ଡରାଉଛି ନୂଆ ଷ୍ଟ୍ରେନ, ଫେରିଛି ଲକଡାଉନ

ଲଣ୍ଡନ: ଡରାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ବ୍ରିଟେନ୍‌କୁ ପୁଣି ଫେରିଲା ଲକ୍‌ଡାଉନ୍ । କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ରେ ସଂକଟ ଦେଖାଦେଇଛି । ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ପୁଣିଥରେ ବ୍ରିଟେନ୍‌ରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ଦେଶରେ ସ୍କୁଲ, କଲେଜ ଓ ୟୁନିଭରସିଟି ବନ୍ଦ ରହିବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ବୋରିସ୍ କଟକଣା ଜାରି କରିଛନ୍ତି । ସେହିପରି ମଧ୍ୟ ଫେବ୍ରୁଆରୀ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିବେନି । ଲକ୍‌ଡାଉନ ସମୟରେ ଅତି ଜରୁରୀ କାର୍ଯ୍ୟ ନ ଥିବା ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ଅର୍ଥାତ ସୋମବାର ସୁଦ୍ଧା ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ରେ 26 ହଜାର 626 ରୋଗୀ ଆଡମିଟ ହୋଇଥିଲେ । ତେବେ ପୂର୍ବ ସପ୍ତାହ ସୁଦ୍ଧା ଏ ସପ୍ତାହରେ ୩୦ ପ୍ରତିଶତ ଅଧିକ ମାମଲା ସାମନାକୁ ଆସିଛି । ଫଳରେ ଦେଶରେ କୋଭିଡ କଟକଣା ବଳବତ୍ତର କରିଛନ୍ତି ସରକାର ।

Leave a Reply