ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା, ପାଇଲା ପୋଲିସ

ସୁନ୍ଦରଗଡ଼: ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା, ପାଇଲା ପୋଲିସ । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ହୋଇଯାଇଥିଲେ ନିଖୋଜ । ଥାନାରେ ବିରିଜୁଙ୍କ ଭଉଣୀଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ସୁନ୍ଦରଗଡ଼ ପୋଲିସ । ଆଜି ତାଳଚେରରୁ ତାଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି ।

ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ  । ଏସପି କହିଛନ୍ତି, କୁତ୍ରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବିରୁଜୁଙ୍କୁ ଖୋଜିବାରେ ଲାଗିଥିଲା । ଆଜି ସକାଳେ ବିରୁଜୁ ତାଳଚେର ବସଷ୍ଟାଣ୍ଡ ନିକଟରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ମାନସିକ ଅସନ୍ତୁଳନ ଯୋଗୁଁ ବିରଜୁ ଘର ଛାଡି ଚାଲିଯାଇଥିବା କହିଛନ୍ତି ସାଗରିକା ନାଥ  ।

ଦୀର୍ଘ ୨୦ବର୍ଷ କାଳ ପାକିସ୍ତାନରେ ବନ୍ଦୀ ଜୀବନ କଟାଇବା ପରେ ଗତ ନଭେମ୍ବର ୧୩ ତାରିଖରେ ଜନ୍ମମାଟି କୁ ଫେରିଥିଲେ ବିରଜୁ  । ଜିଲ୍ଲା ପ୍ରଶାସନ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ ସ୍ଥାନୀୟ ବିଧାୟକ  । କିନ୍ତୁ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୨ ତାରିଖ ଶନିବାର କୁଆଡେ ଚାଲିଯାଇଥିଲେ ବିରଜୁ କୁଲୁ  । ବହୁ ଖୋଜାଖୋଜି କରିବା ପରେ ତାଙ୍କର କୈଣସି ପତ୍ତା ନମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ  ।

 

Leave a Reply