ବାର୍ଡ଼ ଫ୍ଲୁ ଆତଙ୍କ: ପକ୍ଷୀଠୁ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା

1 min read

ନୂଆଦିଲ୍ଲୀ: ସାରା ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ବାର୍ଡ଼ ଫ୍ଲୁ ଆତଙ୍କ ଖେଳାଇଛି। କେରଳ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପିବାର ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ କୁକୁଡ଼ା ଓ ଅନ୍ୟ ପକ୍ଷୀଙ୍କୁ ମାରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

କେରଳର କୋଟାୟାମ ଓ ଅଲଫୁଜା ଜିଲ୍ଲାର କେତେକ ସ୍ଥାନରେ ବାର୍ଡ ଫ୍ଲୁର ଅଧିକ ପ୍ରଭାବ ଦେଖାଦେଇଛି। ଏହି ଦୁଇଟି ଯାକ ଅଞ୍ଚଳରୁ ୮ଟି ନମୁନାର ପରୀକ୍ଷା ପାଇଁ ଭୋପାଲ ସ୍ଥିତ ଲ୍ୟାବକୁ ପଠା ଯାଇଥିଲା। ଏମାନଙ୍କ ମଧ୍ୟରୁ ୫ଟି ନମୁନାରେ ଆଭିଆନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ  ‘H-5N-8’ ଭାଇରସ୍ ଠାବ ହୋଇଛି। ତେଣୁ ସେହି ଅଞ୍ଚଳ ଓ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା କୁକୁଡ଼ା ଏବଂ ଅନ୍ୟ ଗୃହପାଳିତ ପକ୍ଷୀମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଲୋକଙ୍କୁ କ୍ଷତିପୂରଣ ମିଳବ ବୋଲି ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି ।

ରାଜସ୍ଥାନର ଜୟପୁର ସମେତ ଏକାଧିକ ସ୍ଥାନରେ ଶତାଧିକ କାଉଙ୍କର ମୃତଦେହ ମିଳିଛି । କୋଟାୟାମ ଓ ଅଲଫୁଜାରେ କଣ୍ଟ୍ରୋଲ ରୁମ ସହ କ୍ୱିକ୍ ରେସପନ୍ସ ଟିମ୍‌ ମଧ୍ୟ ମୁତୟନ ହୋଇଛନ୍ତି। ଏହି ଭାଇରସ୍ ପକ୍ଷୀଠୁ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

Leave a Reply