spot_img
Home Blog Page 6258

ସଂସଦ ଭବନ ଆକ୍ରମଣକୁ ୧୯ ବର୍ଷ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ଭବନ ଆକ୍ରମଣକୁ ଆଜି ପୁରିଛି ୧୯ ବର୍ଷ । ସେହି ଦିନର ହୃଦୟ ବିଦାରକ ଦୃଶ୍ୟକୁ ଆଜିବି ଭୁଲି ପାରି ନାହାଁନ୍ତି ଦେଶବାସୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ଆମ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନମାନଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବୀର ସୈନିକମାନଙ୍କ ପ୍ରତି ଦେଶ ସର୍ବଦା କୃତଜ୍ଞ ରହିବ’’।

୨୦୦୧ ମସିହା ଡିସେମ୍ବର ମାସ ୧୩ ତାରିଖରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବାର ସଦସ୍ୟମାନେ ସଂସଦ ଭବନ ପରିସରରେ ଆକ୍ରମଣ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏପରିକି ଉଭୟ ପକ୍ଷରୁ ୩୦ ମିନିଟ୍ ଧରି ଗୁଳି ବିନିମୟ ହୋଇଥିଲା ବେଳେ ଯବାନଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ ।

ସେହିପରି ଦିଲ୍ଲୀ ପୋଲିସର ପାଞ୍ଚଜଣ ସୁରକ୍ଷା କର୍ମୀ, ସିଆରପିଏଫର ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇଜଣ ସୁରକ୍ଷା ସହାୟକଙ୍କର ମୃତ୍ୟୁ ଘଟିଥିଲା । ଏହାବ୍ୟତୀତ ଏଥିରେ ଜଣେ ମାଳି ଏବଂ ଜଣେ ଫଟୋ ଜର୍ନାଲିଷ୍ଟ ମଧ୍ୟ ପ୍ରାଣ ହରାଇଥିଲେ ।

ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ପରେ ଆତଙ୍କବାଦୀଙ୍କ ଭାରତୀୟ ସହଯୋଗୀ ଅଫଜଲ ଗୁରୁ, ସୌକତ୍ ହୁସେନ୍, ସାର ଗିଲାନି ଏବଂ ନବଜୋତ ସାନ୍ଧୁଙ୍କୁ ଗିରଫ କରାଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମସୁଦ୍ ଆଝାର ଏବେ ବି ପାକିସ୍ତାନରେ ଲୁଚି ରହିଥିବା ଜଣାପଡିଛି ।

ଗିରଫ ହେଲେ ରିପବ୍ଲିକ ମିଡିଆ ନେଟୱର୍କର ସିଇଓ

0

ମୁମ୍ବାଇ: ମହଙ୍ଗା ପଡ଼ିଲା ଟିଆର୍‌ପି ସ୍କାମ୍‌। ରିପବ୍ଲିକ ମିଡିଆ ନେଟୱର୍କର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଆଜି ସକାଳୁ ମୁମ୍ବାଇ ପୋଲିସ ଗିରଫ କରିଛି। ଟିଆରପି ରେଟିଙ୍ଗ ହେରାଫେରି ମାମଲାରେ  ବିକାଶଙ୍କୁ ଗିରଫ କରାଯାଇଛି। ରିପବ୍ଲିକ ମିଡିଆ ନେଟୱର୍କ ବିରୋଧରେ ଟିଆରପି ସ୍କାମ ମାମଲା ରୁଜୁ ପରେ ଜଣକ ପରେ ଜଣେ ପୋଲିସ ରାଡାରକୁ ଆସୁଛନ୍ତି। ଏହି ମାମଲାରେ ଏଯାବତ ୧୩ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ବାର୍କ ସଂସ୍ଥା ହଂସା ରିସର୍ଚ୍ଚର ଅଧିକାରୀ ନୀତୀନ ଦେଓକରଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ଅକ୍ଟୋବର ୬ତାରିଖରେ ରିପବ୍ଲିକ ମିଡିଆ ନେଟୱର୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟରେ ଏ ନେଇ ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି ମୁମ୍ବାଇ ପୋଲିସ ।

ଘନ କୁହୁଡି ବଳୟରେ ରାଜଧାନୀ ଦିଲ୍ଲୀ; ଜୀବନଯାତ୍ରା ପ୍ରଭାବିତ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡିର ଆସ୍ତରଣ ଦେଖାଦେଇଛି। ଯାହା ଫଳରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି।

