spot_img
Home Blog Page 6252

Wistron କର୍ମଚାରୀଙ୍କ ବିକ୍ଷୋଭ: ଆଇଫୋନ୍ ଲୁଟ ସହ ୪୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

0

ବେଙ୍ଗାଲୁରୁ: ଭାରତରେ ଆଇଫୋନ୍ ଉତ୍ପାଦନ କରୁଥିବା କର୍ଣ୍ଣାଟକସ୍ଥିତ ତାଇୱାନ ବେସ୍ଡ ପ୍ଲାଣ୍ଟ Wistronରୁ କୋଟି କୋଟି ଟଙ୍କାର ଆଇଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି।  କିଛିଦିନ ହେବ ଏହି ପ୍ଲାଣ୍ଟର କର୍ମଚାରୀ ମାନେ ଉପଯୁକ୍ତ ଦରମା ନମିଳିବାରୁ ବିକ୍ଷୋଭ ପ୍ରଦର୍ଶ କରିଥିଲେ। ତେବେ ଏହି ଘଟଣାରେ ସେମାନେ ଭଙ୍ଗାରୁଜା କରି ସମ୍ପତ୍ତି ନଷ୍ଟ କରିବା ସହ ଆଇଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ତେବେ ପାଖାପାଖି ୪୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କମ୍ପାନୀ କହିଛି।

କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ଶିବରାମ ହେବର ପ୍ଲାଣ୍ଟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୧୨ରେ, ୨ ହଜାରରୁ ଅଧିକ କର୍ମଚାରୀ ପ୍ଲାଣ୍ଟର ଯନ୍ତ୍ରପାତି, ଆସବାବପତ୍ର ନଷ୍ଟ କରି ଏକ କାରଖାନାରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହଁ ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ କାର୍ଯ୍ୟାଳୟରେ ବି ଆକ୍ରମଣ କରିଥିଲେ। କୁହାଯାଉଛି ଯେ ଚାକିରିରେ ଯୋଗଦେବା ସମୟରେ ସେମାନଙ୍କୁ କୁହାଯାଇଥିବା ଦରମା ଦିଆଯାଉ ନ ଥିବାରୁ କର୍ମଚାରୀମାନେ ଏଭଳି ପ୍ରତିବାଦ କରିଛନ୍ତି।

ଜଣେ କର୍ମଚାରୀ କହିଛନ୍ତି ଯେ  ପ୍ଲାଣ୍ଟ ଇଞ୍ଜିନିୟରିଂ ସ୍ନାତକଙ୍କୁ ୨୧ ହଜାର ଟଙ୍କା ଦରମାର ପ୍ରତିଶ୍ରୁତି ଦେଇ ୧୬ ହଜାର ଟଙ୍କା ଦେଇଛନ୍ତି ଓ ଗତ ମାସରେ ଏହାକୁ କମାଇ ୧୨ ହଜାର ଟଙ୍କା କରିଦେଇଛନ୍ତି। ସେହିପରି ଇଞ୍ଜିନିୟରିଂ ସ୍ନାତକମାନଙ୍କର ମାସିକ ଦରମା ୮ ହଜାର ଟଙ୍କାକୁ କମାଇଦେଇଛନ୍ତି। ଯାହାଫଳରେ ନିରାଶ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଛନ୍ତି।

ଶ୍ରମ ମନ୍ତ୍ରୀ ହେବରଙ୍କ ଅନୁଯାୟୀ, Wistron ତା’ର କଣ୍ଟ୍ରାକ୍ଟରମାନଙ୍କୁ ଦେୟ ପୈଠ କରିଦେଇଥିଲେ କିନ୍ତୁ କର୍ମଚାରୀଙ୍କ ଦରମାରେ ବିଳମ୍ବ କରିଥିଲେ। ଅବଶ୍ୟ, ଗରମା ବିଳମ୍ବ ହେବାର ପ୍ରକୃତ କାରଣ ବିଷୟରେ ସେ ଅବଗତ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରମ ବିଭାଗ Wistronକୁ ତିନି ଦିନ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଦରମା କରିବାକୁ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, Wistron ପ୍ଲାଣ୍ଟ ଆଇଫୋନ୍ SE, ସୁଲଭ ମୂଲ୍ୟର ଆଇଫୋନ୍, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IOT) ଉତ୍ପାଦ ଏବଂ ବାୟୋଟେକ୍ ଉପକରଣ ତିଆରି କରେ। ଏହି ପ୍ଲାଣ୍ଟ ପ୍ରା ୨ ହଜାର ୯୦୦କୋଟି ଟଙ୍କା ବିନିଯୋଗ କରିବା ସହ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି।

