ସରକାରୀ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାସିକ ବେତନ ରହିଛି ୬୦ ହଜାର

1 min read

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ନୀତି ଆୟୋଗ ଆପଣଙ୍କ ପାଇଁ ନେଇ ଆସିଛି ସରାକାରୀ ଚାକିରି କରିବାର ସୁଯୋଗ । ନୀତି ଆୟୋଗ ତରଫରୁ ୟଙ୍ଗ ପ୍ରଫେସନାଲ (Young Professionals) ପଦବୀ ପାଇଁ ଅନଲାଇନ ଆବେଦନ କରିବାକୁ କୁହାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଡ଼ରେ niti.gov.in କୁ ଯାଇ ୨୪ ଜାନୁଆରୀ ୨୦୨୧ ମଧ୍ୟ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା

ତେବେ ଏହି Young Professionalsର ୧୦ ପଦବୀ ପାଇଁ  ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।  ତେବେ ଚାକିରି ମିଳିବା ପରେ ପ୍ରଥମ ୨ ବର୍ଷ କଣ୍ଟ୍ରାକ୍ଟରେ ରହି କାମ କରିବାକୁ ନିଯୁକ୍ତି ଦିଆଯିବ । ତେବେ ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଯୋଗ୍ୟତା ଇଞ୍ଜିନିୟରିଂ କିମ୍ବା ଡିପ୍ଲୋମାରେ ଡିଗ୍ରୀ କରିଥିବା ଆବଶ୍ୟକ ।

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୨ ବର୍ଷରେ ସ୍ଥିର କରାଯାଇଛି। ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ NITI ଆୟୋଗ Young Professionals ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବେ । ଯୁବ ପ୍ରଫେସନାଲ ପଦ ପାଇଁ ମନୋନୀତ ହୋଇଥିବା NITI ଆୟୋଗ (NITI Aayog) ପ୍ରାର୍ଥୀମାନେ ମାସକୁ ୬୦ହଜାର ଟଙ୍କା ଦରମା ପାଇବେ  ।

 କିପରି ଆବେଦନ କରିବେ ?

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୨୪ ଜାନୁୟାରୀ ୨୦୨୧ ସୁଦ୍ଧା ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥି ସହିତ, ଆବେଦନ ପାଇଁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ  । ଚାକିରିର ସ୍ଥାନ ନୂଆଦିଲ୍ଲୀ ରହିବ । ଅଧିକ ସୂଚନା ପାଇଁ, ଆପଣ ଏଠାରେ କ୍ଲିକ୍ କରି ଅଫିସିଆଲ୍ ବିଜ୍ଞପ୍ତିଗୁଡିକ ଦେଖିପାରିବେ ।

ଅନଲାଇନ୍ ଆବେଦନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ

https://niti.gov.in/node/1404

Leave a Reply