକାରଙ୍କ ଡରିବାର ଅନେକ କାରଣ ରହିଛି । ବଜାରରେ ଦ୍ରବ୍ୟର ମୂଲ୍ୟ ବଢିବା ଭୟରେ ସରକାର କେବେ ହେଲେ ଚାଷୀଙ୍କ ତୋଷର କାରଣ ହେବାକୁ ଚାହାଁନ୍ତି ନାହିଁ । ତେବେ ଏବେ ରାଜଧାନୀ ଦିଲ୍ଲୀର ଅବସ୍ଥା ଦେଖି ଏହାର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡ଼ିବା ନେଇ ଆଶଙ୍କା ଥିଲା । ଏବେ ଏହି ଆଶଙ୍କା ନିଶ୍ଚିତତା ଆଡ଼କୁ ମୁହାଁଉଛି । ଏବେ ଖବର ଯାହା କେବେ ହେଲେ ବଜାରର ସ୍ୱାର୍ଥରେ ନୁହେଁ, ତାହା ଆସି ପହଞ୍ଚିଛି । ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦେଶର ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି ।

ଚାଷୀଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁବାକୁ ସରକାର ପ୍ରସ୍ତୁତ ନଥିବା ବେଳେ ଆଲୋଚନା ଓ ଚର୍ଚ୍ଚା ଭଳି ବିକଳ୍ପ ଖୋଲା ରଖିଛନ୍ତି । ତେଣୁ ଚାଷୀ ଏବେ ଦେଶରେ ଏକପ୍ରକାରର ଆକାମୀ ପରିସ୍ଥିତି ଚାହୁଁଛି । ଯାହା ଫଳରେ ସରକାର ବାଧ୍ୟ ହୋଇ ଦାବି ମାନି ନେବାକୁ ବାଧ୍ୟ ହେବେ । ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ଚାଷୀ ଆନ୍ଦୋଳନକୁ ସମର୍ଥନ ପରେ ସରକାରଙ୍କର ସମସ୍ୟା ଅତର୍କିତ ଓ ଅସମ୍ଭବ ଭାବେ ବଢିବ । ଦ୍ରବ୍ୟ-ବସ୍ତୁର ପରିବହନ ନହୋଇ ପାରିବା ଫଳରେ ସାରା ଦେଶେ ଦର ଦାମ ବଢିବ  । ପ୍ରଭାବ ସ୍ୱରୂପ ସାଧାରଣ ଲୋକଙ୍କ ଦୃଷି ଓ ସମ୍ୱେଦନଶୀଳତା ଚାଷୀଙ୍କ ଆଡ଼କୁ ରହିବ । ତେବେ ଏମିତି ନୁହେଁ ଏବେ ଦରଦାମ ଉପରେ ପ୍ରଭାବ ପଡ଼ିନି ।

ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ଓ ଦିଲ୍ଲୀ ଭଳି ରାଜ୍ୟରେ ପ୍ରଭାବ ଦେଖିବାକୁ ମିଳିଲାଣି । ପରିବହନରେ ସମସ୍ୟା ହେଉଛି । ଚାଷୀ ସୀମାରେ ଆନ୍ଦୋଳନ କରୁଥିବା ହେତୁ ଦିଲ୍ଲୀ ସଂଶ୍ଲିଷ୍ଟ ରାଜ୍ୟରେ ସମସ୍ୟା ହେଲାଣି । ମାତ୍ର ଏବେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଚାଷୀ ବିକ୍ଷୋଭକୁ ସମର୍ଥନ ଦେବା ପରେ ସାରା ଦେଶରେ ସ୍ଥିତି ଜଟିଳ ହେବା ନେଇ ଆଶଙ୍କା ଦେଖାଦେଲାଣି । ଉଲ୍ଲେଖଯୋଗ୍ୟ ଯେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ବୟାନ ଦେଇଛି ଯେ ସରକାର ଚାଷୀଙ୍କ ଦାବି ପୂରଣ ନକଲେ ଉତ୍ତର ଭାରତରୁ ପରିବହନକୁ ସମ୍ପୂର୍ଣ୍ଣ ରୂପେ ଅକାମୀ କରି ଦିଆଯିବ ।

ବିଜୁ ଛାତ୍ର ଜନତା ଦଳର ଯାଜପୁର ଓ କେନ୍ଦୁଝର ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଯାଜପୁର ଓ କେଉଝର ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତାମାନଙ୍କୁ ସାମିଲ କରାଯାଇଛି ।