 

ମନ୍ଦିର ପରେ ଏବେ ମସ୍‌ଜିଦ୍‌ ଖୋଲିବାକୁ ଦାବି

ଭୁବନେଶ୍ୱର:  ମନ୍ଦିର ପରେ ଏବେ ମସ୍‌ଜିଦ୍‌ ଖୋଲିବା ଦାବି । ଓଡିଶାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ବହୁ ଦିନର ପ୍ରତୀକ୍ଷା ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ମନ୍ଦିର ଖୋଲିବା ପାଇଁ ଏସ୍‌ଓପି ଜାରି ହେବା ପରେ ଏବେ ମସ୍‌ଜିଦ୍‌ ଖୋଲିବାକୁ ଦାବି କରାଯାଇଛି । ସରକାର ମନ୍ଦିର ଖୋଲିବା ପାଇଁ ଯେଭଳି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଠିକ୍ ସେହିଭଳି ମସ୍‌ଜିଦ୍‌ ଖୋଲିବାକୁ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି କରନ୍ତୁ ବୋଲି ଭୁବନେଶ୍ୱର ୟୁନିଟ୍‌ ୪ ଜାମା ମସ୍‌ଜିଦ୍‌ର ସଭାପତି ସେକ୍‌ ସକିଲ ରେହମାନ ଦାବି କରିଛନ୍ତି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମସ୍‌ଜିଦ୍‌ ଖୋଲାଯାଉ । ଫଳରେ ମୁସ୍‌ଲମାନ ଭାଇମାନେ ମସ୍‌ଜିଦ୍‌ ଆସି ଆହ୍ଲାଙ୍କୁ ପ୍ରାର୍ଥନା କରିପାରିବେ ।

Masjid

ସୂଚନାଯୋଗ୍ୟ, ବିଭିନ୍ନ ଜିଲ୍ଲାରେ ଧର୍ମପୀଠ ଗୁଡିକ ଖୋଲିବା ନେଇ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଆଗରୁ ଦିଆଯାଇଛି । ସେମାନେ ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ନିର୍ଧାରିତ କରିବେ । ଏହା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ । ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ମାନିବାକୁ ମଧ୍ୟ କୁହାଯାଇଛି ।

ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଓଡିଶା ପୋଲିସ ଡିଜି ଅଭୟ ସୋମବାର ଦିନ ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ସୁରକ୍ଷା ବ୍ୟବସ୍ଥା ଓ ମାଓ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି ।

ଏସମ୍ପର୍କରେ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଓଡିଶା ପୋଲିସ । ଏହି ଗସ୍ତ ସମୟରେ ଅଭୟଙ୍କ ସହ ଆଇଜି ଅପରେସନ୍ ଅମିତାଭ ଠାକୁର, ଏସଓଜିର ଏସଆଇଡବ୍ଲୁ ଅନିରୁଦ୍ଧ ସିଂ ମଧ୍ୟ ଉପସ୍ଥିତ ରହିଥିଲେ।

ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପୋଲିସ ଗୁଳିରେ ୨ ମାଓବାଦୀ ନିହତ ହୋଇଥିଲେ । ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣଙ୍କ ପରିଚୟ ଜଣାପଡ଼ିନଥିଲା ।

ଏହି ଘଟଣା ସିଙ୍ଗାରାମଠାରେ ଘଟିଥିଲା। ୧୦ରୁ ଅଧିକ ମାଓବାଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଯବାନ ମାନେ ସେଠାରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା । ଯବାନଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ସୂଚନା ଅନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏସ୍‌ଓଜି ଯବାନ ଓ ଡିଭିଏଫ୍‌ ଯବାନ ଏହି ଅପରେସନ୍‌ରେ ସାମିଲଥିଲେ ।

ପିଡିପି ନେତା ପରବେଜ୍ ଅହମଦଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ଼: ପିଏସଓ ସହିଦ

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ପିଡିପି ନେତା ପରବେଜ୍ ଅହମଦଙ୍କୁ ଗୁଳିମାଡ଼। ସୂଚନା ମୁତାବକ ଶ୍ରୀନଗରର ନାଟିପୋରା ଅଞ୍ଚଳରେ ଆତଙ୍କବାଦୀ ପରବେଜଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଘଟଣାରେ ତାଙ୍କ ପିଏସଓଙ୍କ ଦେହରେ ଗୁଳିବାଜିବାରୁ ସେ ସହିଦ ହୋଇଛନ୍ତି।

ସୂଚନା ଅନୁଯାୟୀ, ପିଏସଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି ରଖିଛି। ତେବେ ଏହି ଆତଙ୍କବାଦୀ ଆକ୍ରମଣ ପରେ  ପିଡିପି ନେତା  ପରବେଜ୍  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ  ରାଜ୍ୟ ସରକାର ତାଙ୍କ ଜୀବନକୁ ବିପଦରେ ପକାଇଛନ୍ତି। ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହୁଗୁଳା କରାଯିବାରୁ ସେ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିଥିବା କହିଛନ୍ତି ପରବେଜ୍।

ନାବାଳିକା ଗଣଦୁର୍ଷ୍କମ ମାମଲା: ଶିଶୁ ଅଧିକାର ସୁରକ୍ଷା ଆୟୋଗରେ VC ଜରିଆରେ ହାଜର ହେଲେ ଓଟିଭି ଏମ୍‌ଡି

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁର୍ଷ୍କମ ମାମଲାରେ ତଦନ୍ତ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି ଓଟିଭି ଏମ୍‌ଡି ଜଗି ପଣ୍ଡା । ତେବେ ବ୍ୟକ୍ତିଗତ ଭାବେ ଆଜି ମଧ୍ୟ ହାଜର ହୋଇ ନାହାନ୍ତି  ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଆଜି ସେ ଭିଡିଓ କନଫରେନ୍ସିଂ ଜରିଆରେ ଭର୍ଚୁଆଲି ହାଜର ହୋଇଛନ୍ତି ।

ଆୟୋଗଙ୍କ ଆଗରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ନିଜ ବୟାନ ରେକର୍ଡ କରିଛନ୍ତି । ପୀଡିତାଙ୍କୁ ଭେଟିବା ପାଇଁ ସେ ତାଙ୍କ ଘରକୁ ଯାଇ ନଥିବା ନିଜ ବୟାନରେ ସେ କହିଛନ୍ତି ।

ପୂର୍ବରୁ ତାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା  ବେଳେ ଆଜି ଓଟିଭି ଏମ୍‌ଡି ଭର୍ଚୁଆଲରେ ହାଜର ହୋଇଛନ୍ତି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଓ ଅଭିଯୋକାରିଣୀଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି ଆୟୋଗ ।

ଉଲ୍ଲେଖଯୋଗ୍ୟ, ଆଜି ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି। ମାମଲାରେ ତଦନ୍ତର ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ । ଏହି ଅବଧି ପୂରା ହେବାର ଦୁଇ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଆକ୍ସନ ମୋଡକୁ ଆସି ଗିରଫଦାରୀ କରିଛି ।

ଗତ ୩ଦିନ ଧରି ନିଖୋଜ ଥିଲେ ନାବାଳିକା, ଆଜି ମିଳିଲା ମୃତଦେହ

ଭୁବନେଶ୍ୱର: ଗତ ୩ ଦିନ ଧରି ବାଲେଶ୍ୱର ଜିଲ୍ଲାର ଜଣେ ନାବାଳିକା ନିଖୋଜ ଥିବାବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଅଟକ ରଖିଛି ପୋଲିସ ।

ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦର କୋଇଲି ଗ୍ରାମରେ ଜଣେ ସାତ ବର୍ଷର ନାବାଳିକା ନିଖୋଜ ଥିଲେ। ଏବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦର କୋଇଲି ଗ୍ରାମର ବଳରାମ ପାତ୍ରଙ୍କ ସାତ ବର୍ଷର ନାବାଳିକା ଝିଅ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା । ନାବାଳିକା ତାର ମାମୁଁ ଘରେ ରହି ପାଠ ପଢୁଥିବାବେଳେ ସେଠାରୁ ସେ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ଲୋକେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ ପୋଲିସ ବିଷ୍ଣୁପ୍ରିୟା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚାରାଉଚାରା କରୁଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

କୃଷକଙ୍କ ପାଇଁ ଉପବାସ ରହିବା ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଜାବଡେକର

0

ଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ତେଜୁଛି ରାଜନୀତି। ପ୍ରଥମେ ଭାରତ ବନ୍ଦ ଏବଂ ବର୍ତ୍ତମାନ ଭୋକ ଉପାସରେ ସରକାରଙ୍କୁ କଡ଼ା ବାର୍ତ୍ତା ଦେଉଛନ୍ତି ଚାଷୀ। ଅନ୍ୟପଟେ ଏ ନେଇ ରାଜନୈତିକ ଯୁଦ୍ଧ ମଧ୍ୟ ଜାରି ରହିଛି। କୃଷକଙ୍କ ସମର୍ଥନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। କେଜରିୱାଲ କୃଷକଙ୍କ ପାଇଁ ଉପବାସ ରହିବେ ବୋଲି ଘୋଷଣା କରିଛନ୍ତି। ଏ ନେଇ ଆପ୍ ଓ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୋମବାର ଟ୍ୱିଟ୍ କରି ଦିଲ୍ଲୀ ସିଏମଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ‘ଅରବିନ୍ଦ କେଜ୍ରିୱାଲ, ଏହା ତୁମର ପ୍ରବଞ୍ଚନା। ଆପଣ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଆପଣ ଜିତନ୍ତି ତେବେ ଏପିଏମସି ଆକ୍ଟରେ ସଂଶୋଧନ କରାଯିବ। ନଭେମ୍ବର ୨୦୨୦ରେ ଆପଣ ଦିଲ୍ଲୀର କୃଷି ନିୟମକୁ ମଧ୍ୟ ସୂଚିତ କରିଛନ୍ତି। ଆଉ ଆଜି ଆପଣ ଉପବାସ କରିବାର ନାଟକ କରୁଛନ୍ତି, ଏହା ଆପଣଙ୍କ ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ।’

ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ କୃଷକଙ୍କ ପ୍ରସଙ୍ଗରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ବିଗତ ଦିନରେ କେଜ୍ରିୱାଲ ସିନ୍ଧୁ ସୀମାରେ ଚାଷୀଙ୍କୁ ଭେଟିବା ସହ ଭାରତ ବନ୍ଦକୁ ବି ଆପ୍ ସମର୍ଥନ ଦେଇଥିଲା। ଅନ୍ୟପଟେ ବିଜେପି ଓ କେନ୍ଦ୍ର ସରକାର ଅଭିଯୋଗ କରୁଛନ୍ତି ଯେ ବିରୋଧୀ ଚାଷୀଙ୍କୁ ବାଟବଣା କରୁଛନ୍ତି ଓ ଏହି ଆନ୍ଦୋଳନକୁ ରାଜନୀତି କରୁଛନ୍ତି।

ଦିନକରେ ଓଡିଶାରୁ ୩୩୨ କରୋନା ପଜିଟିଭ, ୪ ମୃତ

ଭୁବନେଶ୍ୱର: ଓଡିଶାରେ କ୍ରମାଗତ ଭାବରେ ଖସିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ୩୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୮୯, ଲୋକାଲ କେସ୍ ୧୪୩ । ସୁନ୍ଦରଗଡ଼ରୁ ସର୍ବାଧିକ ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ  ଅନୁଗୁଳରୁ ୩୫ ବାହାରିଛନ୍ତି ।

ଏଥିସହିତ କରୋନାରେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୮୧୧କୁ ବୃଦ୍ଧି ହୋଇଛି । ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୦୮୯ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୯ ହଜାର ୦୬୯ । ଆକ୍ଟିଭ କେସ୍ ରହିଛି ୩ ହଜାର ୧୫୬।

ଆଇଇଡି ବିସ୍ଫୋରଣରେ ଆହତ ଡେପୁଟି କମାଣ୍ଡାଣ୍ଟ ହେଲେ ସହିଦ

ରାଇପୁର:  ଆଇଇଡି ବିସ୍ଫୋରଣରେ ଆହତ ହୋଇଥିବା ଡେପୁଟି କମାଣ୍ଡଣ୍ଟ ବିକାଶ ସିଂହଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି ।

ସୂଚନା ଅନୁଯାୟୀ ଛତିଶଗଡର ଗତକାଲି ସୁକମା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ୨୦୮ କୋବ୍ରା ବାଟାଲିୟନର କମାଣ୍ଡ କମାଣ୍ଡଣ୍ଟ ବିକାଶ ସିଂ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଇପୁର ଡାକ୍ତରଖାନାକୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିବା ସୂଚନା ମିଳିଛି ।

ସୁକମାରେ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ଯବାନମାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜି ଥିଲେ। କିଷ୍ଟାରାମ୍ ଏବଂ ପୋଳଡ଼ି ଅଞ୍ଚଳରେ ଅପରେସନ ବେଳେ ଏହି ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଆହତ ହୋଇଥିଲେ ବିକାଶ ସିଂ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପପୁଅଙ୍କ ଆତ୍ମହୂତି ଉଦ୍ୟମ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ। କିରୋସିନ୍‌ ଢ଼ାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲା ପୋଲିସ। ଖଣି ପାଇଁ ଜମି ଯାଇଥିବା ବେଳେ ଚାକିରି ମିଳୁ ନଥିବା ଅଭିଯୋଗ କରି ବାପପୁଅ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।

ତାଳଚେର ସୋଲଡା ଗାଁର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା ଆଜି ସକାଳ ପ୍ରାୟ ୧୧ଟା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୋଲିସ ପାଖରେ ପୂର୍ବ ସୂଚନା ଥିବାରୁ ଆଲର୍ଟ ରହିବା ସହ ବାପପୁଅଙ୍କୁ କାବୁ କରିବାରେ ସଫଳ ହୋଇଛି। ବାପ ପୁଅ ଅଭିଯୋଗ କରିଛନ୍ତି ଯେ ତାଳଚେର ଏମସିଏଲରେ ଖଣି ପାଇଁ ତାଙ୍କ ଜମି ଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରର କାହାକୁ ଚାକିରି ଖଣ୍ଡେ ମିଳି ନାହିଁ। ଏ ନେଇ ସେମାନେ ବାରମ୍ବାର ଦାବି କରିବା ସହ ଏମସିଏଲ କତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ବି କୌଣସି ଫଳ ମିଳିନାହିଁ। ଫଳରେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଆତ୍ମାହୁତି ଉଦ୍ୟମ କରିଛନ୍ତି।

ବାପପୁଅଙ୍କୁ ପୋଲିସ କାବୁ କରିବା ପରେ ଜିଲ୍ଲାପାଳ ତାଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ଅଭିଯୋଗ ଶୁଣିବାପରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ଆତ୍ମାହୁତି ଉଦ୍ୟମ କରିଥିବାରୁ ଉଭୟଙ୍କୁ ଅନୁଗୁଳ ଥାନାରେ ଅଟକ ରଖିଛି ପୋଲିସ୍।