ସୂଚନା ମୁତାବକ ଆଜି ଭୋର ସମୟରେ ଘନ କୁହୁଡି ଯାତାୟତରେ ସମସ୍ୟା ସୃଷ୍ଟି କରିଥିବା ବେଳେ ଗାଡି ଚଳାଇବା ପାଇଁ ଅନେକ ସମସ୍ୟାରେ ପଡିଥିଲେ ଚାଳକ । କିଛି ପଥଚାରୀ କୁହୁଡିର ମଜା ନେବା ସହ ଏହାର ବାସ୍ତବତାକୁ ଅନୁଭବ ବି କରିଥିଲେ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆହୁରି କିଛି ଦିନ ଧରି କୁହୁଡିର ପ୍ରଭାବ ଜାରି ରହିବ । ସେପଟେ ବରଫ ଘେରରେ ରହିଛି ଉତ୍ତର ଭାରତ । ବରଫ ବର୍ଷା ଯୋଗୁଁ ମିୁସ୍କିଲ ହୋଇଛି ଜନଜୀବନ । ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ପାହାଡ଼ି ଅଞ୍ଚଳରେ ଜାରି ରହିଛି ବରଫ ବର୍ଷା । ଫଳରେ ରାସ୍ତାଘାଟ ଗୁଡ଼ିକ ବରଫ ଭର୍ତ୍ତି ହୋଇ ରହିଛି ।

ସେହିପରି ପଶ୍ଚିମ ଓ ଦକ୍ଷିଣ ଭାରତରେ ପାଗ ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି । କିଛି ଅଞ୍ଚଳରେ ବର୍ଷା ହେବା ଯୋଗୁଁ ଥଣ୍ଡା ବଢିଥିବା ନେଇ ସୂଚନା ମିଳିଛି ।

ଦେଶରେ ୩୦,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୯୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୨୫୪ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବିଭାଗର ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୮ ଲକ୍ଷ ୫୭ ହଜାର ୦୨୯ରେ ପହଞ୍ଚିଛି । ଏହା ମଧ୍ୟରେ ୩ ଲକ୍ଷ ୫୬ ହଜାର ୫୪୬ଟି ମାମଲା ସକ୍ରିୟ ରହିଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ୧ ଲକ୍ଷ ୪୩ ହଜାର ୦୧୯ ଲୋକ ପ୍ରାଣ ହରାଇଛନ୍ତି । ସେପଟେ ଦେଶରେ ସୁସ୍ଥତାଙ୍କ ସଂଖ୍ୟା  ୯୩ ଲକ୍ଷ ୫୭ ହଜାର ୪୬୪ରେ ପହଞ୍ଚିଛି ।

ଘର ଉପରେ ଓଲଟି ପଡ଼ିଲା ଟ୍ରକ୍‌, ଘରେ ଶୋଇଥିଲେ ବାପା-ମା’-ଝିଅ

କେନ୍ଦୁଝର: ଅଳ୍ପକେ ବର୍ତ୍ତିଲେ ବାପା-ମା’-ଝିଅ । ଘରେ ଶୋଇଥିବା ବେଳେ ଅଚାନକ ଘର ଉପରେ ଓଲଟିଗଲା ଟ୍ରକ୍‌ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଷଠିଘର ସାହି ନିକଟରେ ।

ସୂଚନାଯୋଗ୍ୟ, ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ପୁରୁଣା ବଜାର ଷଠିଘର ସାହିରେ ରୁହନ୍ତି ମହେଶ ପାତ୍ର ଓ ତାଙ୍କ ପରିବାର । ପରିବାରରେ ତାଙ୍କର ଗୋଟିଏ କୁନି ଝିଅ ମଧ୍ୟ ରହିଛି । ଶନିବାର ସେ ଶୋଇଥିବା ବେଳେ ଏକ ମହୁଲ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତାଙ୍କ ଘର ଉପରେ ମାଡ଼ିଯାଇଥିଲା । ଟ୍ରକ୍‌ ଧକ୍କାରେ ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଛି । ଏମିତିକି କାନ୍ଥ ଭାଙ୍ଗି ମହେଶ ଓ ତାଙ୍କ ପତ୍ନୀଙ୍କ ସହ ୭ ବର୍ଷର ଝିଅ ଉପରେ ମଧ୍ୟ ପଡ଼ିଥିଲା । ହେଲେ ହେଲେ ସୌଭାଗ୍ୟ ବସତଃ ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମହେଶଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ସେହିଭଳି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ଅନ୍ତର୍ଗତ ଶାତଶୁଳିଆ ଠାରେ ଡ଼ମ୍ଫର-ବାଇକ ମୁହାଁ ମୁହିଁ ଧକ୍କା । ଘଟଣାରେ ଦୁଇ ବାଇକ ଆରୋହି ଗୁରୁତର । ସେମାନଙ୍କୁ ଜଳେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ସୁଚନା ରହିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କଲେ ସ୍ତାନିଅ ବାସିନ୍ଦା ।

ଖୋଲିଲା ଦିଲ୍ଲୀ-ନୋଏଡା ବର୍ଡର; ୧୨ ଦିନ ଧରି ଥିଲା ବନ୍ଦ

0

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଦିଲ୍ଲୀ-ନୋଏଡା ଚିଲ୍ଲା ବର୍ଡରରେ ବସିଥିବା ଆନ୍ଦୋଳନରତ ଚାଷୀ ମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଲୋଚନା କରିବା ପରେ ଶନିବାର ଦିନ ସେମାନେ ଧାରଣାରୁ ଓହରିଥିଲେ ।

ଯାହା ଫଳରେ ଦୀର୍ଘ ୧୨ ଦିନ ହେବ ବନ୍ଦ ଥିବା ଦିଲ୍ଲୀ-ନୋଏଡା ଚିଲ୍ଲା ବର୍ଡର ଖୋଲିଛି । ଯେଉଁଥିପାଇଁ ଜନସାଧାରଣ ମାନଙ୍କୁ ଯାତାୟାତରେ  ଆଉ ଅସୁବିଧା ହେବନାହିଁ ।

ସୂଚନା ଅନୁଯାୟୀ କୃଷକଙ୍କ ୫ ଜଣିଆ ଟିମ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଭେଟିଥିଲେ। ବୈଠକରେ କୃଷି ମନ୍ତ୍ରୀ ଉପସ୍ଥିତ ରହିଥିବା ବେଳେ ସେମାନେ ମନ୍ତ୍ରୀଙ୍କ ଆଗରେ ୧୮ ସୁତ୍ରୀ ଦାବି ରଖିଥିଲେ ।

ଏସମ୍ପର୍କରେ ଜଣେ କୃଷକ କହିଛନ୍ତି ଯେ ଆମ ନେତାମାନେ ପ୍ରତିରକ୍ଷା  ଓ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ଆମ ଦାବି ପୂରଣ ହେବ ବୋଲି ଆଶ୍ୱାସନା ଦେଇଛନ୍ତି ।

ପୋଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ

ମାଲକାନଗିରି: ପୁଣି ସ୍ୱାଭିମାନ ଅଞ୍ଚଳରେ ପୁଣି ଫୁଟିଲା ଗୁଳି । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଦୁଇ ମାଓବାଦୀ ମୃତ । ମାଓ ଦମନ ଅଭିଯାନରେ ପୋଲିସର ଏହା ଆଉ ପାଦେ ସଫଳତା ବୋଲି କୁହାଯାଇପାରେ । ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଜୁ ଜଣଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ତେବେ ଦୁଇ ଜଣ ଦୀର୍ଘ ଦିନ ହେବ ମାଓ ସଂଗଠନରେ କାମ କରୁଥିବା ନେଇ ପୋଲିସ ଅନୁମାନ କରୁଛି ।

Fire Exchange Between SOG And Maoist, Four Naxal Dead Belghar
FILE

ଏହି ଘଟଣା ସିଙ୍ଗାରାମଠାରେ ଘଟିଛି । ୧୦ରୁ ଅଧିକ ମାଓବାଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଯବାନ ମାନେ ସେଠାରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା । ଯବାନଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏସ୍‌ଓଜି ଯବାନ ଓ ଡିଭିଏଫ୍‌ ଯବାନ ଏହି ଅପରେସନ୍‌ରେ ସାମିଲଥିଲେ ।

