spot_img
Home Blog Page 6243

ରୁଦ୍ର ପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲି ମିଡିଆ ଆୱାର୍ଡ

ଭୁବନେଶ୍ୱର: ବରିଷ୍ଠ ସ୍ତମ୍ଭକାର ଏବଂ ସମାଜସେବୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ଲାଡଲି ମିଡିଆ ଆୱାର୍ଡ ପ୍ରଦାନ କରାଯାଇଛି । ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂରକରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାମ୍ବାଦିକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରଯାଇଛି । ପୂର୍ବରୁ ଶ୍ରୀ ରଥ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତାର ଆଞ୍ଚଳିକ ସ୍ତରର ଓଡ଼ିଆ ଓପଏଡ୍ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କାର ପାଇଥିଲେ । ଧରିତ୍ରୀରେ ଗତ ଡିସେମ୍ବର ୨୦୧୯ରେ ପ୍ରକାଶିତ ତାଙ୍କର ଓପଏଡ୍ ବିଭାଗରେ ଅଗ୍ରଲେଖ ଝିଅ ଯଦି କାଳୀ ଲେଖାପାଇଁ ସେ ଏହି ପୁରସ୍କାର ପାଇଛନ୍ତି । ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତବର୍ଷ ଏକ ଦଶନ୍ଧି ପୂରଣ କରିଛି । ଏହି ପୁରସ୍କାର ପାଇଁ ଚଳିତବର୍ଷ ୧୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ ।

Rudra Prasanna Rath Gets Laadli Media Award

ଯାଜପୁରରୋଡ୍ ବ୍ୟାସନଗରର ରୁଦ୍ରପ୍ରସନ୍ନ ରଥ ଜଣେ ନିୟମିତ ସ୍ତମ୍ଭକାର ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଦୀର୍ଘ ଏକ ଦଶନ୍ଧିଧରି ବିଭିନ୍ନ ଖବରକାଗଜରେ ବିଷୟନିଷ୍ଠ ପ୍ରବନ୍ଧ ଲେଖି ଆସୁଛନ୍ତି । ବିଭିନ୍ନ ଟେଲିଭିଜନରେ ବିଭିନ୍ନ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ବିଶ୍ଲେଷକଭାବେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ଜାତୀୟ ଏବଂ ଆର୍ନ୍ତଜାତୀୟ ସଂସ୍ଥାରେ ସାମାଜିକ ଯୋଗାଯୋଗ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ରଥ ଢେଙ୍କାନାଳର ଭାରତୀୟ ଜନସଂସ୍ଥାନ ସଂସ୍ଥାର ପୂର୍ବତନ ଛାତ୍ର ଅଟନ୍ତି ।

Rudra Prasanna Rath Gets Laadli Media Award

କରୋନା ମହାମାରୀ ଯୋଗୁଁ ଏହି ପୁରସ୍କାର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଏନଡିଟିଭିର ବରିଷ୍ଠ କାର୍ଯ୍ୟନିର୍ବାହୀ ସଂପାଦକ ଓ ରାମନ ମାଗାସେସେ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ରବିଶ୍ କୁମାର ଯୋଗ ଦେଇଥିଲେ । ଶେଷ ପାଠକ ପଢୁଥିବା ଯାଏ ଲେଖି ଜାରୀ ରଖିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ପପୁଲେସନ ଫାର୍ଷ୍ଟର ନିର୍ଦ୍ଦେଶକ ଡ. ଏ. ଏଲ ସାରଦା, ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଉଦ୍ୟମ ସମାଜ ଆଖିରେ ମହିଳାମାନଙ୍କ ସ୍ଥିତି ସୁଧାରିବାପାଇଁ ଚେଷ୍ଟା କରୁଛି ବୋଲି ମତ ଦେଇଥିଲେ ।  ସେହିପରି ୟୁଏନଏଫପିଏର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ ପିକିନି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ବିଜେତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଲେଖାଲେଖି କରିଥିବାରୁ ସନ୍ତୋଷ ବ୍ୟକ୍ତ କରିବା ସହ ଆଗକୁ ଅନ୍ୟମାନେ ଏହା କରିବା ଜାରୀ ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ‘ମଜୁରୀରେ ବିଳମ୍ୱ ହେଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: କୋଭିଡ ମହାମାରୀ ଗତ ମାର୍ଚ୍ଚରୁ  ସମସ୍ତଙ୍କ ପାଇଁ ଏକ ଅଭୂତପୂର୍ବ ଆହ୍ବାନ ସୃଷ୍ଟି କରିଛି । ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି  ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି  ଧ୍ୟାନ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।  ।  ମନରେଗା ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

          ଏହି ଦୁଇ କାର୍ଯ୍ୟକ୍ରମ ଜରିଆରେ  ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଦୁଇ ଯୋଜନା ଜରିଆରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି । ହିତାକାରୀମାନେ ଯେଭଳି ଠିକ୍‌ ସମୟରେ ସେମାନଙ୍କ ମଜୁରୀ ପାଇପାରିବେ, ତା ଉପରେ ଗୁରୁତ୍ବ ଦେବା ସହିତ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀମାନଙ୍କୁ ନିୟମିତ ଫୋନ୍‌ କରି ମଜୁରୀ ବିଷୟ  ତଦାରଖ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କେତେକ ଜିଲ୍ଲାରେ ହିତାଧିକାରୀ ମାନଙ୍କୁ ଠିକ୍‌ ସମୟରେ ମଜୁରୀ ଲୋକଙ୍କୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

