spot_img
Home Blog Page 6254

ଆମେରିକାରେ ଆଜିଠୁ ଟିକାକରଣ; ପ୍ରଥମ ଦିନରେ ୧୪୫ ସ୍ଥାନରେ ଟିକା ବିତରଣ

ଓ୍ୱାଶିଂଟନ୍: ଆମେରିକାରେ ଆଜିଠାରୁ ଟିକାକରଣ ଆରମ୍ଭ ହେଉଛି । ଆମେରିକୀୟ କମ୍ପାନୀ ଫାଇଜର ଓ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି।

ସୂଚନା ମୁତାବକ ଆଜି ପ୍ରଥମ ଦିନରେ ଦେଶର ୧୪୫ ସ୍ଥାନରେ ଟିକା ବିତରଣ ହେବାକୁ ଥିବାବେଳେ ମଙ୍ଗଳବାର ୪୨୫ ସ୍ଥାନରେ ଦିଆଯିବ । ସେହିପରି ବୁଧବାର ଦିନ ୬୬ଟି ସ୍ଥାନରେ ଟିକା ପ୍ରଦାନ କରାଯିବ । ଟିକାର ସମସ୍ତ କ୍ଲିନିକାଲ ଟ୍ରାଏଲ ପରେ ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବ୍ୟବହାର ଅନୁମତି ଦିଆଯାଇଥିଲା ।

ପୂର୍ବ ଘୋଷଣା ଅନୁସାରେ ଆବଶ୍ୟକତା ଅନୁଯାୟୀ ଟିକା ବିତରଣ ନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି ଆମେରିକା ସରକାର । ପୂର୍ବରୁ ବ୍ରିଟେନରେ ମଧ୍ୟ ଫାଇଜର ଟିକାର ବ୍ୟବହାର ହୋଇସାରିଛି ।

ତେବେ ଏହି ଟିକା କରୋନା ରୋଗୀଙ୍କ କ୍ଷେତ୍ରରେ ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଥବା ନେଇ ଦାବି କରାଯାଇଥିଲା । ଏଥିସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଫାଇଜର ଟିକା ଫଳପ୍ରଦ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଜାନୁଆରୀରୁ ଭାରତରେ ଆରମ୍ଭ ହୋଇପାରେ କରୋନା ଟିକାକରଣ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ପ୍ରକାଶ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର୍ଶ ପୁନାୱାଲା ।

ତାଙ୍କ କହିବାନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ତାଙ୍କ କମ୍ପାନୀ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରିବ। ଆଉ ଅକ୍ଟୋବର ସୁଦ୍ଧା ସମସ୍ତ ଦେଶବାସୀ ଏହି ଟିକା ପାଇପାରିବେ।

ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ୨୦୨୧ ଅକ୍ଟୋବର ସୁଦ୍ଧା ଭାରତରେ ସମସ୍ତେ ଟିକାକରଣ ପାଇବେ ବୋଲି ଆମେ ଆଶା କରୁଛୁ । ଯାହା ପରେ ସାଧାରଣ ଜୀବନ ପୁନଶ୍ଚ ଆରମ୍ଭ ହୋଇପାରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଦିନ ଭାରତର ଜନସଂଖ୍ୟାର ୨୦ ପ୍ରତିଶତ ଲୋକଙ୍କୁ କରୋନାଭାଇରସ୍  ଟିକା ପ୍ରଦାନ କରାଯିବ ସେତେବେଳେ ଆତ୍ମବିଶ୍ୱାସ ପୁନର୍ଜୀବିତ ହେବ । ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ସର୍ବସାଧାରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ହେବ ।

ତେବେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରି କରୋନା ଟିକା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଅବସରରେ ପୁନାୱାଲା କହିଥିଲେ ଯେ ଆଷ୍ଟ୍ରା ଜେନେଙ୍କା ଟିକାକୁ ସର୍ବପ୍ରଥମେ ଭାରତରେ ଦେବା ଲାଗି ତାଙ୍କ କମ୍ପାନୀର ଫୋକସ୍ ରହିଛି । ଯାହା ପରେ ଅନ୍ୟଦେଶକୁ ଯୋଗାଣ କରାଯିବ ।

