ଜେଲ୍‌ ଭିତରେ ରାତି ଅଧିଆ ଜେରା କଲା ଭିଜିଲାନ୍ସ ଟିମ୍‌

1 min read
Pradip panigrahi

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ବଢ଼ି ଚାଲିଛି ଅଭିଯୋଗ ଫର୍ଦ୍ଦ । ଗୋଟିଏ ପଟେ ଠକେଇ ନେଇ ମାମଲା ବଢ଼ିଚାଲିଥିବା ବେଳେ ଅନ୍ୟପଟେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଏବେ ଭିଜିଲାନ୍ସ ଜେରାର ସମ୍ମୁଖୀନ ହୋଇଛନ୍ତି ପ୍ରଦୀପ । ଜେଲ୍‌ ଭିତରେ ଭିଜିଲାନ୍ସ ଟିମ୍‌ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରିଛି । ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍‌ ଜେଲ୍‌ ଭିତରକୁ ଯାଇ ଜେରା କରିଛି ।

ତେବେ ଜେରା ସମୟରେ ପ୍ରଦୀପ ନିଜର ସବୁ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି । ଦୋଷ ସ୍ୱୀକାର କରିବା ବେଳ ସେ କାନ୍ଦି ପକାଇଥିଲେ । ସେ ନିଜ ଆଡ଼ୁ କହିଥିଲେ ‘ମୁଁ ଏବେ  କଲା କର୍ମର ଫଳ ଭୋଗୁଛି’ । ବ୍ରହ୍ମପୁର କୋର୍ଟପେଟା ICICI ବ୍ୟାଙ୍କ ଟ୍ରାଞ୍ଜାକ୍‌ସନ୍‌ ନେଇ ଖୋଳତାଡ଼ କରିଛି ଭିଜିଲାନ୍‌ସ । ଅନ୍ୟପଟେ ଖୁବଶୀଘ୍ର ପୁଣିଥରେ ପ୍ରଦୀପଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।

ସବୁଠାରୁ ବଡ଼ କଥା ହେଲା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆରମ୍ଭରୁ ଜାଣିଥିଲେ ଯେ, ଟାଟା କମ୍ପାନୀରେ ନିଯୁକ୍ତି ଦେବା ନାଁରେ ତାଙ୍କ ଭାବି ଜ୍ୱାଇଁ ସମସ୍ତଙ୍କୁ ଠକୁଛନ୍ତି ଏବଂ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏନେଇ ସେ ଜେରା ବେଳେ ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ ଭାବି ଜ୍ୱାଇଁ ଲୋକଙ୍କୁ ଠକୁଥିବା ନେଇ ଜାଣିବା ପରେ ମଧ୍ୟ ସେ ତାଙ୍କୁ ସହଯୋଗ କରିଥିଲେ । ନିଜ ବିଧାୟକ ପଦର ଅପବ୍ୟବହାର କରି ଫାଇଦା ଉଠାଇଥିଲେ ।

Leave a Reply