ଭାରତର ବିଜୟ ପରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

1 min read

ନୂଆଦିଲ୍ଲୀ: ବ୍ରିସବେନର ଗାବାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଯାହା ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ରେଗୁଲାର୍ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାଣେଙ୍କ ନେତୃତ୍ବରେ ଇତିହାସ ରଚିଛି ଭାରତ । ଦ୍ବିତୀୟ ପାଳିରେ ୩୨୮ ରନର ବିଶାଳ ବିଜୟ ଲକ୍ଷ୍ୟକୁ ୭ ଓ୍ବିକେଟ୍ ହରାଇ ବାଜି ମାରିଛି ଭାରତ । ଏହାସହ ୪ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ହାତେଇଛି ଟିମ୍ ଇଣ୍ଡିଆ। ଏହାକୁ ମିଶାଇ ଭାରତ ଲଗାତାର ୩ ଥର ବର୍ଡର ଗାଭାସ୍କର ଟ୍ରଫିକୁ ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ବ୍ରିସବେନରେ ପଞ୍ଚମ ଦିନରେ ୩୨୪ ରନର ବିଜୟ ଲକ୍ଷ୍ୟକୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା।

ଏହି ପରାଜୟ ସହ ଗାବା ଗ୍ରାଉଣ୍ଡରେ ୩୨ ବର୍ଷ ପରେ ପରାଜୟର ସ୍ବାଦ ଚାଖିଛି ଅଷ୍ଟ୍ରେଲିଆ । ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିବା ବେଳେ, ପ୍ୟାଟ୍ କ୍ୟୁମିନଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା ।

ତେବେ ବିଦେଶ ମାଟିରେ ଟିମ୍ ଇଣ୍ଡିଆର ଏଭଳି ବିଜୟ ପରେ ଖେଳାଳିଙ୍କୁ ୫ କୋଟି ଟଙ୍କାର ବୋନସ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହା ।

ଏଥିସହ ପଢନ୍ତୁ- ଇତିହାସ ରଚିଲା ଭାରତ: ଗାବା ଦୁର୍ଗର ପତନ, ୩୩ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ

Leave a Reply