          ଆଗାମୀ ଜାନୁଆରୀ ପହିଲା ୨୦୨୧ରୁ ପ୍ରତି ଜିଲ୍ଲାରେ ଏହି ରୋଜଗାର ଯୋଜନା ସଂପର୍କରେ ଫିଡବ୍ୟାକ୍‌ ପାଇଁ ସ୍ବତନ୍ତ୍ର ଭାବରେ ‘ମୋ ସରକାର’ ସେଲ୍‌ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

          ମନରେଗା ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି, ସେହିସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକ୍‌ସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବା ବିଷୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ  ।

          ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧୦୦୦ ମିଶନ ଶକ୍ତି ଗୃହ ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଜିଲ୍ଲାରେ ଅଧିକ ମା’ ମାନଙ୍କୁ ଓ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଜନା ତଦାରଖରେ   ନିୟୋଜିତ କରାଯିବ,  ସେହି ଜିଲ୍ଲା ମାନଙ୍କୁ ଉତ୍ସାହିତ କରାଯିବ । ସେହିପରି ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀସଂଘ ଓ ମିଶନ ଶକ୍ତି ଜରିଆରେ କାମ ଦିଆଯାଉଅଛି । ଏହି ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୁରଭଂଜ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଯୋଜନାରେ ଦିଆଯାଇଥିବା ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।

          ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ ଯେ ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି । ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

          ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ସଂପର୍କରେ ଉପସ୍ଥାପନା ରଖି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଲେ ଯେ ଏହି କାର୍ଯ୍ୟକ୍ରମରେ ଗତବର୍ଷ ମାତ୍ର ୨.୯୬ ଲକ୍ଷ୍ୟ ଜବ୍‌ କାର୍ଡ ଦିଆଯାଇଥିବା ବେଳେ ଚଳିତ ବର୍ଷ ୭.୨୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୪.୫୦ କୋଟି ମାନବ ଦିବସ ସୃଷ୍ଟି କରାଯାଇସାରିଛି । ୩୧ ଲକ୍ଷ ପରିବାର ଓ  ୫୧ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଦୈନିକ ହାରାହାରି ୧୦.୨୩ ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ।

          ସେହିପରି ସହରାଞ୍ଚଳ ରୋଜଗାର ଯୋଜନା ସଂପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ  ଜି. ମାଥିଭାତନନ୍‌ କହିଲେ ଯେ ୧୧୪ଟି ପୌରାଞ୍ଚଳରେ ୮୦୦୦ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ ୫୦୦୦ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ବାକି ସମସ୍ତ ପ୍ରକଳ୍ପ ବିଭିନ୍ନ ସ୍ତରରେ ରହିଛି । ବର୍ତ୍ତମାନ ସୁଦ୍ଧା ୧୧.୬ ଲକ୍ଷ ମାନବ ଦିବସ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ । ଏହିସହିତ ମହାନଗର ନିଗମ ଗୁଡିକରେ ୩.୩ ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ସେ ସୂଚନା ଦେଇଥିଲେ ।

          ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପୁଣି ବିଗିଡ଼ିପାରେ ଅର୍ଥ ବ୍ୟବସ୍ଥା ‘ଚାଷୀ ଆନ୍ଦୋଳନ ଯୋଗୁଁ ଦୈନିକ ୩୫୦୦ କୋଟି କ୍ଷତି’

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରୀ ଚାମ୍ବର ଆସୋଚାମ୍‌ର କହିବାନୁଯାୟୀ କୃଷକ ଆନ୍ଦୋଳନ ଯୋଗୁଁ ଦେଶ ପ୍ରତିଦିନ ପ୍ରାୟ ୩୫୦୦ କୋଟି ଟଙ୍କା କ୍ଷତି ସହୁଛି । ଏହି କ୍ଷତି ଲଜିଷ୍ଟିକ୍ ଖର୍ଚ୍ଚ ବୃଦ୍ଧି, ଶ୍ରମିକଙ୍କ ଅଭାବ, ପର୍ଯ୍ୟଟନ ସ୍ଥଳି ନଖୋଲିବାର କାରଣରୁ ହେଉଛି । ସେହିଭଳି ଆଉ ଏକ ଇଣ୍ଡଷ୍ଟ୍ରୀ ଚାମ୍ବର, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (CII) ମଧ୍ୟ କହିଛି ଯେ, ଚାଷୀ ଆନ୍ଦୋଳନ ଯୋଗୁଁ ପୁଣି ଥରେ ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ିପାରେ । କରୋନା ପରେ ଧିରେ ଧିରେ ସୁଧୁରୁଥିବା ଆର୍ଥିକ ସ୍ଥିତି ଚାଷୀ ଆନ୍ଦୋଳନ ଦ୍ୱାରା ପୁଣି  ବିଗିଡ଼ିବାର ସମ୍ଭାବନା ରହିଛି ।

ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଆସୋଚାମ) ଏହି ଅସୁବିଧାକୁ ଦୂର କରିବା ପାଇଁ ସରକାର ଏବଂ କୃଷକମାନଙ୍କୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, କୃଷକମାନେ ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ରାଜଧାନୀ ଦିଲ୍ଲୀ ସୀମାରେ ପ୍ରାୟ ୨୦ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ।

ଆନ୍ଦୋଳନର ପ୍ରଭାବ

ଆସୋଚାମର କହିବାନୁଯାୟୀ, ରାଜପଥ ଅବରୋଧ କାରଣରୁ ଅନେକ ସାମଗ୍ରୀର ପରିବହନ ଭିନ୍ନ ରାସ୍ତା ଦେଇ କରାଯାଉଛି । ଯାହା ଦ୍ୱାରା ଲଜିଷ୍ଟିକ୍‌ ଖର୍ଚ୍ଚ ୮ରୁ ୧୦ ପ୍ରତିଶତ ବୃଦ୍ଧି ପାଉଛି । ଏହାଦ୍ୱାରା ଦୈନନ୍ଦିନ ବ୍ୟବହାରିକ ସାମଗ୍ରୀର ମୂଲ୍ୟ ବଢ଼ିବାର ଅଧିକ ସମ୍ଭାବନା ରହୁଛି ।

Farmer Protest Against Modi govt Details

ବିଭିନ୍ନ ଶିଳ୍ପରେ କ୍ଷତି

ଆସୋଚାମ୍‌ ଦାବି କରିଛି ଯେ, ପଞ୍ଜାବ-ହରିୟାଣା-ହିମାଚଳପ୍ରଦେଶ ଭଳି ପରସ୍ପର ସହ ଜଡିତ ଅର୍ଥନୈତିକ କ୍ଷେତ୍ର ପାଇଁ କୃଷକ ଆନ୍ଦୋଳନ ବ୍ୟାପକ କ୍ଷତିକାରକ ସାବ୍ୟସ୍ତ ହେଉଛି ।

ଆସୋଚାମ୍‌ର ଜଣେ ବରିଷ୍ଠ ସଦସ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଏହି ରାଜ୍ୟଗୁଡିକ କୃଷି ଏବଂ ଜଙ୍ଗଲ ଜାତୀୟ ଦ୍ରବ୍ୟ ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ, ବୟନ, ଅଟୋମୋବାଇଲ, ଫାର୍ମ ଯନ୍ତ୍ରପାତି, ଆଇଟି ଆଦି ପ୍ରମୁଖ ଶିଳ୍ପର କେନ୍ଦ୍ର ଅଟନ୍ତି । ପର୍ଯ୍ୟଟନ, ବାଣିଜ୍ୟ, ପରିବହନ ଏବଂ ଆତିଥ୍ୟ ଭଳି ସେବା କ୍ଷେତ୍ରରେ ମଧ୍ୟ ଏହି ରାଜ୍ୟଗୁଡିକ ବହୁତ ଶକ୍ତିଶାଳୀ । କିନ୍ତୁ ଆନ୍ଦୋଳନ ଏବଂ ରାସ୍ତା ଅବରୋଧ ଯୋଗୁଁ ଏହି ସମସ୍ତ କ୍ଷେତ୍ରରେ ବ୍ୟାପକ କ୍ଷତି ହେଉଛି ।

କୋଭିଡ କେନ୍ଦ୍ରରେ ଆୟୁଷ ଡାକ୍ତରଙ୍କ ଅସଦାଚରଣଣ; ଡ଼ିଏମ୍ଇଟିର ତଦନ୍ତ ଆରମ୍ଭ

ବଲାଙ୍ଗିର: ମଣିଷ ଯେବେ ମାନସିକତା ହରାଇ ବସେ । ଯେବେ ସାଧାରଣ ଲୋକଙ୍କ ପାଇଁ ଭଗବାନ ପାଲଟିଥିବା ବ୍ୟକ୍ତି ନିଚ ଭାବନାରେ ବୁଡି ଯାଏ । ସେବେ ସାଧାରଣରେ ଖବର ସୃଷ୍ଟି ହେବା ସ୍ୱଭାବିକ । ଏମିତି ଏକ ଘଟଣା ଆସିଛି ବଲାଙ୍ଗୀର ଲରକିପାଲି ସ୍ଥିତ କୋଭିଡ କେୟାର ସେଣ୍ଟରରୁ । ଜଣେ ଦଳିତ ମହିଳା କରୋନା ସଂକ୍ରମିତ ରୋଗୀଙ୍କୁ ଆୟୁଷ ଡାକ୍ତର ପ୍ରଣବ ମିଶ୍ର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପରେ ଆରମ୍ଭ ହୋଇଯାଇଛି ଘଟଣାର ତଦନ୍ତ ।

ମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣର (ଡ଼ିଏମ୍ଇଟି)ର ୨ଜଣିଆ ଟିମ ଆସି ବଲାଙ୍ଗୀରରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଫେସର ବନବିହାରୀ ମିଶ୍ର ଓ ପ୍ରଫେସର ନିର୍ମଳ ଚନ୍ଦ୍ର ମହାପାତ୍ର ତଦନ୍ତ କରୁଛନ୍ତି । ପ୍ରଥମେ ବଲାଙ୍ଗୀର ସିଡ଼ିଏମଓ ଡ଼ା ଭୀମ ସାହୁ ଓ କୋଭିଡ କୋୟର ସେଣ୍ଟର ଦାୟିତ୍ୱରେ ଥିବା ଡ଼ା ଗିରିଜା ଶଙ୍କର ଉଦଗାତାଙ୍କୁ ଭେଟି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