BCJD Formed New District Committee Of Jajpur And Keounjhar

ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ସମେତ ୧୦ ଜଣ ଜିଲ୍ଲା ଉପସଭାପତି, ୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ ଏବଂ ୨ ଜଣ ସୋସିଆଲ ମିଡିଆ କୋଡିନେଟର ଭାବେ ନିଯୁକ୍ତି ପାଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ନୂତନ କମିଟି ଫଳରେ ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ଯୋଗଦାନ ହୋଇପାରିବ ।

ଇମେଲର ଉଦ୍ଭାବକ ଡଃ. ଶିବା

ନୂଆଦିଲ୍ଲୀ: ଆଜି ଅର୍ଥାତ ୨ ଡିସେମ୍ବରରେ ଯାହା ଘଟିଥିଲା ତାହା କେବଳ ଇତିହାସ । ଆଜି ଦିନରେ ଆମେ ବ୍ୟବହାର କରୁଥିବା ଇମେଲର ଉଦ୍ଭାବନା କରିବାରେ ସଫଳ ସାଜିଥିଲେ ଜଣେ ୧୪ ବର୍ଷର ଭାରତୀୟ ବାଳକ । ହାଇସ୍କୁଲରେ ପଢିବା ବେଳେ ନିଜ ନିଷ୍ଠାରେ ଚର୍ଚ୍ଚା ପାଲଟିଥିଲେ ୧୪ ବର୍ଷୀୟ ଡ. ଶିବା କୁମାର । କିନ୍ତୁ ଏ କାହାଣୀ ନଥିଲା ଏତେ ସହଜ । କିନ୍ତୁ ପାଠକଙ୍କ ମନରେ ଆଜି ବି ଆନ୍ଦୋଳିତ ହେଉଛି ଅସୁମାରୀ ପ୍ରଶ୍ନ । ଉଦ୍ଭାବନା ଜ୍ଞାନ ଉପରେ ନଜର ରଖୁଥିବା ପାଠକ ଜାଣିଛନ୍ତି ରେ ଟର୍ମିଲସମନ ହେଉଛନ୍ତି ଇମେଲର ଗଡଫାଦର ।

ଇମେଲ ଉଦ୍ଭାବନାର ପ୍ରଶ୍ନ ଉଠିଲେ ସମସ୍ତେ ମନେପକାନ୍ତି ଟର୍ମିଲସମନକୁ । କିନ୍ତୁ କାହାଣୀ ପଛର ଅସଲ ନାୟକ ଆଜି ମଧ୍ୟ ପରଦାର ଆଢୁଆଳରେ । ଯିଏ ପ୍ରଥମେ କରିଥିଲେ ଇମେଲର ଆବିଷ୍କାର । ରେଡିଓ ଉଦ୍ଭାବନରେ ଯେପରି ମାର୍କୋନି ପାଇଥିଲେ ପରିଚୟ । ହେଲେ ଜଗଦୀଶ ଚନ୍ଦ୍ର ବୋଷ ରହିଯାଇଥିଲେ ପଛରେ । ଠିକ ସେଇମିତି ଭାରତୀୟ ସନ୍ତାନ ଶିବା ମଧ୍ୟ ପଡିଯାଇଛନ୍ତି ପଛରେ ।

କାହାଣୀ ପଛର ଅସଲ ଘଟଣା କିଛି ଏମିତି ରହିଥିଲା । ମୁମ୍ବାଇରେ ଜନ୍ମଲାଭ କରିଥିବା ଶିବା ହିଁ ସାଜିଥିଲେ ଇମେଲର ପ୍ରଥମ ଆବିଷ୍କାରକ । ଯିଏ କମ ବୟସରେ ମଧ୍ୟ ଉଦ୍ଭାବନରା ପରିଭାଷାକୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିଥିଲେ । ୧୪ ବର୍ଷୀୟ ଶିବା ୧୯୭୯ ମସିହାରେ ଇମେଲର ପ୍ରଥମ ଆବିଷ୍କାରକ ଭାବେ ପରିଚିତ । ଏବଂ ୧୯୮୨ ମସିହାରେ ସ୍ୱୀକୃତି ପାଇବାରେ ସକ୍ଷମ ମଧ୍ୟ ହୋଇଥିଲେ । କପିରାଇଟ ନେଇ ଡ. ଶିବା ଆମେରିକାର କୋର୍ଟରେ ଏକ ମାମଲା ମଧ୍ୟ କରିଥିଲେ । ଯେଉଁଥିରେ ଶିବାଙ୍କୁ ସଫଳ କରିଥିଲା ଅନେକ ସରକାରୀ ଦସ୍ତାବିଜ ।

