୧୬ ନମ୍ବର ଜାତୀୟ ରାଜପଥରେ ବୁଲୁଛନ୍ତି ଗଜରାଜ

ଖୋର୍ଦ୍ଧା: ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ । ଜାତୀୟ ରାଜପଥରେ ହାତୀ, କିଛି ସମୟ ପାଇଁ ରାସ୍ତାରେ ଯାତାୟତ ଅସ୍ତବ୍ୟସ୍ତ । ଅଳ୍ପକେ ବର୍ତିଲେ ବହୁ ଲୋକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଛକ ନିକଟ ନିର୍ମାଣଧୀନ ଫ୍ଲାଇ ଓଭରବ୍ରିଜ ନିକଟରେ ।

ସକାଳୁ ସକାଳୁ ଦୁଇଟି ଦନ୍ତା ହାତୀ ରାସ୍ତା ଉପରକୁ ଚାଲିଆସିଥିଲେ । ଯାହାକୁ ଦେଖି ଭୟଭିତ ହୋଇ ପଡ଼ିଥିଲେ ଲୋକେ । ଜୀବନ ବିକଳରେ ନିଜ ପିଲାଛୁଆ ଧରି ଦୌଡ଼ିଲେ । କାରରେ ଯାଉଥିବା ଲୋକ ନିଜ କାର ଛାଡି ଦୌଡୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଏମିତି କିଛି ସମୟ ଧରି ହାତୀ ମଣିଷ ଛକାପଞ୍ଝା ପରେ ବନ ବିଭାଗ ହାତୀ ଦୁଇଟିକୁ ରାସ୍ତା ପାର କର ନିକଟସ୍ଥ ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଛି । ହାତୀ ଜନବସତି ଆଡକୁ ମୁହାଁଉଥିବାରୁ ବନବିଭାଗ ପୋଷ୍ଟେର ମାରି ଜନ ସଚେତନତା ଜାରି କରୁଛି ।

Leave a Reply