ଘନଉଛି ଓଡ଼ିଶା-ଆନ୍ଧ୍ର ସୀମା ବିବାଦ, ଓଡ଼ିଶା ପ୍ରଶାସନ ପୋତିଥିବା ପତାକାକୁ ପୋଡ଼ିଦେଲେ ଆନ୍ଧ୍ର ବାସିନ୍ଦା

1 min read

ଜୟପୁର: ବଢୁଛି ଓଡିଶା-ଆନ୍ଧ୍ର ସୀମା ବିବାଦ। ସୀମାରେ ଓଡ଼ିଶା ପ୍ରଶାସନ ପୋତିଥିବା ପତାକାକୁ ପୋଡ଼ିଦେଲେ ଆନ୍ଧ୍ର ବାସିନ୍ଦା। ଫଳରେ ସୀମା ବିବାଦ ସମାଧାନ ବଦଳରେ ଅଧିକ ବଢ଼ିବାରେ ଲାଗିଛି। ସୀମାର ସ୍ଥିତି ପରଖିବାକୁ ଗତକାଲି ସୀମାରେ ପହଞ୍ଚିଥିଲେ କୋରାପୁଟ ଜିଲ୍ଲାର ଲୋକପ୍ରତିନିଧି। ସେମାନେ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ସମାଧାନ ପାଇଁ ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ଵର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଷାନୀଙ୍କ ସମେତ ସମ୍ବାଇ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପ୍ରମୁଖ ସୀମାରେ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଓ ଜାମୁଗୁଡ଼ା ଗାଁ ଲୋକଙ୍କ ସହିତ ଆଲୋଚନା ହୋଇଛି।

ସୀମା ବିବାଦର ସମାଧାନ ପୂର୍ବରୁ ସମ୍ବାଇ ପଞ୍ଚାୟତର 30 ଖଣ୍ଡ ଗାଁ ଲୋକ ମେଳି କରିଥିଲେ । ସୀମାରେ ଶାନ୍ତି ଓ ବିବାଦ ସମାଧାନ ପାଇଁ ସେମାନେ ଦାବି କରିଥିଲେ। ତେବେ ଲୋକପ୍ରତିନିଧିଙ୍କ ସୀମାଗସ୍ତ ପରେ ଆନ୍ଧ୍ର ଲୋକଙ୍କର ଦାଦାଗିରି ବିବାଦକୁ ଆହୁରି ବଢାଇ ଦେଇଛି।

Leave a Reply