spot_img
Home Blog Page 6253

ଆଜି ଅପରାହ୍ନ ୫ଟାରେ କ୍ୟାବିନେଟ୍ ବୈଠକ; ୩ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହେବାକୁ ଥିବା ବେଳେ ୩ଟି ପ୍ରମୁଖ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।

ନବୀନ ନିବାସରୁ ଭିଡ଼ିଓ କନଫରେସିଂ ଜାରିଆରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାକୁ ଥିବା ବେଳେ ଏହି କ୍ୟାବିନେଟ୍ ବୈଠକରେ କିଛି ବଡ ଘୋଷଣା କରିପାରନ୍ତି ।

ସୂଚନା ମୁତାବକ ଏହି କ୍ୟାବିନେଟ୍ ବୈଠକରେ ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ପ୍ରଶାସନ ଆଇନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଯାହା ଦ୍ୱାରା ସେବାୟତ ମାନଙ୍କୁ ଦିଆଯାଇଥିବା ଆଶ୍ୱାସନା ପୂରଣ ହେବ ବୋଲି କୁହାଯାଇଛି । ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଏଥିସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଆଇନ ।

ତେବେ ଦୁଇ ନୂଆ ମେଡିକାଲ୍ କଲେଜ ଓ ଓଏଏସ୍ କ୍ୟାଡ୍ର ପୁନର୍ଗଠନ ପ୍ରସ୍ତାବ ସହ ପୁରୀ ଓ ଯାଜପୁରରେ ପ୍ରସ୍ତାବିତ ମେଡିକାଲ୍ କଲେଜ ପାଇଁ ଟେଣ୍ଡର ନିର୍ଣ୍ଣୟ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ଖୋଲିବ ଧର୍ମାନୁଷ୍ଠାନ, SOP ଅନୁସାରେ ଖୋଲିବ ମନ୍ଦିର

ଭୁବନେଶ୍ୱର: ଓଡିଶାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ବହୁ ଦିନର ପ୍ରତୀକ୍ଷା ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାରେ ଧର୍ମପୀଠ ଗୁଡିକ ଖୋଲିବା ନେଇ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଆଗରୁ ଦିଆଯାଇଛି । ସେମାନେ ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ନିର୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ ।

ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ମାନିବାକୁ ମଧ୍ୟ  କୁହାଯାଇଛି । ମନ୍ଦିର ଖୋଲିବା ନେଇ ନିଷ୍ପତି ଜିଲ୍ଲା ପ୍ରଶାସନ ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

 

 

ଚାଷୀ ଆନ୍ଦୋଳନ ହଟାଇବାକୁ ପିଟିସନ୍ ଦାଖଲ କଲେ ଆଇନ ଛାତ୍ର: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା

0

ନୂଆଦିଲ୍ଲୀ: ଦିଲ୍ଲୀ-ହରିୟାଣା ସୀମାରେ ଚାଷୀ ଆନ୍ଦୋଳନ ଆଜି ୧୯ ଦିନରେ ପହଞ୍ଚିଛି। ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏପରିକି ଆଜିଠୁ ଆମରଣ ଅନଶନ ପାଇଁ ଘୋଷଣା ମଧ୍ୟ କରାଯାଇଛି। ଅନ୍ୟପଟେ ରାସ୍ତା ଉପରେ ଚାଷୀ ଆନ୍ଦୋଳନ ଜାରି ରହିଥିବାରୁ ଯାତାୟାତରେ ଅସୁବିଧା ହେବା ସହ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଆଇନ ଛାତ୍ର ରିଷଭ୍ ଶର୍ମା ତୁରନ୍ତ ଚାଷୀ ଆନ୍ଦୋଳନ ହଟାଇବାକୁ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଏର କରିଛନ୍ତି।

ପ୍ରଧାନ ବିଚାରପତି ଏସ୍.ଏ. ବୋବଡେ, ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ଓ ଭି. ରାମାସୁବ୍ରମଣ୍ୟାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଦିଲ୍ଲୀ ପୋଲିସ ଚାଷୀଙ୍କୁ ବୁରାରୀଠାରେ ଶନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଅନୁମତି ଦେଇଥିଲା। ଏହାସତ୍ତ୍ୱେ ଚାଷୀମାନେ ରାଜଧାନୀ ସୀମା ଅବରୋଧ କରି ଆନ୍ଦୋଳନ କରୁଥିବା ପିଟିସନରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ୧୯ ଦିନ ହେଲାଣି ଦିଲ୍ଲୀ-ହରିୟାଣା ସୀମାରେ ନୁଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳ କରୁଛନ୍ତି। ନୂଆ ଆଇନ ପ୍ରତ୍ୟାହାର ପାଇଁ ଚାଷୀ ଜିଦ୍ ଧରିଥିବା ବେଳେ କେନ୍ଦ୍ର ସରକାର ଏଥିରେ ଅସହମତି ପ୍ରକାଶ କରିଛନ୍ତି। ଯାହାଫଳରେ ଏକାଧିକ ଥର ବସିଥିବା ଚାଷୀ-କେନ୍ଦ୍ର ସରକାର ବୈଠକ ନିଷ୍ଫଳ ରହିଛି। ତେବେ ଚାଷୀଙ୍କୁ ଆନ୍ଦୋଳନସ୍ଥଳରୁ ତୁରନ୍ତ ହଟାଇବା ପାଇଁ ସୁପ୍ରିକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖରେ ହେବ।

