ଠିକାଦାରଙ୍କ ସହ ୨ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

1 min read
Development Commissioner Asked EE To FIR Against Contractor On Bridge Collapse Case

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ତାଲାପଦର ଗାଁ ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ିବା ଘଟଣା । କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଏନେଇ ସେ ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Under Construction Bridge Collapsed In Umerkote

ବ୍ରିଜ୍ କାମ ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ ଏବଂ ଏସଡିଓ, ଜେଇଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ନିର୍ମାଣାଧୀନ ବ୍ରିଜ୍ ସ୍ଥାନକୁ ଯିବାକୁ ଏସ୍ଇ ସୁନାବେଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଇଆଇସି ଆସନ୍ତାକାଲି ଘଟଣାସ୍ଥଳ ଯାଇ ପରିଦର୍ଶନ କରିବେ ।

Development Commissioner Asked EE To FIR Against Contractor On Bridge Collapse Case

ଠିକାଦାର ଓ ଦାୟିତ୍ୱରେ ଥିବା ୨ରୁ ୩ ଜଣ ଅଫିସରଙ୍କୁ ଗିରଫ କରାଯିବ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଉମରକୋଟର ତାଲାପଦର ଗାଁ ପାଖରେ ନିର୍ମାଣାଧୀନ ବ୍ରିଜ୍ ରବିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକ ଆହତ ହୋଇଥିଲେ । ଉମରକୋଟ ମେଡିକାଲରେ ଆହତ ଶ୍ରମିକଙ୍କ ଚିକିତ୍ସା ଚାଲିଛି ।

Under Construction Bridge Collapsed In Umerkote

ତୁରନ୍ତ ଏଫଆଇଆର୍ ଦେବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଏଥିସହ ଏସଡିଓ, ଜେଇ ଓ ଠିକାଦାରଙ୍କୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ- ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକ ମୃତ, ୭ ଆହତ

Leave a Reply