ଖବର ଅନୁଯାୟୀ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଧାନସଭା ଅସଦାଚରଣ ଘଟଣାକୁ ନେଇ ସରକାରଙ୍କୁ ତଦନ୍ତ ପାଇଁ ଦାବି କରିଥିଲେ । ଏନେଇ ରାଜ୍ୟ ସରକାର ଡିଏମଇଟି ନିର୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଡାକ୍ତରଙ୍କ ପରିବାର ଚାପରେ ଘଟଣାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଟାଉନ ଥାନା ପୋଲିସ ଚପେଇ ଦିଆଯାଇଥିଲା ଯାହାକୁ ନେଇ ବଲାଙ୍ଗୀର ବିଧାୟକ ବିଧାନସଭାରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଗତ ସେପ୍ଟେମ୍ବର ୫ ତାରିଖ ସକାଳ ୭ଟା ସମୟରେ ପୀଡିତାଙ୍କୁ ଏକୁଟିଆ ପାଇଁ ଡାକ୍ତର ପ୍ରଣବ ମିଶ୍ର ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ଭୟରେ ଚିତ୍କାର କରିବାରୁ ସେଠାରେ ଚିକିତ୍ସିତ ହେଉଥିବା ତାଙ୍କ ସମ୍ପର୍କୀୟ ଓ ଅନ୍ୟ ରୋଗୀ ମାନେ ଆସି ଡାକ୍ତରକୁ ନିର୍ଧୁମ ମାଡ ମାରିଥିଲେ । କାନ ଧରି ଦୀର୍ଘ ସମୟ ପର୍ଯ୍ୟନ୍ତ ଆଣ୍ଠେଇ ରଖିଥିଲେ ପରେ ପୋଲିସ ଯାଇ ଡାକ୍ତରକୁ ଉଦ୍ଧାର କରି ଥାନାକୁ ଆଣିଥିଲା । କିନ୍ତୁ ପରେ କୌଣସି ଚାପରେ ପଡି ପୋଲିସ ଡାକ୍ତରକୁ ଛାଡି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଘଟଣାକୁ ଚପେଇବାକୁ ଉଦ୍ୟମ କରାଯାଇଥିଲା । ତେବେ ଘଟଣା ପ୍ରଘଟ ହେବା ପରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ସମ୍ପୃକ୍ତ ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଟ୍ୱିଟ୍‌ରରେ ଟ୍ରେଣ୍ଡ କରୁଛି ବୟକଟ୍ ପତଞ୍ଜଳି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପୁଣି ସମାଲୋଚନାର ଶିକାର ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ ଓ ତାଙ୍କ କମ୍ପାନୀ ‘ପତଞ୍ଜଳି’ । ଆଜି ସକାଳୁ ଟ୍ୱିଟରେ ଟ୍ରେଣ୍ଡ କରୁଛି ପତଞ୍ଜଳିକୁ ବହିଷ୍କାର ବା #BoycottPatanjali । ଟ୍ରାଇବଲ୍ ଆର୍ମି ଏବଂ ଏହାର ପ୍ରତିଷ୍ଠାତା ହଂସରାଜ ମୀନା ଟ୍ୱିଟ୍ କରି ‘ଓ୍ୱିଇ ଷ୍ଟାଣ୍ଡ ଓ୍ୱିଥ୍‌ ଫାର୍ମର, ବୟକଟ୍ ପତଞ୍ଜଳି (ଆମେ କୃଷକଙ୍କୁ ସମର୍ଥନ ଜଣାଉଛୁ ଏବଂ ପତଞ୍ଜଳିକୁ ବହିଷ୍କାର)ର ହାସଟ୍ୟାଗ୍ ଏବେ ପୂରା ଟ୍ୱିଟରେ ଟ୍ରେଣ୍ଡ କରିବାରେ ଲାଗିଛି ।

           ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍ ଅଫ୍ ଇଣ୍ଡିଆ ଏବଂ ଶୁହେଲଦେବ ଭାରତୀୟ ସମାଜ ପାର୍ଟିର ଜାତୀୟ ମୁଖପାତ୍ର ମଧ୍ୟ ସମାନ ଟ୍ୱିଟ୍ କରିଥିଲେ । ପତଞ୍ଜଳି ବହିଷ୍କାର ନେଇ ଅପିଲ୍ କରୁଥିବା ବହୁ ଟ୍ୱିଟ୍ ପରେ ଅନୁମାନ କରାଯାଉଛି ଏହା କମ୍ପାନୀ ବିରୋଧରେ ଏହି ବିଷୋଦଗାର କୌଣସି ନିର୍ଦ୍ଦିଷ୍ଟ କାରଣରୁ ନୁହେଁ । ସବୁଠୁ ଅଧିକ ଆଶ୍ଚର୍ଯ୍ୟ କଳା ଭଳି କଥା ହେଉଛି, ପତଞ୍ଜଳି ନିଜ ସାମଗ୍ରୀ ନେଇ ସବୁଠାରୁ ଅଧିକ କୃଷକଙ୍କ ଉପରେ ନିର୍ଭର କିନ୍ତୁ ଏ ଯାଏଁ ପତଞ୍ଜଳି କୃଷକଙ୍କ ଆନ୍ଦୋଳନ ନେଇ କିଛି ବି କହିନାହିଁ ।