କେଜ୍ରିୱାଲଙ୍କ ଘର ବାହାରେ ଭଙ୍ଗାରୁଜା: ବିଜେପି ନେତାଙ୍କ ନାଁରେ ଅଭିଯୋଗ

0

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଭଙ୍ଗାରୁଜା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଭଙ୍ଗାରୁଜା ବିଜେପି ନେତା କରିଥିବା ଅଭିଯୋଗ କରିଛି। କାର୍ଯ୍ୟାଳୟ ମୁତାବକ ଧାରଣାରେ ବସିଥିବା ବିଜେପି ନେତାମାନେ କେଜରିୱାଲଙ୍କ ଘର ବାହାରେ ଲାଗିଥିବା ସିସିଟିଭିକୁ ଭାଙ୍ଗିଦେଇଛନ୍ତି।

ଅନ୍ୟପଟେ ଉତ୍ତର ଦିଲ୍ଲୀ ନଗର ନିୟମର ମେୟର ଜୟପ୍ରକାଶ ଅଭିଯୋଗ କରିଛନ୍ତି ଯେ ବିଗତ ୭ ଦିନ ହେଲାଣି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଧାରଣାରେ ବସିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭେଟିବା ତ ଦୂର ସେ ଏ ନେଇ କୌଣସି ଆଲୋଚନା ବି କରିବାକୁ ଚାହୁଁ ନାହାଁନ୍ତି। ସେ କହିଛନ୍ତି ଯେ ରବିବାର ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଧାରଣାରେ ବସିଥିବା ମହିଳା କାଉନସିଲର ଶୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କର୍ମୀମାନେ ମହିଳାଙ୍କ ଗୋପନୀୟତାକୁ ନଜର ଅନ୍ଦାଜ କରି ସେଠାରେ କ୍ୟାମେରା ଲଗାଇବା ଆରମ୍ଭ କରିଦେଇଥିଲେ। ଯାହାକୁ ମହିଳା ଜଣକ ବିରୋଧ କରିଥିଲେ।

ସିସିଟିଭି ଭଙ୍ଗାରୁଜା ଅଭିଯୋଗକୁ ଖଣ୍ଡନ କରିମେୟର ଜୟପ୍ରକାଶ କହିଛନ୍ତି, ‘ଆମେ କୌଣସି ସିସିଟିଭି କ୍ୟାମେରା ଭାଙ୍ଗିନାହୁଁ, କେବଳ ମହିଳା କାଉନସିଲରଙ୍କ ମୁଣ୍ଡ ଉପରେ ଲାଗିଥିବା କ୍ୟାମେରାକୁ ଲଗାଇଦେଇ ନାହୁଁ।’ ଜଣାଇଦେବାକୁ ଚାହୁଁ ଯେ ଏହା ପୂର୍ବରୁ ବିଜେପି ନେତାମାନେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରିବାର ଅଭିଯୋଗ ହୋଇଥିଲା। ଆପ ତରଫରୁ ଏହାର ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀରେ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ତିନି ଏମସିଡି ମେୟର ଓ କିଛି କାଉନସିଲର୍ ଧାରଣାରେ ବସିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ଦିଲ୍ଲୀ ସରକାର ଉତ୍ତର, ଦକ୍ଷିଣ ଏବଂ ପୂର୍ବ ମ୍ୟୁନିସିପାଲିଟି କର୍ପୋରେସନକୁ ଅବଶିଷ୍ଟ ୧୩ ହଜାର କୋଟି ଟଙ୍କା ଦେଉନାହାଁନ୍ତି। ଅନ୍ୟପଟେ ଆପ ଅଭିଯୋଗ କରିଛି ଯେ ବିଜେପି ଶାସିତ ପୌର ସଂସ୍ଥା ୨୫ ହଜାରକୋଟି ଟଙ୍କାର ଘୋଟାଲା କରିଛି। AAP ପ୍ରଶ୍ନ ଉଠାଇଛି ଯେ ବିଜେପିକୁ ବିରୋଧ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ତାଙ୍କ ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘର ବାହାରେ ବିରୋଧ କରିବାକୁ ଅନୁମତି ପାଇନାହିଁ। ବରଂ ଗତକାଲି ଆପର ବିଧାୟକ ରାଘବ ଚଡ୍ଡାଙ୍କ ସମେତ ୯ ଜଣଙ୍କୁ ବିରୋଧ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ ପୁଲିସ୍ ଉଠାଇନେଇଥିଲା।

 

 