ଆଜି ଏହି ରାଶିର ଲୋକଙ୍କର ହୋଇପାରେ ଆର୍ଥିକ କ୍ଷତି ! ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୧୩ ଡିସେମ୍ବର, ୨୦୨୦, ରବିବାର,ବିଛା ୨୮ ଦିନ

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମାର୍ଗଶିର ମାସ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି

ଅନୁରାଧା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ପଶ୍ଚିମ ଦିଗରେ ରାତି ୧୨ଟା ୪୮ ମିନିଟ୍ ଅବସ୍ଥାନ କରିବେ

ରାତି ୧୨ଟା ୪୮ ମିନିଟ୍‌ ପରେ ଐଶାନ୍ୟକୁ ଯାତ୍ରା ନିଷେଧ

କନ୍ୟା ଓ ମକର ରାଶି ମହିଳାଙ୍କ ପାଇଁ ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ୨ଟା ୧୫ମିନିଟ୍

ଶୁଭ ସମୟ- ଦିନ ୩ଟା ୪୧ ମିନିଟ୍‌ ଠାରୁ ଦିନ ୪ଟା ୨୫

ଅଶୁଭ ସମୟ- ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ – ଆଜି ବିରି ଖାଇବେ ନାହିଁ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ଆପଣଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱକୁ ନେଇ ନୂଆ ସଂର୍ପକ ସୃଷ୍ଟି ହେବ

ଦ୍ୱିଜା ନକ୍ଷତ୍ର- ଖରାପ ଚିନ୍ତାଧାରା ଠାରୁ ଦୁରେଇ ରୁହନ୍ତୁ

କୃତ୍ତିକା ନକ୍ଷତ୍ର- ଆତ୍ମବିଶ୍ୱାସ ବୃଦ୍ଧି ଯୋଗୁ ସଫଳତାର ଶୀର୍ଷକୁ ଯିବେ

ଲାଲ ବସ୍ତ୍ର ପରିଧାନ କରନ୍ତୁ, ପୁରା ଦିନ ଭଲରେ କଟିବ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିରେ ଆସିବ ପରିବର୍ତ୍ତନ, ଲୋକପ୍ରିୟତା ବଢିବ

ରୋହିଣି ନକ୍ଷତ୍ର- ନିଜର ଭୁଲ୍‌ ନିଷ୍ପତ୍ତି ପାଇଁ ଆର୍ଥିକ କ୍ଷତି ହୋଇପାରେ

ମୃଗଶିରା ନକ୍ଷତ୍ର-  ପାରିବାରିକ ଜୀବନକୁ ନେଇ ଖୁସିରେ ରହିବେ

ବୁଲା କୁକୁରକୁ ମିଠା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଆପଣଙ୍କର ବ୍ୟବହାର ଓ କାର୍ଯ୍ୟଶୈଳୀ ଅନ୍ୟକୁ ପ୍ରଭାବିତ କରିବ

ଆର୍ଦ୍ରା ନକ୍ଷତ୍ର – ପାରିବାରିକ ଅଶାନ୍ତିକୁ ନେଇ ମନ ଖରାପ ରହିବ

ପୁନର୍ବସୁ ନକ୍ଷତ୍ର- ଭଲ କାମ କରି ପ୍ରଶଂସିତ ହେବେ, ନ ହେବା କାମ ସହଜରେ ହୋଇଯିବ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ପରିଶ୍ରମ ଦ୍ୱାରା କାର୍ଯ୍ୟରେ ସଫଳତା ପାଇବେ, ଲକ୍ଷ୍ୟ ପୂରଣ ହେବ

ପୁଷ୍ୟା ନକ୍ଷତ୍ର- ବିଶ୍ୱସ୍ତ ବ୍ୟକ୍ତିଙ୍କ ସରଳତାର ସୁଯୋଗ ନେଇ କିଛି ବି କରନ୍ତୁ ନାହିଁ

ଅଶ୍ଲେଷା ନକ୍ଷତ୍ର- ଆର୍ଥିକ ଲାଭ ସହ ପାରିବାରିକ ଶାନ୍ତି ପାଇବେ

ଗଣେଶ ଭଗବାନଙ୍କୁ ଦୁର୍ବା ଅର୍ପଣ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଆପଣଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହି କାମ କରନ୍ତୁ