https://twitter.com/i_the_indian_/status/1338543636628135936

          ତେବେ ଏ ସବୁ ମଧ୍ୟରେ କିଛି ଲୋକେ ପତଞ୍ଜଳି ନିମ୍ନମାନର ସାମଗ୍ରୀ ବିକ୍ରି କରୁଥିବା ନେଇ ଟ୍ୱିଟରେ ସମାଲୋଚନା କରିଛନ୍ତି । ନିକଟ ଅତିତରେ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (CIS) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ ଡାବର, ପତଞ୍ଜଳି ଏବଂ ଇମାମୀ ସହିତ ପ୍ରମୁଖ ଭାରତୀୟ ବ୍ରାଣ୍ଡ ପକ୍ଷରୁ ବିକ୍ରି ହେଉଥିବା ମହୁରେ ବଡ଼ ଧରଣର ଅପମିଶ୍ରଣ ହେଉଥିବା ଜଣାପଡ଼ିଥିଲା । ଏଥିସହିତ କୋଭିଡ-୧୯ ରୁ ବର୍ତ୍ତିବା ପାଇଁ ବା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଭାରତୀୟ ପୂର୍ବାପେକ୍ଷା ଅଧିକ ମହୁର ବ୍ୟବହାର କରୁଛନ୍ତି । ଏଣୁ ଏଭଳି ଖବର ବହୁ ଲୋକଙ୍କ ପାଇଁ ଝଟ୍‌କା ।

 

ବାବା ରାମଦେବ କରୋନିଲ୍ ଲଞ୍ଚ କରିବା ପରେ ଜୁନ୍ ମାସରେ ପତଞ୍ଜଳି ବିବାଦରେ ରହିଥିଲା । ଏହା ଦ୍ୱାରା କରୋନାର ଚିକିତ୍ସା ହୋଇପାରିବ ବୋଲି ଦାବି କରାଯାଇଥିଲା ।କିନ୍ତୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହାକୁ ରୋଗ ପ୍ରତିରୋଧକ ଭାବେ ବିକ୍ରି ପାଇଁ ଅନୁମତି ମିଳିଥିଲା ।           ତେବେ CIS ରିପୋର୍ଟକୁ ଖଣ୍ଡନ କରିଛନ୍ତି ପତଞ୍ଜଳି ପ୍ରବକ୍ତା । ପତଞ୍ଜଳି ଆଚାର୍ଯ୍ୟ ବାଲକୃଷ୍ଣ ରିପୋର୍ଟକୁ ଭାରତୀୟ ପ୍ରାକୃତିକ ମହୁ ଉଦ୍ୟୋଗକୁ ବଦନାମ କରିବାକୁ ଚକ୍ରାନ୍ତ ବୋଲି ସେ କହିଛନ୍ତି । ଭାରତରେ ଜର୍ମାନ ଶୈଳୀକୁ ବଢ଼ାଇବା ପାଇଁ ଏହା ଏକ ଚକ୍ରାନ୍ତ ହୋଇପାରେ ବୋଲି କୁହାଯାଉଛି ।

ସାର୍ କୋଟିପତି, ସ୍ତ୍ରୀ ନାଁରେ ଅଧାରୁ ଅଧିକ ସମ୍ପତ୍ତି

ଗଜପତି: ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଶିକ୍ଷକ । ରେଡ୍ ବେଳେ ମିଳିଥିବା ସମ୍ପତ୍ତିକୁ ଦେଖି ଖୋସି ହୋଇଯାଇଛି ଭିଜିଲାନ୍ସ ଅଧିକାରୀଙ୍କ ଆଖି । ସହକାରୀ ଶିକ୍ଷକଙ୍କ ପାଖରୁ ମୋଟ ୪ କୋଟି ୩ ଲକ୍ଷ ୨୯ ହଜାର ୮୬୯ ଟଙ୍କାର ସମ୍ପତ୍ତି ମିଳିଛି । ଏଥିରେ ୩ କୋଟି ୯୪ ଲକ୍ଷ ୭୦ ହଜାର ୧୩୮ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ୮ ଲକ୍ଷ ୫୯ ହଜାର ୭୩୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଏସ୍. ରାଉତପୁର ସରକାରୀ ୟୁପି ସ୍କୁଲରେ ଚାକିରି କରନ୍ତି ।

Vigilance Found More Than 4 Core Assets From Asst Teacher Dusmant Nayak

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଆଜି ରେଡ୍ କରିଥିଲା । ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଦୁଷ୍ମନ୍ତଙ୍କ ବାସଭବନରୁ ସ୍କୁଲ ଓ ସମ୍ପର୍କୀୟ ସମସ୍ତଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ପାରଳାଖେମୁଣ୍ଡିର ଏର୍ଡେଲା ସାହିରେ ଦୁଷ୍ମନ୍ତଙ୍କ ତିନି ମହଲା ଘର ରହିଛି ଯାହାର ମୂଲ୍ୟ ୨୩ ଲକ୍ଷ ୩୪ ହଜାର ଟଙ୍କା । ସେହିଭଳି ପାରଳାଖେମୁଣ୍ଡି ହସ୍ପିଟାଲ ରୋଡରେ ୮ ଲକ୍ଷ ୫୫ ହଜାର ଟଙ୍କାର ଦୁଇ ମହଲା ଘର, ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କ ନାଁରେ ପାରଳାଖେମୁଣ୍ଡି କାଞ୍ଚରା ସାହିରେ ୩୨ ଲକ୍ଷ ୮୬ ହଜାର ଟଙ୍କାର ଘର ରହିଛି ।

Vigilance Found More Than 4 Core Assets From Asst Teacher Dusmant Nayak

ପାରଳାଖେମୁଣ୍ଡିର ଦିନକୃଷ୍ଣପୁର ମୌଜାରେ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କ ନାଁରେ ୨ ମହଲା ଘର ରହିଛି । ଯାହାର ମୂଲ୍ୟ ୬୩ ଲକ୍ଷ ୬୯ ହଜାର ଟଙ୍କା । ସ୍ତ୍ରୀଙ୍କ ନାଁରେ ପାରଳାର ଆରୋଗ୍ୟ ସାହିରେ ୫୪ ଲକ୍ଷ ୭୬ ହଜାର ଟଙ୍କାର ୨ ମହଲା ଘର, ଗଙ୍ଗାଧରପୁର ମୌଜାରେ ସ୍ତ୍ରୀଙ୍କ ନାଁରେ ଦୁଇ ମହଲା ଘର ରହିଛି । ଯାହା ମୂଲ୍ୟ ୩୦ ଲକ୍ଷ ୨୦ ହଜାର ଟଙ୍କା । ସେହିଭଳି ଗୌରଚନ୍ଦ୍ରପୁର ମୌଜାରେ ସ୍ତ୍ରୀଙ୍କ ନାଁରେ ୫୩ ଲକ୍ଷ ୨୦ ହଜାର ଟଙ୍କାର ତିନି ମହଲା ଘର, ଗଜପତି ଷ୍ଟାଡିୟମ୍ ନିକଟରେ ସ୍ତ୍ରୀଙ୍କ ନାଁରେ ୧ କୋଟି ୧୪ ଲକ୍ଷ ୨୪ ହଜାର ଟଙ୍କାର ଘର ରହିଛି । ନିଜ ନାଁ ଓ ସ୍ତ୍ରୀ ନାଁରେ ୧୩ ଲକ୍ଷ ୮୩ ହଜାର ଟଙ୍କାର ୮ଟି ପ୍ଲଟ ରହିଛି ।

Vigilance Found More Than 4 Core Assets From Asst Teacher Dusmant Nayak

ଦୁଷ୍ମନ୍ତଙ୍କୁ ଘରେ ୧ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କାର ଘରକରଣା ସାମଗ୍ରୀ ଥିବାବେଳେ ନଗଦ ୬୨ ହଜାର ୨୮୫ ଟଙ୍କା ମିଳିଛି । ୫୦ ହଜାର ଟଙ୍କାର ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ୫ ଲକ୍ଷ ୨୦ ହଜାର ଟଙ୍କାର ଜମା, ୭୦ ହଜାର ଟଙ୍କାର ଏଲଆଇସି ରହିଥିବା ରେଡ୍ ବେଳେ ଜଣାପଡ଼ିଛି । ୧୯୯୬ ମସିହାରେ ଦୁଷ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ମାତ୍ର ୨୪ ବର୍ଷର ଚାକିରି କାଳରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକ ବନିଛନ୍ତି । ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି ।

ବଡ଼ ଆରୋପ ଆଣିଲେ ସୁଖବୀର, କହିଲେ ବିଜେପି ହିଁ ଦେଶର ‘ଟୁକେଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ’

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ଜୋର ଧରିଛି । ଏହାରି ଭିତରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି । ସେ ସିଧା ସଳଖ କହିଛନ୍ତି ଦେଶରେ ବିଜେପି ହିଁ ପ୍ରକୃତ ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ୍‌ । କୃଷକ ଆନ୍ଦୋଳନ ସମୟରେ ବିଜେପି ଜାତୀୟ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ସୁଖବୀର କହିଛନ୍ତି ।

ସୁଖବୀର ଆହୁରି ଅଭିଯୋଗ କରିଛନ୍ତି ଯେ, ଲଜ୍ଜାଜନକ ଭାବେ ହିନ୍ଦୁମାନଙ୍କୁ ମୁସଲମାନମାନଙ୍କ ବିରୁଦ୍ଧରେ ଉକ୍‌ସାଉଛି ବିଜେପି ଏବଂ ଏବେ ଶିଖ୍‌ ଭାଇମାନଙ୍କ ବିରୁଦ୍ଧରେ ସମାନ ପନ୍ଥା ଆପଣାଉଛି । ଦେଶପ୍ରେମୀ ପଞ୍ଜାବକୁ ବିଜେପି ସାମ୍ପ୍ରଦାୟିକ ନିଆଁକୁ ଠେଲିବାକୁ ଚେଷ୍ଟା କରୁଛି ।

ଚାଷୀଙ୍କୁ ଦେଶଦ୍ରୋହୀ କହିବାର ସାହସ କୋଉଠୁ ଆସିଲା ?