 ଆଜି ରାଜ୍ୟ କ୍ୟାବିନେଟର ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

0

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସାେମବାର ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ନବୀନ ନିବାସରୁ ଭିଡ଼ିଓ କନଫରେସିଂ ଜାରିଆରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାକୁ ଥିବା ବେଳେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଭିସିରେ ଯୋଗ ଦେବେ ମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିପାରେ । ତେବେ ରାଜ୍ୟ ସରକାର ଏହି କ୍ୟାବିନେଟ୍ ବୈଠକରେ କିଛି ବଡ ଘୋଷଣା କରିବାର ସମ୍ଭାବନା ରହିଛି ।

ଆଜି ୨୦୨୦ର ଶେଷ ସୂର୍ଯ୍ୟ ପରାଗ

0

ଭୁବନେଶ୍ୱର: ଆଜି ହେଉଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ। ଭାରତୀୟ ସମୟ ଅନୁଯାୟୀ ଏହି ପରାଗ ସନ୍ଧ୍ୟା ୭ ଘଟିକା ୪ ମିନିଟରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୧୨ ଘଟିକା ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସୂଚନା ମୁତାବକ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହା ଦକ୍ଷିଣ ଆଫ୍ରିକା, ଅଧିକାଂଶ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ଓ ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାରେ ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହେବ।

ସୂଚନାଯୋଗ୍ୟ, ୨୦୨୦ରେ ଦୁଇଟି ସୂର୍ଯ୍ୟ ଗ୍ରହଣ ରହିଛି। ସେହିଭଳି, ଆସନ୍ତା ବର୍ଷ ମଧ୍ୟ ଦୁଇଟି ସୂର୍ଯ୍ୟ ଗ୍ରହଣ ହେବ। ତେବେ ପ୍ରଥମ ସୂର୍ଯ୍ୟ ଗ୍ରହଣ ବର୍ଷର ମଧ୍ୟଭାଗରେ ଜୁନ୍ ୧୦ରେ ହେବ ଯାହାକି ଭାରତରେ ଆଂଶିକ ଦୃଶ୍ୟମାନ ହେବ। ସେହିପରି ଦ୍ୱିତୀୟ ସୂର୍ଯ୍ୟପରାଗ ଡିସେମ୍ବର ୪ରେ ହେବ । ଏହି ପରାଗ ଆଣ୍ଟାର୍କଟିକା, ଦକ୍ଷିଣ ଆଫ୍ରିକା, ଆଟଲାଣ୍ଟିକ୍, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆମେରିକା ଉପରେ ପ୍ରଭାବ ପକାଇବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଙ୍ଗଠନର ଆଜିଠୁ ଆମରଣ ଅନଶନ

0

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପରିକି ଆଇନ ପ୍ରତ୍ୟାହାର ନକଲେ ପରିସ୍ଥିତି ଭୟଙ୍କର ହେବ ଏକପ୍ରକାର ଧମକ  ଦେଇଛନ୍ତି । ଏଥିସହ ଆଜିଠୁ ଆମରଣ ଅନଶନ ପାଇଁ ଘୋଷଣା ମଧ୍ୟ କରାଯାଇଛି । ଏହି ଆମରଣ ଅନଶନ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଏଣିକି ଆଇନ ପ୍ରତ୍ୟାହାର ଛଡା ସରକାରଙ୍କର ଆଉ କୌଣସି ବାର୍ତ୍ତା ଶୁଣାଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଚାଷୀ ସଂଗଠନ । ଆନ୍ଦୋଳନ ୧୯ ଦିନରେ ପହଞ୍ଚିଥିବାବେଳେ ଆଜିଠାରୁ ଜିଲ୍ଲାସ୍ତରରେ ପ୍ରତିବାଦ ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ।

ନିଜର ଭବିଷ୍ୟତ ପାଇଁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଚାଷୀ । ସେମାନଙ୍କୁ ବଳ ଯୋଗାଇବା ପାଇଁ ହଜାର ହଜାର ଚାଷୀ ରାଜସ୍ଥାନରୁ ଆସି ଆନ୍ଦୋଳନ ସ୍ଥଳରେ ପହଁଚିଛନ୍ତି ।