ଇମେଲର ମୂଳ ଅଂଶ ଅର୍ଥାତ ବେସିକ ଫିଚର ଶିବା ଆବିଷ୍କାର କରିଥିବା ବେଳେ ପରବର୍ତ୍ତୀ ସମୟରେ @ ର ଉଦ୍ଭାବନା କରିଥିଲେ ଟର୍ମିଲସମନ  । ତେଣୁ ଏହାରି ଭିତରେ ଏହି କାରଣ ପାଇଁ ପରଦା ପଛକୁ ଠେଲି ହୋଇଯାଇଛନ୍ତି ଡ. ଶିବା  । କିନ୍ତୁ ଉଦ୍ଭବନା ପାଠ କହେ ଭାରତୀୟ ଶିବା ହିଁ ହେଉଛନ୍ତି ଇମେଲର ପ୍ରଥମ ଆବିଷ୍କାରକ  । 

ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ଜମା, ଫାଇଲ୍ ହୋଇନି ଆୟକର ରିଟର୍ଣ୍ଣ

ଭୁବନେଶ୍ୱର: ଆକାଉଣ୍ଟରେ କୋଟି କୋଟି ଟଙ୍କାର ସନ୍ଦିଗ୍ଧ କାରବାର । ପ୍ରତିପତି ଦେଖାଇ ବେନିୟମ୍ କାରବାର କରୁଥିଲେ ଗିରଫ ପାଠକ ବାପ-ପୁଅ । ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ପ୍ରମାଣ । ନିଲମ୍ବିତ IFS ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ICICI ଓ HDFC ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଏହି ନେଣଦେଣରେ ଆୟକର ଦିଆ ଯାଇନାହିଁ ।

Odisha Vigilance Recommends IT, ED To Investigate Akash Pathak Bank Accounts Transaction  

୯ କୋଟି ୪୮ ଲକ୍ଷ ଟଙ୍କାର ବଡ଼ ଅର୍ଥ ଆକାଉଣ୍ଟରେ ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହିପରି ଭାବେ ଆକାଶଙ୍କ ଆକାଉଣ୍ଟରେ ମୋଟ ଜମା ହୋଇଛି ୧୪ କୋଟି ୭୭ ଲକ୍ଷ ଟଙ୍କା । ବିପୁଳ ଟଙ୍କା ଜମା ହୋଇଥିଲେ ବି ଟଙ୍କାଟିଏ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ନିଜକୁ ଟାଟା ମୋଟର୍ସ ଏମଡି ବୋଲାଉଥିବା ଆକାଶ ପାଠକ । ରେଡ୍ ବେଳେ ଏନେଇ ଭିଜିଲାନ୍ସ ଜାଣିବାକୁ ପାଇଥିଲା ।

Odisha Vigilance Recommends IT, ED To Investigate Akash Pathak Bank Accounts Transaction  

ଏହାକୁ ନେଇ ଭିଜିଲାନ୍ସ ସନ୍ଦେହ କରିବା ସହ ଏଥିରେ ସନ୍ଦିଗ୍ଧ ଓ ବେନାମୀ କାରବାର ହୋଇଥିବା ଅନୁମାନ କରିଛି । ଏଭଳି ସନ୍ଦିଗ୍ଧ କାରବାରର ତଦନ୍ତ ଇନକମ ଟ୍ୟାକ୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ପରିସରଭୁକ୍ତ । ତେଣୁ, ଭିଜିଲାନ୍ସ ଏହି ମାମଲାରେ ମନି ଲଣ୍ଡରିଂ ଓ ଆୟକର ଦାଖଲର ତଦନ୍ତ ଲାଗି ଇନକମ୍ ଟ୍ୟାକ୍ସ ଓ ଇଡିକୁ ସୁପାରିସ୍ କରିଛି । ଘରୋଇ ବ୍ୟାଙ୍କରେ ବିପୁଳ ଅର୍ଥ ଜମା ନେଇ ୩ ବ୍ୟାଙ୍କର ଅଧିକାରୀଙ୍କୁ SIT ପଚରାଉଚରା କରୁଛି ।

Odisha Vigilance Recommends IT, ED To Investigate Akash Pathak Bank Accounts Transaction  