ଦେଶରେ ଖସୁଛି କରୋନା ସଂକ୍ରମଣ ମାମଲା; ଆଜି ୨୭ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି । ଗୋଟିଏ ଦିନରେ ଦେଶରେ ୨୭,୦୭୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏହି ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୮ ଲକ୍ଷ ୮୪ ହଜାର ୧୦୦ରେ ପହଞ୍ଚିଛି । ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ହଜାର ୬୯୫ ସୁସ୍ଥ ହୋଇଛନ୍ତି ।

ସେପଟେ ୯୩ ଲକ୍ଷ ୮୮ ହଜାର ୧୫୯ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ୧ ଲକ୍ଷ ୪୩ ହଜାର ୩୫୫ ଲୋକ ପ୍ରାଣ ହରାଇଛନ୍ତି । ୩ ଲକ୍ଷ ୫୨ ହଜାର ୫୮୬ଟି ମାମଲା ସକ୍ରିୟ ରହିଛି ।

ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି

0

ପୁରୀ: ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ୩ ଦିନ ଧରି ପାଳିତ ହେଉଛି ଦେବ ଦୀପାବଳି। ଏହି ଦିନ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି।

ପ୍ରଥମେ ମହାପ୍ରଭୁ ଦ୍ୱିପ୍ରହର ଧୂପ ପରେ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏବଂ ସଂନ୍ଧ୍ୟାଧୁପ ପରେ ତିନୋଟି ମହାଦୀପ ବଡ଼ଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ। ଏହିଦିନ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିହୁଏ। ଜୟବିଜୟ ଦ୍ୱାର ନିକଟରେ ମଧ୍ୟ ଚାଉଳ ଗଛ ସହ ଦୀପ ସମର୍ପଣ କରାଯାଏ। ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିଛନ୍ତି ମହାପ୍ରଭୁ। ତେବେ ଆଜି ଅମାବାସ୍ୟାରେ ମହାପ୍ରଭୁ ଦଶରଥ-କୌଶଲ୍ୟା ଏବଂ ଆସନ୍ତାକାଲି ନନ୍ଦ-ଯଶୋଦା, ଦେବକୀ-ବସୁଦେବ ଓ ଇନ୍ଦ୍ରଦ୍ୟୁମ୍ନ-ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରିବେ।

ଇନଫୋସିଟି ଗଣ ଦୁଷ୍କର୍ମ ମାମଲା,ଚପାଇବା ପାଇଁ ସବୁ ଉଦ୍ୟମ ହେଲା ପଣ୍ଡ

ଭୁବନେଶ୍ୱର: ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି । ମାମଲାରେ ତଦନ୍ତର ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ । ଏହି ଅବଧି ପୂରା ହେବାର ଦୁଇ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଆକ୍ସନ ମୋଡକୁ ଆସି ଗିରଫଦାରୀ କରିଛି ।

ତେବେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡକୁ ଚାପିବା ପାଇଁ ଓଟିଭି ପକ୍ଷରୁ ବିଶେଷକରି ଏହାର ଏମଡିଙ୍କ ତରଫରୁ ଯେଉଁ ଉଦ୍ୟମ ହୋଇଥିଲା ତାହା ଶେଷରେ ହାଇକୋର୍ଟଙ୍କ ଚାପ ଆଗରେ ଫିକା ପଡିଯାଇଛି । ଓଟିଭି ଏମଡି ତଦନ୍ତକୁ ବାଟହୁଡା କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ । ଜଗି ମଙ୍ଗତ ପଣ୍ଡା ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବାରମ୍ବାର ନୋଟିସ ସତ୍ୱେ ନିଜେ ଆୟୋଗଙ୍କ ନିକଟରେ ହାଜର ହେଉନଥିଲେ । ବାରମ୍ବାର ପ୍ରତିନିଧି ପଠାଇ ସମୟ ଗଡାଇ ଚାଲିଥିଲେ । ଏପରିକି ଏହି ମାମଲା ସଂପୂର୍ଣ୍ଣ ରୂପେ ପ୍ରାୟୋଜିତ ବୋଲି କହିବାକୁ ମଧ୍ୟ ସେ ପଛାଇ ନଥିଲେ । ଲକଡାଉନ୍ ଆରମ୍ଭ କାଳରେ ଘଟିଥିବା ଏହି ଘଟଣାକୁ ଚାପି ଦେବା ପାଇଁ ଓଟିଭି କର୍ତ୍ତୁପକ୍ଷ ସବୁ ପ୍ରକାର ଉଦ୍ୟମ କରିଥିଲେ । ଏପରିକି ନାବାଳିକାଙ୍କ ମା’ଙ୍କୁ ମଧ୍ୟ ନ୍ୟାୟ ଦେବା ବଦଳରେ ଚାକିରିରୁ ବାହାର କରିଦିଆଯାଇଥିଲା । ଏବେ ହାଇକୋର୍ଟଙ୍କ ଦଖଲ ପରେ ଏହି ସବୁ ଗିରଫଦାରୀ ହୋଇଛି । ଗିରଫଦାରୀ ପରେ ନାବାଳିକା ଓ ତାଙ୍କ ମା’ଙ୍କୁ ନ୍ୟାୟ ମିଳିବା ଆଶା ଜାଗିଛି ।