ସେହିପରି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । କୃଷି ଆନ୍ଦୋଳନକୁ ସମର୍ଥନ କରି କେଜ୍ରିୱାଲ ଗୋଟେ ଦିନ ଅନଶନ କରିବେ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ବିଲକୁ ବିରାେଧ କରି ପଞ୍ଜାବ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଜେଲ୍) ଲକ୍ଷ୍ମୀନ୍ଦର ସିଂହ ଜଖର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ବନ୍ଦ ହେବ ସରକାରୀ ମଦ୍ରାସା ଓ ସଂସ୍କୃତ ସ୍କୁଲ୍, ପ୍ରସ୍ତାବକୁ ଆସାମ କ୍ୟାବିନେଟର ମଞ୍ଜୁରୀ

ଗୌହାଟି: ଆସାମର ସର୍ବାନନ୍ଦ ସୋନୋୱାଲ ସରକାର ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ଓ ସଂସ୍କୃତ ବିଦ୍ୟାଳୟ ବନ୍ଦ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ରବିବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ବିଧାନସଭା ଶୀତକାଳୀନ ଅଧିବେଶନରେ ଏନେଇ ଗୃହରେ ବିଧେୟକ ଆଗତ କରାଯିବ ।

ଆସାମ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି । ଆସାମ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସରକାରୀ ମୁଖପାତ୍ର ଚନ୍ଦ୍ରମୋହନ କହିଛନ୍ତି- ମଦ୍ରାସା ଓ ସଂସ୍କୃତ ବିଦ୍ୟାଳୟ ସହ ଜଡ଼ିତ ବର୍ତ୍ତମାନର ଆଇନକୁ ଫେରାଇ ନିଆଯିବ । ଏଥିପାଇଁ ରାଜ୍ୟ ବିଧାନସଭାର ଆଗାମୀ ଅଧିବେଶନରେ ଏକ ବିଧାୟକ ଆଗତ ହେବ ।

Assam Cabinet Nods A Proposal To Close down All Government Run Madrassas And Sanskrit Schools

ଏହା ପୂର୍ବରୁ ଆସାମର ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱା ସରମା କହିଥିଲେ- ରାଜ୍ୟ ସରକାର ଦ୍ୱାରା ମଦ୍ରାସା ଓ ସଂସ୍କୃତ ସ୍କୁଲକୁ ଶୀଘ୍ର ପୁର୍ନଗଠନ କରାଯିବ । ତାଙ୍କ କହିବା କଥା ଥିଲା- ଧାର୍ମିକ ଶିକ୍ଷା ପାଇଁ ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ କରାଯିବ ନାହିଁ । ସେ ଆହୁରି କହିଥିଲେ- ଆସାମରେ ୬୧୦ ସରକାରୀ ମଦ୍ରାସା ରହିଛି । ଏହି ସଂସ୍ଥା ପାଇଁ ସରକାର ପ୍ରତବିର୍ଷ ପ୍ରାୟ ୬୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଅନ୍ୟପଟେ ବିଜେପିର ବରିଷ୍ଠ ନେତା ଓ ବିଧାନସଭାର ଉପାଧ୍ୟକ୍ଷ ଅମିନୁଲ ହକ କହିଥିଲେ- ଘରୋଇ ସଂସ୍ଥା ଦ୍ୱାରା ଚାଲୁଥିବା ମଦ୍ରାସା ବନ୍ଦ କରାଯିବ ନାହିଁ । ଏହାର ଅର୍ଥ- ସାମାଜିକ ସଂଗଠନ ଓ ବିଭିନ୍ନ NGO ଦ୍ୱାରା ଚାଲୁଥିବା ଧରୋଇ ମଦ୍ରାସା ଚାଲିବ ।

କୃଷକଙ୍କ ଆନ୍ଦୋଳନକୁ କେଜ୍ରିୱାଲଙ୍କ ସମର୍ଥନ, ଧାରଣାରେ ବସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦେଶକୁ ଡେଉଁଛି କୃଷକ ନିଆଁ । ଚାଷୀଙ୍କ ପାଇଁ ସୋମବାର କଂଗ୍ରେସ ଦଳ ଜିଲ୍ଲା ଓ ବ୍ଲକ ସ୍ତରରେ ଆନ୍ଦୋଳନ କରିବାକୁ କହିଥିବା ବେଳେ ପଛରେ ପଡ଼ିନି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କୃଷକଙ୍କୁ ସମର୍ଥନ କରି ଦିନିକିଆ ଧାରଣା ଦେବେ ବୋଲି କହିଛନ୍ତି । ଏଥିସହ ଦଳର କର୍ମୀଙ୍କୁ ଏଥିରେ ଯୋଗଦେବାକୁ ନିବେଦନ କରିଛନ୍ତି କେଜ୍ରିୱାଲ୍ ।