ପୂର୍ବାଫାଲଗୁନି ନକ୍ଷତ୍ର – ରୋମାଣ୍ଟିକ ପରିବେଶରେ ସମୟ କଟିବ

ଉତ୍ତରାଫାଲଗୁନୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ

ଗୁରୁଜନଙ୍କୁ ପ୍ରଣାମ କରି ଘରୁ ବାହାରିବେ, ସମସ୍ତ ଇଛା ପୂରଣ ହେବ

କନ୍ୟା ରାଶି

ଉତ୍ତରାଫାଲଗୁନୀ- ପରିବାରରେ ଖୁସି ରହିବ, ମନରେ ଉତ୍ସାହ ଭରି ରହିବ

ହସ୍ତା ନକ୍ଷତ୍ର- ନିଜ ଲକ୍ଷ୍ୟ,ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଆଗକୁ ବଢନ୍ତୁ

ଚିତ୍ରା ନକ୍ଷତ୍ର- କାର୍ଯ୍ୟ ବ୍ୟସ୍ତତା ରେ ସମୟ କଟିବ, ନିଜଲୋକଙ୍କ ପାଇଁ ସମୟର ଅଭାବ ରହିବ

ମଥାରେ ହଳଦୀର ଟୀକା ଲଗାନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ, ଆକସ୍ମିକ ଭାବରେ ଅର୍ଥଲାଭର ସୁଯୋଗ

ସ୍ୱାତୀ ନକ୍ଷତ୍ର – ସ୍ୱଭାବରେ ପରିବର୍ତ୍ତନ ଆସିବ, ଅନ୍ୟକୁ ଭୁଲ୍‌ ବୁଝିବେ

ବିଶାଖା ନକ୍ଷତ୍ର – ଦୂର ସ୍ଥାନକୁ ଭ୍ରମଣ ପାଇଁ କିଛି ଯୋଜନା କରିପାରନ୍ତି

ମହାଦେବଙ୍କ ମନ୍ଦିରରେ ମହୁ ଦାନ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ନିଜର ଭାବନା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ

ଅନୁରାଧା ନକ୍ଷତ୍ର- ନିଜ କାମକୁ ନେଇ ଖୁସି ଅନୁଭବ କରିବେ

ଜ୍ୟେଷ୍ଠା ନକ୍ଷତ୍ର- ଏକାଗ୍ରତା ରଖି କାମ କରନ୍ତୁ, ନିଜ ଲକ୍ଷ୍ୟରେ ସଫଳ ହେବେ

ଓଁ ଆଦିତ୍ୟାୟୈ ନମଃ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ଆପଣଙ୍କର ପରିଶ୍ରମ ଅନୁଯାୟୀ ମିଳିବ ସଫଳତା, ଯାହା ବି କରିବେ ସଫଳ ହେବେ

ପୂର୍ବାଷାଢା ନକ୍ଷତ୍ର- ଶିଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଅନ୍ୟର ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ଉତ୍ତରାଷାଢା ନକ୍ଷତ୍ର- ପ୍ରତ୍ୟେକଟି ଦିଗରେ ସଫଳତା ମିଳିବ

ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପୁରା ଦିନ ମଙ୍ଗଳମୟ ରହିବ, ନିଜ କାମ, ବ୍ୟବହାରକୁ ନେଇ ଅନ୍ୟକୁ ଆପଣାର କରିବେ

ଶ୍ରବଣା ନକ୍ଷତ୍ର – ଶରୀର ଅସୁସ୍ଥ ହୋଇପାରେ, ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ

ଧନିଷ୍ଠା ନକ୍ଷତ୍ର- ମିତ୍ର ବନ୍ଧୁଙ୍କର ସହଯୋଗ ପାଇବେ, ଦୈନିକ ଆୟରେ ବୃଦ୍ଧି ହେବ

ମା’ତାରିଣୀଙ୍କ ନିକଟରେ ନଡିଆ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର-  ପୁରା ଦିନ ସକରାତ୍ମକ ଭାବନାକୁ ନେଇ ଆଗକୁ ବଢିବେ

ଶତଭିଷା ନକ୍ଷତ୍ର- ବ୍ୟସ୍ତତା ମଧ୍ୟରେ ସମୟ କଟିବ, ଲକ୍ଷ୍ୟ ପୂରଣ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ

ପୂର୍ବଭାଦ୍ର ନକ୍ଷତ୍ର- ବନ୍ଧୁତ୍ୱ ଭାବନା ମନରେ ଆସିବ

ଗଣେଶ ଭଗବାନଙ୍କୁ ୫ଟି ରାଶି ଲଡୁ ଅର୍ପିତ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର-  ଦିନଟି ସାମାନ୍ୟ ରହିବ, ଦିନ ଚର୍ଯ୍ୟାରେ ପରିବର୍ତ୍ତନ ଆସିବ

ଉତ୍ତରଭାଦ୍ର ନକ୍ଷତ୍ର- ଶାରିରୀକ ଓ ମାନସିକ ପୀଡା ଅନୁଭବ କରିପାରନ୍ତି

ରେବତୀ ନକ୍ଷତ୍ର – ଅଟକି ଥିବା କମ ତ୍ୱରାନ୍ୱିତ ହେବ

ସରକାରୀ କର୍ମଚରୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଥମୁନି ଆନ୍ଦୋଳନ; ସୋମବାରଠୁ ଆମରଣ ଅନଶନରେ କୃଷକ ନେତା

0

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି। ତଥାପି କୗେଣସି ପ୍ରକାର ସମାଧାନର ବାଟ ଫିଟି ପାରୁନଥିବା ବେଳେ ସେମାନଙ୍କୁ ବିଭିନ୍ନ ଆଡୁ ସମର୍ଥନ ମିଳିବାରେ ଲାଗିଛି ।

ସରକାରଙ୍କ ସହ ଲଗାତାର ଆଲୋଚନା ବିଫଳ ହେବା ପରେ କୃଷକ ୟୁନିୟନଗୁଡ଼ିକ ଆନ୍ଦୋଳନକୁ ଆହୁରି ତୀବ୍ର କରାଯାଇଛି । ଏପରିକି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି କୃଷକ ସଂଗଠନ । ଏହାବ୍ୟତୀତ କୃଷକ ନେତାମାନେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେହିପରି ଆସନ୍ତାକାଲିଠାରୁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚାଷୀ ସଂଘଠନ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି । ଆଜି ୫୦୦ରୁ ଅଧିକ ଟ୍ରାକ୍ଟରରେ ଚାଷୀ ମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ପାରମ୍ପରିକ ବେଶ ପୋଷାକ ସହ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶିଖ୍ ଧର୍ମଗୁରୁ ମାନେ।

ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ, ବିପୁଳ ଜୋରିମାନା ଆଦାୟ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ । ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍‌ ନିୟମ ଉଲଂଘନ କରି ଚାଲିଥିଲେ ବାର ଓ ରେଷ୍ଟୁରାଣ୍ଟ । କ୍ୟାପିଟାଲ ଥାନା ଓ ଖାରବେଳ ନଗର ଥାନା ଅଂଚଳରେ ଥିବା ୮ ଟି ବାରରେ ଶନିବାର ରାତିରେ ପୋଲିସ ଚଢ଼ାଉ କରିଥିଲା ।

ବାରରେ ନିଶା ସେବନ କରୁଥିବା ପ୍ରାୟ ୭୨ ଜଣଙ୍କ ଠାରୁ ପୋଲିସ ୨୮ ହଜାର ଟଙ୍କା ଫାଇନ୍‌ ଆଦାୟ କରିଥିବା ଜଣାପଡ଼ିଛି । କେବଳ ଗ୍ରାହକ ନୁହଁନ୍ତି, ବାର ଓ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି ।

Bar Resturant

ତେବେ କୋଭିଡ୍‌ ନିୟମ ଉଲଂଘନ କରିଥିବା ଏହି ବାର ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ସିଲ କରିବା ପାଇଁ ଅବକାରୀ ବିଭାଗକୁ ଚିଠି ଲେଖିବ କମିଶନରେଟ୍‌ ପୋଲିସ । ଏନେଇ ଖୋଦ୍‌ ପୋଲିସ ଅଧିକାରୀଙ୍କ ସୂଚନା ରହିଛି । ସେହିପରି ଲକ୍ଷ୍ମୀସାଗର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାରରେ ପୋଲିସ ଶନିବାର ରାତିରେ ରେଡ୍‌ କରିଛି । ରେଡ୍‌ ବେଳେ ବିପୁଳ ପରିମାଣର ଜୋରିମାନା ଆଦାୟ ମଧ୍ୟ କରିଛି ।