            ସୂଚନା ଯୋଗ୍ୟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଓଡ଼ିଶା ଶିଶୁ ଅଧିକାର ଆୟୋଗ ଏବଂ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ତେବେ ଓଟିଭି ଏମ୍‌ଡି କେବଳ ଥରେ ମାତ୍ର ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ଅଧ୍ୟକ୍ଷାଙ୍କ ନିକଟରେ ହାଜର ନହୋଇ କାମ ଥିବା ଆଳ ଦେଖାଇ ସେଠାରୁ ଚାଲିଯାଇଥିଲେ । ଏନେଇ ପରବର୍ତ୍ତୀ ସମୟରେ ମଧ୍ୟ ବାରମ୍ୱାର ତାଙ୍କୁ କମିଶନଙ୍କ ନିକଟରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନୋଟିସ ହୋଇଥିଲେ ସୁଦ୍ଧା ସେ ହାଜର ହେଉନଥିଲେ । ଓକିଲ ଏବଂ ପିଆରଓଙ୍କ ଜରିଆରେ ନିଜ ପକ୍ଷ ରଖୁଛନ୍ତି ।

ଅପରପକ୍ଷରେ ମାମଲାରେ ପୋଲିସର ଶିଥିଳ ତଦନ୍ତ ନେଇ ମଧ୍ୟ ଭତ୍ସନା କରିଥିଲେ କୋର୍ଟ  । ପୋଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବା ସହ  ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଥିଲେ  ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ; ଜଣେ ଗିରଫ

0

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପାକିସ୍ତାନ ସୀମା ଡେଇଁ ଶୋପିଆନ୍ ଅଭିମୁଖେ ଯାଉଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀର ଆଇଜିପି ମୁକେଶ ସିଂ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଶୋପିଆନ୍ ଏବଂ ପୁଞ୍ଚ ଜିଲ୍ଲାକୁ ସଂଯୋଗ କରୁଥିବା ମୋଗଲ ରୋଡ୍‌ରେ ଥିବା ଚାଟା-ପାନି ଅଞ୍ଚଳରେ ଏହି ତିନି ଜଣ ଆତଙ୍କବାଦୀ ଫସି ରହିଥିଲେ। ଗୋଟିଏ ଦିନ ପୂର୍ବରୁ ପୋଲିସ ସେଠାରେ ପହଞ୍ଚିଥିଲେ ବି ତୁଷାରପାତ ଯୋଗୁଁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇପାରି ନଥିଲା ।

ତେବେ ରବିବାର ବିଳମ୍ବିତ ରାତିରେ ସର୍ଚ୍ଚ ଅପରେଶନ ବେଳେ ପୋଲିସ ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲା । ହେଲେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ଜବାବରେ ସୁରକ୍ଷାକର୍ମୀ ମାନେ ପାଲଟା ଗୁଳି ଚାଳନା କରିଥିଲା ।

ଏଥିରେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜଣେ ଆତଙ୍କବାଦୀକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