Kejriwal To Observe Fast In Support Of Protesting Farmers

ଚାଷୀଙ୍କୁ ଦେଶ ବିରୋଧୀ କହିଥିବା କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତାଙ୍କୁ କେଜ୍ରିୱାଲ ଭର୍ତ୍ସନା କରିଛନ୍ତି । କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା କୃଷକଙ୍କୁ ଦେଶ ବିରୋଧୀ କରିଛନ୍ତି । ଏକାଧିକ ପୂର୍ବତନ କର୍ମଚାରୀ, ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି, ସଂଗୀତଜ୍ଞ, ସେଲିବ୍ରିଟି, ଡାକ୍ତର ସମସ୍ତେ ଚାଷୀଙ୍କୁ ସମର୍ଥନ କରୁଛନ୍ତି । ତେବେ, ଏମାନେ ସମସ୍ତେ କଣ ଦେଶ ବିରୋଧୀ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

Kejriwal To Observe Fast In Support Of Protesting Farmers

ନଭେମ୍ବର ୨୬ରୁ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ରର ନୂତନ କୃଷି ଆଇନକୁ ରଦ୍ଦ କରିବା ଲାଗି ଅଡ଼ି ବସିଛନ୍ତି ଚାଷୀ । ଏହାକୁ ନେଇ ସରକାର-ଚାଷୀ ସଂଗଠନ ସହ ୬ ଥର ବୈଠକ କରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏମିତି କି କୃଷି ଆଇନରେ ସଂଶୋଧନ ଲାଗି ଗୃହମନ୍ତ୍ରୀ ଅମିତ ଶାହା ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜିଦରୁ ହଟୁନାହାଁନ୍ତି ଚାଷୀ ।

ଅନୁଭବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସାମ୍ବାଦିକା ଜାଗ୍ରତି ଶୁକ୍ଲା

ଭୁବନେଶ୍ୱର: କୋର୍ଟରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ସମ୍ପର୍କ କାଠଗଡ଼ାରେ ରହିଛି । ଏହାରି ଭିତରେ ଜାତୀୟ ସ୍ତରରେ କାର୍ଯ୍ୟରତ ସାମ୍ବାଦିକା ଜାଗ୍ରତି ଶୁକ୍ଲାଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି । ଏସବୁକୁ ନେଇ ଅନୁଭବ ନିରବ ଥିବାବେଳେ ମୁହଁ ଖୋଲିଛନ୍ତି ଜାଗ୍ରତି । ସେ ଅନୁଭବଙ୍କ ସହ ତାଙ୍କ ସମ୍ପର୍କକୁ ସମ୍ପୂର୍ଣ୍ଣ ବୃତ୍ତିଗତ ବୋଲି ବିବେଚନା କରିଛନ୍ତି । ଅନୁଭବ ଏବେ ବୈବାହିକ ଜୀବନକୁ ନେଇ ଛନ୍ଦି ହୋଇ ପଡ଼ିଥିବା ବେଳେ ଅଯଥା ମୋତେ ଛନ୍ଦା ଯାଉଥିବା କହିଛନ୍ତି ଜାଗ୍ରତି ଶୁକ୍ଲା । ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସେମାନଙ୍କ ବ୍ୟକ୍ତିଗତ ବୋଲି ସେ କହିଛନ୍ତି ।

Jagrati Shukla Reacted On Relationship With Anubhav Mohanty 

ଜାଗ୍ରତି କହିଛନ୍ତି- ମୋ ବିରୋଧରେ ସୋସିଆଲ୍ ମିଡିଆରେ ଅତ୍ୟନ୍ତ ହୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ବର୍ଷାଙ୍କ ପ୍ରଶଂସକମାନେ ଏଭଳି ହୀନ ପ୍ରଚାର କରୁଥିବା ଜାଗ୍ରତି ଶୁକ୍ଲା କହିଛନ୍ତି । ସହିବାର ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଲି । ସୋସିଆଲ୍ ମିଡିଆରେ ଅରୁଚିକର ମନ୍ତବ୍ୟ ଦ୍ୱାରା ସେ ଓ ତାଙ୍କ ପରିବାର ହଇରାଣ ହେଉଛନ୍ତି । ଏହାକୁ ନେଇ ସେ ପୋଲିସ ଓ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ, ତାଙ୍କ ବିରୋଧରେ କିଏ, କାହିଁକି ଏଭଳି ଚକ୍ରାନ୍ତ କରୁଛି ସେ ଜାଣିନଥିବା କହିଛନ୍ତି ।