ଏତେ ପରିମାଣର ଟଙ୍କା କାରବାର ଆକାଶଙ୍କ ଆକାଉଣ୍ଟରେ ହୋଇଥିବା ବେଳେ ଜମି ବିକି ଟଙ୍କା ଜମା କରିଥିବା ଜେରା ବେଳେ ଅଭୟକାନ୍ତ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ତେବେ, ଏହା ଡାହା ମିଛ । କାରଣ ଅଭୟକାନ୍ତଙ୍କ ନାଁରେ କୌଣସି ଜମି ନଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଗିରଫ ବାପ-ପୁଅଙ୍କୁ SIT ଆଜିଠୁ ତିନିଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ଜେରାରୁ ଅଭୟଙ୍କ ଅମାପ ସମ୍ପତ୍ତିର ଆହୁରି ଗୁମର ଖୋଲିବ ବୋଲି ଆଶା ରଖିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ।

ଭର୍ଚୁଆଲ ନୁହେଁ ସ୍ୱାଭାବିକ ଭାବେ ହେବ ଓସ୍କାର; ଏପ୍ରିଲ ୨୫ ତାରିଖ ଧାର୍ଯ୍ୟ…

ନୂଆଦିଲ୍ଲୀ:୨୦୨୧ ଏପ୍ରିଲରେ ଚଳିତ ବର୍ଷର ଓସ୍କାର ହେବ । କୋଭିଡ୍ ସମୟରେ ଏହା ଭର୍ଚୁଆଲ ହେବା ନେଇ ମଧ୍ୟ ଆଲୋଚନା ହେଉଥିଲା । ମାତ୍ର ଏଭଳି ଆଲୋଚନାକୁ ଖାରଜ କରି ଓସ୍କାରକୁ ସ୍ୱାଭାବିକ ଭାବେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଓସ୍କାର ଆୟୋଜନ ପାଇଁ ବିଳମ୍ୱ ହେବାର କାରଣ ମଧ୍ୟ ସ୍ପଷ୍ଟ ହୋଇଛି । କୋଭିଡ୍ ଯୋଗୁଁ ଅନେକ ପ୍ରତିବନ୍ଧକ ଥିଲା ।

ଅନେକ ଫିଲ୍ମ ସୂଚୀରେ ଆସିବାର ସମ୍ଭାବନା ମଧ୍ୟ କମିଥିଲା । ତେଣୁ କମିଟି ନିଷ୍ପତ୍ତି ହୋଇଥିଲା ଯେ, ବିଳମ୍ୱରେ ଓସ୍କାର ଆୟୋଜନ କରି ସବୁ ଫିଲ୍ମକୁ ସୂଚୀ ଭୁକ୍ତ କରିବାର ସୁଯୋଗ ଦେବା । ଏବେ ଏହା ଏପ୍ରଲି ୨୫ ତାରିଖରେ ହେବା ନେଇ ରାସ୍ତା ସଫା ହୋଇଛି । ତେବେ କେତେ ସଂଖ୍ୟକ ଅତିଥି ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଓସ୍କାର କାର୍ଯ୍ୟକ୍ରମ ହେଉଥିବା ଡଲବି ଥିଏଟରର ଦର୍ଶକ କ୍ଷମତା ୩୪୦୦ ରହିଛି ।

ଲିଜୋ ଜୋସ୍ ପେଲିସେରୀଙ୍କ ନିର୍ଦ୍ଦେଶିତ ଜଲ୍ଲିକଟ୍ଟୁ  ଭାରତୀୟ ଫିଲ୍ମ ଓସ୍କାର ମନୋନୟନ ତାଲିକାରେ ସାମିଲ ହୋଇଛି । ଏହି ଫିଲ୍ମ ଶ୍ରେଷ ବିଶ୍ୱସ୍ତରୀୟ ଫିଚର ଫିଲ୍ମ ତାଲିକାରେ ସ୍ଥାନିତ ହୋଇଛି । ପୂର୍ବଥର ପାରାସାଇଟକୁ ଓସ୍କାର ତରଫରୁ ୪ଟି ଶ୍ରେଷ୍ଠ ମାନ୍ୟତା ମିଳିଥିବା ବେଳେ ଏହା ବର୍ଷର ସବୁଠାରୁ ଭଲ ଚଳଚ୍ଚିତ୍ର ବୋଲି ବିବେଚିତ ହୋଇଥିଲା ।