ତେବେ ୩ ଜଣଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ ସାମଲ ଓ ବିଜୟ ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ  । ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଅନିରୁଦ୍ଧଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ  । ମାମଲାରେ ୧୬ ତାରିଖ ସୁଦ୍ଧା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ଏପରିକି ମାମଲାରେ ପୋଲିସର ଶିଥିଳ ତଦନ୍ତ ନେଇ ମଧ୍ୟ ଭତ୍ସନା କରିଥିଲେ କୋର୍ଟ  । ପୋଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବା ସହ  ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଥିଲେ  ।  ତେବେ ଅବଧି ସରିବା ପୂର୍ବରୁ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ  । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା  । ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କ୍ରାଇମବ୍ରାଞ୍ଚ ଏହି ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଥିଲା। ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି। ସେମାନଙ୍କ ପଲିଗ୍ରାଫ୍ପରୀକ୍ଷା ମଧ୍ୟ ହୋଇଛି । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମାଆ ପୂର୍ବତନ ଓଟିଭି କର୍ମଚାରୀ । ଗଣଦୁଷ୍କର୍ମ ଘଟଣାରେ ୪ଜଣ ଓଟିଭି କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମାଆ ।

ଆମେରିକାରେ ଆଜିଠୁ ଟିକାକରଣ; ପ୍ରଥମ ଦିନରେ ୧୪୫ ସ୍ଥାନରେ ଟିକା ବିତରଣ

ଓ୍ୱାଶିଂଟନ୍: ଆମେରିକାରେ ଆଜିଠାରୁ ଟିକାକରଣ ଆରମ୍ଭ ହେଉଛି । ଆମେରିକୀୟ କମ୍ପାନୀ ଫାଇଜର ଓ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି।

ସୂଚନା ମୁତାବକ ଆଜି ପ୍ରଥମ ଦିନରେ ଦେଶର ୧୪୫ ସ୍ଥାନରେ ଟିକା ବିତରଣ ହେବାକୁ ଥିବାବେଳେ ମଙ୍ଗଳବାର ୪୨୫ ସ୍ଥାନରେ ଦିଆଯିବ । ସେହିପରି ବୁଧବାର ଦିନ ୬୬ଟି ସ୍ଥାନରେ ଟିକା ପ୍ରଦାନ କରାଯିବ । ଟିକାର ସମସ୍ତ କ୍ଲିନିକାଲ ଟ୍ରାଏଲ ପରେ ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବ୍ୟବହାର ଅନୁମତି ଦିଆଯାଇଥିଲା ।

ପୂର୍ବ ଘୋଷଣା ଅନୁସାରେ ଆବଶ୍ୟକତା ଅନୁଯାୟୀ ଟିକା ବିତରଣ ନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି ଆମେରିକା ସରକାର । ପୂର୍ବରୁ ବ୍ରିଟେନରେ ମଧ୍ୟ ଫାଇଜର ଟିକାର ବ୍ୟବହାର ହୋଇସାରିଛି ।

ତେବେ ଏହି ଟିକା କରୋନା ରୋଗୀଙ୍କ କ୍ଷେତ୍ରରେ ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଥବା ନେଇ ଦାବି କରାଯାଇଥିଲା । ଏଥିସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଫାଇଜର ଟିକା ଫଳପ୍ରଦ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଜାନୁଆରୀରୁ ଭାରତରେ ଆରମ୍ଭ ହୋଇପାରେ କରୋନା ଟିକାକରଣ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ପ୍ରକାଶ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର୍ଶ ପୁନାୱାଲା ।

ତାଙ୍କ କହିବାନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ତାଙ୍କ କମ୍ପାନୀ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରିବ। ଆଉ ଅକ୍ଟୋବର ସୁଦ୍ଧା ସମସ୍ତ ଦେଶବାସୀ ଏହି ଟିକା ପାଇପାରିବେ।

ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ୨୦୨୧ ଅକ୍ଟୋବର ସୁଦ୍ଧା ଭାରତରେ ସମସ୍ତେ ଟିକାକରଣ ପାଇବେ ବୋଲି ଆମେ ଆଶା କରୁଛୁ । ଯାହା ପରେ ସାଧାରଣ ଜୀବନ ପୁନଶ୍ଚ ଆରମ୍ଭ ହୋଇପାରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଦିନ ଭାରତର ଜନସଂଖ୍ୟାର ୨୦ ପ୍ରତିଶତ ଲୋକଙ୍କୁ କରୋନାଭାଇରସ୍  ଟିକା ପ୍ରଦାନ କରାଯିବ ସେତେବେଳେ ଆତ୍ମବିଶ୍ୱାସ ପୁନର୍ଜୀବିତ ହେବ । ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ସର୍ବସାଧାରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ହେବ ।

ତେବେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରି କରୋନା ଟିକା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଅବସରରେ ପୁନାୱାଲା କହିଥିଲେ ଯେ ଆଷ୍ଟ୍ରା ଜେନେଙ୍କା ଟିକାକୁ ସର୍ବପ୍ରଥମେ ଭାରତରେ ଦେବା ଲାଗି ତାଙ୍କ କମ୍ପାନୀର ଫୋକସ୍ ରହିଛି । ଯାହା ପରେ ଅନ୍ୟଦେଶକୁ ଯୋଗାଣ କରାଯିବ ।