Jagrati Shukla Reacted On Relationship With Anubhav Mohanty 

ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ମତ ରଖୁଛନ୍ତି । ସେମାନେ କିଭଳି ଆଉ ଜଣେ ମହିଳାଙ୍କ ପ୍ରତି ଅଶ୍ରାବ୍ୟ ଶବ୍ଦ ପ୍ରୟୋଗ କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି । ଏହା ଉପରେ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମହିଳା ଭାବେ ମୁଁ ମୋ ସମ୍ମାନ କ୍ଷୂର୍ଣ୍ଣ ହେବାକୁ ଦେବିନି ବୋଲି କହିଛନ୍ତି ଜାଗ୍ରତି ଶୁକ୍ଲା ।

ବାହାଘରରେ ଯୋଗଦେବାକୁ ବୁକ୍ କରିଥିଲେ କାର୍, ଅଧାବାଟରୁ ଉଠାଇ ନେଲେ

ବୌଦ୍ଧ: କ୍ରିମିନାଲଙ୍କ କାର୍ କିଡନାପିଂ । ବାହାଘର ଯୋଗଦେବାକୁ କାର୍ ବୁକ୍ କଲେ, ଅଧାବାଟରୁ ଉଠାଇ ନେଲେ । ପୂରା ଫିଲ୍ମ ଷ୍ଟାଇଲରେ ଅପହରଣ । କାହାଣୀ ଲାଗୁଥିବା ଏ ଘଟଣା ସତ । ଏମିତି ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି ବୌଦ୍ଧ ପୋଲିସ । ଗ୍ୟାଙ୍ଗର ୮ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ନାଁରେ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା ।

Boudh Police Held 8 Miscreants Who Trying To Hijack Booking Cab In MidWay

ସୂଚନାଅନୁସାରେ ଗ୍ୟାଙ୍ଗର ୨ ଜଣ ସଦସ୍ୟ ବଲାଙ୍ଗିରରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ୱରରୁ କାର୍ ବୁକ୍ କରିଥିଲେ । ଶନିବାର ବିଳମ୍ବିତ ରାତିରେ ବୁକିଂ ବାବଦକୁ ୫ ହଜାର ଟଙ୍କା ଅଗ୍ରୀମ ଦେଇ ଭୁବନେଶ୍ୱରରୁ ବାହାରିଥିଲେ ବଲାଙ୍ଗିର । ନୟାଗଡ଼ ପରେ ଡ୍ରାଇଭରଙ୍କୁ ହଇରାଣ କରି ଅପରାଧୀ ଏଣେତେଣେ ଜଙ୍ଗଲ ରାସ୍ତାରେ ବୁଲାଇଥିଲେ । ଅପହରଣ ଯୋଜନା ନେଇ ପୋଲିସ ସୂଚନା ପାଇବା ପରେ ବିଭିନ୍ନ ଚେକ୍ ଗେଟରେ ଯାଞ୍ଚ ଆରମ୍ଭ କରିଥିଲା ।

Boudh Police Held 8 Miscreants Who Trying To Hijack Booking Cab In MidWay

ପରେ ପୁରୁଣା କଟକ ଫରେଷ୍ଟ ଚେକ୍ ଗେଟରେ ରବିବାର ଟ୍ରାଭେରାକୁ ଧରିଛି ପୋଲିସ । ଗାଡ଼ିରୁ ୮ ଅପହରଣକାରୀଙ୍କୁ ଗିରଫ କରାଯାଇଥି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୨ଟି ଭୁଜାଲି, ୨ଟି କଳାମୁଖା ଜବତ କରାଯାଇଛି । ସେମାନଙ୍କ ନାଁରେ କେଉଁ ସ୍ଥାନରେ ଆଉ କେଉଁ ମାମଲା ରହିଛି ତାର ତଦନ୍ତ ଚଳାଇଛି ବୌଦ୍ଧ ପୋଲିସ ।