ନିକଟ ଅତୀତରେ ସୁଖବୀର ସିଂ ବାଦଲ ଏହି ଆନ୍ଦୋଳନରେ ଖାଲିସ୍ତାନର ଉପସ୍ଥିତି ବିଷୟରେ ଗୁଜବ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲେ । ସେ କହିଥିଲେ, ଏହି ଆନ୍ଦୋଳନରେ ଅନେକ ବୃଦ୍ଧା ସାମିଲ ଅଛନ୍ତି । ସେ କ’ଣ ଖାଲିସ୍ତାନୀ ଭଳି ଲାଗୁଛନ୍ତି  କି ? ଦେଶର କୃଷକମାନଙ୍କୁ ସମ୍ବୋଧିତ କରିବା ପାଇଁ ଏହା କ’ଣ ନୂଆ ଉପାୟ ? ଏଭଳି କହିବା ଚାଷୀଙ୍କ ପ୍ରତି ବଡ଼ ଅପମାନ ।

ବାଦଲ କହିଥିଲେ ଯେ, ସେ ଆମ କୃଷକମାନଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ କେମିତି ସାହସ କଲେ ? ଚାଷୀମାନଙ୍କୁ ଦେଶଦ୍ରୋହୀ କହିବାର ଅଧିକାର ସେମାନଙ୍କୁ କିଏ ଦେଲା ? କୃଷକମାନେ ସାରା ଜୀବନ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଯେଉଁମାନେ ସେମାନଙ୍କୁ ଦେଶଦ୍ରୋହୀ କହୁଛନ୍ତି, ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ।

ହରସିମ୍‌ରତ କୌର ଦେଇଥିଲେ ଇସ୍ତଫା 

ସୂଚନାଯୋଗ୍ୟ, ବାଦଲ ପରିବାର ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଉଛି । ନୂଆ କୃଷି ଆଇନ୍‌ ଆଣିବା ପରେ ହରିସିମ୍‌ରତ କୌର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହି ନୂଆ ନିୟମକୁ କୃଷକମାନଙ୍କ ସହ ଏକ ବଡ଼ ଧୋକା ବୋଲି ବର୍ଣ୍ଣନା କରିଥିଲେ । ଖାଲି ସେତିକି ନୁହେଁ ଅକାଳି ଦଳ ଏନ୍‌ଡିଏଠାରୁ ଅଲଗା ହୋଇ ପଞ୍ଜାବ ନିର୍ବାଚନରେ ଏକା ଲଢ଼ିବ ବୋଲି ​​ସୁଖବୀର ସିଂହ ବାଦଲ ପୂର୍ବରୁ ଘୋଷଣା କରିଥିଲେ ।

PCA ସଚିବଙ୍କ ଅନୁରୋଧ ରଖିଲେ ବଶ୍ୱକପ୍‌ ହିରୋ ୟୁଭି, ଖୁବ୍‌ଶୀଘ୍ର ମଇଦାନରେ ଆସିବେ ନଜର..

ପଞ୍ଜାବ: ବିଶ୍ୱକପ୍‌ ବିଜେତା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଅବସର ନେବା କଥା ସମସ୍ତେ ଜାଣନ୍ତି । ହେଲେ ସେ ଖୁବ୍‌ଶୀଘ୍ର ପୁଣି ମଇଦାନକୁ ଫେରିବେ ବୋଲି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହା ଖୁବ୍‌ କମ୍‌ ଲୋକ ଜାଣିଥିବେ । ଯୁବରାଜଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏହା ନିଷ୍ଚିତ ଏକ ଖୁସି ଖବର । କାରଣ ସେମାନେ ଯୁବରାଜଙ୍କୁ ପୁଣି ମଇଦାନରେ ଚଉକା ଛକା ବର୍ଷା କରୁଥିବା ଦେଖିପାରିବେ । ଯୁବରାଜଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ୍‌ ଅଲ୍ଲୀ ପାଇଁ ପଞ୍ଜାବ ଦଳର ୩୦ ସମ୍ଭାବ୍ୟ ଖେଳାଳି ତାଲିକାରେ ସାମିଲ କରାଯାଇଛି ।

Yuvraj Singh

ବିଶ୍ୱକପ୍ ୨୦୧୧ ର ‘ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ଯୁବରାଜ ଗତ ବର୍ଷ ଜୁନ୍‌ରେ କ୍ରିକେଟ୍‌ରୁ ଅବସର ନେଇଥିଲେ । ହେଲେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ର ସଚିବ ପୁଣେ ବାଲିଙ୍କ ଅନୁରୋଧ କ୍ରମେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ରାଜି ହୋଇଛନ୍ତି ।

 

View this post on Instagram

 

A post shared by Yuvraj Singh (@yuvisofficial)

ଭାରତ ପାଇଁ ୩୦୪ ଦିନିକିଆ, ୪୦ଟେଷ୍ଟ ଏବଂ ୫୮ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ୩୯ ବର୍ଷୀୟ ଯୁବରାଜ ଏବେ ମୋହାଲିର PCA ଷ୍ଟାଡିୟମରେ ଅଭ୍ୟାସ କରୁଥିବା ନଜର ଆସୁଛନ୍ତି । ସେ ତାଙ୍କ ଅଭ୍ୟାସ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଅବସର ପରେ ଯୁବରାଜ କାନାଡାର ଗ୍ଲୋବାଲ ଟି-ଟ୍ୱେଣ୍ଟି ଲିଗ୍‌ରେ ଭାଗ ନେଇଥିଲେ । ଜାନୁଆରୀ ୧୦ ରୁ ସୟଦ ମୁସ୍ତାକ୍ ଅଲି ଟ୍ରଫି ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଏହି ଟୁର୍ନାମେଣ୍ଟ ଏକ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ଏବଂ ଦଳଗୁଡ଼ିକ ଜାନୁଆରୀ ୨ ସୁଦ୍ଧା ନିଜ ନିଜ କ୍ୟାମ୍ପରେ ପହଞ୍ଚିବେ ।

ମହିଳା କମିଶନରଙ୍କୁ ଫେରାଦ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ନୂଆ ମୋଡ଼ ନେଲାଣି କି ବର୍ଷା-ଅନୁଭବ ବିବାଦ ? ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ମହିଳା କମିଶନରଙ୍କ ନିକଟରେ ଫେରାଦ ହେବା ପରେ ଏମିତି ସନ୍ଦେହ ସୃଷ୍ଟି ରହିଛି । ଗତ କିଛିମାସ ହେଲା ଲାଗି ରହିଥିବା ପାରିବାରିକ କଳହକୁ ନେଇ ବର୍ଷା ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିବା ସନ୍ଦେହ କରାଯାଉଛି ।

Actress Versha Priyadarshini Mets Women Comission  

ତେବେ, ଅଭିନେତ୍ରୀ ବର୍ଷା ପ୍ରକୃତରେ କେଉଁ କାରଣରୁ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ସେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡ଼ିଛି । ପୂର୍ବରୁ ବିବାହ ବିଚ୍ଛେଦ ନେଇ କୋର୍ଟରେ ମାମଲା ଚାଲିଛି ।

Actress Versha Priyadarshini Mets Women Comission  

ଦିନକ ତଳେ ଅନୁଭବଙ୍କ ବାନ୍ଧବୀ କୁହାଯାଉଥିବା ଜାଗ୍ରତି ଶୁକ୍ଲା ଫେସବୁକ୍ ପୋଷ୍ଟ ମାଧ୍ୟମରେ ମୁହଁ ଖୋଲିଥିଲେ । ବର୍ଷା-ଅନୁଭବ ପତିପତ୍ନୀ ପାରିବାରିକ ବିବାଦକୁ ତାଙ୍କୁ ଅଯଥା ଟଣା ଯାଉଥିବା ନେଇ ଜାଗ୍ରତି ଅଭିଯୋଗ କରିଥିଲେ । ଏସବୁ ପାଇଁ ଜାଗ୍ରତି ଶୁକ୍ଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦାୟୀ କରିବା ସହ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ।

ଏଥିସହ ପଢ଼ନ୍ତୁ- ଅନୁଭବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସାମ୍ବାଦିକା ଜାଗ୍ରତି ଶୁକ୍ଲା

ସୁପ୍ରିମକୋର୍ଟ କଲେଜିୟମଙ୍କ ପ୍ରସ୍ତାବ, ଓଡିଶା ପାଇଁ ଜଷ୍ଟିସ ମୂରଲୀଧରଙ୍କ ନାମ ସୁପାରିସ

କଟକ: ଓଡିଶା ହାଇକୋର୍ଟର ଆଗାମୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମୂରଲୀଧର । ବର୍ତ୍ତମାନ ବିଚାରପତି ପଦବୀରେ ଅବତୀର୍ଣ୍ଣ ମହମଦ ରାଫିକଙ୍କ ସ୍ଥାନରେ ରହିବେ ଜଷ୍ଟିସ ଏସ. ମୂରଲୀଧର । ଏନେଇ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବରେ ଜଷ୍ଟିସ ମୂରଲୀଧରଙ୍କ ନାମକୁ ସୁପାରିସ କରିଛନ୍ତି  ।

ପୂର୍ବରୁ ପଞ୍ଜାବ ଏବଂ ହରିଆଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ଏସ. ମୂରଲୀଧର। ସେହିପରି ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ରାଷ୍ଟପତି । ୫୯ ବର୍ଷୀୟ ମୂରଲୀଧର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ, ମାଦ୍ରାସ ବିଶ୍ୱ ବିଦ୍ୟାଳୟ ଏବଂ ମହାରାଜ ନାଗପୁର ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ ଶେଷ କରିଛନ୍ତି । ପରେ ଓକିଲାତି ଆରମ୍ଭ କରିଥିଲେ ।

ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଖର ଜ୍ଞାନ ଏବଂ ଅଭିଜ୍ଞତା ରଖିଥିବା ଜଷ୍ଟିସ ମୂରଲୀଧର ଏବେ ଓଡିଶା ହାଉକୋର୍ଟର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି । ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହିମା କୋହଲିଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।