ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆରୁ ବାଦ ପଡିଲେ ରାହୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ମେଲବର୍ଣ୍ଣରେ କେଏଲ ରାହୁଲ ନେଟପ୍ରାକ୍ଟିସ କରୁଥିବା ବେଳେ ଆହତ ହୋଇଛନ୍ତି । ବାମ ହାତରେ ଆଘାତ ହେବାରୁ ବର୍ତ୍ତମାନ ଖେଳିବା ସମ୍ଭବପର ନୁହେଁ । ତେଣୁ ତାଙ୍କୁ ଟେଷ୍ଟ ମ୍ୟାଚ ପୂର୍ବରୁ ଦଳରୁ ବାଦ ଦିଆଯାଇଥିବା ଜଣାପଡିଛି ।

ବର୍ଡର ଗାଭାସ୍କର ଟ୍ରଫି ଚାଲିଥିବାବେଳେ ଶେଷରେ ମ୍ୟାଟ ଖେଳିବାରୁ ବିରତ ରହିଛନ୍ତି ରାହୁଲ । ୨୮ ବର୍ଷୀୟ ଏହି ଯୁବ ଖେଳାଳୀ ଅନ୍ତିମ ଦୁଇଟି ମ୍ୟାଚ ଖେଳିବାରୁ ବାଦ ପଡିବେ । ଏନେଇ ସ୍ପଷ୍ଟ କରିଛି ବିସିସିଆଇ । ବର୍ତ୍ତମାନ ରାହୁଲ ଭାରତ ଫେରିବା ସହ ବେଙ୍ଗାଲୁର ରାଷ୍ଟ୍ରୀୟ କ୍ରିକେଟ ଏକାଡମୀରେ ରହିବା ନେଇ ନିଷ୍ପତି ହୋଇଛି ।

ଅଷ୍ଟ୍ରେଲିଆ ସହ ଭାରତର ତୃତୀୟ ସିରିଜ ୭ ଜାନୁଆରୀରେ ଖେଳାଯିବା ନେଇ ଦିନ ଧାର୍ଯ୍ୟ ହୋଇଛି । ସେହିପରି ଚତୁର୍ଥ ଅର୍ଥାତ ଅନ୍ତିମ ମ୍ୟାଚ ଜାନୁଆରୀ ୧୫ ତାରିଖରେ ଖେଳାଯିବ । ପୂର୍ବରୁ ଏଡିଲେଡ ଏବଂ ମେଲବର୍ଣ୍ଣ ମ୍ୟାଚ ଖେଳିବାରୁ ବାଦ ପଡିଥିଲେ ରାହୁଲ । କିନ୍ତୁ ହାତରେ ଆଘାତ ଯୋଗୁଁ ସୁସ୍ଥ ହେବାକୁ ତାଙ୍କୁ ୩ ସପ୍ତାହ ସମୟ ଲାଗିପାରେ । ତେଣୁ ଆସନ୍ତା ୭ ତାରିଖ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ ରାହୁଲ ।

Leave a Reply