ସାଙ୍ଗମାନଙ୍କ ସହ ବସିଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର: ହରିଚନ୍ଦନପୁର କୁଣ୍ଡଳପାଣି ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଗାଁର ମନୁଦେହୁରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ମନୁ ତାଙ୍କ ସାଙ୍ଗ ମାନଙ୍କ ସହ ପଡ଼ିଆରେ ବସିଥିବା ବେଳେ ୩ଟି ଭାଲୁ ଗାଁକୁ ପଶିଥିଲେ  । ତେବେ ଭାଲୁକୁ ଦେଖି ସମସ୍ତେ ଦଉଡି ପଳାଇଥିବା ବେଳେ ମନୁ ସେଠାରେ ରହିଯିବାରୁ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply