spot_img
Home Blog Page 6225

ଲାଇଭ୍ ଟେଲିଭିଜନ୍ ଶୋ’ରେ କରୋନା ଟିକା ନେଲେ ଆମେରିକା ଉପ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

ଓ୍ୱାସିଂଟନ୍: ଲାଇଭ୍ ଟେଲିଭିଜନ୍ ସୋ’ରେ କରୋନା ଟିକା ନେଲେ  ଆମେରିକୀୟ ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସ  । ଶୁକ୍ରବାର ଟେଲିଭିଜନ୍ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ପେନ୍ସଙ୍କ ସହ ତାଙ୍କ ପତ୍ନୀ କରେନ୍ ଏବଂ ସର୍ଜନ ଜେନେରାଲ୍ ଜେରୋମେ ଆଦାମ୍ସ ମଧ୍ୟ ଟିକା ନେଇଛନ୍ତି ।

            ତେବେ ଆମେରିକାରେ ଟିକାକରଣ ନେଇ ବ୍ୟବକ ବ୍ୟବସ୍ଥା କରିଛନ୍ତି ଟ୍ରମ୍ପ ପ୍ରଶାସନ । କରୋନା ଭ୍ୟାକ୍ସିନକୁ ବିକଶିତ କରିବା ଏବଂ ବିତରଣ କରିବା ନେଇ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଦେଶର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମରେ ଏଯାଏଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଭାଗନେଇନାହାନ୍ତି । ଏହାରି ମଧ୍ୟରେ ଉପ-ରାଷ୍ଟ୍ରପତି ଓ ତାଙ୍କ ପତ୍ନ ଆମେରିକୀୟଙ୍କୁ ଆଶ୍ୱସ୍ତ କରିବା ନେଇ ଲାଇଭ୍ ଟିଭି ସୋ’ରେ ଟିକା ନେଇଛନ୍ତି । ଏଥିସହିତ ସିନେଟ୍ ସ୍ପିକର ନେନ୍ସି, ସିନେଟ ସଦସ୍ୟ ମିଚ୍ ମେକ୍‌କୋନ୍ନେଲ୍ ଉଭୟ ଆଗାମୀ କିଛି ଦିନ ମଧ୍ୟରେ ଟିକା ନେବେ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପରୀ ମାମଲା, ‘ତଦନ୍ତରେ ବାଧା ସୃଷ୍ଟି କରୁଛି ଭିତ୍ତିହୀନ ଅଭିଯୋଗ’

            ସୂଚନା ଯୋଗ୍ୟ ଗତ ୧୪ ତାରିଖରୁ ଆମେରିକାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆମେରିକୀୟ କମ୍ପାନୀ ଫାଇଜର ଓ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି। ପ୍ରଥମ ଦିନରେ ଦେଶର ୧୪୫ ସ୍ଥାନରେ ଟିକା ବିତରଣ ହୋଇଥିବା ବେଳେ ମଙ୍ଗଳବାର ୪୨୫ ସ୍ଥାନରେ ଦିଆଯାଇଛି ।

ଶ୍ରୀମନ୍ଦିର ସେବାୟତଙ୍କର ହେବ ଅର୍ଥନୈତିକ, ସାମାଜିକ ସ୍ଥିତି ସର୍ବେକ୍ଷଣ

0

ପୁରୀ: ସେବାୟତଙ୍କ ପରିବାର କଲ୍ୟାଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ସେବାୟତଙ୍କ ଅର୍ଥନୈତିକ, ସାମାଜିକ ସ୍ଥିତିର ସର୍ବେକ୍ଷଣ ହେବ । ଏଥିପାଇଁ ୨୫ ଜଣିଆ ଟିମ୍ ଗଠନ କରାଯାଇଛି । ପୁରୀ ସହରର ଶିକ୍ଷକମାନଙ୍କୁ ଏହି ଟିମରେ ସାମିଲ କରାଯାଇଛି । ସେମାନେ ପ୍ରତ୍ୟେକ ସେବାୟତଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ।

୨୫ଶହ ସେବାୟତ ପରିବାରର ତଥ୍ୟ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପାଖାପାଖି ୨ ମାସ ଲାଗିବ । ପ୍ରକୃତ ସ୍ଥିତି ଜଣା ପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ । ବିଶେଷ କରି ସେବାୟତ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା, ପେନସନ, ଆବାସିକ ଗୃହ ସହ ବିଭିନ୍ନ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ । ଏହାଦ୍ୱାରା ସେବାୟତଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି ।

ନାବାଳିକା ଗଣଦୁଷ୍କର୍ମ ମାମଲା: ପୋକ୍‌ସୋ କୋର୍ଟରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

0

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ପୋକ୍‌ସୋ କୋର୍ଟରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ଆଜି ମଧ୍ୟାନ୍ନରେ ଜାମିନ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ହେଲେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାମିନ ଆବେଦନ ଖାଜର କରିଛନ୍ତି କୋର୍ଟ ।

ଗତ ୧୪ ତାରିଖରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଚାରି ଅଭିଯୁକ୍ତ ହେଲେ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ବିଜୟ ରାଉତ ଓ ସାମଲ । ଘଟଣାରେ ସମ୍ପୃକ୍ତ ଆଉ ତିନି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଗତ ମାର୍ଚ୍ଚ ମାସରେ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଅଗଷ୍ଟ ୩୦ରେ ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତରେ ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହ ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Adelaide Test: ୧୯୧ ରନ୍‌ରେ ସୀମିତ ଅଷ୍ଟ୍ରେଲିଆ, ପୁଣି ନିରାଶ କଲେ ପୃଥ୍ୱୀ ଶ’

ଆଡିଲେଟ୍‌ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ କମାଲ କରିଛନ୍ତି ଭାରତୀୟ ବୋଲର । ଦଳର ସିନିୟର ଅଫ୍ ସ୍ପିନର୍ ରବିଚନ୍ଦନ ଅଶ୍ୱିନ୍ ବିଦେଶ ମାଟିରେ ନିଜ କ୍ୟାରିୟର ଅନ୍ୟଏକ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଉମେଶ ଯାଦବ ଓ ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ବୋଲିଂ ଫଳରେ ମାତ୍ର ୧୯୧ ରନ୍‌ରେ ସୀମିତ ରହିଛି ଅଷ୍ଟ୍ରେଲିଆ ଦଳ ।

ବୁମ୍‌ରା ଓ ଯାଦବ ଅଷ୍ଟ୍ରେଲିଆ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ବେଳେ ଅଶ୍ୱିନଙ୍କ ଦମ୍‌ଦାର ବୋଲିଂ ଆୟୋଜକ ଦଳର ମଧ୍ୟକ୍ରମ ବ୍ୟାଟିଂକୁ ଦୋହଲାଇଦେଇଛି । ଅଷ୍ଟ୍ରେଲିଆର ଓ୍ୱିକେଟ୍ କିପର ଟିମ୍ ପେନ୍ କେବଳ ୭୩ ରନ୍ କରି ଅପରାଜେୟ ରହିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ ଭାରତୀୟ ଓପନର ପୃଥ୍ୱି ଶ’ ପୁଣି ଥରେ ନିରାଶ କରିଛନ୍ତି । ମାତ୍ର ୪ ରନ୍ କରି ପେଭିଲିୟନ୍ ଫେରିଯାଇଛନ୍ତି । ଏଥିସହିତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଗୋଟିଏ ଓ୍ୱିକେଟ୍ ହରାଇ ୯ ରନ୍ କରିଛି । ଏଥିସହିତ ଦଳ ଖେଳ ଶେଷ ସୁଦ୍ଧା ୬୨ ରନର ଅଗ୍ରଣୀ ହାସଲ କରିଛି ।  ଭାରତ ପକ୍ଷରୁ ରବିଚନ୍ଦନ୍ ଅଶ୍ୱିନ୍ ୪, ଉମେଶ ଯାଦବ ୩, ବୁମରା ୨ଟି ଓ୍ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ କାହିଁକି ଟ୍ରେଣ୍ଡ୍ କରୁଛନ୍ତି ପୃଥ୍ୱୀ ଶ’, ଜାଣନ୍ତୁ…

 

ରାଜନେତାଙ୍କ ହାଇପ୍ରୋଫାଇଲ ଡ୍ରାମା, ପରୀ ବାପା-ମାଆଙ୍କୁ ହାଇଜାକ କରି ଚାଲିଛି ଶସ୍ତା ରାଜନୀତି

ନୟାଗଡ଼: ପରୀ ମୃତ୍ୟୁ ନେଇ ଥମିବାର ନା ନେଉନାହିଁ ରାଜନୀତି  ।  ହୀନ ରାଜନୀତି କରିବାକୁ ବି ପଛାଉନାହାନ୍ତି ବିଜେପି ନେତା  ।  ପରୀ ମୃତ୍ୟୁକୁ ରାଜନୈତିକ ପ୍ରସଙ୍ଗ କରି ମାଇଲେଜ ନେବାକୁ ଯୋଜନା ଚଳାଇଛି ବିଜେପି  ।  ନୟାଗଡ ସହରରେ ଅନିର୍ଦ୍ଧିଷ୍ଟ କାଳର ଧାରଣାରେ ବିଜେପି ପରୀ ବାପା ମାଙ୍କୁ ବି ବସାଇଛି  ।  ପରୀର ବାପା ମାଆଙ୍କୁ ହାଇଜାକ କରି  ନିଜର ଏଜେଣ୍ଡା ଚଳାଇଛି ବିଜେପି  ।  ପରୀକୁ ନ୍ୟାୟ ଦେବା ନାଁରେ ଏଭଳି ନାଟକବାଜି ଚଳାଇଛି ଦଳ ।  ଏସଆଇଟି ତଦନ୍ତ କରୁଥିବାବେଳେ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ନଉଠାଇ ସହଯୋଗ କରିବାକୁ ନୟାଗଡବାସୀ କହିଛନ୍ତି  ।

ପରୀକୁ ନ୍ୟାୟ ଦେବା ଆଳରେ ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଚଳାଇଛନ୍ତି  ।  ମାଇଲେଜ ନେବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗୀତା  । କିଏ ଧାରଣା ଦେଉଛି ତ କିଏ ଦଳୀୟ ସମାବେଶ କରୁଛି  ।  ପଦଯାତ୍ରା ପାଇଁ ବି ବିଜେପି ସଜବାଜ ହେଲାଣି  ।  ଏସବୁ ଘଟଣାରେ ଯଦୁପୁର ଗ୍ରାମବାସୀ ଅତିଷ୍ଟ ହୋଇପଡିଲେଣି  ।  ରାଜନେତା ଆସୁଛନ୍ତି ଯାଉଛନ୍ତି  । ହୋ ହଲ୍ଲା କରି ନିର୍ବାଚନ ଭଳି ପ୍ରଚାର ପ୍ରସାର କରୁଛନ୍ତି  ।  ଏଭଳି ନାଟକବାଜିରେ ପରୀକୁ ନ୍ୟାୟ ମିଳିବ ନାହିଁ ବୋଲି ଯଦୁପୁର ଗ୍ରାମବାସୀ କହିଛନ୍ତି  ।

ପରୀ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ପାଖରେ ପହଞ୍ଚିସାରିଛି ଏସଆଇଟି  ।  ଖୁବ ଶୀଘ୍ର ଅଭିଯୁକ୍ତର ଅସଲମୁଖା ବି ଖୋଲିଯିବ  ।  ଗଳାଫାଟି ଚିତ୍କାର କରୁଥିବା ବିରୋଧି ଦଳର ନେତା ବୋଧ ହୁଏ ଏହି ଡରରେ ରହିଛନ୍ତି  । କାରଣ ସତ ଜଣାପଡିଲେ ବିରୋଧିଙ୍କ ପାଖରେ ନଥିବ ଏହି ମିଛ କାହାଣୀର ପ୍ରସଙ୍ଗ  ।

ପରୀ ମାମଲା, ‘ତଦନ୍ତରେ ବାଧା ସୃଷ୍ଟି କରୁଛି ଭିତ୍ତିହୀନ ଅଭିଯୋଗ’

ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ ଓଡ଼ିଶା ପୋଲିସ ରଖିଛି ସ୍ପଷ୍ଟୀକରଣ । SIT ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି କହିଛି ଓଡ଼ିଶା ପୋଲିସ । ହତ୍ୟାକାରୀକୁ ଧରିବାକୁ ସୁରାକ ସନ୍ଧାନରେ SIT ଥିବାବେଳେ ବହୁଲୋକ ଏହି ଘଟଣାରେ ଜେରା ହୋଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ପୂରା ଗାଁ ତଦନ୍ତରେ ସହଯୋଗ କରୁଛି । ତଦନ୍ତକାରୀ ସଂସ୍ଥା ବିରୋଧରେ ଏକ ଭିତ୍ତିହୀନ ଅଭିଯୋଗ ଏବେ ଅସ୍ତ୍ର ହୋଇଛି । ଏହି ଅଭିଯୋଗ ତଦନ୍ତକାରୀ ସଂସ୍ଥା ଉପରେ ଆଶଙ୍କା ସୃଷ୍ଟିକରିଛି ।

Odisha Police Clarification On Pari SIT Investigation

ଏହାଦ୍ବାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବେ । ଏହି ଘଟଣାର ତଦନ୍ତ ହାଇକୋର୍ଟ ମନିଟର କରୁଛନ୍ତି । SIT ହାଇକୋର୍ଟଙ୍କୁ ନିୟମିତ ତଦନ୍ତର ଅଗ୍ରଗତି ନେଇ ଜଣାଉଛନ୍ତି । SITକୁ ନିଜ ଦାୟିତ୍ୱ ତୁଲାଇବାରେ ଗଣମାଧ୍ୟମ ବାଧା ସୃଷ୍ଟି ନକରୁ । ଓଡ଼ିଶା ପୋଲିସ ସ୍ବଚ୍ଛ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ । ପରୀକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଓଡ଼ିଶା ପୋଲିସ କହିବା ସହିତ ନ୍ୟାୟ ରାସ୍ତାରେ ବାଧାଦେଲେ କାହାରିକୁ ଛଡ଼ାଯିବନି ବୋଲି କହିଛି ।

ଏଥିସହ ପଢ଼ନ୍ତୁ- ସତ ଲୁଚାଇବାକୁ ମିଛ କହୁଛନ୍ତି ସରୋଜ, ରଚିଛନ୍ତି ଲାଞ୍ଚ କାହାଣି

ଦାଦା ବଟି ମାମଲାରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ, NSA ଲଗାଇଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପାଇଁ ବଢିଲା ଅଡ଼ୁଆ  । ଦାଦାବଟି ଆଦାୟ ମାମଲାରେ ଜାମିନ ମିଳିଥିବା ବେଳେ ଯୋଡ଼ି ହେଲେ ନୂଆ ମାମଲା । ରାଜା ଆଚାର୍ଯ୍ୟ ବିରୋଧରେ NSA ଲଗାଇଛି କମିଶନରେଟ ପୋଲିସ  । ରାଜା ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବାରୁ ଲଗାଯାଇଛି NSA  ।

ଜଣେ ଜାମିନଦାର ଓ 20 ହଜାର ଟଙ୍କା ବେଲ ବଣ୍ଡ ବଦଳରେ ରାଜାକୁ ବେଲ ପ୍ରଦାନ କରିଛନ୍ତି କୋର୍ଟ। ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନରେଟ ପୋଲିସ ଚାର୍ଜସିଟ ଦାଖଲ କରି ପାରିନଥିଲା । ଏହାପରେ ଭୁବନେଶ୍ବର ଏସଡିଜେଏମ କୋର୍ଟ ରାଜାକୁ ଜାମିନ ଦେଇଛନ୍ତି । ଗିରଫ ହେବାର ୬୦ ଦିନ ମଧ୍ୟରେ ପୋଲିସ ଚାର୍ଜସିଟ ଦାଖଲ କରିବାର ଥିଲା । କିନ୍ତୁ ଏଥିରେ ବିଫଳ ରହିଥିଲା କମିଶନରେଟ ପୋଲିସ ।ଅକ୍ଟୋବର ୧୭ ତାରିଖରେ କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା । ତେବେ 62 ଦିନ ପରେ ମଧ୍ୟ ରାଜା ବିରୋଧରେ କୌଣସି ଚାର୍ଜସିଟ ଫାଇଲ କରିପାନଥିଲା ପୋଲିସ । ‘ଦାଦା ବଟିକୁ ନା’ ମିଶନର ପ୍ରଥମ ଶିକାର ହୋଇଥିଲେ ଗ୍ୟାଙ୍ଗଷ୍ଟାର ରାଜା  । ୟୁନିଟ ୨ ଅଞ୍ଚଳରୁ ଦାଦାବଟି ମାଗିବା ଅଭିଯୋଗରେ ରାଜାଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୂର୍ବରୁ ଯୁଡୋ କୋଚ୍ ବିରଞ୍ଜି ଦାସ ହତ୍ୟା ମାମଲାରେ ୧୦ ବର୍ଷ ସଜା କାଟିଥିଲେ ରାଜା  । ସେହିପରି ଅଭିନେତ୍ରୀ ଲେସଲୀଙ୍କୁ ଧମକଚମକ ଓ ଜ୍ୟୋତି ମୋଟର୍ସ ମ୍ୟାନେଜରଙ୍କୁ ଚାନ୍ଦା ମାଗିବା ଅଭିଯୋଗରେ ବନ୍ଧା ହୋଇଥିଲେ ରାଜା  ।

ଏଥିସହ ପଢ଼ନ୍ତୁ: ଟ୍ରାନ୍ସପୋର୍ଟରଙ୍କ ଠାରୁ ୨୩ ଲକ୍ଷ ଠକିଛି ଅରଟେଲ୍ ! ଟଙ୍କା ନଦେଲେ ଆତ୍ମହୂତି ଧମକ

ସତ ଲୁଚାଇବାକୁ ମିଛ କହୁଛନ୍ତି ସରୋଜ, ରଚିଛନ୍ତି ଲାଞ୍ଚ କାହାଣୀ

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ଏବେ ଯଦୁପୁର ଗାଁର ସରୋଜ ସେଠୀ। ସରୋଜ ସନ୍ଦେହ ଘେରକୁ ଆସିଥିବାବେଳେ ଓଲଟା କ୍ରାଇମବ୍ରାଞ୍ଚ୍‌ ଉପରେ ଦୋଷ ଲଦୁଛନ୍ତି । ସରୋଜଙ୍କ ମିଛ କାହାଣୀର ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଧୀରେଧୀରେ ଖୋଲୁଛି ସରୋଜଙ୍କ ଅସଲ ମୁଖା ।

Nayagarh Pari Case, Saroj Makes False Allegation To Disturbing SIT Investigation  

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ତଥା ହତ୍ୟା ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚର ତଦନ୍ତ । ଯଦୁପୁର ଗାଁର ଶତାଧିକ ଯୁବକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି । ସନ୍ଦେହରେ ଅନେକଙ୍କୁ ପଚରାଉଚରା ଚାଲିଛି । କିନ୍ତୁ ତଦନ୍ତ ଭୟରେ ପ୍ରଳାପ କରୁଛନ୍ତି ଯଦୁପୁର ଗାଁର ସରୋଜ ସେଠୀ । ଦୋଷ ମାନିନେବା ପାଇଁ ଏସଟିଏଫ ମୁଖ୍ୟ ୫ ଲକ୍ଷ ଲାଞ୍ଚ ଯାଚୁଥିବା ସରୋଜ କହୁଛନ୍ତି । ତେବେ ଏଥିରେ କେତେ ସତ୍ୟତା ଅଛି ତାହା ଜାଣିବା ପାଇଁ ନନ୍ଦିଘୋଷ ଟିଭି ପହଞ୍ଚିଥିଲା ଯଦୁପୁର ଗାଁରେ ।

Nayagarh Pari Case, Saroj Makes False Allegation To Disturbing SIT Investigation

ସରୋଜଙ୍କ କହିବା ଅନୁଯାୟୀ ଡିସେମ୍ବର ୨ ତାରିଖରେ ନୟାଗଡ ସର୍କିଟ ହାଉସରେ ସରୋଜଙ୍କୁ ପରୀ ହତ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ ଏସଟିଏଫ ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟା ପାଇଁ ଦୋଷ ମାନିନେବା ପାଇଁ ଅରୁଣ ବୋଥ୍ରା ତାଙ୍କୁ ଲାଞ୍ଚ ଯାଚୁଥିବା କଥା ପୁଣି ଦୋହରାଇଥିଲେ ସରୋଜ । ସାବାଳକ ଅଛ, ଆମେ ତମକୁ ନାବାଳକ କରିଦେବୁ ଏଭଳି କହିଥିବା ସରୋଜ କହିଛନ୍ତି । କିନ୍ତୁ ନନ୍ଦିଘୋଷ ଟିଭି ହାତରେ ସରୋଜଙ୍କ ଜନ୍ମ ପ୍ରମାଣ ପତ୍ର ଲାଗିଛି । ୨୦୦୩ ଫେବ୍ରୁଆରୀ ୬ ତାରିଖରେ ସରୋଜଙ୍କ ଜନ୍ମ ।

Nayagarh Pari Case, Saroj Makes False Allegation To Disturbing SIT Investigation

ଏହି ତାରିଖ ଅନୁଯାୟୀ ସେ ଏବେବି ନାବାଳକ ଅଛନ୍ତି । ଯଦି ସରୋଜ ଏବେବି ନାବାଳକ ତେବେ ଏସଟିଏଫ ମୁଖ୍ୟ ତାଙ୍କୁ ନାବାଳକ କରାଇଦେବେ ବୋଲି କାହିଁକି କହିବେ ? ଯଦି ସରୋଜ ହିଁ ମୁଖ୍ୟ ଅଭିଯୁକ୍ତ ତେବେ ତାଙ୍କୁ ସିଧାସଳଖ ଗିରଫ କରିବ ପୋଲିସ । ଲାଞ୍ଚ ଯାଚିବାର ପ୍ରଶ୍ନ ହିଁ ଉଠୁନାହିଁ ।  ଏସଟିଏଫ ମୁଖ୍ୟ ଲାଞ୍ଚ ଦେବା ଘଟଣା ସରୋଜ ବାରମ୍ବାର କହୁଥିଲେ ବି ଏହାର କୌଣସି ପ୍ରମାଣ ତାଙ୍କ ପାଖରେ ନାହିଁ । ଏହି ପ୍ରଶ୍ନ ପଚାରିବାରୁ ଉତ୍ତେଜିତ ହୋଇଯାଉଛନ୍ତି ସରୋଜ । ଏସଟିଏଫ ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ବାଡେଇବେ ବୋଲି ଧମକ ବି ଦେଉଛନ୍ତି ସରୋଜ ।

Nayagarh Pari Case, Saroj Makes False Allegation To Disturbing SIT Investigation

ଲାଞ୍ଚ ଯାଚୁଥିବା ଘଟଣା ସରୋଜ କହୁଥିଲେ ବି ଏହି ବିଷୟରେ କାହାରି ପାଖରେ କୌଣସି ଖବର ନାହିଁ ।  ନା ପାଖ ପଡ଼ିଶା ଜାଣିଛନ୍ତି, ନା ଗାଁ ସଭାପତି । ସରୋଜଙ୍କ ଏଭଳି ଅଭିଯୋଗକୁ କେହି ବିଶ୍ବାସ କରୁନାହାନ୍ତି । ୨ ତାରିଖରେ ଯଦି ଏଭଳି ଘଟିଲା ତେବେ ଏତେଦିନ ସେ କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ ଉଠିଛି । ଲାଞ୍ଚ ଯାଚିବାର ମିଛ କାହାଣୀ କହିବା ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳିଛି ବୋଲି ଚର୍ଚ୍ଚା ହେଉଛି । ଏକ ନିର୍ଦ୍ଦିଷ୍ଟ ଶିବିର ଏଥିପାଇଁ ୨୫ ଲକ୍ଷର ଡିଲ୍ କରିଥିବା କୁହାଯାଉଛି । ଏବେ ସମୟ ଆସିଛି ସରୋଜ ପଛରେ କିଏ ତାକୁ ଖୋଜିବା ?

Nayagarh Pari Case, Saroj Makes False Allegation To Disturbing SIT Investigation

ନିଖୋଜ ହେବାର ପୂର୍ବ ଦିନ ସରୋଜଙ୍କ ଘରକୁ ପରୀ ଯାଇଥିଲା ବୋଲି ସରୋଜ ମାନିଛନ୍ତି । ଏଥିପାଇଁ ପ୍ରଥମ ଦିନରୁ ହିଁ କ୍ରାଇମବ୍ରାଞ୍ଚର ସ୍କାନରରେ ରହିଛି ସରୋଜ । ସରୋଜ ବ୍ୟବହାର କରୁଥିବା ମୋବାଇଲ ଏବେ କ୍ରାଇମବ୍ରାଞ୍ଚ ପାଖରେ । ତା’ସହ ସରୋଜଙ୍କ ବିଛଣା, ଗାମୁଛା, ସାର୍ଟ, ପ୍ୟାଣ୍ଟ ଓ ଚଡ଼ିଗଞ୍ଜି ବି ରଖିଛି କ୍ରାଇମ ବ୍ରାଞ୍ଚ । ସରୋଜଙ୍କ ମୋବାଇଲରେ ପାସୱାର୍ଡ ଲକ ଥିବାରୁ ତାହା ଖୋଲିବା ପାଇଁ ଗତ ୧୦ ତାରିଖରେ ଏସଟିଏଫ ମୁଖ୍ୟ ସରୋଜଙ୍କ ଘରକୁ ଯାଇଥିଲେ । କିନ୍ତୁ ସରୋଜ ଭୁଲ ପାସଓ୍ବାର୍ଡ ଦେଉଥିଲା ବୋଲି ଗାଁ ସଭାପତି କହିଛନ୍ତି । ଭୁଲ ପାସୱାର୍ଡ ଦେବା ଏବଂ ଏବେ ଲାଞ୍ଚ ଯାଚିବାର କାହାଣି କହିବା ପରୀ ହତ୍ୟାରେ ସରୋଜଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି ।

ଆସୁଛି Samsungର ନୂଆ ପ୍ରଡକ୍ଟ , Air Dresser ସାହାଯ୍ୟରେ ଫଟାଫଟ ସଫା ହେବ ପୋଷାକ

ନୂଆଦିଲ୍ଲୀ: ଇଲେକଟ୍ରୋନିକ ଲେଜେଣ୍ଡ Samsung ନିଜର ପ୍ରଡକ୍ଟ ପୋର୍ଟଫୋଲିଓ ବିସ୍ତାର କରିବାରେ ବ୍ୟସ୍ତ । ଦକ୍ଷିଣ କୋରିଆର ଏହି କମ୍ପାନୀ ଖୁବଶୀଘ୍ର ଦେଶରେ Smart Clothing Care Solution ଲଞ୍ଚ କରିବାକୁ ଯାଉଛି । ଲଞ୍ଚ ହେବାକୁ ଯାଉଥିବା ଆଗାମୀ ଡିଭାଇସକୁ ନେଇ କମ୍ପାନୀ କହିଛି ଯେ, ଏହାଦ୍ୱାରା ପ୍ରତିଦିନ ସଫା କରାଯାଉଥିବା ପୋଷାକକୁ ଫଟାଫଟ୍ ରିଫ୍ରେସ ତଥା ସଫା କରାଯାଇପାରିବ । ଏହି ଡିଭାଇସ ଘର କାମ ପାଇଁ ଖୁବ ସୁବିଧାଜନକ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

 

ସୂଚନା ଅନୁଯାୟୀ Samsung Air Dresser ସର୍ବପ୍ରଥମେ ଚଳିତ ବର୍ଷ ନଭେମ୍ବର ମାସରେ ବ୍ରିଟେନରେ ଲଞ୍ଚ କରାଯାଇଥିଲା । ଏହି ଡିଭାଇସ ସାହାଯ୍ୟରେ ପୋଷାକକୁ ନଧୋଇ ତାକୁ ସଫା କରିହେବ । ବ୍ରିଟେନରେ ଏହି ଏୟାରଡ୍ରେସରକୁ ୧,୯୯୯ ପାଉଣ୍ଡରେ (୧,୯୮,୦୦୦ ଟଙ୍କା) ଉପଲବ୍ଧ କରାଯାଇଥିଲା । ଏହି ଜିଭାଇସ କ୍ରିଷ୍ଟଲ ମିରର ରଙ୍ଗରେ ଉପଲବ୍ଧ ଏବଂ ଏହି ଡିଭାଇସକୁ କମ୍ପାନୀ ନିଜ ଅଫିସିଆଲ ୱେବସାଇଟ ଏବଂ Harrods ରେ ଆସନ୍ତା ବର୍ଷ ଜାନୁଆରୀ ୨୩ରେ ଉପଲବ୍ଧ କରାଇବ ।

ତେବେ Samsung ଆସନ୍ତା ସପ୍ତାହ ଏହି ପ୍ରଡକ୍ଟକୁ ଭାରତରେ ଲଞ୍ଚ କରିପାରେ । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଲଞ୍ଚ ତାରିଖ ବିଷୟରେ କୌଣସି ସୂଚନା ମିଳିନାହିଁ । Samsung Air Dresserରେ ଜେଟ୍ ଏୟାର ସିଷ୍ଟମ ଏବଂ ତିନୋଟି ଏୟାର ହ୍ୟାଙ୍ଗର ଭଳି ଫିଚର ରହିଛି । ଏହି ଡିଭାଇସରେ ଦିଆଯାଇଥିବା ଶକ୍ତିଶାଳୀ ଜେଟ୍ ପୋଷାକରେ ଲାଗିଥିବା ଧୂଳିକୁ ସଫା କରିବାରେ ସାହାଯ୍ୟ କରିବ ।

Jet Steam Technology କଥା କହିବାକୁ ଗଲେ ଏହା ପୋଷାକକୁ ସାନିଟାଇଜ କରି ବ୍ୟାକଟେରିଆକୁ ନଷ୍ଟ କରିଥାଏ । ଅନ୍ୟପଟେ Heat Pump Drying ଜରିଆରେ କମ ତାପମାତ୍ରାରେ ପୋଷାକ ଶୁଖିଥାଏ । ଏହାଦ୍ୱାରା ପୋଷାକର ଆକାରରେ ପରିବର୍ତ୍ତନ ହୋଇନଥାଏ । Air Dresser Deodorizing Filter ସହ ଆସିଥାଏ ଯାହା ପୋଷାକରେ ଥିବା ଦୁର୍ଗନ୍ଧକୁ ଦୂର କରିଥାଏ ।

ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

କୋଲକାତା: ପଶ୍ଚିମବଙ୍ଗ ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉଭୟ ତୃଣମୂଳ କଂଗ୍ରେସର ସଦସ୍ୟତା ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି । ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ବରାକ୍‌ପୁର ବିଧାୟକ ଶୀଳଭଦ୍ର ଦତ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି ।

            ତେବେ ସେ ଆଗକୁ ଟିକେଟ୍ ପାଉନଥିବାରୁ ଦଳ ଛାଡ଼ିଥିବା ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି । ଅପରପକ୍ଷରେ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ କରିନାହାନ୍ତି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବାନାର୍ଜୀ ।  ସେ କହିଛନ୍ତି ଯେ, ଏହି ଇସ୍ତଫା ପତ୍ରର ପ୍ରକ୍ରିୟାଗତ ତ୍ରୁଟି ଥିବାରୁ ସେ ଏହାକୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି ଭାରତୀୟ ସମ୍ୱିଧାନର ନିୟମ ଅନୁଯାୟୀ ଶ୍ରୀ ଅଧିକାରୀଙ୍କ ପକ୍ଷରୁ ପଠାଯାଇଥିବା ଇସ୍ତଫା ପତ୍ର ସତ୍ୟ ଏବଂ ସେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ବୋଲି ହୃଦୟଙ୍ଗମ୍ ନ କରିବା ଯାଏଁ ସେ ଏହାକୁ ଗ୍ରହଣ କରିପାରିବେ ନାହିଁ । ଶ୍ରୀ ଅଧିକାରୀ ବ୍ୟକ୍ତିଗତଭାବେ ମୋତେ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିନାହାନ୍ତି ଏଣୁ ମୁଁ ତାଙ୍କୁ ସୋମବାର ଆସି ଇସ୍ତଫାପତ୍ର ଦାଖଲ କରିବାକୁ କହିଥିବା ବାଚସ୍ପତି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